ପ୍ରଧାନମନ୍ତ୍ରୀ ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ କରିବେ ଅଂଶଗ୍ରହଣ
ପ୍ରଧାନମନ୍ତ୍ରୀ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୧.୪ ଲକ୍ଷରୁ ଅଧିକ ବାସଗୃହର ଶିଳାନ୍ୟାସ ଓ ଉଦଘାଟନ
୧୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ରେଳ ସଂଯୋଗୀକରଣକୁ ବଡ଼ ସହାୟତା
ବହୁମୁଖୀ ବିକାଶ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି
ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରାଜ୍ୟରେ ଯୋଜନା ଆରମ୍ଭ ହେବ
ପାଭଗଡ଼ ପାହାଡ଼ରେ ପ୍ରଧାନମନ୍ତ୍ରୀ ଶ୍ରୀ କାଳୀକା ମାତାଙ୍କ ପୁନଃବିକଶିତ ମନ୍ଦିରର କରିବେ ଉଦଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ । ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପରେ ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପରେ ଦିନ ପ୍ରାୟ ସାଢ଼େ ବାରଟା ବେଳେ ସେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ଗୁଜରାଟ ଗୌରବ ଅଭିଯାନ

ଭଦୋଦରାର ଗୁଜରାଟ ଗୌରବ ଅଭିଯାନରେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ଓ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ । ଏଥିମଧ୍ୟରେ ୩୫୭ କିଲୋମିଟର ଦୀର୍ଘ ନିଉ ପାଲାନପୁର - ମଦର ସେକ୍ସନର ଉତ୍ସର୍ଗୀକୃତ ମାଲବାହୀ କରିଡ଼ର, ୧୬୬ କିଲୋମିଟର ଦୀର୍ଘ ଅହମ୍ମଦାବାଦ - ବୋଟାଜ ସେକ୍ସନର ରେଳପଥ ପ୍ରଶସ୍ତିକରଣ, ୮୧ କିଲୋମିଟର ଦୀର୍ଘ ପାଲାନପୁର-ମିଥା ସେକ୍ସନର ବିଦୁତକରଣ ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ସୁରତ, ଉଦାନା, ସୋମନାଥ ଓ ସାବରମତି ଷ୍ଟେସନର ପୁନର୍ବିନ୍ୟାସ କାର୍ଯ୍ୟର ଶିଳାନ୍ୟାସ ସହ ରେଳ ସେକ୍ଟରର ଆଉ ଏକ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ବିଭିନ୍ନ ବ୍ୟବସ୍ଥାଗତ ଖର୍ଚ୍ଚ ହ୍ରାସ ପାଇବା ସହ ସେ ଅଞ୍ଚଳର କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶ ଘଟିବ । ଏହାଦ୍ୱାରା ସେ ଅଞ୍ଚଳର ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରା ସୁବିଧାରେ ମଧ୍ୟ ଉନ୍ନତି ଘଟିବ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ମୋଟ ୧.୩୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଦ୍ୱାରା ସମର୍ପିତ ହେବ । ସେଥିରୁ ୧,୮ଠଠ କୋଟି ଟଙ୍କାର ଘର ସହରାଞ୍ଚଳରେ ଥିବାବେଳେ ୧,୫୩ଠ କୋଟି ଘର ଗ୍ରାମାଞ୍ଚଳରେ ରହିଛି । ଏଥିସହ ପ୍ରାୟ ୩୧ଠ କୋଟି ଟଙ୍କା ବ୍ୟୟରେ ପ୍ରାୟ ୩ଠଠଠ ଘର ଖତ୍ ମହୁରତ ମଧ୍ୟ କରାଯିବ ।

ଏହି କାର୍ଯ୍ୟକ୍ରମ ଅଧିନରେ ପ୍ରଧାନମନ୍ତ୍ରୀ ଖେଡ଼ା, ଆନନ୍ଦ, ଭଦୋଦରା, ଛୋଟା ଉଦୟପୁର ଓ ପଞ୍ଚ ମହଲରେ ୬୮ଠ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅନେକ ପ୍ରକଳ୍ପକୁ ଉତ୍ସର୍ଗ ଓ ଶିଳାନ୍ୟାସ କରିବେ । ଏହା ସେହି ଅଞ୍ଚଳର ଜୀବନଧାରଣ ମାନରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜରାଟର ଦାବୋହୀ ତାଲୁକରେ କୁଣ୍ଢେଲା ଗ୍ରାମରେ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ଭଦୋଦରା ଠାରୁ ୨ଠ କିଲୋମିଟର ଦୂରରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟ ପ୍ରାୟ ୪୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବା ସହ ୨୫ଠଠରୁ ଅଧିକ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ସହାୟକ ହେବ ।

ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ଆଠ ଶହ କୋଟି ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ମାତୃଶକ୍ତି ଯୋଜନାରେ ଶୁଭାରମ୍ଭ କରିବେ । ଏହି ଯୋଜନା ଅଧିନରେ ଗର୍ଭବତୀ ଓ ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଆମାନେ ପ୍ରତି ମାସକୁ ଅଙ୍ଗନବାଡ଼ି କେନ୍ଦ୍ରରୁ ବିନା ମୂଲ୍ୟରେ ୨ କେଜି ବୁଟ, ଏକ କେଜି ମସୁର ଡାଲି ଓ ଏକ କେଜି ଖାଇବା ତେଲ ପାଇବେ । ପ୍ରଧାନମନ୍ତ୍ରୀ ମଧ୍ୟ ପୋଷଣ ଶୁଦ୍ଧ ଯୋଜନା ବାବଦକୁ ୧୨ଠ କୋଟି ଟଙ୍କା ସହାୟତା ବଣ୍ଟନ କରିବେ । ଏହା ଏବେ ରାଜ୍ୟର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ପ୍ରସାରିତ ହୋଇଛି । ଆଦିବାସୀ ଅଧୁ୍ୟଷିତ ଜିଲ୍ଲାଗୁଡ଼ିକରେ କାଲସିୟମ ଓ ଲୌହ ବଟିକା ବଣ୍ଟନ ସହ ପୌଷ୍ଟିକତା ସଚେତନତା ସୃଷ୍ଟିରୁ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ କ୍ଷେତ୍ରରେ ଉନ୍ନତି ଦେଖାଯିବା ପରେ ଏହି ପଦକ୍ଷେପ ନିଆଯାଉଛି ।

ଶ୍ରୀ କାଳିକ ମାତାଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ

ପାଭଗଡ଼ ପାହାଡ଼ ଉପରେ ଥିବା ଶ୍ରୀ କାଳୀକ ମାତାଙ୍କ ପୁନଃବିକଶିତ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ସେ ଅଞ୍ଚଳର ସବୁଠାରୁ ପୁରୁଣା ମନ୍ଦିର ଓ ଏଠାକୁ ବହୁ ଦର୍ଶନାର୍ଥୀ ଆସିଥାନ୍ତି । ମନ୍ଦିରରେ ପୁନର୍ବିନ୍ୟାସ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପୁନର୍ବିନ୍ୟାସ ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚଳିତ ବର୍ଷ ଏପ୍ରିଲ ମାସରେ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟ ପୁନଃର୍ବିନ୍ୟାସ ଯାହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨ଠ୧୭ ମସିହାରେ କରାଯାଇଥିଲା । ଏଥିମଧ୍ୟରେ ମନ୍ଦିର ମୂଳଦୁଆ, ପରସ୍ପର ତିନିଟି ପର୍ଯ୍ୟାୟରେ ହୋଇଛି । ଏହାଛଡ଼ା ରାସ୍ତା ଆଲୋକ ଓ ସିସିଟିଭି ଇତ୍ୟାଦିର ମଧ୍ୟ ବ୍ୟବସ୍ଥା କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2026
April 18, 2026

From Tap Water to 40,000 Manuscripts: Modi’s Vision Delivers Jobs, Clean Energy & Civilisational Pride