ଭୁଜରେ ସ୍ମୃତି ଭାନ୍ ମେମୋରିଆଲ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ୨୦୦୧ ର ଭୟଙ୍କର ଭୂକମ୍ପ ପରେ ଦେଖାଯାଇଥିବା ଲୋକଙ୍କ ସ୍ଥିରତାର ଆବେଗକୁ ପାଳନ କରିବା ପାଇଁ ଏହା ଅନନ୍ୟ ପଦକ୍ଷେପ
ସ୍ମୃତି ଭାନ୍‍ ଭୂକମ୍ପ ସଂଗ୍ରହାଳୟକୁ ସାତୋଟି ବିଷୟ ଉପରେ ସାତୋଟି ବ୍ଲକରେ ବିଭକ୍ତ କରାଯାଇଛି: ପୁନର୍ଜନ୍ମ, ପୁନଃ ଆବିଷ୍କାର, ପୁନଃ ଥଇଥାନ, ପୁନଃ ର୍ନିମାଣ, ପୁର୍ନ ଚିନ୍ତନ, ମୁକ୍ତ ଏବଂ ନବୀକରଣ ଭୁଜରେ ପ୍ରାୟ ୪୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ସର୍ଦ୍ଦାର ସରୋବର ପ୍ରକଳ୍ପର କଚ୍ଛ ଶାଖା କେନାଲକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଯାହା ଏହି ଅଞ୍ଚଳରେ ଜଳ ଯୋଗାଣକୁ ବୃଦ୍ଧି କରିବ
ଅପରାହ୍ନ ପ୍ରାୟ ୫ ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଏହି କାର୍ଯ୍ୟକ୍ରମରେ, ସ୍ୱାଧୀନତା ସଂଗ୍ରାମ ସମୟରେ ଖଦି ଏବଂ ଏହାର ଗୁରୁତ୍ୱକୁ ସମ୍ମାନ ଜଣାଇବା ପାଇଁ ଖଦି ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
ଅନନ୍ୟ ବୈଶିଷ୍ଟ୍ୟ: ୭୫୦୦ ମହିଳା ଖଦି କାରିଗର ଏକ ସମୟରେ ଏବଂ ଏକ ସ୍ଥାନରେ ଚରଖା ଚଳାଇବେ
ଭାରତରେ ସୁଜୁକିର ୪୦ ବର୍ଷର ସ୍ମୃତିଚାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ ଭାରତରେ ସୁଜୁକି ଗୋଷ୍ଠୀର ଦୁଇଟି ପ୍ରମୁଖ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୭ ଓ ୨୮ ତାରିଖରେ ଗୁଜରାଟ ଗସ୍ତ କରିବେ । ଅଗଷ୍ଟ ୨୭ ତରିଖ ଦିନ ଅପରାହ୍ନ ପ୍ରାୟ ୫.୩୦ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଖଦି ଉତ୍ସବଙ୍କୁ ସମ୍ବୋଧିତ କରିବେ । ଅଗଷ୍ଟ ୨୮ ତାରିଖ ଦିନ ପ୍ରାୟ ୧୦ ଟା ସମୟରେ ପ୍ରଧାନମନ୍ତ୍ରୀ ଭୁଜରେ ସ୍ମୃତି ଭାନ୍ ମେମୋରିଆଲ୍‌ର ଉଦଘାଟନ କରିବେ । ଏହା ପରେ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ଭୁଜ୍‍ରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୫ ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ଖଦି ଉତ୍ସବ

ଖଦିକୁ ଲୋକପ୍ରିୟ କରିବା, ଖଦି ଉତ୍ପାଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ଖଦିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କର ଏକ ନିରନ୍ତର ପ୍ରୟାସ । ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ଫଳ ସ୍ୱରୂପ, ୨୦୧୪ ପରଠାରୁ ଭାରତରେ ଖଦି ବିକ୍ରିରେ ଚାରି ଗୁଣ ବୃଦ୍ଧି ଘଟିଥିବାବେଳେ ଗୁଜୁରାଟରେ ଖଦି ବିକ୍ରିରେ ଆଠଗୁଣ ବୃଦ୍ଧି ଘଟିଛି ।

ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖଦି ଉତ୍ସବ ସ୍ୱାଧୀନତା ସଂଗ୍ରାମ ସମୟରେ ଖଦି ଏବଂ ଏହାର ଗୁରୁତ୍ୱକୁ ସମ୍ମାନ ପ୍ରଦର୍ଶନ କରୁଛି । ଅହମ୍ମଦାବାଦ ସାବରମତୀ ନଦୀ କୂଳରେ ଉତ୍ସବ ଆୟୋଜିତ ହେବ ଏବଂ ଗୁଜୁରାଟର ବିଭିନ୍ନ ଜିଲ୍ଲାର ୭୫୦୦ ମହିଳା ଖଦି କାରିଗର ଏକ ସମୟରେ ଏବଂ ସମାନ ସ୍ଥାନରେ ସିଧାସଳଖ ଚରଖା ଚଳାଇବାର ଦେଖିବାକୁ ମିଳିବ । ଏହି କାର୍ଯ୍ୟକ୍ରମରେ ୧୯୨୦ ଦଶକରୁ ବ୍ୟବହୃତ ବିଭିନ୍ନ ପୀଢିର ୨୨ ଟି ଚରଖା ପ୍ରଦର୍ଶନ କରି ଚରଖାର ବିବର୍ତ୍ତନର ପ୍ରଦର୍ଶନୀ ହେବ । ଏଥି ମଧ୍ୟରେ ୟେରୱାଡା ଚରଖା ଅନ୍ତର୍ଭୂକ୍ତ ହେବ ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ୟବହୃତ ଚରଖାକୁ ଦର୍ଶାଏ ଯାହାକି ଆଜି ବ୍ୟବହୃତ ନୂତନତମ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଚରଖାର ପ୍ରତୀକ । ପଣ୍ଡୁରୁ ଖଦି ଉତ୍ପାଦନର ଏକ ସିଧାସଳଖ ପ୍ରଦର୍ଶନ ମଧ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ରାଜ୍ୟ ଖଦି ଗ୍ରାମଦ୍ୟୋଗ ବୋର୍ଡର ନୂତନ କାର୍ଯ୍ୟାଳୟ ଭବନ ଏବଂ ସାବରମତୀରେ ଏକ ଫୁଟ ଓଭର ବ୍ରିଜକୁ ମଧ୍ୟ ଉଦଘାଟନ କରିବେ ।

ଭୁଜରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭୁଜ୍ ଜିଲ୍ଲାରେ ସ୍ମୃତି ଭାନ୍ ମେମୋରିଆଲ୍‌ର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ସ୍ମୃତି ଭାନ୍ ଏହି ଧରଣର ଏକ ଅନନ୍ୟ ପଦକ୍ଷେପ । ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ଯାହାର କେନ୍ଦ୍ରସ୍ଥଳ ଭୁଜ୍‍ରେ ଥିଲା ସେଥିରେ ପ୍ରାଣ ହରାଇଥିବା ପ୍ରାୟ ୧୩,୦୦୦ ଲୋକଙ୍କ ମୃତ୍ୟୁ ପରେ ଲୋକମାନଙ୍କ ଦ୍ୱାରା ଦେଖାଯାଇଥିବା ସ୍ଥିରତାର ଆବେଗକୁ ପାଳନ କରିବା ପାଇଁ ଏହା ପ୍ରାୟ ୪୭୦ ଏକର ଅଞ୍ଚଳରେ ର୍ନିମିତ ହୋଇଛି । ଏହି ମେମୋରିଆଲରେ ଭୂକମ୍ପ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ନାମ ରହିଛି ।

ସ୍ମୃତିର ଭାନ୍ ଭୂକମ୍ପ ସଂଗ୍ରହାଳୟର ସ୍ଥିତି ସାତୋଟି ବିଷୟକୁ ଆଧାର କରି ସାତୋଟି ବ୍ଲକରେ ବିଭକ୍ତ ହୋଇଛି: ପୁନର୍ଜନ୍ମ, ପୁନଃ ଆବିଷ୍କାର, ପୁନଃ ଉଦ୍ଧାର, ପୁର୍ନ ର୍ନିମାଣ, ପୁର୍ନ ଚିନ୍ତନ, ମୁକ୍ତ ଏବଂ ନବୀକରଣ । ପ୍ରଥମ ବ୍ଲକ୍ ବିଷୟ ଉପରେ ଆଧାରିତ, ପୃଥିବୀର ବିବର୍ତ୍ତନ ଏବଂ ପୃଥିବୀର ପ୍ରତ୍ୟେକ ଥର ଅତିକ୍ରମ କରିବାର କ୍ଷମତାକୁ ଚିତ୍ରଣ କରିଥାଏ ।  ଦ୍ୱିତୀୟ ବ୍ଲକରେ ଗୁଜୁରାଟର ପ୍ରାକୃତିକ ପରିବେଶ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପ୍ରଦର୍ଶିତ ହୋଇଛି ଯାହା ରାଜ୍ୟ ପାଇଁ ସମ୍ବେଦନଶୀଳ । ତୃତୀୟଟିରେ ୨୦୦୧ ଭୂକମ୍ପ ପରେ ତୁରନ୍ତ ପରବର୍ତ୍ତୀ ଘଟଣାକୁ ନେଇଯାଏ । ଏହି ବ୍ଲକର ଗ୍ୟାଲେରୀଗୁଡ଼ିକ ବ୍ୟକ୍ତି ତଥା ସଂଗଠନ ଦ୍ୱାରା ନିଆଯାଇଥିବା ବ୍ୟାପକ ରିଲିଫ୍ ପ୍ରୟାସକୁ ପ୍ରଦର୍ଶିତ କରେ । ଚତୁର୍ଥ ବ୍ଲକ ଗୁଜୁରାଟର ପୁନଃ ର୍ନିମାଣ ପଦକ୍ଷେପ ଏବଂ ୨୦୦୧ ଭୂକମ୍ପ ପରେ ସଫଳତାର କାହାଣୀ ପ୍ରଦର୍ଶନ କରେ । ପଞ୍ଚମ ବ୍ଲକ ପରିଦର୍ଶକଙ୍କୁ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଏବଂ ଯେକୌଣସି ସମୟରେ କୌଣସି ପ୍ରକାରର ବିପର୍ଯ୍ୟୟ ପାଇଁ ଭବିଷ୍ୟତର ପ୍ରସ୍ତୁତି ବିଷୟରେ ଚିନ୍ତା କରିବାକୁ ଏବଂ ଶିଖିବାକୁ କହିଥାଏ । ଷଷ୍ଠ ବ୍ଲକ ଆମକୁ ଏକ ସିମୁଲେଟର ସାହାଯ୍ୟରେ ଭୂକମ୍ପର ଅନୁଭୂତିରୁ ମୁକ୍ତି ପାଇବାକୁ ସାହାଯ୍ୟ କରେ । ଏହି ଅଭିଜ୍ଞତା ୫ଡି ସିମୁଲେଟରରେ ଡିଜାଇନ୍ ହୋଇଛି ଏବଂ ପରିଦର୍ଶକଙ୍କୁ ଏହି ସ୍କେଲରେ ଏକ କାର୍ଯ୍ୟକ୍ରମରେ କ୍ଷେତ୍ର ସ୍ତରର ବାସ୍ତବତା ଦେବା ପାଇଁ ଉଦ୍ଦିଷ୍ଟ । ସପ୍ତମ ବ୍ଲକ ଲୋକଙ୍କୁ ସ୍ମରଣ ପାଇଁ ଏକ ସ୍ଥାନ ପ୍ରଦାନ କରେ ଯେଉଁଠାରେ ସେମାନେ ହଜିଯାଇଥିବା ଲୋକଙ୍କୁ ସମ୍ମାନ ଜଣାଇପାରିବେ ।

ପ୍ରଧାନମନ୍ତ୍ରୀ ଭୁଜରେ ପ୍ରାୟ ୪୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ପ୍ରକଳ୍ପର କାଞ୍ଚନ ଶାଖା କେନାଲର ଉଦଘାଟନ କରିବେ । କେନାଲର ମୋଟ ଲମ୍ବ ପ୍ରାୟ ୩୫୭ କିଲୋମିଟର  କେନାଲର ଏକ ଅଂଶ ୨୦୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏବଂ ଅବଶିଷ୍ଟ ଅଂଶ ବର୍ତ୍ତମାନ ଉଦଘାଟନ କରାଯାଉଛି । ଜଳସେଚନ ସୁବିଧା ତଥା କଚ୍ଛ ଜିଲ୍ଲାର ସମସ୍ତ ୯୪୮ ଟି ଗାଁ ଏବଂ ୧୦ଟି ସହରରେ ପାନୀୟ ଜଳ ଯୋଗାଇବାରେ ଏହି କେନାଲ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ସରହଦ ଡାଏରୀର ନୂତନ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ; ଭୁଜ୍‍ର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଗାନ୍ଧୀଧାମରେ ଡକ୍ଟର ବାବା ସାହେବ ଆମ୍ବେଦକର ସମ୍ମିଳନୀ କକ୍ଷ; ଅଞ୍ଜରରେ ବୀର ବାଲ୍ ସ୍ମାରକ; ନାଖତରନାରେ ଭୁଜ୍ ଦ୍ୱିତୀୟ ସବଷ୍ଟେସନ୍ ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯେଉଁଥିବରେ ଭୁଜ୍‌-ଭୀମସାର ରୋଡ୍ ରହିଛି ।

ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗରର ମହାତ୍ମା ମଣ୍ଡପରେ ଆୟୋଜିତ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତି ଉତ୍ସବକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତର ସୁଜୁକି ଗୋଷ୍ଠୀର ଦୁଇଟି ପ୍ରମୁଖ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ - ଗୁଜୁରାଟର ହାନସାଲପୁରରେ ସୁଜୁକି ମୋଟର ଗୁଜୁରାଟ ଇଲେକ୍ଟ୍ରିକ୍ ଭେଇକିଲ୍ ବ୍ୟାଟେରୀ ଉତ୍ପାଦନ ସୁବିଧା ଏବଂ ହରିୟାନାର ଖାରଖୋଡା ଠାରେ ମାରୁତି ସୁଜୁକିର ଆଗାମୀ ଯାନ ଉତ୍ପାଦନ ସୁବିଧା ରହିଛି ।

ଗୁଜୁରାଟର ହାନସାଲପୁରରେ ୭୩୦୦ କୋଟି ଟଙ୍କା ବିନିଯୋଗରେ ଇଲେକ୍ଟ୍ରିକ୍ ଯାନ ପାଇଁ ସୁଜୁକି ମୋଟର ଗୁଜୁରାଟ ଇଲେକ୍ଟ୍ରିକ୍ ଭେଇକିଲ୍ ବ୍ୟାଟେରୀ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ହରିୟାଣାର ଖାରଖୋଡା ଠାରେ ବର୍ଷକୁ ୧୦ ଲକ୍ଷ ଯାତ୍ରୀବାହୀ ଯାନ ଉତ୍ପାଦନ କରିବାର ସୁବିଧା ଥିବା କ୍ଷମତା ପାଇବ ଏବଂ ଏହାକୁ ବିଶ୍ୱର ଗୋଟିଏ ସ୍ଥାନରେ ସର୍ବ ବୃହତ ଯାତ୍ରୀବାହୀ ଯାନ ଉତ୍ପାଦନ ସୁବିଧା ଭାବରେ ପରିଣତ କରିବ । ୧୧,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ସ୍ଥାପନ କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Infra spend up six-fold since 2014, crosses Rs 12 lakh crore: PM Modi

Media Coverage

Infra spend up six-fold since 2014, crosses Rs 12 lakh crore: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat