ସମ୍ମିଳନୀର ବିଷୟବସ୍ତୁ : ‘ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ’
ଡିଜିଟାଲ୍ କୃଷି ଏବଂ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀ ସହିତ ଭାରତୀୟ କୃଷି କ୍ଷେତ୍ରର ଅଗ୍ରଗତି ପ୍ରଦର୍ଶନ କରାଯିବ
ପ୍ରାୟ ୭୫ ଦେଶର ପ୍ରତିନିଧି ଯୋଗଦେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଅଗଷ୍ଟ ୨୦୨୪ରେ ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନ୍‌ଏଏସ୍‌ସି) ପରିସରରେ ହେବାକୁ ଥିବା ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ)ର ଉଦ୍‌ଘାଟନ କରିବେ । ଏହି ଅବସରରେ ଆୟୋଜିତ ସମାରୋହକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିକୋଣୀୟ ସମ୍ମିଳନୀ ୨ରୁ ୭ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ । ୬୫ ବର୍ଷ ପରେ ଭାରତରେ ଆଇସିଏଇ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷ ଏହି ସମ୍ମିଳନୀ ପାଇଁ ବିଷୟବସ୍ତୁ ହେଉଛି ‘ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ’ । ଏହାର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର ଅବନତି, ଉତ୍ପାଦନ ମୂଲ୍ୟ ବୃଦ୍ଧି ଏବଂ ଦ୍ୱନ୍ଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ସମ୍ମୁଖୀନ ହୋଇ ନିରନ୍ତର କୃଷି ପାଇଁ ଏହାର ଆବଶ୍ୟକତାକୁ ମୁକାବିଲା କରିବା । ଏହି ସମ୍ମିଳନୀରେ ବିଶ୍ୱ କୃଷି ଆହ୍ୱାନ ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରାଯିବା ସହ କୃଷି, ଅନୁସନ୍ଧାନ ଏବଂ ନୀତିରେ ଦେଶର ଅଗ୍ରଗତିର ପ୍ରଦର୍ଶନ କରାଯିବ ।

ଆଇସିଏଇ ୨୦୨୪ ଯୁବ ଅନୁସନ୍ଧାନକାରୀ ଏବଂ ଅଗ୍ରଣୀ ବୃତ୍ତିଗତମାନଙ୍କ ପାଇଁ ସେମାନଙ୍କର କାର୍ଯ୍ୟ ଓ ନେଟୱାର୍କକୁ ବିଶ୍ୱସ୍ତରୀୟ ସାଥୀମାନଙ୍କ ସହିତ ଉପସ୍ଥାପନ କରିବା ନିମନ୍ତେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହାର ଲକ୍ଷ୍ୟ ହେଉଛି, ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତାକୁ ମଜବୁତ କରିବା, ଉଭୟ ଜାତୀୟ ଏବଂ ବିଶ୍ୱସ୍ତରରେ ନିତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ତଥା ଡିଜିଟାଲ୍ କୃଷି ଏବଂ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ଅଗ୍ରଗତି ସହିତ ଭାରତୀୟ କୃଷି କ୍ଷେତ୍ରର ଅଗ୍ରଗତି ମଧ୍ୟ ପ୍ରଦର୍ଶନ କରିବା । ଏହି ସମ୍ମିଳନୀରେ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 30, 2026
March 30, 2026

Mann Ki Baat to Mission Mode: How PM Modi's Initiatives Spark Hope in Health, Innovation, Security & Nature