ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫେବୃଆରୀ 10 ତାରିଖ ଅପରାହ୍ନ 6.30ରେ ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ 2021 କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ସମ୍ମିଳନୀର ବିଷୟବସ୍ତୁ ହେଉଛି " ଆମ ଭବିଷ୍ୟତର ପୁନଃ ନିର୍ଦ୍ଧାରଣ: ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ' । ଏହି ଅବସରରେ ଗୁଆନା ସମବାୟ ଗଣରାଜ୍ୟର ମହାମହିମ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲି; ପାପୁଆ ନ୍ୟୁ ଗିନିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଜେମ୍ସ ମାରାପେ; ମାଳଦ୍ୱୀପ ଗଣରାଜ୍ୟ ପିପୁଲସ ମଜଲିସ୍‍ର ବାଚସ୍ପତି ଶ୍ରୀ ମହମ୍ମଦ ନାସିଦ; ମିଳିତ ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଶ୍ରୀମତୀ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ରହିବେ ।

ସମ୍ମିଳନୀ ବିଷୟରେ

ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (TERI) ଫ୍ଲାଗସିପ୍ ଇଭେଣ୍ଟର ୨୦ ତମ ସଂସ୍କରଣ, ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୧ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ସରକାର, ବ୍ୟବସାୟିକ ନେତୃମଣ୍ଡଳୀ, ବିଶେଷଜ୍ଞ, ଜଳବାୟୁ ବିଜ୍ଞାନୀ, ଯୁବକ ଏବଂ ସାମାଜିକ ସଂଗଠନଗୁଡିକ ଜଳବାୟୁ ପରିବର୍ତ୍ତନ ବିରୋଧ ସଂଗ୍ରାମରେ ଏକତ୍ରିତ ହେବେ ।  ଭାରତର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଏହି ସମ୍ମିଳନୀର ପ୍ରମୁଖ ଅଂଶୀଦାର ଅଟନ୍ତି । ଶିଖର ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ଶକ୍ତି ଏବଂ ଶିଳ୍ପ ପରିବର୍ତ୍ତନ, ଉପଯୋଗୀକରଣ ଏବଂ ନମନୀୟତା, ପ୍ରକୃତି ଭିତ୍ତିକ ସମାଧାନ, ଜଳବାୟୁ ଅର୍ଥନୀତି, ବୃତ୍ତିଗତ ଅର୍ଥନୀତି, ସ୍ୱଚ୍ଛ ମହାସାଗର ଏବଂ ବାୟୁ ପ୍ରଦୂଷଣ ଆଦି ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership