୧୩,୪୩୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରକଳ୍ପଗୁଡିକ ଶିଳ୍ପ, ବିଦ୍ୟୁତ ପରିବହନ, ସଡକ, ରେଳବାଇ, ପ୍ରତିରକ୍ଷା, ଉତ୍ପାଦନ ଏବଂ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ସମେତ ବିଭିନ୍ନ କ୍ଷେତ୍ର ସହିତ ଜଡିତ
ଶ୍ରୀଶୈଲମ ସ୍ଥିତ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ
ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହ୍ୟକୁ ସ୍ମରଣ କରିବା ପାଇଁ ଶ୍ରୀଶୈଲମରେ ଶ୍ରୀ ଶିବାଜୀ ସ୍ଫୁର୍ତି କେନ୍ଦ୍ର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଦିନ ପ୍ରାୟ ୧୧:୧୫ ସମୟରେ ସେ ନନ୍ଦ୍ୟାଲ ଜିଲ୍ଲାର ଶ୍ରୀଶୈଲମ ସ୍ଥିତ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ । ଏହା ପରେ, ପ୍ରାୟ ୧୨:୧୫ ସମୟରେ ଶ୍ରୀଶୈଲମ ସ୍ଥିତ ଶିବାଜୀ ସ୍ଫୁର୍ଥୀ କେନ୍ଦ୍ର ପରିଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ ଏହା ପରେ କୁର୍ନୁଲ ଯାତ୍ରା କରିବେ, ଯେଉଁଠାରେ ସେ ପ୍ରାୟ ୨:୩୦ ସମୟରେ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ସମାବେଶକୁ ମଧ୍ୟ ଉଦ୍‌ବୋଧନ କରିବେ ।

ଶ୍ରୀଶୈଲମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ, ଯାହା ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ୫୨ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ଏହି ମନ୍ଦିରର ଅନନ୍ୟ ବୈଶିଷ୍ଟ୍ୟ ହେଉଛି, ଗୋଟିଏ ମନ୍ଦିର ପରିସରରେ ଏକ ଜ୍ୟୋର୍ତିଲିଙ୍ଗ ଏବଂ ଶକ୍ତି ପୀଠର ସହବସ୍ଥାନ, ଯାହା ମନ୍ଦିରକୁ ସମଗ୍ର ଦେଶରେ ଏହି ପ୍ରକାରର ଏକ ସ୍ୱତନ୍ତ୍ର ସ୍ଥାନରେ ପରିଚିତ କରାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ଶିବାଜୀ ସ୍ଫୁର୍ଥୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ, ଏହା ଏକ ସ୍ମାରକୀ ସଂକଳନ ଯେଉଁଥିରେ ଏକ ଧ୍ୟାନ ମନ୍ଦିର (ଧ୍ୟାନ ହଲ) ଅନ୍ତର୍ଭୁକ୍ତ ଯାହା ଚାରି କୋଣରେ ସ୍ଥାପିତ ଚାରୋଟି ପ୍ରତୀକାତ୍ମକ ଦୁର୍ଗ - ପ୍ରତାପଗଡ, ରାଜଗଡ, ରାୟଗଡ ଏବଂ ଶିବନେରୀ - ମଡେଲ ରହିଛି । ଏହାର କେନ୍ଦ୍ରରେ ଗଭୀର ଧ୍ୟାନରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ରହିଛି । ଏହି କେନ୍ଦ୍ର ଶ୍ରୀ ଶିବାଜୀ ସ୍ମାରକୀ କମିଟି ଦ୍ୱାରା ପରିଚାଳିତ, ଯାହା ୧୬୭୭ ମସିହାରେ ପବିତ୍ର ମନ୍ଦିରକୁ ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଗସ୍ତକୁ ସ୍ମରଣ କରିବା ପାଇଁ ଶ୍ରୀଶୈଲମରେ ପ୍ରତିଷ୍ଠିତ ହୋଇଥିଲା ।

କୁର୍ନୁଲରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ପ୍ରକଳ୍ପଗୁଡିକ ଶିଳ୍ପ, ବିଦ୍ୟୁତ ପରିବହନ, ସଡକ, ରେଳବାଇ, ପ୍ରତିରକ୍ଷା, ଉତ୍ପାଦନ ଏବଂ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ସମେତ ପ୍ରମୁଖ କ୍ଷେତ୍ରଗୁଡିକରେ ରହିଛି, ଯାହା ଆଞ୍ଚଳିକ ଭିତ୍ତିଭୂମି ବୃଦ୍ଧି, ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟରେ ସାମଗ୍ରିକ ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କୁର୍ନୁଲ-୩ ପୁଲିଂ ଷ୍ଟେସନରେ ୨,୮୮୦ କୋଟି ଟଙ୍କାରୁ ଅଧିକ ନିବେଶରେ ଟ୍ରାନ୍ସିମିଶନ ସିଷ୍ଟମ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପରେ ଏକ ୭୬୫ କେଭି ଡବଲ-ସର୍କିଟ କୁର୍ନୁଲ-୩ ପୁଲିଂ ଷ୍ଟେସନ - ଚିଲାକାଲୁରିପେଟା ଟ୍ରାନ୍ସମିଶନ ଲାଇନ ନିର୍ମାଣ ଅନ୍ତର୍ଭୁକ୍ତ, ଯାହା ପରିବର୍ତ୍ତନ କ୍ଷମତାକୁ ୬,୦୦୦ ଏମ୍‌ଭିଏ ବୃଦ୍ଧି କରିବ ଏବଂ ଦେଶର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ନବୀକରଣୀୟ ଶକ୍ତିର ବୃହତ ପରିମାଣର ଟ୍ରାନ୍ସମିଶନ ସକ୍ଷମ କରିବ ।

ପ୍ରଧାନମନ୍ତ୍ରୀ କୁର୍ନୁଲରେ ଅରଭାକାଲ ଔଦ୍ୟୋଗିକ କ୍ଷେତ୍ର ଏବଂ କଡକାରେ କୋପ୍ପର୍ଥି ଔଦ୍ୟୋଗିକ କ୍ଷେତ୍ର ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହାର ମୋଟ ନିବେଶ ୪,୯୨୦ କୋଟି ଟଙ୍କାରୁ ଅଧିକ ହେବ । ଜାତୀୟ ଶିଳ୍ପ କରିଡର ବିକାଶ ଏବଂ କାର୍ଯ୍ୟାନ୍ୱୟନ ଟ୍ରଷ୍ଟ (ଏନ୍‌ଆଇସିଡିଆଇଟି) ଏବଂ ଆନ୍ଧ୍ରପ୍ରଦେଶ ଶିଳ୍ପ ଭିତ୍ତିଭୂମି ନିଗମ ଲିମିଟେଡ (ଏପିଆଇଆଇସି) ଦ୍ୱାରା ମିଳିତ ଭାବରେ ବିକଶିତ ଏହି ଆଧୁନିକ ବହୁକ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରଗୁଡିକ ପ୍ଲଗ୍‌-ଆଣ୍ଡ-ପ୍ଲେ ଭିତ୍ତିଭୂମି ଏବଂ ୱାକ-ଟୁ-ୱାର୍କ ଅବଧାରଣା ଉପରେ ଆଧାରିତ । ଏହା ଫଳରେ ୨୧ ହଜାର କୋଟି ଟଙ୍କା ନିବେଶ ସହିତ ପ୍ରାୟ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ, ଯାହା ଆନ୍ଧ୍ର ପ୍ରଦେଶର ରୟାଲସୀମା କ୍ଷେତ୍ରରେ ଶିଳ୍ପ ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ ।

ସଡ଼କ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ସବ୍‌ବାଭରମରୁ ଶୀଲାନଗର ପର୍ଯ୍ୟନ୍ତ ୯୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ରାଜପଥ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାର ଲକ୍ଷ୍ୟ ବିଶାଖାପଟନମରେ ଭିଡ କମ କରିବା ଏବଂ ବାଣିଜ୍ୟ ତଥା ନିଯୁକ୍ତିକୁ ସହଜ କରିବା । ଏଥିସହିତ, ପ୍ରାୟ ୧୧୪୦ କୋଟି ଟଙ୍କା ମୂଲ୍ୟର ଛଅଟି ସଡ଼କ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରାଯିବ । ସେଥିମଧ୍ୟରେ ପିଲେରୁ-କାଲୁର ସେକ୍ସନକୁ ଚାରି ଲେନ କରିବା, କଡପା/ନେଲୋର ସୀମାରୁ ସିଏସ୍ ପୁରମ୍ ପର୍ଯ୍ୟନ୍ତ ପ୍ରଶସ୍ତୀକରଣ, ଜାତୀୟ ରାଜପଥ-୧୬୫ରେ ଗୁଡିଭାଡା ଏବଂ ନୁଜେଲା ରେଳ ଷ୍ଟେସନ ମଧ୍ୟରେ ଚାରି ଲେନ ବିଶିଷ୍ଟ ରେଳ ଓଭର ବ୍ରିଜ (ଆର୍‌ଓବି), ଜାତୀୟ ରାଜପଥ - ୭୧୬ରେ ପାପାଗ୍ନି ନଦୀ ଉପରେ ପ୍ରମୁଖ ସେତୁ, ଏନ୍‌ଏଚ୍ – ୫୬୫ରେ କାନିଗିରି ବାଇପାସ ଏବଂ ଏନ୍‌ଏଚ୍ -୫୪୪ଡିଡିରେ ଏନ୍‌.ଗୁଣ୍ଡଲାପଲ୍ଲୀ ଟାଉନରେ ବାଇପାସ ସେକ୍ସନର ଉନ୍ନତିକରଣ ଇତ୍ୟାଦି ରହିଛି । ଏହି ପ୍ରକଳ୍ପଗୁଡିକ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ଆନ୍ଧ୍ରପ୍ରଦେଶରେ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ ।

ପ୍ରଧାନମନ୍ତ୍ରୀ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଟ୍ଟାଭଲସା-ବିଜିଆନଗରମ୍ ଚତୁର୍ଥ ରେଳଲାଇନ ଏବଂ ପେଣ୍ଡୁର୍ତି, ସୀମ୍‌ହାଚଳମ୍ ଉତ୍ତର ମଧ୍ୟରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ ଏବଂ କୋଟ୍ଟାଭଲସା-ବୋଡ୍ଡାଭରା ସେକ୍ସନ ଏବଂ ସିମିଲିଗୁଡା-ଗୋରାପୁର ସେକ୍ସନର ଦୋହରୀକରଣକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବା ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡିକ ଭିଡ ହ୍ରାସ କରିବ, ଦ୍ରୁତ ଏବଂ ନିରାପଦ ଯାତ୍ରା ସୁନିଶ୍ଚିତ କରିବ, ଯାତ୍ରୀ ଏବଂ ମାଲ ପରିବହନ ସୁଗମ କରିବ ତଥା ସମଗ୍ର ଅଞ୍ଚଳରେ ଶିଳ୍ପ, ବାଣିଜ୍ୟ ଏବଂ ପର୍ଯ୍ୟଟନ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଶକ୍ତି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଗେଲ ଇଣ୍ଡିଆ ଲିମିଟେଡର ଶ୍ରୀକାକୁଲମ-ଅଙ୍ଗୁଲ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ମୋଟ ପ୍ରାୟ ୧୭୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଆନ୍ଧ୍ରପ୍ରଦେଶରେ ପ୍ରାୟ ୧୨୪ କିଲୋମିଟର ଏବଂ ଓଡ଼ିଶାରେ ୨୯୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ସେ ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଇଣ୍ଡିଆନ ଅଏଲର ୬୦ଟି ଟିଏମଟିପିଏ (ବାର୍ଷିକ ହଜାର ମେଟ୍ରିକ ଟନ) ଏଲପିଜି ବଟଲିଂ ପ୍ଲାଣ୍ଟ ମଧ୍ୟ ଉଦ୍‌ଘାଟନ କରିବେ । ଏହା ପ୍ରାୟ ୨୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠିତ ହୋଇଛି । ଏହି ପ୍ଲାଣ୍ଟ ଆନ୍ଧ୍ରପ୍ରଦେଶର ଚାରୋଟି ଜିଲ୍ଲା, ତାମିଲନାଡୁର ଦୁଇଟି ଜିଲ୍ଲା ଏବଂ କର୍ଣ୍ଣାଟକର ଗୋଟିଏ ଜିଲ୍ଲାରେ ୮୦ଟି ବିତରକଙ୍କ ମାଧ୍ୟମରେ ୭.୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇବ । ଏହି ଅଞ୍ଚଳର ପରିବାର ଏବଂ ବ୍ୟବସାୟ ପାଇଁ ନିର୍ଭରଯୋଗ୍ୟ ଏଲ୍‌ପିଜି ଯୋଗାଣ ସୁନିଶ୍ଚିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପ୍ରତିରକ୍ଷା ଉତ୍ପାଦନକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ପ୍ରାୟ ୩୬୦ କୋଟି ଟଙ୍କା ନିବେଶରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଦ୍ୱାରା ପ୍ରତିଷ୍ଠିତ କୃଷ୍ଣା ଜିଲ୍ଲାର ନିମାଲ୍ଲୁରୁରେ ଆଡଭାନ୍ସଡ୍ ନାଇଟ୍ ଭିଜନ ପ୍ରଡକ୍ଟସ୍ ଫ୍ୟାକ୍ଟ୍ରିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ସୁବିଧା ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଉନ୍ନତ ଇଲେକ୍ଟ୍ରୋ-ଅପଟିକାଲ ସିଷ୍ଟମ ନିର୍ମାଣ କରିବ, ଯାହା ଫଳରେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ସୁଦୃଢ଼ ହେବ ଏବଂ ଏହି ଅଞ୍ଚଳରେ କୁଶଳୀ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହନ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exclusive: Just two friends in a car, says Putin on viral carpool with PM Modi

Media Coverage

Exclusive: Just two friends in a car, says Putin on viral carpool with PM Modi
NM on the go

Nm on the go

Always be the first to hear from the PM. Get the App Now!
...
India–Russia friendship has remained steadfast like the Pole Star: PM Modi during the joint press meet with Russian President Putin
December 05, 2025

Your Excellency, My Friend, राष्ट्रपति पुतिन,
दोनों देशों के delegates,
मीडिया के साथियों,
नमस्कार!
"दोबरी देन"!

आज भारत और रूस के तेईसवें शिखर सम्मेलन में राष्ट्रपति पुतिन का स्वागत करते हुए मुझे बहुत खुशी हो रही है। उनकी यात्रा ऐसे समय हो रही है जब हमारे द्विपक्षीय संबंध कई ऐतिहासिक milestones के दौर से गुजर रहे हैं। ठीक 25 वर्ष पहले राष्ट्रपति पुतिन ने हमारी Strategic Partnership की नींव रखी थी। 15 वर्ष पहले 2010 में हमारी साझेदारी को "Special and Privileged Strategic Partnership” का दर्जा मिला।

पिछले ढाई दशक से उन्होंने अपने नेतृत्व और दूरदृष्टि से इन संबंधों को निरंतर सींचा है। हर परिस्थिति में उनके नेतृत्व ने आपसी संबंधों को नई ऊंचाई दी है। भारत के प्रति इस गहरी मित्रता और अटूट प्रतिबद्धता के लिए मैं राष्ट्रपति पुतिन का, मेरे मित्र का, हृदय से आभार व्यक्त करता हूँ।

Friends,

पिछले आठ दशकों में विश्व में अनेक उतार चढ़ाव आए हैं। मानवता को अनेक चुनौतियों और संकटों से गुज़रना पड़ा है। और इन सबके बीच भी भारत–रूस मित्रता एक ध्रुव तारे की तरह बनी रही है।परस्पर सम्मान और गहरे विश्वास पर टिके ये संबंध समय की हर कसौटी पर हमेशा खरे उतरे हैं। आज हमने इस नींव को और मजबूत करने के लिए सहयोग के सभी पहलुओं पर चर्चा की। आर्थिक सहयोग को नई ऊँचाइयों पर ले जाना हमारी साझा प्राथमिकता है। इसे साकार करने के लिए आज हमने 2030 तक के लिए एक Economic Cooperation प्रोग्राम पर सहमति बनाई है। इससे हमारा व्यापार और निवेश diversified, balanced, और sustainable बनेगा, और सहयोग के क्षेत्रों में नए आयाम भी जुड़ेंगे।

आज राष्ट्रपति पुतिन और मुझे India–Russia Business Forum में शामिल होने का अवसर मिलेगा। मुझे पूरा विश्वास है कि ये मंच हमारे business संबंधों को नई ताकत देगा। इससे export, co-production और co-innovation के नए दरवाजे भी खुलेंगे।

दोनों पक्ष यूरेशियन इकॉनॉमिक यूनियन के साथ FTA के शीघ्र समापन के लिए प्रयास कर रहे हैं। कृषि और Fertilisers के क्षेत्र में हमारा करीबी सहयोग,food सिक्युरिटी और किसान कल्याण के लिए महत्वपूर्ण है। मुझे खुशी है कि इसे आगे बढ़ाते हुए अब दोनों पक्ष साथ मिलकर यूरिया उत्पादन के प्रयास कर रहे हैं।

Friends,

दोनों देशों के बीच connectivity बढ़ाना हमारी मुख्य प्राथमिकता है। हम INSTC, Northern Sea Route, चेन्नई - व्लादिवोस्टोक Corridors पर नई ऊर्जा के साथ आगे बढ़ेंगे। मुजे खुशी है कि अब हम भारत के seafarersकी polar waters में ट्रेनिंग के लिए सहयोग करेंगे। यह आर्कटिक में हमारे सहयोग को नई ताकत तो देगा ही, साथ ही इससे भारत के युवाओं के लिए रोजगार के नए अवसर बनेंगे।

उसी प्रकार से Shipbuilding में हमारा गहरा सहयोग Make in India को सशक्त बनाने का सामर्थ्य रखता है। यह हमारेwin-win सहयोग का एक और उत्तम उदाहरण है, जिससे jobs, skills और regional connectivity – सभी को बल मिलेगा।

ऊर्जा सुरक्षा भारत–रूस साझेदारी का मजबूत और महत्वपूर्ण स्तंभ रहा है। Civil Nuclear Energy के क्षेत्र में हमारा दशकों पुराना सहयोग, Clean Energy की हमारी साझा प्राथमिकताओं को सार्थक बनाने में महत्वपूर्ण रहा है। हम इस win-win सहयोग को जारी रखेंगे।

Critical Minerals में हमारा सहयोग पूरे विश्व में secure और diversified supply chains सुनिश्चित करने के लिए महत्वपूर्ण है। इससे clean energy, high-tech manufacturing और new age industries में हमारी साझेदारी को ठोस समर्थन मिलेगा।

Friends,

भारत और रूस के संबंधों में हमारे सांस्कृतिक सहयोग और people-to-people ties का विशेष महत्व रहा है। दशकों से दोनों देशों के लोगों में एक-दूसरे के प्रति स्नेह, सम्मान, और आत्मीयताका भाव रहा है। इन संबंधों को और मजबूत करने के लिए हमने कई नए कदम उठाए हैं।

हाल ही में रूस में भारत के दो नए Consulates खोले गए हैं। इससे दोनों देशों के नागरिकों के बीच संपर्क और सुगम होगा, और आपसी नज़दीकियाँ बढ़ेंगी। इस वर्ष अक्टूबर में लाखों श्रद्धालुओं को "काल्मिकिया” में International Buddhist Forum मे भगवान बुद्ध के पवित्र अवशेषों का आशीर्वाद मिला।

मुझे खुशी है कि शीघ्र ही हम रूसी नागरिकों के लिए निशुल्क 30 day e-tourist visa और 30-day Group Tourist Visa की शुरुआत करने जा रहे हैं।

Manpower Mobility हमारे लोगों को जोड़ने के साथ-साथ दोनों देशों के लिए नई ताकत और नए अवसर create करेगी। मुझे खुशी है इसे बढ़ावा देने के लिए आज दो समझौतेकिए गए हैं। हम मिलकर vocational education, skilling और training पर भी काम करेंगे। हम दोनों देशों के students, scholars और खिलाड़ियों का आदान-प्रदान भी बढ़ाएंगे।

Friends,

आज हमने क्षेत्रीय और वैश्विक मुद्दों पर भी चर्चा की। यूक्रेन के संबंध में भारत ने शुरुआत से शांति का पक्ष रखा है। हम इस विषय के शांतिपूर्ण और स्थाई समाधान के लिए किए जा रहे सभी प्रयासों का स्वागत करते हैं। भारत सदैव अपना योगदान देने के लिए तैयार रहा है और आगे भी रहेगा।

आतंकवाद के विरुद्ध लड़ाई में भारत और रूस ने लंबे समय से कंधे से कंधा मिलाकर सहयोग किया है। पहलगाम में हुआ आतंकी हमला हो या क्रोकस City Hall पर किया गया कायरतापूर्ण आघात — इन सभी घटनाओं की जड़ एक ही है। भारत का अटल विश्वास है कि आतंकवाद मानवता के मूल्यों पर सीधा प्रहार है और इसके विरुद्ध वैश्विक एकता ही हमारी सबसे बड़ी ताक़त है।

भारत और रूस के बीच UN, G20, BRICS, SCO तथा अन्य मंचों पर करीबी सहयोग रहा है। करीबी तालमेल के साथ आगे बढ़ते हुए, हम इन सभी मंचों पर अपना संवाद और सहयोग जारी रखेंगे।

Excellency,

मुझे पूरा विश्वास है कि आने वाले समय में हमारी मित्रता हमें global challenges का सामना करने की शक्ति देगी — और यही भरोसा हमारे साझा भविष्य को और समृद्ध करेगा।

मैं एक बार फिर आपको और आपके पूरे delegation को भारत यात्रा के लिए बहुत बहुत धन्यवाद देता हूँ।