ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ସହିତ ଅନୁଷ୍ଠିତ ହେବ ଏବଂ ଏହା କାର୍ଯ୍ୟକ୍ଷମ ଏଆଇର ଜାତୀୟ ପ୍ରଦର୍ଶନ ଭାବରେ କାର୍ଯ୍ୟ କରିବ
ଏହି ଏକ୍ସପୋରେ ୩୦୦ରୁ ଅଧିକ କ୍ୟୁରେଟେଡ ପ୍ରଦର୍ଶନୀ ପାଭିଲିୟନ ଏବଂ ଲାଇଭ ପ୍ରଦର୍ଶନ ହେବ, ଯାହା ୩ଟି ବିଷୟବସ୍ତୁ – ଲୋକ, ଗ୍ରହ ଏବଂ ପ୍ରଗତି ଉପରେ ସଂରଚିତ ।
ଏକ୍ସପୋରେ ୬୦୦ରୁ ଅଧିକ ଉଚ୍ଚ କ୍ଷମତା ବିଶିଷ୍ଟ ଷ୍ଟାର୍ଟଅପ୍ ଏବଂ ୧୩ଟି ଦେଶର ପାଭିଲିୟନ ପ୍ରଦର୍ଶିତ ହେବ ଯାହା ଏଆଇ ଇକୋସିଷ୍ଟମ୍‌ରେ ଅନ୍ତର୍ଜାତୀୟ ସହଯୋଗ ପ୍ରଦର୍ଶିତ କରିବ
ଏହି ଏକ୍ସପୋ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍‌, ଶିକ୍ଷାବିତ୍ ଏବଂ ଗବେଷଣା ସଂସ୍ଥା, କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଉଦ୍‌ଘାଟନ କରିବେ ।

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଆୟୋଜନ ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖରର ସମ୍ମିଳନୀ ସହିତ ଅନୁଷ୍ଠିତ ହେବ । ଏହି ଏକ୍ସପୋ ଏଆଇର ବ୍ୟବହାରିକ ପ୍ରଦର୍ଶନର ଏକ ଜାତୀୟ ମଞ୍ଚ ହେବ, ଯେଉଁଠାରେ ନୀତି ଅଭ୍ୟାସ ସହିତ ମିଶିବା ସହ ନବାଚାର ବ୍ୟାପକ ସ୍ତରରେ ଲାଗୁ ହେବ ଏବଂ ପ୍ରଯୁକ୍ତିବିଦ୍ୟା ସାଧାରଣ ନାଗରିକଙ୍କ ନିକଟରେ ପହଞ୍ଚିବ ।

୭୦,୦୦୦ ବର୍ଗ ମିଟରରୁ ଅଧିକ କ୍ଷେତ୍ରକୁ ବିସ୍ତାରିତ ୧୦ଟି ଏରେନାରେ ଆୟୋଜିତ ଏହି ଏକ୍ସପୋ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ, ଷ୍ଟାର୍ଟଅପ୍‌, ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକତ୍ର କରିବ । ଏହି ଏକ୍ସପୋରେ ୧୩ଟି ଦେଶର ପାଭିଲିୟନ ମଧ୍ୟ ରହିବ, ଯାହା ଏଆଇ ଇକୋସିଷ୍ଟମରେ ଅନ୍ତର୍ଜାତୀୟ ସହଯୋଗ ପ୍ରଦର୍ଶନ କରିବ । ଏଥିରେ ଅଷ୍ଟ୍ରେଲିଆ, ଜାପାନ, ଋଷ, ଯୁକ୍ତରାଜ୍ୟ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ସର୍ବିଆ, ଏଷ୍ଟୋନିଆ, ତାଜିକିସ୍ତାନ ଏବଂ ଆଫ୍ରିକାର ପାଭିଲିୟନ ଅନ୍ତର୍ଭୁକ୍ତ ରହିଛି ।

ଏହି ଏକ୍ସପୋରେ ୩୦୦ରୁ ଅଧିକ ସଂଗୃହିତ ପ୍ରଦର୍ଶନୀ ମଣ୍ଡପ ଏବଂ ଲାଇଭ ପ୍ରଦର୍ଶନ ଆୟୋଜନ କରାଯିବ, ଯାହା ତିନିଟି ବିଷୟବସ୍ତୁ – ଲୋକ, ଗ୍ରହ ଏବଂ ପ୍ରଗତିର ଆଧାର ଉପରେ ସରଞ୍ଚିତ । ଏଥିସହିତ, ଏକ୍ସପୋରେ ୬୦୦ରୁ ଅଧିକ ଉଚ୍ଚ କ୍ଷମତା ବିଶିଷ୍ଟ ଷ୍ଟାର୍ଟଅପ ପ୍ରଦର୍ଶିତ ହେବ, ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱସ୍ତରୀୟ ପ୍ରାସଙ୍ଗିକ ଏବଂ ବ୍ୟାପକ ଜନସଞ୍ଚାର ସମାଧାନ କରୁଛନ୍ତି। ଏହି ଷ୍ଟାର୍ଟଅପ୍‌ଗୁଡିକ ଏପରି ଉପଯୁକ୍ତ ସମାଧାନ ପ୍ରଦର୍ଶନ କରିବେ ଯାହା ପୂର୍ବରୁ ବାସ୍ତବିକ ବିଶ୍ୱରେ ବ୍ୟବହୃତ ହେଉଛି ।

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ରେ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ୨.୫ ଲକ୍ଷରୁ ଅଧିକ ପରିଦର୍ଶକଙ୍କ ଅଂଶଗ୍ରହଣ ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଶ୍ୱସ୍ତରୀୟ ଏଆଇ ଇକୋସିଷ୍ଟମ ମଧ୍ୟରେ ନୂତନ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ।

ଏଥିରେ ୫୦୦ରୁ ଅଧିକ ଅଧିବେଶନ ଆୟୋଜନ କରାଯିବ, ଯେଉଁଥିରେ ୩୨୫୦ରୁ ଅଧିକ ଦୂରଦର୍ଶୀ ବକ୍ତା ଏବଂ ପ୍ୟାନେଲ ସଦସ୍ୟ ସାମିଲ ରହିବେ । ଏହି ଅଧିବେଶନଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ବିଭିନ୍ନ କ୍ଷେତ୍ରରେ ଏଆଇର ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କରିବା ଏବଂ ପ୍ରତ୍ୟେକ ବିଶ୍ୱ ନାଗରିକଙ୍କୁ ଏଆଇର ଲାଭ ପହଞ୍ଚାଇବା ନିଶ୍ଚିତ କରିବା ପାଇଁ ଭବିଷ୍ୟତର କାର୍ଯ୍ୟ ଉପରେ ବିଚାର-ବିମର୍ଶ କରିବା ନିମନ୍ତେ ଧ୍ୟାନ ଦେବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
Shri Leander Paes meets the Prime Minister
April 01, 2026

Shri Leander Paes met with the Prime Minister Shri Narendra Modi, today, at New Delhi. “India is very proud of his accomplishments in tennis. We discussed a wide range of issues. His passion towards sports and nation building is truly admirable”, Shri Modi stated.

The Prime Minister posted on X;

“Had a great meeting with Shri Leander Paes Ji. India is very proud of his accomplishments in tennis. We discussed a wide range of issues. His passion towards sports and nation building is truly admirable.”

@Leander