ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂତନ ବର୍ଷ ପାଇଁ ତାଙ୍କର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଆଶା ବ୍ୟକ୍ତ କରିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଆଗାମୀ ସମୟରେ ନିଜ ପ୍ରୟାସରେ ସଫଳତା ପାଇବେ।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଦୃଢ଼ ସଂକଳ୍ପ ଏବଂ ଇଚ୍ଛାଶକ୍ତି ଦ୍ୱାରା ନୂତନ ବର୍ଷରେ ନିଆଯାଇଥିବା ସଂକଳ୍ପଗୁଡ଼ିକୁ ପୂରଣ କରାଯାଇପାରିବ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି କାଳଜୟୀ ଜ୍ଞାନ ଆମକୁ ଉଠିବା, ଜାଗ୍ରତ ରହିବା ଏବଂ କଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ପ୍ରୋତ୍ସାହିତ କରିଥାଏ, ଯେତେବେଳେ କି ଭବିଷ୍ୟତର କଳ୍ପନା କରିବାରେ ଆମ ମନକୁ ସ୍ଥିର ଏବଂ ନିର୍ଭୀକ ରଖିଥାଏ।
ଏକ୍ସରେ ଏକ ପୋଷ୍ଟରେ ଏକ ସଂସ୍କୃତ ପଦ ମାଧ୍ୟମରେ ତାଙ୍କର ପ୍ରେରଣା ବାର୍ତ୍ତା ସେୟାର କରି ଶ୍ରୀ ମୋଦୀ କହିଛନ୍ତି:
"ଆଗାମୀ ବର୍ଷଗୁଡ଼ିକରେ ତୁମର ସମସ୍ତ ପ୍ରୟାସରେ ସଫଳତା କାମନା କରୁଛି। ତୁମର ଦୃଢ଼ ସଂକଳ୍ପ ଏବଂ ଇଚ୍ଛାଶକ୍ତି ନୂତନ ବର୍ଷରେ ତୁମର ସଂକଳ୍ପକୁ ପୂରଣ କରୁ।
ଉଥ୍ୟାତବ୍ୟଂ ଜାଗୃତବ୍ୟଂ ଯୋକ୍ତବ୍ୟଂ ଭୂତିକର୍ମସୁ ।
ଭବିଷ୍ୟନିତ୍ୟେବ ମନଃ କୃତ୍ୟା ସତତମବ୍ୟଥେଃ ।।’’
मेरी कामना है कि आने वाले समय में आपको अपने हर प्रयास में सफलता मिले। दृढ़संकल्प और इच्छाशक्ति से नए साल में आपके संकल्प की सिद्धि हो।
— Narendra Modi (@narendramodi) January 2, 2026
उत्थातव्यं जागृतव्यं योक्तव्यं भूतिकर्मसु।
भविष्यतीत्येव मनः कृत्वा सततमव्यथैः।। pic.twitter.com/uuFCKwsXsf


