୧୩,୪୩୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରକଳ୍ପଗୁଡିକ ଶିଳ୍ପ, ବିଦ୍ୟୁତ ପରିବହନ, ସଡକ, ରେଳବାଇ, ପ୍ରତିରକ୍ଷା, ଉତ୍ପାଦନ ଏବଂ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ସମେତ ବିଭିନ୍ନ କ୍ଷେତ୍ର ସହିତ ଜଡିତ
ଶ୍ରୀଶୈଲମ ସ୍ଥିତ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ
ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହ୍ୟକୁ ସ୍ମରଣ କରିବା ପାଇଁ ଶ୍ରୀଶୈଲମରେ ଶ୍ରୀ ଶିବାଜୀ ସ୍ଫୁର୍ତି କେନ୍ଦ୍ର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଦିନ ପ୍ରାୟ ୧୧:୧୫ ସମୟରେ ସେ ନନ୍ଦ୍ୟାଲ ଜିଲ୍ଲାର ଶ୍ରୀଶୈଲମ ସ୍ଥିତ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ । ଏହା ପରେ, ପ୍ରାୟ ୧୨:୧୫ ସମୟରେ ଶ୍ରୀଶୈଲମ ସ୍ଥିତ ଶିବାଜୀ ସ୍ଫୁର୍ଥୀ କେନ୍ଦ୍ର ପରିଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ ଏହା ପରେ କୁର୍ନୁଲ ଯାତ୍ରା କରିବେ, ଯେଉଁଠାରେ ସେ ପ୍ରାୟ ୨:୩୦ ସମୟରେ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ସମାବେଶକୁ ମଧ୍ୟ ଉଦ୍‌ବୋଧନ କରିବେ ।

ଶ୍ରୀଶୈଲମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ, ଯାହା ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ୫୨ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ଏହି ମନ୍ଦିରର ଅନନ୍ୟ ବୈଶିଷ୍ଟ୍ୟ ହେଉଛି, ଗୋଟିଏ ମନ୍ଦିର ପରିସରରେ ଏକ ଜ୍ୟୋର୍ତିଲିଙ୍ଗ ଏବଂ ଶକ୍ତି ପୀଠର ସହବସ୍ଥାନ, ଯାହା ମନ୍ଦିରକୁ ସମଗ୍ର ଦେଶରେ ଏହି ପ୍ରକାରର ଏକ ସ୍ୱତନ୍ତ୍ର ସ୍ଥାନରେ ପରିଚିତ କରାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ଶିବାଜୀ ସ୍ଫୁର୍ଥୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ, ଏହା ଏକ ସ୍ମାରକୀ ସଂକଳନ ଯେଉଁଥିରେ ଏକ ଧ୍ୟାନ ମନ୍ଦିର (ଧ୍ୟାନ ହଲ) ଅନ୍ତର୍ଭୁକ୍ତ ଯାହା ଚାରି କୋଣରେ ସ୍ଥାପିତ ଚାରୋଟି ପ୍ରତୀକାତ୍ମକ ଦୁର୍ଗ - ପ୍ରତାପଗଡ, ରାଜଗଡ, ରାୟଗଡ ଏବଂ ଶିବନେରୀ - ମଡେଲ ରହିଛି । ଏହାର କେନ୍ଦ୍ରରେ ଗଭୀର ଧ୍ୟାନରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ରହିଛି । ଏହି କେନ୍ଦ୍ର ଶ୍ରୀ ଶିବାଜୀ ସ୍ମାରକୀ କମିଟି ଦ୍ୱାରା ପରିଚାଳିତ, ଯାହା ୧୬୭୭ ମସିହାରେ ପବିତ୍ର ମନ୍ଦିରକୁ ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଗସ୍ତକୁ ସ୍ମରଣ କରିବା ପାଇଁ ଶ୍ରୀଶୈଲମରେ ପ୍ରତିଷ୍ଠିତ ହୋଇଥିଲା ।

କୁର୍ନୁଲରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ପ୍ରକଳ୍ପଗୁଡିକ ଶିଳ୍ପ, ବିଦ୍ୟୁତ ପରିବହନ, ସଡକ, ରେଳବାଇ, ପ୍ରତିରକ୍ଷା, ଉତ୍ପାଦନ ଏବଂ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ସମେତ ପ୍ରମୁଖ କ୍ଷେତ୍ରଗୁଡିକରେ ରହିଛି, ଯାହା ଆଞ୍ଚଳିକ ଭିତ୍ତିଭୂମି ବୃଦ୍ଧି, ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟରେ ସାମଗ୍ରିକ ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କୁର୍ନୁଲ-୩ ପୁଲିଂ ଷ୍ଟେସନରେ ୨,୮୮୦ କୋଟି ଟଙ୍କାରୁ ଅଧିକ ନିବେଶରେ ଟ୍ରାନ୍ସିମିଶନ ସିଷ୍ଟମ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପରେ ଏକ ୭୬୫ କେଭି ଡବଲ-ସର୍କିଟ କୁର୍ନୁଲ-୩ ପୁଲିଂ ଷ୍ଟେସନ - ଚିଲାକାଲୁରିପେଟା ଟ୍ରାନ୍ସମିଶନ ଲାଇନ ନିର୍ମାଣ ଅନ୍ତର୍ଭୁକ୍ତ, ଯାହା ପରିବର୍ତ୍ତନ କ୍ଷମତାକୁ ୬,୦୦୦ ଏମ୍‌ଭିଏ ବୃଦ୍ଧି କରିବ ଏବଂ ଦେଶର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ନବୀକରଣୀୟ ଶକ୍ତିର ବୃହତ ପରିମାଣର ଟ୍ରାନ୍ସମିଶନ ସକ୍ଷମ କରିବ ।

ପ୍ରଧାନମନ୍ତ୍ରୀ କୁର୍ନୁଲରେ ଅରଭାକାଲ ଔଦ୍ୟୋଗିକ କ୍ଷେତ୍ର ଏବଂ କଡକାରେ କୋପ୍ପର୍ଥି ଔଦ୍ୟୋଗିକ କ୍ଷେତ୍ର ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହାର ମୋଟ ନିବେଶ ୪,୯୨୦ କୋଟି ଟଙ୍କାରୁ ଅଧିକ ହେବ । ଜାତୀୟ ଶିଳ୍ପ କରିଡର ବିକାଶ ଏବଂ କାର୍ଯ୍ୟାନ୍ୱୟନ ଟ୍ରଷ୍ଟ (ଏନ୍‌ଆଇସିଡିଆଇଟି) ଏବଂ ଆନ୍ଧ୍ରପ୍ରଦେଶ ଶିଳ୍ପ ଭିତ୍ତିଭୂମି ନିଗମ ଲିମିଟେଡ (ଏପିଆଇଆଇସି) ଦ୍ୱାରା ମିଳିତ ଭାବରେ ବିକଶିତ ଏହି ଆଧୁନିକ ବହୁକ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରଗୁଡିକ ପ୍ଲଗ୍‌-ଆଣ୍ଡ-ପ୍ଲେ ଭିତ୍ତିଭୂମି ଏବଂ ୱାକ-ଟୁ-ୱାର୍କ ଅବଧାରଣା ଉପରେ ଆଧାରିତ । ଏହା ଫଳରେ ୨୧ ହଜାର କୋଟି ଟଙ୍କା ନିବେଶ ସହିତ ପ୍ରାୟ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ, ଯାହା ଆନ୍ଧ୍ର ପ୍ରଦେଶର ରୟାଲସୀମା କ୍ଷେତ୍ରରେ ଶିଳ୍ପ ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ ।

ସଡ଼କ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ସବ୍‌ବାଭରମରୁ ଶୀଲାନଗର ପର୍ଯ୍ୟନ୍ତ ୯୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ରାଜପଥ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାର ଲକ୍ଷ୍ୟ ବିଶାଖାପଟନମରେ ଭିଡ କମ କରିବା ଏବଂ ବାଣିଜ୍ୟ ତଥା ନିଯୁକ୍ତିକୁ ସହଜ କରିବା । ଏଥିସହିତ, ପ୍ରାୟ ୧୧୪୦ କୋଟି ଟଙ୍କା ମୂଲ୍ୟର ଛଅଟି ସଡ଼କ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରାଯିବ । ସେଥିମଧ୍ୟରେ ପିଲେରୁ-କାଲୁର ସେକ୍ସନକୁ ଚାରି ଲେନ କରିବା, କଡପା/ନେଲୋର ସୀମାରୁ ସିଏସ୍ ପୁରମ୍ ପର୍ଯ୍ୟନ୍ତ ପ୍ରଶସ୍ତୀକରଣ, ଜାତୀୟ ରାଜପଥ-୧୬୫ରେ ଗୁଡିଭାଡା ଏବଂ ନୁଜେଲା ରେଳ ଷ୍ଟେସନ ମଧ୍ୟରେ ଚାରି ଲେନ ବିଶିଷ୍ଟ ରେଳ ଓଭର ବ୍ରିଜ (ଆର୍‌ଓବି), ଜାତୀୟ ରାଜପଥ - ୭୧୬ରେ ପାପାଗ୍ନି ନଦୀ ଉପରେ ପ୍ରମୁଖ ସେତୁ, ଏନ୍‌ଏଚ୍ – ୫୬୫ରେ କାନିଗିରି ବାଇପାସ ଏବଂ ଏନ୍‌ଏଚ୍ -୫୪୪ଡିଡିରେ ଏନ୍‌.ଗୁଣ୍ଡଲାପଲ୍ଲୀ ଟାଉନରେ ବାଇପାସ ସେକ୍ସନର ଉନ୍ନତିକରଣ ଇତ୍ୟାଦି ରହିଛି । ଏହି ପ୍ରକଳ୍ପଗୁଡିକ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ଆନ୍ଧ୍ରପ୍ରଦେଶରେ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ ।

ପ୍ରଧାନମନ୍ତ୍ରୀ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଟ୍ଟାଭଲସା-ବିଜିଆନଗରମ୍ ଚତୁର୍ଥ ରେଳଲାଇନ ଏବଂ ପେଣ୍ଡୁର୍ତି, ସୀମ୍‌ହାଚଳମ୍ ଉତ୍ତର ମଧ୍ୟରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ ଏବଂ କୋଟ୍ଟାଭଲସା-ବୋଡ୍ଡାଭରା ସେକ୍ସନ ଏବଂ ସିମିଲିଗୁଡା-ଗୋରାପୁର ସେକ୍ସନର ଦୋହରୀକରଣକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବା ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡିକ ଭିଡ ହ୍ରାସ କରିବ, ଦ୍ରୁତ ଏବଂ ନିରାପଦ ଯାତ୍ରା ସୁନିଶ୍ଚିତ କରିବ, ଯାତ୍ରୀ ଏବଂ ମାଲ ପରିବହନ ସୁଗମ କରିବ ତଥା ସମଗ୍ର ଅଞ୍ଚଳରେ ଶିଳ୍ପ, ବାଣିଜ୍ୟ ଏବଂ ପର୍ଯ୍ୟଟନ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଶକ୍ତି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଗେଲ ଇଣ୍ଡିଆ ଲିମିଟେଡର ଶ୍ରୀକାକୁଲମ-ଅଙ୍ଗୁଲ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ମୋଟ ପ୍ରାୟ ୧୭୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଆନ୍ଧ୍ରପ୍ରଦେଶରେ ପ୍ରାୟ ୧୨୪ କିଲୋମିଟର ଏବଂ ଓଡ଼ିଶାରେ ୨୯୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ସେ ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଇଣ୍ଡିଆନ ଅଏଲର ୬୦ଟି ଟିଏମଟିପିଏ (ବାର୍ଷିକ ହଜାର ମେଟ୍ରିକ ଟନ) ଏଲପିଜି ବଟଲିଂ ପ୍ଲାଣ୍ଟ ମଧ୍ୟ ଉଦ୍‌ଘାଟନ କରିବେ । ଏହା ପ୍ରାୟ ୨୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠିତ ହୋଇଛି । ଏହି ପ୍ଲାଣ୍ଟ ଆନ୍ଧ୍ରପ୍ରଦେଶର ଚାରୋଟି ଜିଲ୍ଲା, ତାମିଲନାଡୁର ଦୁଇଟି ଜିଲ୍ଲା ଏବଂ କର୍ଣ୍ଣାଟକର ଗୋଟିଏ ଜିଲ୍ଲାରେ ୮୦ଟି ବିତରକଙ୍କ ମାଧ୍ୟମରେ ୭.୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇବ । ଏହି ଅଞ୍ଚଳର ପରିବାର ଏବଂ ବ୍ୟବସାୟ ପାଇଁ ନିର୍ଭରଯୋଗ୍ୟ ଏଲ୍‌ପିଜି ଯୋଗାଣ ସୁନିଶ୍ଚିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପ୍ରତିରକ୍ଷା ଉତ୍ପାଦନକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ପ୍ରାୟ ୩୬୦ କୋଟି ଟଙ୍କା ନିବେଶରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଦ୍ୱାରା ପ୍ରତିଷ୍ଠିତ କୃଷ୍ଣା ଜିଲ୍ଲାର ନିମାଲ୍ଲୁରୁରେ ଆଡଭାନ୍ସଡ୍ ନାଇଟ୍ ଭିଜନ ପ୍ରଡକ୍ଟସ୍ ଫ୍ୟାକ୍ଟ୍ରିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ସୁବିଧା ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଉନ୍ନତ ଇଲେକ୍ଟ୍ରୋ-ଅପଟିକାଲ ସିଷ୍ଟମ ନିର୍ମାଣ କରିବ, ଯାହା ଫଳରେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ସୁଦୃଢ଼ ହେବ ଏବଂ ଏହି ଅଞ୍ଚଳରେ କୁଶଳୀ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହନ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rooftop solar cuts household electricity bills by average of 71%: CEEW

Media Coverage

Rooftop solar cuts household electricity bills by average of 71%: CEEW
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.