-ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ୫,୪୦୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଏବଂ ଲୋକାର୍ପଣ କରିବେ
-ପ୍ରକଳ୍ପ ଗୁଡ଼ିକ ସହରାଞ୍ଚଳ ବିକାଶ, ଶକ୍ତି, ସଡ଼କ ଏବଂ ରେଳବାଇର ଆବଶ୍ୟକତା ପୂରଣ କରିବ
-ମେକ୍ ଇନ ଇଣ୍ଡିଆ ସଫଳତାର ଏକ ପ୍ରମୁଖ ଉଦାହରଣ ଭାବେ ପ୍ରଧାନମନ୍ତ୍ରୀ ହଂସଲପୁରରେ ୧୦୦ରୁ ଅଧିକ ଦେଶକୁ ରପ୍ତାନି ଉପଲକ୍ଷେ ସୁଜୁକୀର ପ୍ରଥମ ବୈଶ୍ୱିକ ବ୍ୟାଟେରୀ ଇଲେକ୍ଟ୍ରିକ ଯାନ ‘ଇ-ଭିଟାରା’ର ଲୋକାର୍ପଣ କରିବେ
-ପ୍ରଧାନମନ୍ତ୍ରୀ ଟିଡିଏସ୍ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନର ଉଦଘାଟନ କରିବେ-ଏହା ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତର ଏକ ଐତିହାସିକ ପଦକ୍ଷେପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫-୨୬ରେ ଗୁଜରାଟ ଗସ୍ତ କରିବେ । ଅଗଷ୍ଟ ୨୫ ସନ୍ଧ୍ୟା ପ୍ରାୟ ୬ଟାରେ ଅହମ୍ମଦାବାଦର ଖୋଡଲଧାମ ମଇଦାନରେ ୫,୪୦୦ କୋଟି ଟଙ୍କାରେ ନିର୍ମିତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ସମର୍ପଣ କରିବେ । ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ଅଗଷ୍ଟ ୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁରଠାରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନକୁ ଉଦଘାଟନ କରିବେ । ୧୦୦ ଦେଶକୁ ଇଲେକ୍ଟ୍ରିକ ଯାନ ରପ୍ତାନିର ଶୁଭାରମ୍ଭ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ସେ ସମ୍ବୋଧିତ ମଧ୍ୟ କରିବେ ।

ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ଏବଂ ଯୋଗାଯୋଗ ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୧୪ ଶହ କୋଟି ଟଙ୍କାରୁ ଅଧିକ ଅର୍ଥର ଅନେକ ରେଳ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିବେ । ଏହା ମଧ୍ୟରେ ୫୩୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ୬୫ କିଲୋମିଟରର ମେହସଣା-ପାଲନପୁର ରେଳ ଲାଇନର ଦୋହରୀକରଣ, ୮୬୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ୩୭ କିଲୋମିଟରର କଲୋଳ-କଡି-କଟୋସନ ରେଳ ଲାଇନ ଏବଂ ୪୦ କିଲୋମିଟର ବେଚରାଜି-ରାନୁଜ ରେଳ ଲାଇନର ଗେଜ ପରିବର୍ତ୍ତନ ସାମିଲ ଅଛି । ଏହି ବ୍ରଡ ଗେଜ କ୍ଷମତା ବଢ଼ିବା ଦ୍ୱାରା ଏହି ପ୍ରକଳ୍ପ ଏହି ଅଞ୍ଚଳରେ ସୁଗମ, ସୁରକ୍ଷିତ ଏବଂ ନିର୍ବିଘ୍ନ ଯୋଗାଯୋଗକୁ ସୁନିଶ୍ଚିତ କରିବ । ଏହାଦ୍ୱାରା ଅଞ୍ଚଳରେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଦୈନିକ ଯାତ୍ରୀ, ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କ ପାଇଁ ଯାତ୍ରା ଅନେକାଂଶରେ ସହଜ ହୋଇପାରିବ । ଏଥିସହ କଟୋସନ ରୋଡ ଏବଂ ସାବରମତୀ ମଧ୍ୟରେ ଯାତ୍ରୀ ଟ୍ରେନର ଶୁଭାରମ୍ଭ ହେବା ଦ୍ୱାରା ଧାର୍ମିକ ସ୍ଥଳରେ ସହଜରେ ପହଞ୍ଚି ହେବ ଏବଂ ତୃଣମୂଳ ସ୍ତରରେ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ମିଳିପାରିବ । ବେଚରାଜିରୁ ମାଲବାହୀ ଟ୍ରେନ ସେବା ରାଜ୍ୟର ଇଣ୍ଡଷ୍ଟ୍ରିଆଲ ହବକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ମାଲ ପରିବହନ ନେଟୱର୍କ ବଢ଼ାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଯୋଗାଯୋଗ ବ୍ୟବସ୍ଥାରେ ସୁଧାର, ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଏବଂ କ୍ଷେତ୍ରୀୟ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ନିଜ ଦୃଷ୍ଟିକୋଣକୁ ଆଗକୁ ନେବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ବୀରମଗାମ-ଖୁଦାଦ-ରାମପୁରା ସଡ଼କ ପ୍ରଶସ୍ତୀକରଣର ଉଦଘାଟନ କରିବେ । ସେ ଅହମ୍ମଦାବାଦ-ମେହସଣା-ପାଲନପୁର ମାର୍ଗରେ ଛଅ ଲେନ ବିଶିଷ୍ଟ ଅଣ୍ଡରପାସ୍ ଏବଂ ଅହମ୍ମଦାବାଦ-ବୀରମଗାମ ମାର୍ଗରେ ରେଳବାଇ ଓଭରବ୍ରିଜ ନିର୍ମାଣର ଶିଳାନ୍ୟାସ କରିବେ । ଏହାଦ୍ୱାରା ଏହି ଅଞ୍ଚଳରେ ଔଦ୍ୟୋଗିକ ବିକାଶ ବୃଦ୍ଧି ପାଇବ, ପରିବହନ ଦକ୍ଷତାରେ ସୁଧାର ହେବ ଏବଂ ଆର୍ଥିକ ସ୍ଥିତି ବଦଳିବ ।

ରାଜ୍ୟରେ ବିଦୁ୍ୟତ କ୍ଷେତ୍ରକୁ ପ୍ରୋତ୍ସାହନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଉତ୍ତର ଗୁଜରାଟ ବିଜ କମ୍ପାନି ଲିମିଟେଡ (ୟୁବିଜିସିଏଲ) ଅନ୍ତର୍ଗତ ଅହମ୍ମଦାବାଦ, ମେହସଣା ଏବଂ ଗାନ୍ଧୀନଗରରେ ବିଦୁ୍ୟତ ବିତରଣ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପର ଉଦେ୍ଦଶ୍ୟ ପୁନର୍ଗଠିତ ବିତରଣ କ୍ଷେତ୍ର ଯୋଜନା ଅନୁସାରେ କ୍ଷତି ହ୍ରାସ କରିବା, ନେଟୱର୍କର ଆଧୁନିକୀକରଣ କରିବା ଏବଂ ମୌଳିକ ଢାଞ୍ଚାକୁ ମଜବୁତ କରିବା । ୧ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ନିବେଶରେ ହୋଇଥିବା ଏହି ପ୍ରକଳ୍ପ ପ୍ରତିକୂଳ ପାଗ ସମୟରେ ବିଜୁଳି କାଟ ହ୍ରାସ ସହ ବିଜୁଳି ଯୋଗାଣରେ ବାଧା ଦୂର କରିବ । ଜନସୁରକ୍ଷା, ଟ୍ରାନ୍ସଫର୍ମରର ସୁରକ୍ଷା ଏବଂ ବିଜୁଳି ଯୋଗାଣ ନେଟୱର୍କର ବିଶ୍ୱସନୀୟତାରେ ସୁଧାର ଆଣିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ର ସିତୁ ସ୍ଲମ ରିହାବିଲିଟେସନ କମ୍ପୋନେଣ୍ଟ ଅଧୀନରେ ରାମପିର ନୋ ଟେକ୍ରୋ ସେକ୍ଟର-୩ରେ ବସ୍ତି ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଆଖପାଖ ସର୍ଦ୍ଦାର ପଟେଲ ରିଙ୍ଗ ରୋଡରେ ଯାତାୟାତ ସୁଗମ କରିବା ପାଇଁ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରମୁଖ ସଡ଼କ ପ୍ରଶସ୍ତୀକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ଜଳ ଏବଂ ସ୍ୱିରେଜ ପ୍ରବନ୍ଧନ ପ୍ରଣାଳୀକୁ ସୁଦୃଢ଼ କରିବାକୁ ପ୍ରମୁଖ ସହରୀ ଅବସଂରଚନା ପରିଯୋଜନାର ଶିଳାନ୍ୟାସ ମଧ୍ୟ କରିବେ ।

ପ୍ରଶାସନିକ ଦକ୍ଷତା ଏବଂ ସାର୍ବଜନୀକ ସେବା ବିତରଣକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟର ପ୍ରମୁଖ ମୌଳିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ମଧ୍ୟରେ ଅହମ୍ମଦାବାଦ ପଶ୍ଚିମରେ ଏକ ନୂତନ ଷ୍ଟାମ୍ପ ପଂଜିକରଣ ଭବନର ନିର୍ମାଣ ସାମିଲ ରହିଛି । ଏହାର ଉଦେ୍ଦଶ୍ୟ ନାଗରିକ କୈନ୍ଦ୍ରିକ ସେବାରେ ସୁଧାର ଆଣିବା । ଏହା ବ୍ୟତୀତ ଗାନ୍ଧୀନଗରରେ ଏକ ରାଜ୍ୟସ୍ତରୀୟ ଡାଟା ସଂଗ୍ରହ କେନ୍ଦ୍ର ସ୍ଥାପନ ବି ସାମିଲ ରହିଛି । ଏହାର ଉଦେ୍ଦଶ୍ୟ ଗୁଜରାଟରେ ସୁରକ୍ଷିତ ଡାଟା ପ୍ରବନ୍ଧନ ଓ ଡିଜିଟାଲ ଶାସନ କ୍ଷମତା ବଢ଼ାଇବା ।

ଅଗଷ୍ଟ ୨୬ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁରସ୍ଥିତ ସୁଜୁକୀ ମୋଟର ପ୍ଲାଣ୍ଟରେ ଦୁଇଟି ଐତିହାସିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହି ଐତିହାସିକ ପଦକ୍ଷେପ ସବୁଜ ପରିବହନର ବୈଶ୍ୱିକ କେନ୍ଦ୍ର ରୂପରେ ଭାରତର ଅଭୁ୍ୟଦୟକୁ ଦର୍ଶାଉଛି । ଏଥିସହ ମେକ୍ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଆଗକୁ ବଢ଼ାଉଛି ।

ମେକ୍ ଇନ ଇଣ୍ଡିଆର ସଫଳତାର ଏକ ପ୍ରମୁଖ ଉଦାହରଣ ଭାବେ ପ୍ରଧାନମନ୍ତ୍ରୀ ସୁଜୁକୀର ପ୍ରଥମ ବୈଶ୍ୱିକ ରଣନୀତିକ ବ୍ୟାଟେରୀ ଇଲେକ୍ଟ୍ରିକ ବାହନ (ବିଇବି) ‘ଇ-ଭିଟାରା’ ର ଉଦଘାଟନ ଏବଂ ଶୁଭାରମ୍ଭ କରିବେ । ଭାରତରେ ନିର୍ମିତ ଏହି ବିଇବିର ରପ୍ତାନି ୟୁରୋପ ଏବଂ ଜାପାନ ଭଳି ଉନ୍ନତ ବଜାର ସହିତ ଶହେରୁ ଅଧିକ ଦେଶକୁ କରାଯିବ । ଏହି ଉପଲବ୍ଧô ସହିତ ଭାରତ ଏବେ ସୁଜୁକୀର ଇଲେକ୍ଟ୍ରିକ ବାହନର ବୈଶ୍ୱିକ ବିନିର୍ମାଣ କେନ୍ଦ୍ରରେ ପରିଣତ ହେବ ।

ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଟିଡିଏସ୍ ଲିଥିୟମ-ଆୟନ ବ୍ୟାଟେରୀ ସଂଯନ୍ତ୍ର ରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନର ଶୁଭାରମ୍ଭ କରିବା ସହ ଭାରତରେ ବ୍ୟାଟେରୀ ଇକୋସିଷ୍ଟମର ପରବର୍ତ୍ତୀ ପର୍ଯ୍ୟାୟର ମଧ୍ୟ ଉଦଘାଟନ କରିବେ । ତୋସିବା, ଡେନସୋ ଏବଂ ସୁଜୁକୀର ସଂଯୁକ୍ତ ଉଦ୍ୟମରେ ଏହି କାରଖାନା ଘରୋଇ ବିନିର୍ମାଣ ଓ ସ୍ୱଚ୍ଛ ଶକ୍ତି ନବାଚାରକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଏବେ ୮୦ ପ୍ରତିଶତରୁ ଅଧିକ ବ୍ୟାଟେରୀ ଭାରତରେ ଉତ୍ପାଦନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Badaun, Uttar Pradesh
June 17, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Badaun, Uttar Pradesh. Shri Modi also wished speedy recovery for those injured in the mishap.

The Prime Minister’s Office posted on X;

“The loss of lives due to a mishap in Badaun, Uttar Pradesh, is deeply painful. I extend my condolences to the bereaved families. Praying for the speedy recovery of the injured: PM @narendramodi”