ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନଭେମ୍ବର 29, 2019ରେ ମହାଲେଖାକାର ଏବଂ ଉପ ମହାଲେଖାକାରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ । ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ କାର୍ଯ୍ୟାଳୟରେ ଦେଶବ୍ୟାପୀ ମହାଲେଖାକାର ଓ ଉପମହାଲେଖାକାରଙ୍କୁ ସମ୍ବୋଧିତ କରିବା ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।

ଅଭିଜ୍ଞତା ଏବଂ ଶିକ୍ଷାକୁ ମଜଭୁତ କରିବା ପାଇଁ ଏବଂ ଆଗାମୀ କିଛି ବର୍ଷ ପାଇଁ ଭାରତୀୟ ଅଡିଟ ଓ ଆକାଉଣ୍ଟ ବିଭାଗର ପଥ ନିର୍ଦ୍ଧାରଣ କରିବା ପାଇଁ ‘ଟ୍ରାନ୍ସଫର୍ମିଂ ଅଡିଟ ଆଣ୍ଡ ଆସ୍ୟୁରାନ୍ସ ଇନ ଏ ଡିଜିଟାଲ ୱାର୍ଲ୍ଡ’  ଶୀର୍ଷକରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି । ସମ୍ମିଳନୀରେ ବିଭାଗକୁ ଏକ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ସଂସ୍ଥାରେ ପରିଣତ କରିବା ଲାଗି ପ୍ୟାନେଲ ଆଲୋଚନା କରାଯିବ । ଏଥିରେ ପ୍ରଶାସନିକ ସ୍ତରରେ ନୀତି ନିର୍ଦ୍ଧାରଣ କରିବା ଲାଗି ତଥ୍ୟ ଉପଯୋଗର ବୃଦ୍ଧି ପାଉଥିବା ପ୍ରଚଳନ ଉପରେ ବିଚାର-ବିମର୍ଶ କରାଯିବ ।

ବିଭାଗ ‘ଏକକ ଆଇଏ ଆଣ୍ଡ ଡି-ଏକକ ପ୍ରକ୍ରିୟା’ର ପ୍ରଣୟନ ମାଧ୍ୟମରେ ଅଡିଟ ପ୍ରକ୍ରିୟାକୁ ଆଭ୍ୟନ୍ତରୀଣ ଭାବେ ସ୍ୱୟଂକ୍ରିୟ କରୁଛି । ଇଣ୍ଟର ଆକ୍ଟିଭ ଆକାଉଣ୍ଟ ଏବଂ ଡିଜିଟାଲ ଅଡିଟ ରିପୋର୍ଟ ଉପସ୍ଥାପନ କରିବା ଲାଗି ଅଡିଟ ୟୁନିଟ ପରିଦର୍ଶନ କରିବାର ଆବଶ୍ୟକତାକୁ ହ୍ରାସ କରିବା ଦିଗରେ ବିଭାଗ ଆଗକୁ ବଢ଼ୁଛି । ଅଡିଟରଙ୍କ ପାଇଁ ଜ୍ଞାନ ଆଧାରକୁ ସଂସ୍ଥାଗତ ରୂପ ଦେବା, ଜ୍ଞାନ ସମ୍ବଳକୁ ବ୍ୟବସ୍ଥିତ କରିବା ଏବଂ ଯେକୌଣସି ସମୟରେ ଓ ସ୍ଥାନରେ ଶିଖିବା ଲାଗି ଆଇଟି ପ୍ଲାଟଫର୍ମର ଲାଭ ଉଠାଇବା, ଆଇଟି ଆଧାରିତ ଟୁଲକିଟ ବିକଶିତ କରିବା ଦିଗରେ କାର୍ଯ୍ୟ ମଧ୍ୟ କରାଯାଉଛି । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଅଡିଟ ଓ ଆକାଉଣ୍ଟ ବିଭାଗ ନୂଆ ଯୁଗର ପରିବର୍ତ୍ତିତ ପରିସ୍ଥିତିର ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଅଡିଟ ପ୍ରକ୍ରିୟାକୁ ବଦଳାଇବା ଦିଗରେ ପଦକ୍ଷେପ ନେଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India