ପ୍ରଧାନମନ୍ତ୍ରୀ ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ଭାଗନେବେ
ପ୍ରଧାନମନ୍ତ୍ରୀ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ ଓ ସମ୍ମାନିତ କରିବେ
ପ୍ରଧାନମନ୍ତ୍ରୀ ୨,୫୦୦ କୋଟି ଟଙ୍କାର ଏକ ରିଭଲ୍‌ଭିଙ୍ଗ୍ ଫଣ୍ଡ୍ ଜାରି କରିବେ ଓ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବାଣ୍ଟିବେ
ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲା୍‌ଟିନମ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ସମାରୋହକୁ ସମ୍ବୋଧିତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟରେ ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ । ସକାଳ ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅପରାହ୍ନ ପ୍ରାୟ ୪:୩୦ ସମୟରେ, ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ :

ଲକ୍ଷପତି ଦିଦି ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଜଲଗାଓଁ ଗସ୍ତ କରିବେ । ସେଠାରେ ସେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିବେ, ଯେଉଁମାନେ ନିକଟରେ ଏନ୍‌ଡିଏ ସରକାରର ତୃତୀୟ କାର୍ଯ୍ୟକାଳରେ ଲକ୍ଷପତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ୨,୫୦୦ କୋଟି ଟଙ୍କାର ଏକ ରିଭଲ୍‌ଭିଙ୍ଗ୍ ଫଣ୍ଡ୍ ଜାରି କରିବେ, ଯାହା ଦ୍ୱାରା ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଲାଭବାନ ହେବେ । ସେ ମଧ୍ୟ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ, ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ପ୍ରାୟ ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ ।

ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି । ଆଗାମୀ ଦିନରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ :

ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମଧ୍ୟ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦ୍‌ଘାଟନ କରିବେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Ilaiyaraaja Credits PM Modi For Padma Vibhushan, Calls Him India’s Most Accepted Leader

Media Coverage

Ilaiyaraaja Credits PM Modi For Padma Vibhushan, Calls Him India’s Most Accepted Leader
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2025
April 29, 2025

Empowering Bharat: Women, Innovation, and Economic Growth Under PM Modi’s Leadership