ଦାହୋଦରେ ଆୟୋଜିତ ଆଦିଜାତି ମହାସମ୍ମେଳନରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହିତ ୨୨ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ
ଜାମ୍‌ନଗରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧର ବୈଶ୍ୱିକ କେନ୍ଦ୍ରର ଶିଳାନ୍ୟାସ ସହିତ ଗାନ୍ଧିନଗରରେ ‘ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ ସମ୍ମିଳନୀ’ ଉଦ୍‌ଘାଟିତ ହେବ
ବନାସକାଣ୍ଠା ଜିଲ୍ଲାର ଦିୟୋଦରଠାରେ ପ୍ରଧାନମନ୍ତ୍ରୀ ‘ବନାସ ଡେରୀ ସଂକୁଳ’ ସେଣ୍ଟର ପରିଦର୍ଶନ କରିବେ
ପ୍ରଧାନମନ୍ତ୍ରୀ ଏପ୍ରିଲ ୧୮ରୁ ୨୦ଯାଏ ଗୁଜରାଟ ଗସ୍ତରେ ଯିବେ

ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। ଏପ୍ରିଲ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସ୍କୁଲ ସମୂହ ପାଇଁ ନିର୍ମିତ ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’କୁ ବୁଲି ଦେଖିବେ । ଏପ୍ରିଲ ୧୯ତାରିଖ ପୂର୍ବାହ୍ନ ପ୍ରାୟ୯ଟା ୪୦ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ବନାସକାଣ୍ଠା ଜିଲ୍ଲାର ଦିୟୋଦରଠାରେ ‘ବନାସ ଡେରୀ ସଂକୁଳ’ ର ବିବିଧ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେବେ । ଏହାପରେ ସେଦିନ ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧର ବୈଶ୍ୱିକ କେନ୍ଦ୍ରର ଶୁଭ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । 

ଏପ୍ରିଲ ୨୦ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ତିରିଶ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ଆୟୋଜିତ ‘ଗ୍ଲୋବାଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଓ ଇନୋଭେସଡ’ ସମିଟ୍‌କୁ ଉଦ୍‌ଘାଟନ କରିବେ । ଏହା ପରେ ସେଦିନ ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ଦାହୋଦରେ ଆୟୋଜିତ ଆଦିଜାତି ମହାସମ୍ମେଳନକୁ ଉଦ୍‌ଘାଟନ କରିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭ ଦେବେ ।

ସ୍କୁଲ ସମୂହର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗାନ୍ଧିନଗରରେ ସ୍କୁଲ ସମୂହ ପାଇଁ ନିର୍ମିତ କମାଣ୍ଡ ଆଣ୍ଡ କଂଣ୍ଟ୍ରୋଲ ସେଣ୍ଟରରେ ଏପ୍ରିଲ ୧୮ ତାରିଖର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପହଞ୍ଚି ତାହାକୁ ବୁଲି ଦେଖିବେ । ଏହି ସେଣ୍ଟର  ବା କେନ୍ଦ୍ରରେ ବାର୍ଷିକ ୫୦୦କୋଟିରୁ ଅଧିକ ଡାଟା ସେଟ୍ ସଂଗୃହୀତ ହେଉଛି । ସେସବୁକୁ ବିଗ୍ ଡାଟା ଆନାଲିଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଓ ମେସିନ ଲର୍ଣ୍ଣିଂ ବ୍ୟବସ୍ଥାର ତର୍ଜମା କରାଯାଇ ଛାତ୍ରଛାତ୍ରୀଙ୍କର ପାଠପଢାର ସାମଗ୍ରିକ ଫଳାଫଳ ନିର୍ଣ୍ଣୟ କରାଯାଉଛି । ଏହି କେନ୍ଦ୍ର ଦୈନିକ ଅନଲାଇନ ବ୍ୟବସ୍ଥାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଗ୍ରହ କରିବା ସହିତ ପିଲାଙ୍କ ପାଠପଢାର ଫଳାଫଳ ଓ ଆକଳନ ନିର୍ଦ୍ଧାରିତ ସମୟରେ ବର୍ଷରେ ଏକାଧିକ ବାର କରୁଛି । ଏହି କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥାକୁ ବିଶ୍ୱବ୍ୟାଙ୍କ ଶିକ୍ଷାକ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ନୀତିର ମାନ୍ୟତା ପ୍ରଦାନ କରିଛି । ଏହି କେନ୍ଦ୍ର ବୁଲି ଦେଖିବା ସହିତ  ନିଜ ନିଜ ଦେଶରେ ଏଭଳି ବ୍ୟବସ୍ଥା କରିବାକୁ ଅନ୍ୟ ଦେଶଗୁଡିକୁ ବିଶ୍ୱବ୍ୟାଙ୍କ ପରାମର୍ଶ ଦେଇଛି ।

ବନାସ ଡେରୀ ସଙ୍କୁଳରେ ପ୍ରଧାନମନ୍ତ୍ରୀ

ବନାସକାଣ୍ଠା ଜିଲ୍ଲାର ଦିଓଦରଠାରେ ନବନିର୍ମିତ ବନାସ ଡେରୀ ସଙ୍କୁଳର ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ରକଳ୍ପ  ଓ ଆଳୁ ପ୍ରକ୍ରିୟାକରଣ କାରଖାନାକୁ ପ୍ରଧାନମନ୍ତ୍ରୀ  ଉଦ୍‌ଘାଟନ କରିବେ । ଏହି ଦୁଇ ପ୍ରକଳ୍ପ ୬୦୦କୋଟିରୁ ଅଧିକ ଟଙ୍କାରେ ନିର୍ମିତ । ନୂଆ ଡେରୀ ପ୍ରକଳ୍ପଟି ସମ୍ପୂର୍ଣ୍ଣ ନୂଆ ଏବଂ ଏଥିରେ ଏକ ସମୟରେ ପ୍ରାୟ ୩୦ଲକ୍ଷ ଲିଟର କ୍ଷୀରର  ପ୍ରକ୍ରିୟାକରଣ ହୋଇପାରିବ । ଏହି ପ୍ରକଳ୍ପରୁ ଦୈନିକ ପ୍ରାୟ ୮୦ଟନ୍ ଲହୁଣି, ଏକଲକ୍ଷ ଲିଟର ଆଇସ୍‌ସ୍କ୍ରିମ୍‌, ୨୦ଟନ୍ ଖୁଆ ଓ ଛ’ଟନ ଚକୋଲେଟ ଉତ୍ପାଦିତ ହେବାର ସାମର୍ଥ୍ୟ ରହିଛି ।

            ସେହିଭଳି ଆଳୁ ପ୍ରକ୍ରିୟାକରଣ ପ୍ରକଳ୍ପରୁ ଫ୍ରେଞ୍ଚ ଫ୍ରାଏଜ, ଆଳୁ ଚିପ୍ସ, ଆଳୁ ଟିକି ଓ ପେଟିସ ଆଦି ଉତ୍ପାଦିତ ହେବା ସହିତ ବିଦେଶକୁ ରପ୍ତାନୀ ହେବ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଚାଷୀ ଉପକୃତ ହେବା ସହିତ ସମ୍ପୃକ୍ତ ଅଞ୍ଚଳରେ ଅର୍ଥନୀତି ସୁଦୃଢ ହୋଇପାରିବ । ପ୍ରଧାନମନ୍ତ୍ରୀ ବନବାସ ଗୋଷ୍ଠୀ ରେଡିଓ କେନ୍ଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ କରିବେ । ଏହି ଗୋଷ୍ଠୀ ବେତାର କେନ୍ଦ୍ର ଚାଷୀମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଛି। ଏଥିରୁ ଚାଷୀଙ୍କୁ କୃଷି ଓ ପଶୁପାଳନ ଆଦି ସମ୍ପର୍କରେ ବିଜ୍ଞାନଭିତ୍ତିକ ତଥ୍ୟ ପ୍ରଦାନ କରାଯିବ । ପ୍ରାୟ ୧୭୦୦ ଗ୍ରାମର ପାଞ୍ଚ ଲକ୍ଷରୁ ଅଧିକ ଚାଷୀ ଏହି ରେଡିଓ କେନ୍ଦ୍ରର ସୁବିଧା ପାଇବେ ।

ଏହା ବ୍ୟତୀତ ପାଲନପୁରଠାରେ ବନାସ ଡେରୀ ପ୍ଲାଣ୍ଟର ପରିବର୍ଦ୍ଧିତ  ଛେନା ଓ ଦୁଗ୍ଧଗୁଣ୍ଡ ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିବେ । ଏହାଛଡା ଗୁଜରାଟର ଦମାଠାରେ ନିର୍ମିତ ଜୈବିକ ଖତସାର ଓ ବାୟୋଗ୍ୟାସ ପ୍ଲାଣ୍ଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ । ଏହାଛଡା ପ୍ରଧାନମନ୍ତ୍ରୀ ଖିମନା, ରତନପୁର-ଭିଲ୍‌ଡି, ରାଧନପୁର ଓ ଥୱାରଠାରେ ଏକ ଶହ ଟନ୍ ବିଶିଷ୍ଟ ଚାରିଟି ଗୋବରଗ୍ୟାସ ପ୍ଲାଣ୍ଟର ଶୁଭ ଦେବେ ।

 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ କେନ୍ଦ୍ର

 ଜାମନଗର ଏହି କେନ୍ଦ୍ର ବା ଜିସିଟିଏମ୍ ସ୍ଥାପିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଏପ୍ରିଲ ୧୯ ତାରିଖ ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ଏହାର ଶୁଭ ଦେବେ । ଏହି କାର୍ଯ୍ୟକ୍ରମରେ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡକ୍ଟର ଟେଡ୍ରସ ଘେବ୍ରେସସ୍ ଉପସ୍ଥିତ ରହିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଔଷଧ ସମ୍ପର୍କରେ ଏହି କେନ୍ଦ୍ର ପ୍ରଥମ କରି ସ୍ଥାପନ କରାଯାଉଛି । ଏହା ଏକ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ହବ୍‌ରେ ପରିଣତ ହେବ ବୋଲି ଆଶା କରାଯାଏ ।

ଗ୍ଲୋବାଲ ଆୟୁଷ ଇନଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ ସମ୍ମିଟ୍

 ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଗ୍ଲୋବଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ  ଓ ଇନୋଭେସନ ଶିଖର ସମ୍ମିଳନୀ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ଏହାକୁ ଏପ୍ରିଲ ୨୦ ତାରିଖ ପୂର୍ବାହ୍ନ ସାଢେ ୧୦ଟା ବେଳେ ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମରିସସ୍‌ର ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ମଧ୍ୟ ଯୋଗଦେବେ । ଏହି ତିନିଦିନିଆ ଶିଖର ସମ୍ମିଳନୀରେ ପାଞ୍ଚଟି ପୂର୍ଣ୍ଣାଙ୍ଗ ଅଧିବେଶନ, ଆଠଟି ଗୋଲଟେବୁଲ ବୈଠକ, ଛ’ଟି କର୍ମଶାଳା ଓ ଦୁଇଟି ସଂପାନ(ଆଲୋଚଚକ୍ର)ର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୯୦ଜଣ ବିଶିଷ୍ଟ ବକ୍ତା ଓ ୧୦୦ ପ୍ରଦର୍ଶକ ଅଂଶଗ୍ରହଣ କରିବେ ।

ଏହି ଶୀର୍ଷ ବୈଠକ ଭାରତରେ ଆୟୁଷ କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ଭାବନା ଓ ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ସହିତ ଏ କ୍ଷେତ୍ରରେ ନବସୃଜନ, ଗବେଷଣା ଓ ବିକାଶକୁ ସହାୟତା ଯୋଗାଇବ ।

ଆଦିବାସୀ ମହାସମ୍ମେଳନରେ ପ୍ରଧାନମନ୍ତ୍ରୀ

ଦାହୋଦରେ ଆୟୋଜିତ ହେଉଥିବା ଆଦିଜାତି ମହାସମ୍ମେଳନରେ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୦ତାରିଖ ଅପରାହ୍ନ ପ୍ରାୟ ୩ଟା ୩୦ମନିଟ୍‌ରେ ଯୋଗଦେବେ । ସେଠାରେ ସେ ୨୨,୦୦୦ କୋଟିରୁ ଅଧିକ ଟଙ୍କାର ବିିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଶୁଭାରମ୍ଭ କରିବେ । ଏହି ସମ୍ମେଳନରେ ଦୁଇ ଲକ୍ଷରୁ ଅଧିକ ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ସେଠାରେ ୧୪୦୦ କୋଟିରୁ ଅଧିକଟଙ୍କାର ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ସେଥିମଧ୍ୟରେ ରହିଛି ଦାହୋଦ  ଜିଲ୍ଲା ଦକ୍ଷିଣାଞ୍ଚଳ  ଆଞ୍ଚଳିକ ଜଳଯୋଗାଣ ବ୍ୟବସ୍ଥା, ଯାହା ନର୍ମଦା ଉପତ୍ୟକା ଯୋଜନାରେ ୮୪୦କୋଟି ଟଙ୍କାରେ ନିର୍ମିତ । ଏହି ପ୍ରକଳ୍ପରୁ ଦାହୋଦ ଜିଲ୍ଲାର ୨୮୦ ଗାଁ ଓ ଦେବଗଡ ବରିଆ ସହରକୁ ପାନୀୟଜଳ ଯୋଗାଇ ଦିଆଯିବ । ଏହାଛଡା ପ୍ରଧାନମନ୍ତ୍ରୀ ଦାହୋଦ ସ୍ମାର୍ଟସିଟି ପ୍ରକଳ୍ପ (୩୩୫କୋଟି ଟଙ୍କାର ଯୋଜନା)ର ବିଭିନ୍ନ ଉନ୍ନୟନ କାର୍ଯ୍ୟ, ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦଶହଜାର ପ୍ରଧାନମନ୍ତ୍ରୀ ଆବାସ ଆଦିବାସୀଙ୍କୁ ପ୍ରଦାନ କାର୍ଯ୍ୟରେ ଉଦ୍‌ଘାଟନ କରିବେ ।

            ଏଥିସହିତ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ସରକାରଙ୍କର ୫୫୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର  ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସେଦିନ ମଧ୍ୟ ପ୍ରଧାନମନ୍ତ୍ରୀ ଦାହୋଦରେ ବିଦ୍ୟୁତ୍‌ଚାଳିତ ରେଳ ଇଞ୍ଜିନ ନିର୍ମାଣ କାରଖାନାର ଶୁଭ ଦେବେ । ଏହି ପ୍ରକଳ୍ପ ପାଇଁ ୨୦ହଜାର କୋଟି ଟଙ୍କା ବ୍ୟୟ ହେବ । ଏଠାରେ ୯୦୦୦ ଅଶ୍ୱ ଶକ୍ତି ବିଶିଷ୍ଟ ଶକ୍ତିଶାଳୀ ବିଦ୍ୟୁତ୍ ରେଳ ଇଞ୍ଜିନ ତିଆରି ହେବ । ଏହା ଦ୍ୱାରା ୧୦ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi