ବିଭିନ୍ନ ରାଜ୍ୟ ଓ ସଂସ୍ଥା ପକ୍ଷରୁ ୫୮ଟି ଦଳରେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ ପ୍ରତିଦ୍ୱନ୍ଦ୍ୱିତା କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜାନୁଆରୀ ୨୦୨୬ରେ ଭିଡିଓ କନଫରେନ୍ସିଂ ଜରିଆରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ । ବାରଣାସୀର ଡ. ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟ୍ସ ଷ୍ଟାଡିୟମରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ ।
ଜାନୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟ ଓ ସଂସ୍ଥାରୁ ୫୮ଟି ଦଳରେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଭଲିବଲରେ ଉଚ୍ଚମାନର ପ୍ରତିଦ୍ୱନ୍ଦ୍ୱିତା, ଖେଳଭାବନା ଏବଂ ଦକ୍ଷତାର ପ୍ରଦର୍ଶନ ଦେଖିବାକୁ ମିଳିବ ।
ବାରଣାସୀରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ସହରର ବର୍ଦ୍ଧିତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ବିକାଶର ପ୍ରୋତ୍ସାହନକୁ ରେଖାଙ୍କିତ କରୁଛି । ଏହା ମଧ୍ୟ ପ୍ରମୁଖ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆୟୋଜନର କେନ୍ଦ୍ର ଭାବେ ସହରର ଦାବିଦାରୀକୁ ବଢ଼ାଉଛି ଏବଂ ଏଥିସହ ସାଂସ୍କୃତିକ ଏବଂ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭୂମିକାକୁ ସମ୍ପ୍ରସାରିତ କରୁଛି । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development