ଭାରତୀୟ ନୌସେନାରେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ ‘ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ’ ଅନାବରଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୮, ୨୦୨୨ ଅପରାହ୍ନ ୪.୩୦ରେ ଡଃ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଏନଆଇଆଇଓ (ନୌସେନା ନବାଚାର ଓ ସ୍ୱଦେଶୀକରଣ ସଂଗଠନ) ସେମିନାର ‘ସ୍ୱାବଲମ୍ବନ’କୁ ସମ୍ବୋଧିତ କରିବେ ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆତ୍ମନିର୍ଭର ଭାରତର ପ୍ରମୁଖ ସ୍ତମ୍ଭ । ଏହି ପ୍ରୟାସକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ସ୍ୱଦେଶୀ ପ୍ରଯୁକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ ‘ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ’ ଅନାବରଣ କରିବେ । ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଅଂଶବିଶେଷ ଭାବେ ଏନଆଇଆଇଓ ପ୍ରତିରକ୍ଷା ନବାଚାର ସଂଗଠନ (ଡିଆଇଓ) ସହ ମିଳିତ ଭାବେ ଭାରତୀୟ ନୌସେନାରେ ଅତିକମରେ ୭୫ଟି ନୂଆ ସ୍ୱଦେଶୀ ପ୍ରଯୁକ୍ତି/ଉତ୍ପାଦ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସହଭାଗୀ ପ୍ରକଳ୍ପର ନାମ ସ୍ପ୍ରିଣ୍ଟ (ଆଇଡେକ୍ସ, ଏନଆଇଆଇଓ ଓ ଟିଡିଏସି ମାଧ୍ୟମରେ ଆର ଏଣ୍ଡ ଡିରେ ଉତ୍କର୍ଷତା ପ୍ରତିପାଦନ କରିବା) ରହିଛି ।   

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତୀୟ ଶିଳ୍ପ ଓ ଶିକ୍ଷାଜଗତକୁ ନିୟୋଜିତ କରିବା ଏହି ସେମିନାରର ଉଦ୍ଦେଶ୍ୟ । ଏହି ଦୁଇଦିନିଆ ସେମିନାର (ଜୁଲାଇ ୧୮-୧୯) ଶିଳ୍ପ, ଶିକ୍ଷା, ସେନା ଓ ସରକାରୀ ପ୍ରତିନିଧିମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ଚିନ୍ତନ ଓ ପ୍ରସ୍ତାବ ବିନିମୟ ପାଇଁ ମିଳିତ ମଞ୍ଚ ପ୍ରଦାନ କରିବ । ନବାଚାର, ସ୍ୱଦେଶୀକରଣ, ଅସ୍ତ୍ରଶସ୍ତ୍ର ଓ ବିମାନ ଉଡ୍ଡୟନ ପାଇଁ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ସେମିନାରର ଦ୍ୱିତୀୟ ଦିନରେ ସରକାରଙ୍କ ସାଗର (ଅଞ୍ଚଳର ସମସ୍ତଙ୍କ ସୁରକ୍ଷା ଓ ବିକାଶ) ଦୃଷ୍ଟିକୋଣ ଅନୁଯାୟୀ ଭାରତ ମହାସାଗର ଅଞ୍ଚଳରେ ବ୍ୟାପକତା ସମ୍ପର୍କରେ ଆଲୋଚନା ହେବ ।         

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival