ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ 9 ତାରିଖରେ ଉତ୍ତର ପ୍ରଦେଶର ବାରାଣସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ସେ ଦିନ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପୂର୍ବାହ୍ନ 10ଟା 30 ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ ହେବ । ଏହିସବୁ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ 614 କୋଟି ଟଙ୍କା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏସବୁ ପ୍ରକଳ୍ପର ହିତାଧିକାରୀଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଯେଉଁସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେଦିନ ଉଦ୍ଘାଟିତ ହେବ ସେଥିରେ ରହିଛି ସାରନାଥର ଲାଇଟ ଏଣ୍ଡ ସାଉଣ୍ଡ ଶୋ, ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍‌ପିଟାଲର ଉନ୍ନତୀକରଣ କାର୍ଯ୍ୟ, ସ୍ୱେରେଜ ସଂସ୍କାର ବ୍ୟବସ୍ଥା, ଗୋସୁରକ୍ଷା ଏବଂ ସଂରକ୍ଷଣ ପାଇଁ ନିର୍ମିତ ଭିତ୍ତିଭୂମି ଓ ସୁବିଧା ସୁଯୋଗ, ବହୁମୁଖୀ ବୀଜ ସଂରକ୍ଷଣ ଗୃହ, 100 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ କୃଷିଜାତ ସାମଗ୍ରୀ ୱେୟାର ହାଉସ୍‌, ଆଇପିଡିଏସ୍‌ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ, ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମର ଖେଳାଳିଙ୍କ ପାଇଁ ଆବାସିକ କମ୍ପ୍ଳେକ୍ସ, ବାରାଣସୀ ସିଟି ସ୍ମାର୍ଟ ଆଲୋକୀକରଣ ବ୍ୟବସ୍ଥା । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ 105ଟି ଅଙ୍ଗନବାଡି କେନ୍ଦ୍ର ଏବଂ 102ଟି ଗୋରୁ ଆଶ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିବେ ।

ଏହିସବୁ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଦଶାଶ୍ୱମେଧ ଏବଂ ଖିଡିକିଆ ଘାଟର ପୁନର୍ବିକାଶ, ପିଏସ୍‌ସି ପୁଲିସ ବାହିନୀର ବାରାକ, କାଶୀର କେତେକ ୱାର୍ଡର ବିକାଶ, ବେନିଆବାଗରେ ପାର୍କର ପୁନର୍ବିକାଶ କାର୍ଯ୍ୟ, ଗିରିଜାଦେବୀ ସାଂସ୍କୃତିକ ସଂକୁଳ ବହୁମୁଖୀ ହଲ୍‌ର ବିକାଶ ତଥା ନଗରୀର ରାସ୍ତାଘାଟ ଏବଂ ପର୍ଯ୍ୟଟନସ୍ଥଳୀର ବିକାଶ ସଂପର୍କୀୟ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026