ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ଶୋକ ଓ ସମବେଦନା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି
ଭାରତ ଦୃଢ଼ ଏବଂ ସ୍ପଷ୍ଟ ଭାବେ ଆତଙ୍କବାଦକୁ ନିନ୍ଦା କରୁଛି ବୋଲି ଦୋହରାଇଲେ ପ୍ରଧାନମନ୍ତ୍ରୀ
ଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଠାରୁ ଫୋନ୍‌ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି।

ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ପ୍ରକଟ କରିଛନ୍ତି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ଭାରତ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ଏବଂ ସ୍ପଷ୍ଟ ରୂପରେ ନିନ୍ଦା କରିଥାଏ ବୋଲି ସେ ଦୋହରାଇଥିଲେ।

ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ।

ଦୁଇ ନେତା ପରସ୍ପର ସହ କଥାବାର୍ତ୍ତା ଜାରି ରଖିବେ ବୋଲି ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived