ଏହି ସମ୍ମିଳନୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଏବଂ ସମାଜ ପ୍ରତି ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବା ଉପଲେକ୍ଷ ଆୟୋଜିତ ଜ୍ଞାନ ଜ୍ୟୋତି ମହୋତ୍ସବର ଏକ ଅଂଶ
ସମ୍ମିଳନୀରେ ଭାରତ ଏବଂ ବିଦେଶରେ ଆର୍ଯ୍ୟ ସମାଜ ୟୁନିଟର ପ୍ରତିନିଧିମାନେ ଭାଗ ନେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର ଦିନ ପ୍ରାୟ ୨:୪୫ ସମୟରେ ନୂଆଦିଲ୍ଲୀର ରୋହିଣୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଆର୍ଯ୍ୟ ସମ୍ମିଳନୀ ୨୦୨୫ରେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ଏବଂ ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବା ଉପଲକ୍ଷେ ଆୟୋଜିତ ଜ୍ଞାନ ଜ୍ୟୋତି ମହୋତ୍ସବର ଏକ ପ୍ରମୁଖ ଅଂଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଏହି ସମ୍ମିଳନୀ ଦେଶବ୍ୟାପୀ ଏବଂ ବିଦେଶରୁ ଆର୍ଯ୍ୟ ସମାଜ ୟୁନିଟର ପ୍ରତିନିଧିମାନଙ୍କୁ ଏକତ୍ରିତ କରିବ - ଯାହା ମହର୍ଷି ଦୟାନନ୍ଦଙ୍କ ସଂସ୍କାରବାଦୀ ଆଦର୍ଶର ସାର୍ବଜନୀନ ପ୍ରାସଙ୍ଗିକତା ଏବଂ ସଂଗଠନର ବିଶ୍ୱସ୍ତରୀୟ ପ୍ରସାରକୁ ପ୍ରତିଫଳିତ କରିବ । ଏଥିରେ “ସେବାର ୧୫୦ ସ୍ୱର୍ଣ୍ଣିମ ବର୍ଷ” ଶୀର୍ଷକ ଏକ ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେବ, ଯାହା ଶିକ୍ଷା, ସାମାଜିକ ସଂସ୍କାର ଏବଂ ଆଧ୍ୟାତ୍ମିକ ଉନ୍ନତିରେ ଆର୍ଯ୍ୟ ସମାଜର ଅବଦାନ ମାଧ୍ୟମରେ ଏହାର ପରିବର୍ତ୍ତନକାରୀ ଯାତ୍ରାକୁ ପ୍ରଦର୍ଶିତ କରିବ ।

ଏହି ସମ୍ମିଳନୀର ଲକ୍ଷ୍ୟ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ସଂସ୍କାରବାଦୀ ଏବଂ ଶିକ୍ଷାଗତ ଐତିହ୍ୟକୁ ସମ୍ମାନିତ କରିବା, ଶିକ୍ଷା, ସାମାଜିକ ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣରେ ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବାର ଉତ୍ସବ ପାଳନ କରିବା ଏବଂ ବିକଶିତ ଭାରତ ୨୦୪୭ ସହିତ ସମନ୍ୱୟ ରଖି ବୈଦିକ ନୀତି ଏବଂ ସ୍ୱଦେଶୀ ମୂଲ୍ୟବୋଧ ବିଷୟରେ ବିଶ୍ୱସ୍ତରୀୟ ସଚେତନତାକୁ ପ୍ରେରଣା ଦେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi