ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇର ସୁଲତାନଙ୍କ ନିମନ୍ତ୍ରଣ କ୍ରମେ  ଅକ୍ଟୋବର ୨୮ ତାରିଖ ୨୦୨୧ ରେ ଆୟୋଜିତ ହେବାକୁ ଥିବା ୧୮ ତମ ଆସିଆନ- ଭାରତ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀରେ ଆସିଆନ ଦେଶଗୁଡିକର ରାଜ୍ୟ / ସରକାର ମୁଖ୍ୟମାନେ ଯୋଗଦେବେ ।

୧୮ ତମ ଆସିଆନ-ଭାରତ ସମ୍ମିଳନୀ ଆସିଆନ-ଭାରତ ସହଯୋଗୀ ରଣନୀତିର ସ୍ଥିତି ସମୀକ୍ଷା କରିବ ଏବଂ କୋଭିଡ୍ -୧୯ ଏବଂ ସ୍ୱାସ୍ଥ୍ୟ, ବାଣିଜ୍ୟ ଏବଂ ବ୍ୟବସାୟ, ସଂଯୋଗୀକରଣ, ଏବଂ ଶିକ୍ଷା ଓ ସଂସ୍କୃତି ସହିତ ପ୍ରମୁଖ କ୍ଷେତ୍ରରେ ଅଗ୍ରଗତିର ଆକଳନ କରିବ । କୋଭିଡ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ସହିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ମଧ୍ୟ ଆଲୋଚନା କରାଯିବ । ପ୍ରତିବର୍ଷ ଆସିଆନ୍‍-ଭାରତ ସମ୍ମିଳନୀ ଅନୁଷ୍ଠିତ ହୁଏ ଏବଂ ଭାରତ ଏବଂ ଆସିଆନ୍‍କୁ ସର୍ବୋଚ୍ଚ ସ୍ତରରେ ଯୋଗଦେବା ପାଇଁ ସୁଯୋଗ ପ୍ରଦାନ କରେ । ଗତ ବର୍ଷ ନଭେମ୍ବରରେ  ଅନୁଷ୍ଠିତ ୧୭ ତମ ଆସିଆନ-ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ୧୮ ତମ ଆସିଆନ-ଭାରତ ସମ୍ମିଳନୀ ହେବ ନବମ ଆସିଆନ-ଭାରତ ସମ୍ମିଳନୀ ଯେଉଁଥିରେ ସେ ଯୋଗଦେବେ ।

ଆସିଆନ-ଭାରତ ରଣନୀତିକ ସହଯୋଗ ଭୌଗୋଳିକ, ଐତିହାସିକ ଏବଂ ସଭ୍ୟତା ସମ୍ପର୍କର ଏକ ଦୃଢ ମୂଳଦୁଆ ଉପରେ ଛିଡା ହୋଇଛି । ଚଳିତବର୍ଷ ୨୦୨୨ ଆସିଆନ-ଭାରତ ସମ୍ପର୍କର ୩୦ବର୍ଷ ପୂରଣ କରିବ । ଭାରତ ଏବଂ ଆସିଆନର ଅନେକ ଆଲୋଚନା ବ୍ୟବସ୍ଥା ଅଛି ଯାହା ନିୟମିତ ଭାବରେ ହୁଏ, ଏହି ସମ୍ମିଳନୀ ସହିତ, ମନ୍ତ୍ରୀସ୍ତରୀୟ ବୈଠକ ଏବଂ ବରିଷ୍ଠ ଅଧିକାରୀଙ୍କ ବୈଠକ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଅଗଷ୍ଟ ୨୦୨୧ ରେ ଅନୁଷ୍ଠିତ ଆସିଆନ-ଭାରତ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଏବଂ ଇଏଏସ୍‍ ବୈଦେଶିକ ମନ୍ତ୍ରୀ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀମତୀ ଏସ୍ ଅନୁପ୍ରିୟା ପଟେଲ ସେପ୍ଟେମ୍ବର ୨୦୨୧ ରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ଆସିଆନ ଅର୍ଥନୈତିକ ମନ୍ତ୍ରୀ ବୈଠକରେ ଭାରତ ପରାମର୍ଶରେ ଯୋଗ ଦେଇଥିଲେ । ଯେଉଁଠାରେ ମନ୍ତ୍ରୀମାନେ ଅର୍ଥନୈତିକ ସହଯୋଗକୁ ଦୃଢ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ ।

ଅକ୍ଟୋବର ୨୭, ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ୧୬ ତମ ପୂର୍ବ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେବେ । ପୂର୍ବ ଏସିଆ ସମ୍ମିଳନୀ ହେଉଛି ଇଣ୍ଡୋ-ପାସିଫିକ ଅଗ୍ରଣୀ ନେତାଙ୍କ ନେତୃତ୍ୱାଧୀନ ଫୋରମ୍ । ୨୦୦୫ ରେ ଏହାର ଆରମ୍ଭରୁ, ଏହା ପୂର୍ବ ଏସିଆର ରଣନୀତିକ ଏବଂ ଭୌଗୋଳିକ ବିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।  ୧୦ ଟି ଆସିଆନ ସଦସ୍ୟ ରାଷ୍ଟ୍ର ବ୍ୟତୀତ ପୂର୍ବ ଏସିଆ ସମ୍ମିଳନୀରେ ଭାରତ, ଚୀନ୍‌, ଜାପାନ, କୋରିଆ ଗଣରାଜ୍ୟ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା ଏବଂ ଋଷିଆ ଅନ୍ତର୍ଭୁକ୍ତ ।

ପୂର୍ବ ଏସିଆ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତ ପୂର୍ବ ଏସିଆ ସମ୍ମିଳନୀକୁ ମଜବୁତ କରିବା ସହ ସମସାମୟିକ ଆହ୍ୱାନର ମୁକାବିଲା ପାଇଁ ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆସିଆନ ଆଉଟଲୁକ୍‍ ଅଫ୍‍ ଇଣ୍ଡୋ-ପାସିଫିକ୍ (ଏଓଆଇପି) ଏବଂ ଇଣ୍ଡୋ-ପାସିଫିକ୍ ଓସିଏନସ୍‍ ଇନିସିଏଟିଭ୍ (ଆଇପିଓଆଇ) ମଧ୍ୟରେ ସମ୍ମିଶ୍ରଣ ଉପରେ ର୍ନିଭର କରି ବ୍ୟବହାରିକ ସହଯୋଗକୁ ଆଗକୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । ୧୬ ତମ ପୂର୍ବ ଏସିଆ ସମ୍ମିଳନୀରେ ନେତାମାନେ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ସ୍ୱାର୍ଥ ତଥା ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ, କୋଭିଡ -୧୯ ସହଯୋଗ ଉପରେ ଆଲୋଚନା କରିବେ । ନେତାମାନେ ଭାରତର ସହ ପ୍ରାୟୋଜକରେ ମାନସିକ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ସବୁଜିମାର ପୁନରୁଦ୍ଧାର ମାଧ୍ୟମରେ ଅର୍ଥନୈତିକ ପୁନରୁଦ୍ଧାର ବିଷୟରେ ଘୋଷଣାକୁ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi