ବିଜୟାଦଶମୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ତାରିଖ ଅପରାହ୍ନ ପ୍ରାୟ ୧୨ଟା ୧୦ ମିନିଟ୍‍ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ପ୍ରଦାନ କରିବେ, ଯାହା ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶକୁ ଉତ୍ସର୍ଗ କରିବ ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

୭ ଟି ନୂତନ ପ୍ରତିରକ୍ଷା କମ୍ପାନୀ ବିଷୟରେ :

ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଆତ୍ମର୍ନିଭରଶୀଳତା ପାଇଁ ଏକ ପଦକ୍ଷେପ ଭାବରେ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ୧୦୦% ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ଉନ୍ନତ କାର୍ଯ୍ୟ ସ୍ୱାଧୀନତା, ଦକ୍ଷତା ଆଣିବ ଏବଂ ନୂତନ ଅଭିବୃଦ୍ଧି ସମ୍ଭାବନା ଏବଂ ନୂତନତ୍ୱକୁ ଉନ୍ମୁକ୍ତ କରିବ ।

ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ସାତଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ହେଉଛି: ମୁନିସନ୍ ଇଣ୍ଡିଆ ଲିମିଟେଡ୍ (ଏମ୍‍ଆଇଏଲ); ଆରମୋର୍ଡ ଭେଇକିଲ୍‍ ନିଗମ ଲିମିଟେଡ୍ (ଏଭିଏଏନ୍‍ଆଇ); ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ); ଟ୍ରୁପ୍ କମ୍ଫଟ୍‍ସ ଲିମିଟେଡ୍ (ଟିସିଏଲ); ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍‍); ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍‍) ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍‍) ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen