ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଏବଂ ନବାଚାର ଆଧାରିତ ଭାରତ ଦୃଷ୍ଟିକୋଣ ଅନୁଯାୟୀ ସମ୍ମିଳନୀ ଅବସରରେ ଅନେକ ନବାଚାର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ହେବ
ସମ୍ମିଳନୀର ଉଦେ୍ଦଶ୍ୟ ଭାରତର ନବାଚାର ଇକୋସିଷ୍ଟମରେ ବିପୁଳ ଘରୋଇ ନିବେଶ ସୁଯୋଗ ସୃଷ୍ଟି କରିବା
୨୮ ଏପ୍ରିଲ ୨୦୨୫: ପିଆଇବି ଦିଲ୍ଲୀ

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁଗମ୍ (YUGM) ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଯୁଗମ (ସଂସ୍କୃତରେ ଏହାର ଅର୍ଥ ସଙ୍ଗମ) ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏପରି ଏକ ରଣନୀତିକ ସମ୍ମିଳନୀ, ଯେଉଁଥିରେ କି ସରକାର, ଶିକ୍ଷାଜଗତ, ଉଦ୍ୟୋଗ ଏବଂ ନାବାଚାର ଇକୋସିଷ୍ଟମର ବରିଷ୍ଠ ପ୍ରତିନିଧି ସାମିଲ ହେବେ । ଏହା ଭାରତର ନବାଚାର ଯାତ୍ରାରେ ଅବଦାନ ରଖିବ । ୱାଧୱାନୀ ଫାଉଣ୍ଡେସନ ଏବଂ ସରକାରୀ ସଂସ୍ଥାନର ୧୪ ଶହ କୋଟି ଟଙ୍କାର ମିଳିତ ନିବେଶରେ ସହଯୋଗୀ ପରିଯୋଜନା ହିଁ ଏହାକୁ ସହାୟକ ହେବ ।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଏବଂ ନବାଚାର ଆଧାରିତ ଭାରତ ଦୃଷ୍ଟିକୋଣ ଅନୁଯାୟୀ ସମ୍ମିଳନୀ ଅବସରରେ ଅନେକ ନବାଚାର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ହେବ । ଏହା ମଧ୍ୟରେ ରହିଛି ଆଇଆଇଟି କାନପୁର (ଏଆଇ ଏବଂ ଇଣ୍ଟେଲିଜେଣ୍ଟ ସିଷ୍ଟମ) ଏବଂ ଆଇଆଇଟି ବମ୍ବେ (ଜୈବ ବିଜ୍ଞାନ,ଜୈବ ପ୍ରାଦ୍ୟୋଗିକୀ, ସ୍ୱାସ୍ଥ୍ୟ ଏବଂ ଔଷଧ)ରେ ସୁପରହବ୍ । ପ୍ରମୁଖ ଗବେଷଣା ସଂସ୍ଥାନ ଗୁଡ଼ିକରେ ଅନୁସନ୍ଧାନ ବ୍ୟବସାୟୀକରଣ ପାଇଁ ୱାଧୱାନୀ ଇନୋଭେସନ ନେଟୱର୍କ (ୱିନ୍) ସେଣ୍ଟର ଖୋଲାଯିବ । ଗବେଷଣା ଏବଂ ନବାଚାରକୁ ପ୍ରୋତ୍ସାହନ ଦେବା ସକାଶେ ଅନ୍ତିମଚରଣ ଗବେଷଣା ପ୍ରକଳ୍ପ ପାଇଁ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ସହ ୱିନ୍ ମିଳିତ ଭାବେ ପାଣ୍ଠି ଯୋଗାଇ ଦେବ ।

ସମ୍ମିଳନୀରେ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ, ଉଦ୍ୟୋଗ ଜଗତର ଶୀର୍ଷ ନେତୃତ୍ୱ, ଶୈକ୍ଷଣିକ କ୍ଷେତ୍ରର ନୀତି ନିର୍ମାତାଙ୍କ ଭାଗିଦାରୀରେ ଗୋଲଟେବୁଲ ବୈଠକ, ପ୍ୟାନେଲ ଆଲୋଚନା ଏବଂ ଅନୁସନ୍ଧାନକୁ ଉପଯୋଗ ପାଇଁ ତ୍ୱରିତ ସକ୍ଷମତା ଆଧାରିତ କାର୍ଯ୍ୟଶୀଳତା ଆଲୋଚନା କରାଯିବ । ଡିପ୍ ଟେକ୍ ଷ୍ଟାର୍ଟଅପ୍ ପ୍ରଦର୍ଶନରେ ସମଗ୍ର ଦେଶରୁ ଅତ୍ୟାଧୁନିକ ନବାଚାର ପ୍ରଦର୍ଶିତ କରାଯିବ ଏବଂ ସହଯୋଗ ଓ ସହଭାଗିତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷ ନେଟୱର୍କିଂ (ବିଶେଷ ସମ୍ପର୍କ)ର ସୁଯୋଗ ମଧ୍ୟ ସମ୍ମିଳନୀରେ ମିଳିବ ।

ସମ୍ମିଳନୀର ଉଦେ୍ଦଶ୍ୟ ଭାରତର ନବାଚାର ଇକୋସିଷ୍ଟମରେ ବିପୁଳ ଘରୋଇ ନିବେଶ ସୁଯୋଗ ସୃଷ୍ଟି କରିବା, ଉନ୍ନତ ଟେକନିକ୍ରେ ଅନୁସନ୍ଧାନ ଠାରୁ ଆରମ୍ଭ କରି ବ୍ୟବସାୟୀକରଣ ପର୍ଯ୍ୟନ୍ତ ତ୍ୱରାନ୍ୱିତ କରିବା, ଶିକ୍ଷା-ଉଦ୍ୟୋଗ ଜଗତ ଏବଂ ସରକାରଙ୍କ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା, ଏଏନ୍ଆରଏଫ (ଅନୁସନ୍ଧାନ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ) ଏବଂ ଏଆଇସିଟିଇ(ଅଖିଳ ଭାରତୀୟ ପ୍ରଯୁକ୍ତି ଶିକ୍ଷା ପରିଷଦ) ଭଳି ରାଷ୍ଟ୍ରୀୟ ପଦକ୍ଷେପକୁ ଆଗକୁ ନେବା, ବିଭିନ୍ନ ସଂସ୍ଥାନରେ ନବାଚାରକୁ ବ୍ୟାପକ କରିବା ଏବଂ ରାଷ୍ଟ୍ରୀୟ ନବାଚାର ଅଭିଯାନକୁ ବିକଶିତ ଭାରତ@୨୦୪୭ ଦିଗକୁ ଆଗେଇ ନେବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership