ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ
ପ୍ରଧାନମନ୍ତ୍ରୀ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡିକର ସମୀକ୍ଷା ଏବଂ ଯାଞ୍ଚ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ତାରିଖରେ ଉତ୍ତରାଖଣ୍ଡର କେଦାରନାଥ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିବେ । ଏହା ପରେ ସେ ଶ୍ରୀ ଆଦି ଶଙ୍କରାଚର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ ଏବଂ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ୨୦୧୩ ବନ୍ୟାରେ କ୍ଷତିଗ୍ରସ୍ତ ହେବାପରେ ସମାଧିକୁ ପୁନଃ ର୍ନିମାଣ କରାଯାଉଛି । ସମଗ୍ର ନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ତତ୍ୱାବଧାନରେ ଚାଲିଛି, ଯିଏ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ସରସ୍ୱତୀ ଆସ୍ଥାପଥ ସମେତ ଚାଲିଥିବା ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ କରିବେ ।

ପ୍ରଧାନମନ୍ତ୍ରୀ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ସେ ସରସ୍ୱତୀ ରିଟେନିଂ ୱାଲ୍ ଆସ୍ଥାପଥ ଏବଂ ଘାଟ, ମାନ୍ଦାକିନୀ ରିଟେନିଂ ୱାଲ୍ ଆସ୍ଥାପଥ, ତୀର୍ଥ ପୁରୋହିତ ଘର ଏବଂ ମନ୍ଦାକିନୀ ନଦୀରେ ଗରୁଡ ଚଟି ସେତୁ ସମେତ ପ୍ରମୁଖ ଭିତ୍ତଭୂମି ପ୍ରକଳ୍ପର ଉଦଘାଟନ କରିବେ । ୧୩୦ କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ସମାପ୍ତ ହୋଇଛି । ସେ ସଙ୍ଗମ ଘାଟର ପୁନଃ ବିକାଶ, ପ୍ରାଥମିକ ଚିକିତ୍ସାସେବା ଏବଂ ପର୍ଯ୍ୟଟନ ସୁବିଧା କେନ୍ଦ୍ର, ପ୍ରଶାସନିକ ଦପ୍ତର ଏବଂ ହସ୍ପିଟାଲ୍‌, ଦୁଇଟି ଗେଷ୍ଟ ହାଉସ୍‌, ପୋଲିସ୍ ଷ୍ଟେସନ୍‌, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ମନ୍ଦାକିନି ଆସ୍ଥାପଥ କ୍ୟୁ ମ୍ୟାନେଜମେଣ୍ଟ ଆଣ୍ଡ ରେନସେଲ୍ଟର ଏବଂ ସରସ୍ୱତୀ ସିଭିକ ଆମେନିଟି ବିଲିଡିଂ  ସହିତ ୧୮୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2026
March 04, 2026

Citizens Celebrate Colours of Confidence: PM Modi's Vision Powers Holi Joy, Jobs, Security, and Global Trust