ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷା : ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟାରେ ପ୍ରକାଶିତ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ନଭେମ୍ବର ପୂର୍ବାହ୍ନ ପ୍ରାୟ 11ଟାରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ଚଳିତ ବର୍ଷ ସମ୍ବିଧାନ ଗୃହୀତ ହେବାର 76ତମ ବର୍ଷପୂର୍ତ୍ତି ପାଳନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଲୋକସଭାର ବାଚସ୍ପତି, ଉଭୟ ସଦନର ସାଂସଦଙ୍କ ସମେତ ଅନ୍ୟମାନଙ୍କର ଅଂଶଗ୍ରହଣ ଦେଖିବାକୁ ମିଳିବ।

କାର୍ଯ୍ୟକ୍ରମ ସମୟରେ ଭାରତର ରାଷ୍ଟ୍ରପତି ଭାରତର ସମ୍ବିଧାନର ପ୍ରସ୍ତାବନା ପାଠ କରିବେ। ଏହାବ୍ୟତୀତ, ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷାରେ ପ୍ରକାଶିତ ହେବ । ଏହି ଭାଷା ଗୁଡ଼ିକ ହେଲା- ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟା। କାର୍ଯ୍ୟକ୍ରମ ସମୟରେ ସ୍ମରଣିକା ପୁସ୍ତିକା “ଭାରତ କେ ସମ୍ବିଧାନ ମେ କଲା ଔର କ୍ୟାଲିଗ୍ରାଫୀ” ମଧ୍ୟ ଉନ୍ମୋଚନ ହେବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank