ପ୍ରଧାନମନ୍ତ୍ରୀ ୧୧ ରାଜ୍ୟର ୧୧ ପିଏସିଏସ୍‌ରେ ସମବାୟ କ୍ଷେତ୍ରରେ ‘ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ର ପାଇଲଟ ପ୍ରକଳ୍ପର ଉଦ୍‌ଘାଟନ କରିବେ
ପ୍ରଧାନମନ୍ତ୍ରୀ ଗୋଦାମ ଏବଂ ଅନ୍ୟ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ଦେଶରେ ଅତିରିକ୍ତ ୫୦୦ ପିଏସିଏସ୍ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ୧୮,୦୦୦ ପିଏସିଏସ୍‌ରେ କମ୍ପ୍ୟୁଟରକରଣ ପାଇଁ ପ୍ରକଳ୍ପର ଉଦ୍‌ଘାଟନ କରିବେ

ଦେଶର ସମବାୟ କ୍ଷେତ୍ରକୁ ମଜଭୁତ କରିବା ଦିଗରେ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରୀ ୨୪ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ।

 

୧୧ ରାଜ୍ୟରେ ୧୧ଟି ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (ପିଏସିଏସ୍‌)ରେ ପରିଚାଳିତ ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ର ପାଇଲଟ୍ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ।

 

ଏହି ପଦକ୍ଷେପ ଅନୁସାରେ ପ୍ରଧାନମନ୍ତ୍ରୀ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଦେଶରେ ଅତିରିକ୍ତ ୫୦୦ ପିଏସିଏସ୍‌ର ମୂଳଦୁଆ ପକାଇବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଖାଦ୍ୟଶସ୍ୟ ଯୋଗାଣ ଶୃଙ୍ଖଳା ସହ ପିଏସିଏସ୍ ଗୋଦାମଗୁଡ଼ିକୁ ଏକୀକୃତ କରିବା, ଖାଦ୍ୟ ନିରାପତ୍ତାକୁ ମଜଭୁତ କରିବା ଏବଂ ନାବାର୍ଡ ଦ୍ୱାରା ସମର୍ôଥତ ତଥା ଜାତୀୟ ସମବାୟ ବିକାଶ ନିଗମ(ଏନ୍‌ସିଡିସି) ନେତୃତ୍ୱରେ ଏକ ମିଳିତ ପ୍ରୟାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା । କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍‌), ଏଗ୍ରିକଲ୍‌ଚର ମାର୍କେଟିଂ ଇନ୍‌ଫ୍ରାଷ୍ଟ୍ରକଚର(ଏଏମ୍‌ଆଇ) ଆଦି ବିଭିନ୍ନ ଯୋଜନାର ସମ୍ମିଶ୍ରଣରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପରେ ଭାଗ ନେଉଥିବା ପିଏସିଏସ୍‌କୁ ଭିତ୍ତିଭୂମି ବିକାଶ ପାଇଁ ସବ୍‌ସିଡି ଏବଂ ସୁଧ ଅନୁଦାନ ଲାଭ ପାଇବା ଲାଗି ସକ୍ଷମ ବନାଯାଇପାରିବ ।

 

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୧୮,୦୦୦ ପିଏସିଏସ୍‌ରେ କମ୍ପ୍ୟୁଟରୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିବେ, ଯାହା କି ସରକାରଙ୍କ ‘ସହକାର ସେ ସମୃଦ୍ଧି’ ଭିଜନର ଅନୁରୂପ । ଏହାର ଉଦ୍ଦେଶ୍ୟ ସମବାୟ କ୍ଷେତ୍ରକୁ ପୁଣି ନୂଆ ଶକ୍ତି ପ୍ରଦାନ କରିବା ତଥା ଛୋଟ ଏବଂ ସୀମାନ୍ତ କୃଷକଙ୍କୁ ସଶକ୍ତ ବନାଇବା ।

 

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨,୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଅବାଧ ଏକୀକରଣ ଏବଂ ଯୋଗାଯୋଗ ସୁନିଶ୍ଚିତ କରି ସମସ୍ତ କାର୍ଯ୍ୟାତ୍ମକ ପିଏସିଏସ୍‌କୁ ଏକୀକୃତ ‘ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ(ଇଆର୍‌ପି) ଆଧାରିତ ଜାତୀୟ ସଫ୍ଟୱେରରେ ପରିବର୍ତ୍ତିତ କରାଯିବା ସାମିଲ ରହିଛି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଏହି ପିଏସିଏସ୍‌କୁ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ନାବାର୍ଡ ସହ ଯୋଡ଼ି ସେଗୁଡ଼ିକର ସଞ୍ଚାଳନ କ୍ଷମତାକୁ ବଢ଼ାଇବା । ଏହା ଦ୍ୱାରା କୋଟି କୋଟି ଛୋଟ ଏବଂ ସୀମାନ୍ତ କୃଷକଙ୍କୁ ଲାଭ ହେବ । ନାବାର୍ଡ ଏହି ପ୍ରକଳ୍ପ ପାଇଁ ଜାତୀୟ ସ୍ତରର କମନ୍ ସଫ୍ଟୱେର ବିକଶିତ କରିଛି, ଯାହା କି ଦେଶବ୍ୟାପୀ ପିଏସିଏସ୍‌ର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଇଆର୍‌ପି ସଫ୍ଟୱେର ଉପରେ ୧୮,୦୦୦ ପିଏସିଏସ୍‌ର ଅନ୍‌ବୋର୍ଡିଂ ସମ୍ପୂର୍ଣ୍ଣ ହୋଇଯାଇଛି, ଯାହା କି ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi