ଚଳିତ ବର୍ଷ ସୁଫି ସଙ୍ଗୀତ ମହୋତ୍ସବର ୨୫ତମ ବାର୍ଷିକୀ ଅବସରରେ ଭବ୍ୟ ସମାରୋହ
ମହୋତ୍ସବରେ ଅମୀର ଖୁସ୍ରୋଙ୍କ ପରମ୍ପରାକୁ ପାଳନ କରିବା ପାଇଁ ଏକତ୍ର ହେବେ ସମଗ୍ର ବିଶ୍ୱର କଳାକାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ସନ୍ଧ୍ୟା ପ୍ରାୟ ୭:୩୦ ସମୟରେ ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ଭବ୍ୟ ସୁଫି ସଙ୍ଗୀତ ମହୋତ୍ସବ, ଜାହାନ-ଏ-ଖୁସ୍ରୋ ୨୦୨୫ରେ ଅଂଶଗ୍ରହଣ କରିବେ ।

ଦେଶର ବିବିଧ କଳା ଏବଂ ସଂସ୍କୃତିର ପ୍ରଚାର ତଥା ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀ ଜଣେ ଦୃଢ଼ ପ୍ରୋତ୍ସାହକ । ଏହି ପରିପ୍ରେକ୍ଷୀରେ, ସେ ଜାହାନ-ଏ-ଖୁସ୍ରୋରେ ଅଂଶଗ୍ରହଣ କରିବେ, ଯାହା ସୁଫି ସଙ୍ଗୀତ, କବିତା ଏବଂ ନୃତ୍ୟ ପାଇଁ ଉତ୍ସର୍ଗୀକୃତ ଏକ ଅନ୍ତର୍ଜାତୀୟ ମହୋତ୍ସବ । ଏହି ମହୋତ୍ସବରେ ଅମୀର ଖୁସ୍ରୋଙ୍କ ପରମ୍ପରାକୁ ପାଳନ କରିବା ପାଇଁ ସମଗ୍ର ବିଶ୍ୱର କଳାକାରମାନେ ଏକତ୍ର ହେବେ । ରୁମି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ଚଳିତ ବର୍ଷ ଏହାର ୨୫ତମ ବାର୍ଷିକୀ ପାଳନ କରିବ ଏବଂ ୨୮ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି ମହୋତ୍ସବରେ ପ୍ରଧାନମନ୍ତ୍ରୀ ଟିଇଏଚ୍ ବଜାର (ଟିଇଏଚ୍ – ହସ୍ତତନ୍ତର ଅନ୍ୱେଷଣ ) ମଧ୍ୟ ପରିଦର୍ଶନ କରିବେ । ଏଥିରେ ଏକ ଜିଲ୍ଲା – ଉତ୍ପାଦ ସହ ଜଡିତ ବିଭିନ୍ନ ହସ୍ତଶିଳ୍ପ ଏବଂ ଦେଶର ବିଭିନ୍ନ ଉତ୍କୃଷ୍ଟ କଳାକୃତି ସମେତ ହସ୍ତଶିଳ୍ପ ତଥା ହସ୍ତତନ୍ତ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଇତ୍ୟାଦି ପ୍ରଦର୍ଶିତ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi