ସମ୍ମିଳନୀର ବିଷୟବସ୍ତୁ: ଚିର ସବୁଜ ବିପ୍ଳବ, ଜୈବ ଖୁସିର ପଥ
ଖାଦ୍ୟ ଏବଂ ଶାନ୍ତି ପାଇଁ ପ୍ରଥମ ଏମ୍ ଏସ୍ ସ୍ୱାମୀନାଥନ ପୁରସ୍କାର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୭ ତାରିଖ ସକାଳ ପ୍ରାୟ ୯ଟାରେ ନୂଆଦିଲ୍ଲୀର ଆଇସିଏଅ।।ର୍ ପିୟୁଏସ୍‌ଏ୍ ଠାରେ ଏମ୍‌ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ସେ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ସମ୍ମିଳନୀର ବିଷୟବସ୍ତୁ “ଚିର ସବୁଜ ବିପ୍ଳବ, ଜୈବ ଖୁସିର ପଥ” ସମସ୍ତଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରିବା ନିମନ୍ତେ ପ୍ରଫେସର ସ୍ୱାମୀନାଥନଙ୍କ ଜୀବନବ୍ୟାପୀ ସମର୍ପଣକୁ ପ୍ରଦର୍ଶିତ କରେ । ଏହି ସମ୍ମିଳନୀ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ବିକାଶ ବୃତ୍ତିଗତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ “ଚିର ସବୁଜ ବିପ୍ଳବ”ର ନୀତିଗୁଡିକୁ ଆଗକୁ ବଢ଼ାଇବା ପାଇଁ ଆଲୋଚନା ଏବଂ ବିଚାରବିମର୍ଶ କରିବାର ସୁଯୋଗ ପ୍ରଦାନ କରିବ । ମୁଖ୍ୟ ବିଷୟବସ୍ତୁଗୁଡିକ ମଧ୍ୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା; ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷା ପାଇଁ ସ୍ଥାୟୀ କୃଷି; ଜଳବାୟୁ ପରିବରର୍ତ୍ତନ ସହିତ ଖାପ ଖୁଆଇ ଜଳବାୟୁ ସ୍ଥିରତାକୁ ସୁଦୃଢ଼ କରିବା; ସ୍ଥାୟୀ ଏବଂ ସମାନ ଜୀବିକା ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଏବଂ ବିକାଶମୂଳକ ଆଲୋଚନାରେ ଯୁବପିଢ଼ି, ମହିଳା ଏବଂ ଅବହେଳିତ ସମ୍ପ୍ରଦାୟକୁ ସାମିଲ କରିବା ଅନ୍ତର୍ଭୁକ୍ତ ।

ତାଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଏମ୍‌. ଏସ୍‌. ସ୍ୱାମୀନାଥନ ଗବେଷଣା ଫାଉଣ୍ଡେସନ (ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌) ଏବଂ ବିଶ୍ୱ ବିଜ୍ଞାନ ଏକାଡେମୀ (ଟିଡବ୍ଲ୍ୟୁଏଏସ୍‌) ଖାଦ୍ୟ ଏବଂ ଶାନ୍ତି ପାଇଁ ଏମ୍‌. ଏସ୍‌. ସ୍ୱାମୀନାଥନ ପୁରସ୍କାର ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଥମ ପୁରସ୍କାର ମଧ୍ୟ ପ୍ରଦାନ କରିବେ । ଏହି ଆନ୍ତର୍ଜାତୀୟ ପୁରସ୍କାର ବିକାଶଶୀଳ ଦେଶର ସେହି ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ଦେବ ଯେଉଁମାନେ ବୈଜ୍ଞାନିକ ଗବେଷଣା, ନୀତି ବିକାଶ, ତୃଣମୂଳ ସ୍ତରରେ ସମ୍ପୃକ୍ତି କିମ୍ବା ସ୍ଥାନୀୟ କ୍ଷମତା ନିର୍ମାଣ ମାଧ୍ୟମରେ ଦୁର୍ବଳ ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ ଖାଦ୍ୟ ସୁରକ୍ଷାରେ ଉନ୍ନତି ଆଣିବା ଏବଂ ଜଳବାୟୁ ନ୍ୟାୟ, ସମାନତା ଏବଂ ଶାନ୍ତି ପ୍ରୋତ୍ସାହନରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push