ଦିଲ୍ଲୀ ମେଟ୍ରୋର ମଜଲିସ୍ ପାର୍କ-ମୌଜପୁର ବାବରପୁର (ପିଙ୍କ ଲାଇନ୍‌) ଏବଂ ଦୀପାଲୀ ଚୌକ-ମଜଲିସ ପାର୍କ (ମାଜେଣ୍ଟା ଲାଇନ୍‌) କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ ମେଟ୍ରୋର ଭି-ଏ ପର୍ଯ୍ୟାୟ ସମ୍ପ୍ରସାରଣ ଅଧୀନରେ ତିନିଟି ନୂଆ କରିଡର ପାଇଁ ମଧ୍ୟ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଜେନେରାଲ ପୁଲ ରେସିଡେନ୍ସିଆଲ୍ ଆକୋମୋଡେସନ୍ (ଜିପିଆରଏ) ପୁନଃବିକାଶ ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ସାର୍ବଜନୀନ ରାଜକୋଷ ଉପରେ ବୋଝ ନପକାଇ ଏକ ଅଭିନବ ଆତ୍ମନିର୍ଭରଶୀଳ ଆର୍ଥିକ ମଡେଲ ମାଧ୍ୟମରେ ପ୍ରକଳ୍ପଗୁଡିକୁ ପୁନଃବିକଶିତ କରାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ମାର୍ଚ୍ଚ ଦିନ ୧୨ଟା ସମୟରେ ଦିଲ୍ଲୀରେ ପ୍ରାୟ ୩୩,୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ପୂର୍ବରୁ, ପ୍ରଧାନମନ୍ତ୍ରୀ ସରୋଜିନୀ ନଗର ସ୍ଥିତ ଜିପିଆର୍‌ଏ ଟାଇପ୍‌-୫ କ୍ୱାର୍ଟର୍ସ ପରିଦର୍ଶନ କରି ମହିଳା ଆବଣ୍ଟିତମାନଙ୍କୁ ଚାବି ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୮,୩୦୦ କୋଟି ଟଙ୍କାର ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋରେ ଦୁଇଟି ନୂତନ କରିଡର ମଧ୍ୟ ଉଦଘାଟନ କରିବେ । ଏଥିରେ ପ୍ରାୟ ୧୨.୩ କିଲୋମିଟର ଲମ୍ବା ମଜଲିସ୍ ପାର୍କ-ମୌଜପୁର ବାବରପୁର (ପିଙ୍କ ଲାଇନ୍‌) କରିଡର ଏବଂ ପ୍ରାୟ ୯.୯ କିଲୋମିଟର ଲମ୍ବା ଦୀପାଲୀ ଚୌକ-ମଜଲିସ ପାର୍କ (ମାଜେଣ୍ଟା ଲାଇନ୍‌) କରିଡର ଅନ୍ତର୍ଭୁକ୍ତ । ଏହି ନୂତନ ସଂଯୋଗୀକରଣ ଯୋଗୁଁ ଦିଲ୍ଲୀର ବୁରାଡି, ଜଗତପୁର-ୱାଜିରାବାଦ, ଖଜୁରୀ ଖାସ, ଭଜନପୁରା, ଜମୁନା ବିହାର, ମଧୁବନ ଚୌକ, ହାଇଦରପୁର ବାଦଲି ମୋଡ, ଭଲସ୍ୱା, ମଜଲିସ୍ ପାର୍କ ସମେତ ଅନେକ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବ ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଭି-ଏ ପର୍ଯ୍ୟାୟ ଅନ୍ତର୍ଗତ ପ୍ରାୟ ୧୬.୧୦ କିଲୋମିଟର ଲମ୍ବ ତିନିଟି ନୂତନ କରିଡରର ମଧ୍ୟ ଶିଳାନ୍ୟାସ କରିବେ । ଏହି ତିନିଟି ନୂତନ କରିଡର ହେଉଛି ଆର୍‌.କେ. ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ, ଏରୋସିଟିରୁ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଟର୍ମିନାଲ-୧ ଏବଂ ତୁଗଲକ୍‌ବାଦରୁ କାଲିନ୍ଦୀ କୁଞ୍ଜ । ଏହି କରିଡରଗୁଡିକ ଜାତୀୟ ରାଜଧାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସିଧାସଳଖ ସଂଯୋଗ କରିବ ଏବଂ ନୋଏଡା, ଦକ୍ଷିଣ ଦିଲ୍ଲୀ ଏବଂ ବିମାନବନ୍ଦର ମଧ୍ୟରେ ଯାତ୍ରା କରୁଥିବା ବାସିନ୍ଦାଙ୍କ ପାଇଁ ଯୋଗାଯୋଗକୁ ଉନ୍ନତ କରିବ ।

ପ୍ରଧାନମନ୍ତ୍ରୀ ଜେନେରାଲ ପୁଲ ରେସିଡେନ୍ସିଆଲ୍ ଆକୋମୋଡେସନ୍ (ଜିପିଆରଏ) ପୁନଃବିକାଶ ଯୋଜନା ଅଧୀନରେ ୧୫,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ । ସରୋଜିନୀ ନଗର, ନେତାଜୀ ନଗର, କସ୍ତୁରବା ନଗର ଏବଂ ଶ୍ରୀନିବାସପୁରୀ ଭଳି ପ୍ରମୁଖ ସ୍ଥାନରେ ବିସ୍ତାରିତ ଏହି ପ୍ରକଳ୍ପଗୁଡିକ ଜିପିଆର୍‌ଏ କଲୋନୀଗୁଡିକର ଆଧୁନିକୀକରଣ ଏବଂ ସରକାରୀ କର୍ମଚାରୀ ତଥା ପ୍ରଶାସନିକ କାର୍ଯ୍ୟାଳୟ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାର ଏକ ଅଂଶ ।

ଏହି ପ୍ରକଳ୍ପଗୁଡିକୁ ଏକ ଅଭିନବ ଆତ୍ମନିରନ୍ତର ଆର୍ଥିକ ମଡେଲ ମାଧ୍ୟମରେ ପୁନଃବିକଶିତ କରାଯାଇଛି ଯାହା ସୁନିଶ୍ଚିତ କରୁଛି ଯେ, ପୁନଃବିକାଶ ସରକାରୀ ରାଜକୋଷ ଉପରେ କୌଣସି ବୋଝ ନପକାଇ କରାଯାଇଛି । ଏହି ମଡେଲ୍ ଅନୁଯାୟୀ, ସରକାର ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରକଳ୍ପ କ୍ଷେତ୍ରର ଏକ ସୀମିତ ଅଂଶକୁ ବାଣିଜ୍ୟିକ ତଥା ଆବାସିକ ସ୍ଥାନ ନିମନ୍ତେ ବିକଶିତ ଏବଂ ମୁଦ୍ରୀକୃତ କରୁଛନ୍ତି । ଏଥିରୁ ପ୍ରାପ୍ତ ରାଜସ୍ୱକୁ ଆଧୁନିକ ସରକାରୀ ଗୃହ, ଭିତ୍ତିଭୂମି ଏବଂ ସାର୍ବଜନୀନ ସୁବିଧାଗୁଡିକୁ ପୁନଃବିକାଶ କରିବା ପାଇଁ ବ୍ୟବହାର କରାଯାଉଛି ।

ପୁନଃବିକାଶ ଯୋଜନା ଅଧୀନରେ ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରାୟ ୪୮ ଲକ୍ଷ ବର୍ଗଫୁଟର କାର୍ଯ୍ୟାଳୟ ସ୍ଥାନ ସହିତ ୯,୩୫୦ରୁ ଅଧିକ ଆଧୁନିକ ଫ୍ଲାଟ ଯୋଗାଇ ଦିଆଯିବ ଯାହା ଦ୍ୱାରା ପ୍ରଶାସନିକ ଦକ୍ଷତା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବା ସହ ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ସୃଷ୍ଟି ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.