ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ଶୋକ ଓ ସମବେଦନା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି
ଭାରତ ଦୃଢ଼ ଏବଂ ସ୍ପଷ୍ଟ ଭାବେ ଆତଙ୍କବାଦକୁ ନିନ୍ଦା କରୁଛି ବୋଲି ଦୋହରାଇଲେ ପ୍ରଧାନମନ୍ତ୍ରୀ
ଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଠାରୁ ଫୋନ୍‌ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି।

ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ପ୍ରକଟ କରିଛନ୍ତି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ଭାରତ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ଏବଂ ସ୍ପଷ୍ଟ ରୂପରେ ନିନ୍ଦା କରିଥାଏ ବୋଲି ସେ ଦୋହରାଇଥିଲେ।

ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ।

ଦୁଇ ନେତା ପରସ୍ପର ସହ କଥାବାର୍ତ୍ତା ଜାରି ରଖିବେ ବୋଲି ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi