ଘରୋଇ କ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ସୁଦୃଢ଼ କରିବାକୁ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ବିକାଶ ତଥା ନବାଚାର ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଇଏସ୍‌ଟିଆଇସି ୨୦୨୫ରେ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରଙ୍କ ୩୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେବେ
ଆଲୋଚନାରେ ୧୧ଟି ପ୍ରମୁଖ ବିଷୟଗତ କ୍ଷେତ୍ର ଏଆଇ, ଜୈବ-ନିର୍ମାଣ, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ, ଉଦୀୟମାନ କୃଷି ପ୍ରଯୁକ୍ତିବିଦ୍ୟା, କ୍ୱାଣ୍ଟମ ବିଜ୍ଞାନ ଇତ୍ୟାଦି ଅର୍ନ୍ତଭୁକ୍ତ

୨ ନଭେମ୍ବର: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ନଭେମ୍ବର ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ (ଇଏସ୍‌ଟିଆଇସି) ୨୦୨୫ର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ଦେଶରେ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ବିକାଶ ଏବଂ ନବାଚାର (ଆର୍‌ଡିଆଇ) ଯୋଜନା ପାଣ୍ଠିର ଶୁଭାରମ୍ଭ କରିବେ । ଏହି ଯୋଜନା ଦେଶରେ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି । 
ଇଏସ୍‌ଟିଆଇସି ୨୦୨୫ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ନୋବେଲ ପୁରସ୍କାର ବିଜେତା, ପ୍ରଖ୍ୟାତ ବୈଜ୍ଞାନିକ, ନବପ୍ରବର୍ତ୍ତକ ଏବଂ ନୀତି ନିର୍ଦ୍ଧାରକଙ୍କ ସହିତ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରଙ୍କ ୩,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ ହେବେ । ଏହି ଆଲୋଚନାରେ ୧୧ଟି ପ୍ରମୁଖ ବିଷୟଗତ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ, ଯେଉଁଥିରେ ଉନ୍ନତ ସାମଗ୍ରୀ ଏବଂ ଉତ୍ପାଦନ, କୃତ୍ରିମ ବୁଦ୍ଧିମତ୍ତା, ଜୈବ-ଉତ୍ପାଦନ, ସାମୁଦ୍ରିକ ଅର୍ଥନୀତି, ଡିଜିଟାଲ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ, ଉଦୀୟମାନ କୃଷି ପ୍ରଯୁକ୍ତିବିଦ୍ୟା, ଶକ୍ତି, ପରିବେଶ ଏବଂ ଜଳବାୟୁ, ସ୍ୱାସ୍ଥ୍ୟ ତଥା ଚିକିତ୍ସା ପ୍ରଯୁକ୍ତିବିଦ୍ୟା, କ୍ୱାଣ୍ଟମ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା ଅର୍ନ୍ତଭୁକ୍ତ ।
ଇଏସଟିଆଇସି ୨୦୨୫ରେ ପ୍ରମୁଖ ବୈଜ୍ଞାନିକଙ୍କ ଦ୍ୱାରା ଆଲୋଚନା, ପ୍ୟାନେଲ ଆଲୋଚନା, ଉପସ୍ଥାପନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରାଯିବ । ଏହା ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଗବେଷକ, ଶିଳ୍ପ ଏବଂ ଯୁବ ଉଦ୍ଭାବକଙ୍କ ମଧ୍ୟରେ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।
 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi