ଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ‘ପାଲଖୀ’ ପାଇଁ ଉତ୍ସର୍ଗୀକୃତ ପାଦଚଲା ରାସ୍ତା ର୍ନିମାଣ କରାଯିବ
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ପାନ୍ଧରପୁର ସହିତ ସଂଯୋଗ ବୃଦ୍ଧି ପାଇଁ ଏକାଧିକ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ପାନ୍ଧରପୁରକୁ ଭକ୍ତଙ୍କ ଯାତାୟତକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୮, ୨୦୨୧ ଅପରାହ୍ନ ୩.୩୦ ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲଖୀ ମାର୍ଗର (ଏନ୍‍ଏଚ୍‍-୯୬୫) ଏବଂ ଶ୍ରୀ ସନ୍ଥ ତୁକାରାମ ମହାରାଜ ପାଲଖୀ ମାର୍ଗ (ଏନ୍‍ଏଚ୍‍-୯୬୫ଜି)ର ତିନିଟି ଭାଗର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ‘ପାଲଖୀ’ ପାଇଁ ଉତ୍ସର୍ଗୀକୃତ ପଦଚଳା ରାସ୍ତା ଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ର୍ନିମାଣ ହେବ, ଯାହା ଭକ୍ତମାନଙ୍କୁ ମୁକ୍ତ ଏବଂ ନିରାପଦ ଯାତାୟାତ ଯୋଗାଇବ ।

ଦିଭେଘାଟରୁ ମୋହୋଲ ପର୍ଯ୍ୟନ୍ତ ପ୍ରାୟ ୨୨୧ କିଲୋମିଟର ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲଖୀ ମାର୍ଗ ଏବଂ ପାଟାସରୁ ଟୋଣ୍ଡାଲେ - ବୋଣ୍ଡାଲେ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ସନ୍ଥ ତୁକାରାମ ମହାରାଜ ପାଲଖୀ ମାର୍ଗ, ଉଭୟ ପାଶ୍ୱର୍ରେ ‘ପାଲଖୀ' ପାଇଁ ଉତ୍ସର୍ଗୀକୃତ ପାଦଚଲା ରାସ୍ତା ସହିତ ଚାରି ଲେନ ବିଶିଷ୍ଟ ହେବ, ଏହାର ଆନୁମାନିକ ମୂଲ୍ୟ ଯଥାକ୍ରମେ ୬୬୯୦ କୋଟିରୁ ଅଧିକ ଏବଂ ପ୍ରାୟ ୪୪୦୦ କୋଟି ଟଙ୍କା ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୨୩ କିଲୋମିଟରରୁ ଅଧିକ ର୍ନିମାଣ ଏବଂ ନବୀକରଣ ହୋଇଥିବା ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯାହାର ଆନୁମାନିକ ମୂଲ୍ୟ ୧୧୮୦ କୋଟି ଟଙ୍କାରୁ ଅଧିକ ହେବ ଏବଂ ପାନ୍ଧରପୁର ସହିତ ସଂଯୋଗ ବୃଦ୍ଧି ପାଇଁ ବିଭିନ୍ନ ଜାତୀୟ ରାଜପଥକୁ ସଂଯୋଗ କରିବ । ଏହି ପ୍ରକଳ୍ପଗୁଡ଼ିକରେ ମସ୍ୱାଦ - ପିଲିଭ - ପାନ୍ଧରପୁର (ଏନ୍‍ଏଚ୍‍ ୫୪୮ଇ), କୁର୍ଦ୍ଦୁୱାଡି - ପାନ୍ଧରପୁର (ଏନ୍‍ଏଚ୍‍ ୯୬୫ସି), ପାନ୍ଧରପୁର - ସାଙ୍ଗୋଲା (ଏନ୍‍ଏଚ୍‍ ୯୬୫ସି), ଏନ୍‍ଏଚ୍‍ ୫୬୧ଏର ତେମ୍ଭୁର୍ନି-ପାନ୍ଧରପୁର ବିଭାଗ ଏବଂ ଏନ୍‍ଏଚ୍‍ ୫୬୧ଏ ର ପାନ୍ଧରପୁର – ମଙ୍ଗଲୱେଧା - ଉମାଡି ବିଭାଗ ଅନ୍ତର୍ଭୁକ୍ତ ।

ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership