ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କୁ ଭାରତ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ଯାତ୍ରାରେ ସିଙ୍ଗାପୁର ଏକ ମୂଲ୍ୟବାନ ସହଯୋଗୀ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଭାରତ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ୱଙ୍ଗ, ଆପଣଙ୍କୁ ଧନ୍ୟବାଦ !
ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ଯାତ୍ରାରେ ସିଙ୍ଗାପୁର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଆମେ ଉନ୍ନତ ଉତ୍ପାଦନ, ଦକ୍ଷତା ଏବଂ ଡିଜିଟାଲ ଫ୍ରେମୱାର୍କ ଉପରେ ଧ୍ୟାନ ଦେବା ସହ ଆମର ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପର ଦ୍ରୁତ କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରତିବଦ୍ଧ।”
@LawrenceWongST
Thank you Prime Minister Wong for your words of confidence in India!
— Narendra Modi (@narendramodi) September 4, 2025
Singapore is a valued partner in our journey towards building a Viksit Bharat. We are committed to the swift implementation of the roadmap for our Comprehensive Strategic Partnership, with a focus on advanced… pic.twitter.com/9EjWWgeAeF


