ପ୍ରଧାନମନ୍ତ୍ରୀ ଗୁଜରାଟ ସାଇନ୍ସ ସିଟିରେ ଆକ୍ୱାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ନେଚର ପାର୍କକୁ ବି ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ଜୁଲାଇ ୧୬ ତାରିଖରେ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଗୁଜରାଟରେ ରେଳପଥର ଅନେକ ପ୍ରମୁଖ ପ୍ରକଳ୍ପ ଉଦଘାଟନ କରି ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ସେ ଗୁଜରାଟ ସାଇନ୍ସ ସିଟିରେ ଆକ୍ୱାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ନେଚର ପାର୍କକୁ ମଧ୍ୟ ଉଦଘାଟନ କରିବେ ।

ଏହି ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୂଆକରି ପୁନଃ ବିକଶିତ ହୋଇଥିବା ଗାନ୍ଧିନଗର ରାଜଧାନୀ ରେଳଷ୍ଟେସନ, ଗଜ ପରିବର୍ତ୍ତିତ ତଥା ବିଦ୍ୟୁତିକୃତ ମେହସାଣା-ବରେଠା ଲାଇନ ଓ ନୂଆକରି ବିଦ୍ୟୁତିତିକରଣ ହୋଇଥିବା ସୁରେନ୍ଦ୍ରନଗର-ପିପାଭାବ ସେକ୍ସନ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଦୁଇଟି ନୂଆ ଟ୍ରେନ ଯଥା ଗାନ୍ଧିନଗର ରାଜଧାନୀ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଓ ଗାନ୍ଧିନଗର ରାଜଧାନୀ ଓ ବରେଠା ମଧ୍ୟରେ ମେମୁ ସର୍ଭିସ୍ ଟ୍ରେନଗୁଡ଼ିକର ଚଳାଚଳକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଗାନ୍ଧିନଗର ରାଜଧାନୀ ରେଳ ଷ୍ଟେସନର ପୁନଃ ବିକାଶ

ଗାନ୍ଧିନଗର ରାଜଧାନୀ ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ୭୧ କୋଟି ଟଙ୍କା ଖର୍ଚ୍ଚରେ ସମ୍ପାଦନ ହୋଇଛି । ଏହି ଷ୍ଟେସନରେ ଆଧୁନିକ ବିମାନବନ୍ଦର ଭଳି ବିଶ୍ୱ ଶ୍ରେଣୀୟ ସୁବିଧା ଉପଲବ୍ଧ କରାଯାଇଛି । ଏହାକୁ ଏକ ଦିବ୍ୟାଙ୍ଗ ଅନୁକୂଳ ଷ୍ଟେସନ ଭାବେ ବିବେଚନା କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ଏବଂ ସେହି ଅନୁସାରେ ଏକ ସ୍ୱତନ୍ତ୍ର ଟିକେଟ ବୁକିଙ୍ଗ କାଉଣ୍ଟର, ର୍ୟାମ୍ପ, ଲିଫ୍ଟ, ଉତ୍ସର୍ଗୀକୃତ ପାର୍କିଙ୍ଗ ସ୍ଥଳୀ ଆଦିର ବ୍ୟବସ୍ଥା କରାଯାଇଛି । ସମଗ୍ର କୋଠାର ଡିଜାଇନ ଗ୍ରିନ ବିଲଡିଙ୍ଗ ରେଟିଙ୍ଗ ବୈଶିଷ୍ଟ୍ୟ ସହିତ ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ବାହ୍ୟ ସମ୍ମୁଖରେ ୩୨ ଥିମ ଭିତ୍ତିକ ଦୈନିକ ଥିମ ଆଧାରିତ ଆଲୋକମାଳାର ବ୍ୟବସ୍ଥା କରାଯାଇଛି । ଷ୍ଟେସନରେ ଏକ ପଞ୍ଚତାରକା ହୋଟେଲ ବି ରହିବ ।

ମାହେସାଣା-ବରେଠା ଗଜ୍ ପରିବର୍ତ୍ତିତ ଓ ବିଦୁ୍ୟତିକରଣ ବ୍ରଡ୍ ଗଜ୍ ଲାଇନ୍ (ବଡ଼ନଗର ଷ୍ଟେସନ ସହ)

୫୫ କିଲୋମିଟରର ମାହେସାଣା-ବରେଠା ଗଜ୍ ପରିବର୍ତ୍ତନ କାର୍ଯ୍ୟ ୨୯୩ କୋଟି ଟଙ୍କା ଖର୍ଚ୍ଚରେ ସମ୍ପନ୍ନ ହୋଇଥିବା ବେଳେ ୭୪ କୋଟି ଟଙ୍କା ଖର୍ଚ୍ଚରେ ବିଦୁ୍ୟତୀକରଣ କାର୍ଯ୍ୟ ସମ୍ପାଦନ ହୋଇଛି । ଏହାର ମୋଟ ୧୦ଟି ଷ୍ଟେସନ ରହିଛି ଏବଂ ତତସହିତ ୪ଟି ନୂଆ ବିକଶିତ ଷ୍ଟେସନ ବିଲଡିଙ୍ଗ ରହିଛି ଯଥା ବିଶନଗର, ବଡ଼ନଗର, ଖେରାଲୁ ଏବଂ ବରେଠା । ଏହି ସେକ୍ସନରେ ଏକ ପ୍ରମୁଖ ଷ୍ଟେସନ ହେଉଛି ବଡ଼ନଗର, ଯାହା କି ବଡ଼ନଗର - ମୋଧେରା - ପଟାନ ହେରିଟେଜ ସର୍କିଟ ଅଧୀନରେ ବିକଶିତ ହୋଇଛି । ବଡ଼ନଗର ଷ୍ଟେସନ ବିଲଡିଙ୍ଗକୁ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ପଥର ଖୋଦେଇ ବ୍ୟବହାର କରାଯାଇ ଡିଜାଇନ କରାଯାଇଛି, ଓ ସଂଲଗ୍ନ ଅଞ୍ଚଳକୁ ଲ୍ୟାଣ୍ଡସ୍କେପ ଭାବେ ସଜାଯାଇଛି । ବଡ଼ନଗର ଏବେ ଏକ ବ୍ରଡ ଗଜ ଜରିଆରେ ସଂଯୋଗ ହେବ ଏବଂ ଯାତ୍ରୀ ଓ ମାଲବାହୀ ଟ୍ରେନ ଏହି ସେକ୍ସନରେ ନିରବଚ୍ଛିନ୍ନ ଭାବେ ଚଳାଚଳ କରିପାରିବ ।

ସୁରେନ୍ଦ୍ରନଗର - ପିପାଭାବ ସେକ୍ସନର ବିଦୁ୍ୟତୀକରଣ

ଏହି ପ୍ରକଳ୍ପଟି ମୋଟ ୨୮୯ କୋଟି ଟଙ୍କା ଖର୍ଚ୍ଚରେ ଶେଷ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା କୌଣସି ଟ୍ରାକ୍ସନ ପରିବର୍ତ୍ତନ ନ କରି ପାଲନପୁର, ଅହମ୍ମଦାବାଦ ଓ ଦେଶର ଅନ୍ୟ ଅଞ୍ଚଳରୁ ପିପାଭାବ ବନ୍ଦର ପର୍ଯ୍ୟନ୍ତ ନିରବଚ୍ଛିନ୍ନ ମାଲ ପରିବହନ ହୋଇପାରିବ । ଏହା ଅହମ୍ମଦାବାଦ, ବିରମଗାମ ଓ ସୁରେନ୍ଦ୍ରନଗର ୟାର୍ଡରେ ମଧ୍ୟ ଭିଡ଼କୁ କମାଇବ, କାରଣ ଲୋକୋ ପରିବର୍ତ୍ତନ ପାଇଁ ଅଟକକୁ ଏଡ଼ାଯାଇ ପାରିବ ।

ଆକ୍ୱାଟିକ୍ସ ଗ୍ୟାଲେରି

ଏହି ଅତ୍ୟାଧୁନିକ ସାର୍ବଜନିକ ଆକ୍ୱାଟିକ୍ସ ଗ୍ୟାଲେରିରେ ବିଭିନ୍ନ ପ୍ରକାର ଟ୍ୟାଙ୍କ ରହିଛି, ଯାହା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ଜଳଜୀବ ପ୍ରଜାତି ପାଇଁ ଉତ୍ସର୍ଗୀକୃତ ଏବଂ ଏଥିରେ ଏକ ପ୍ରମୁଖ ଟ୍ୟାଙ୍କ ସାମିଲ ରହିଛି, ଯେଉଁଥିରେ ସାରା ବିଶ୍ୱର ପ୍ରମୁଖ ସାର୍କ ରହିଛି । ସେଠାରେ ଏକ ୨୮ ମିଟରର ସ୍ୱତନ୍ତ୍ର ମାର୍ଗ ସୁଡ଼ଙ୍ଗ ମଧ୍ୟ ରହିଛି, ଯାହା ଏକ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି ।

ରୋବୋଟିକ୍ସ ଗ୍ୟାଲେରି

ଏହି ରୋବୋଟିକ୍ସ ଗ୍ୟାଲେରି ବିଶେଷକରି ରୋବୋଟିକ ପ୍ରଯୁକ୍ତିଗୁଡ଼ିକର ବିକାଶକୁ ପ୍ରଦର୍ଶନ କରୁଥିବା ଏକ ଇଣ୍ଟରାକ୍ଟିଭ ଗ୍ୟାଲେରି, ଯାହା ଏଠାରେ ଆସିବାକୁ ଥିବା ଲୋକଙ୍କୁ ରୋବୋଟିକ୍ସର ନିରନ୍ତର କ୍ରମବର୍ଦ୍ଧିଷ୍ଣୁ କ୍ଷେତ୍ର ସହ ପରିଚୟ କରାଇବା ଲାଗି ମଞ୍ଚ ପ୍ରଦାନ କରିବ । ଏହାର ପ୍ରବେଶ ଦ୍ୱାରରେ ଟ୍ରାନ୍ସଫର୍ମର ରୋବୋଟର ଏକ ବିଶାଳ ପ୍ରତିକୃତି ଲଗାଯାଇଛି । ଏହି ଗ୍ୟାଲେରିରେ ଅନନ୍ୟ ଆକର୍ଷଣ ଭାବେ ଏକ ରିସେପସନ ହୁ୍ୟମାନଏଡ ରୋବୋଟ ରହିଛି, ଯାହା ଖୁସି, ଆଶ୍ଚର୍ଯ୍ୟ ଏବଂ ଉଦ୍ଦୀପନା ଭଳି ଭାବନା ବ୍ୟକ୍ତ କରି ଏଠାରେ ଆସୁଥିବା ଲୋକଙ୍କ ସହ ଯୋଗାଯୋଗ କରିଥାଏ । ଏହି ଗ୍ୟାଲେରିର ବିଭିନ୍ନ ଚଟାଣରେ ପୃଥକ ପୃଥକ କ୍ଷେତ୍ରର ରୋବୋଟ ରଖାଯାଇଛି, ଯାହା ଚିକିତ୍ସା, କୃଷି, ମହାକାଶ, ପ୍ରତିରକ୍ଷା ଏବଂ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଆପ୍ଲିକେସନକୁ ପ୍ରଦର୍ଶନ କରୁଛି ।

ନେଚର ପାର୍କ

ଏହି ପାର୍କରେ ମିଷ୍ଟ ଗାର୍ଡେନ, ଚେସ ଗାର୍ଡେନ, ସେଲଫି ପଏଣ୍ଟ, ସ୍କଲପଚର ପାର୍କ ଏବଂ ଏକ ଆଉଟଡୋର ଗୋଲକଧନ୍ଦା ସହିତ ଅନେକ ସୁନ୍ଦର ବିଶେଷତ୍ୱ ରହିଛି । ଏଥିରେ ପିଲାମାନଙ୍କ ପାଇଁ ଡିଜାଇନ ହୋଇଥିବା ମଜାଦାର ଗୋଲକଧନ୍ଦା ବି ଅନ୍ତର୍ଭୁକ୍ତ । ଏହି ପାର୍କରେ ବୈଜ୍ଞାନିକ ସୂଚନାରେ ଭରପୂର ପୁରାତନ ମ୍ୟାମଥ, ଟେରର ବାର୍ଡ, ସେବର ଟୁଥ ଲାୟନ ଭଳି ବିଲୁପ୍ତ ପଶୁଗୁଡ଼ିକର ବିଭିନ୍ନ ମୂର୍ତ୍ତି ମଧ୍ୟ ନଜର ଆସିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways' financial health improves in last 10 yrs, surplus revenue after meeting cost: Ashwini Vaishnaw

Media Coverage

Railways' financial health improves in last 10 yrs, surplus revenue after meeting cost: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 7, 2026
February 07, 2026

Empowering the Nation: Trade Deals, Tech Innovations, and Rural Revival Under PM Modi