-ପ୍ରଧାନମନ୍ତ୍ରୀ ‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ସାମିଲ ହେବେ
-ଭାବନଗରରେ ୩୪,୨୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
-ପ୍ରକଳ୍ପ ଗୁଡ଼ିକ ବିଭିନ୍ନ କ୍ଷେତ୍ରର: ସାମୁଦ୍ରିକ, ଏଲଏନଜି ଇନଫ୍ରାଷ୍ଟ୍ରକଚର,ନବୀକରଣୀୟ ଶକ୍ତି, ରାଜମାର୍ଗ, ସ୍ୱାସ୍ଥ୍ୟସେବା ଏବଂ ସହରାଞ୍ଚଳ ପରିବହନ
-ପ୍ରଧାନମନ୍ତ୍ରୀ ଲୋଥାଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ପରିଦର୍ଶନ କରିବେ ଏବଂ ଏହାର ପ୍ରଗତି ସମୀକ୍ଷା କରିବେ
- ଜାହାଜ ନିର୍ମାଣ, ବନ୍ଦର ଆଧୁନିକୀକରଣ, ସବୁଜ ଶକ୍ତି ଏବଂ ଉପକୂଳ ସଂଯୋଗୀକରଣ ମାଧ୍ୟମରେ ସମୁଦ୍ର-ଭିତ୍ତିକ ବିକାଶ ଉପରେ ଧ୍ୟାନ ଦିଆଯିବ
-ଢ଼ୋଲେରାଠାରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୦ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଭାଭନଗରରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ୩୪,୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଏହାପରେ ଢ଼ୋଲେରାଠାରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ । ଦ୍ୱିପ୍ରହର ୧ଟା ୨୦ରେ ସେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଲୋଥାଲ ଠାରେ ନ୍ୟାସନାଲ ମାରିଟାଇମ ହେରିଟେଜ କମ୍ପ୍ଲେକ୍ସ ପରିଦର୍ଶନ କରିବେ ।

ସାମୁଦ୍ରିକ କ୍ଷେତ୍ରକୁ ଗୁରୁତ୍ୱ ଦେଇ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସାମୁଦ୍ରିକ କ୍ଷେତ୍ର ସହ ଜଡ଼ିତ ୭,୭୮୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଇନ୍ଦିରା ଡକ୍ ଠାରେ ସେ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲର ଉଦଘାଟନ କରିବେ । ପରେ ସେ କୋଲକାତାର ଶ୍ୟାମାପ୍ରାସାଦ ମୁଖାର୍ଜୀ ବନ୍ଦରର ଏକ ନୂତନ କଣ୍ଟେନର ଟର୍ମିନଲ ଏବଂ ଅନ୍ୟାନ୍ୟ ସୁବିଧାର ଶିଳାନ୍ୟାସ କରିବେ । ସେହିପରି ପାରାଦୀପ ବନ୍ଦରର ନୂତନ କଣ୍ଟେନର ବର୍ଥ, କାର୍ଗୋ ହ୍ୟାଣ୍ଡଲିଂ ସୁବିଧା ଏବଂ ସଂଯୋଗିତ ବିକାଶମୂଳକ କାମର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଏନ୍ନୋର ସ୍ଥିତ କାମରାଜର ବନ୍ଦରର ଟୁନା ଟେକ୍ରା ମଲ୍ଟି କାର୍ଗୋ ଟର୍ମିନଲ, ଅଗ୍ନି ନିର୍ବାପକ ସୁବିଧା ଏବଂ ଆଧୁନିକ ସଡ଼କ ଯୋଗାଯୋଗର ଶିଳାନ୍ୟାସ କରିବେ । ସେ ଚେନ୍ନାଇ ବନ୍ଦରର ସାମୁଦ୍ରିକ ପ୍ରାଚୀର ଏବଂ ପୁନଃସ୍ଥାପନ ଭଳି ଉପକୂଳର ସୁରକ୍ଷା କାମର ଶିଳନ୍ୟାସ କରିବେ । କାର-ନିକୋବର ଦ୍ୱୀପର ସମୁଦ୍ର ପ୍ରାଚୀର ନିର୍ମାଣ, କାଣ୍ଡଲାର ଦୀନଦୟାଲ ବନ୍ଦରରେ ବହୁମୁଖୀ କାର୍ଗୋ ବର୍ଥ ଏବଂ ଗ୍ରୀନ ବାୟୋ-ମିଥାନଲ ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରି, ପାଟନା ଏବଂ ବାରାଣସୀରେ ଜାହାଜ ନିର୍ମାଣ ସୁବିଧାର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ।

ଶତତ ବିକାଶର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଗୁଜରାଟର ବିଭିନ୍ନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୨୬,୩୫୪ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେ ଚହରା ବନ୍ଦରରେ ଏଚପିଏଲଏନଜି ରିଗ୍ୟାସିଫିକେସନ ଟର୍ମିନଲ, ଗୁଜରାଟର ଆଇଓସିଏଲ ରିଫାଇନାରୀରେ ଆକ୍ରିଲିକ୍ସ ଆଣ୍ଡ ଅକ୍ସୋ ଆଲକୋହଲ ପ୍ରୋଜେକ୍ଟ, ୬୦୦ ମେଗାୱାଟର ଗ୍ରୀନ ସୁ ଇନିସିଏଟିଭ୍, କୃଷକମାନଙ୍କ ପାଇଁ ପିଏମ-କୁସୁମ ୪୭୫ ମେଗାୱାଟ କମ୍ପୋନେଣ୍ଟ ସି ସୋଲାର ଫିଡର,୪୫ ମେଗାୱାଟର ବଦେଲି ସୋଲାର ପିଭି ପ୍ରୋଜେକ୍ଟ, ଧୋରଦୋ ଗ୍ରାମର ସମ୍ପୂର୍ଣ୍ଣ ସୌରଶକ୍ତିକରଣ ପ୍ରକଳ୍ପର  ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏଲଏନଜି ଇନଫ୍ରାଷ୍ଟ୍ରକଚର, ଅତିରିକ୍ତ ନବୀକରଣୀୟ ଶକ୍ତି ପ୍ରକଳ୍ପ, ଉପକୂଳ ସୁରକ୍ଷା କାମ, ରାଜପଥ, ସ୍ୱାସ୍ଥ୍ୟସେବା ଏବଂ ସହରାଞ୍ଚଳ ପରିବହନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିସହ ଭାବନଗରରେ ସାର-ଟି ଜେନେରାଲ ହସପିଟାଲ, ଜାମନଗରସ୍ଥିତ ଗୁରୁ ଗୋବିନ୍ଦ ସିଂହ ହସପିଟାଲର ସମ୍ପ୍ରସାରଣ ଏବଂ ୭୦ କିଲୋମିଟର ଜତୀୟ ରାଜପଥର ଚାରି ଲେନ କାମର ମଧ୍ୟ ଶିଳାନ୍ୟାସ କରିବେ ।

ଏହା ସହିତ ପ୍ରଧାନମନ୍ତ୍ରୀ ଢୋଲେରା ସ୍ପେଶାଲ ଇନଭେଷ୍ଟମେଣ୍ଟ ରିଜନ (ଡିଏସଆଇଆର)ର ଆକାଶମାର୍ଗରୁ ସର୍ଭେ କରିବେ । ଯାହା ଏକ ଶତତ ଔଦ୍ୟୋଗୀକରଣ, ସ୍ମାର୍ଟ ଇନଫ୍ରାଷ୍ଟ୍ରକଚର ଏବଂ ବୈଶ୍ୱିକ ନିବେଶ ସହ ଗଢ଼ି ଉଠୁଥିବା ଗ୍ରୀନଫିଲ୍ଡ ଔଦ୍ୟୋଗିକ ସହର । ସେ ମଧ୍ୟ ଲୋଥାଲ ଠାରେ ନ୍ୟାସନାଲ ମାରିଟାଇମ ହେରିଟେଜ କମ୍ପ୍ଲେକ୍ସ ନିର୍ମାଣର ସମୀକ୍ଷା କରିବେ । ପ୍ରାୟ ୪,୫୦୦ କୋଟି ଟଙ୍କା ଖର୍ଚ୍ଚରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ସଂରକ୍ଷିତ ରଖିବା ସହ ପର୍ଯ୍ୟଟନ, ଗବେଷଣା, ଶିକ୍ଷା ଏବଂ ଦକ୍ଷତା ବିକାଶର କେନ୍ଦ୍ର ଭାବେ ଏହା ନିର୍ମାଣ କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi