ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ସମୟର ପରୀକ୍ଷାରେ ଛିଡା ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ଏହି ମହାମାରୀ ଆମର ଦ୍ୱିପାକ୍ଷିକ ସହଯୋଗରେ ସ୍ୱାସ୍ଥ୍ୟ ଏବଂ ଫାର୍ମା କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଛି: ଭ୍ଲାଡିଭୋଷ୍ଟକରେ ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀ
ଭାରତ -ରୁଷ ଶକ୍ତି ଭାଗିଦାରୀ ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ଆଣିବାରେ ସାହାଯ୍ୟ କରିପାରିବ: ପ୍ରଧାନମନ୍ତ୍ରୀ ମୋଦୀ

ଭ୍ଳାଡିଭୋଷ୍ଟକ ଠାରେ ଅନୁଷ୍ଠିତ ଷଷ୍ଠ ପୂର୍ବାଞ୍ଚଳ ଆର୍ଥିକ ମଞ୍ଚ (ଇଇଏଫ)ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଅଧିବେଶନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଞ୍ଚମ ଇଇଏଫ-୨୦୧୯ ମସିହାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ।

            ରାଷ୍ଟ୍ରପତି ପୁଟିନଙ୍କ ଦୂର ପ୍ରାଚ୍ୟ ରୁଷର ବିକାଶ ଦୂରଦୃଷ୍ଟିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆକ୍ଟ ଇଷ୍ଟ ପଲିସୀରେ ଭାରତର ପ୍ରତିବଦ୍ଧ ଉପରେ ପୁନଃଗୁରୁତ୍ୱ ଆରୋପ କରି ଭାରତ ଏକ ନିର୍ଭରଯୋଗ୍ୟ ଅଂଶୀଦାର ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରୁଷ ଦୂର ପ୍ରାଚୀର ବିକାଶ ଦିଗରେ ଭାରତ ଓ ରୁଷର ପାରସ୍ପାରିକ ସହଯୋଗ ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଅଧିକ ଆର୍ଥିକ ଓ ବାଣିଜ୍ୟିକ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିବା ସଙ୍ଗେ ସଙ୍ଗେ ସହଯୋଗର ରଣନୀତି ଉପରେ ସୂଚନା ଦେଇଥିଲେ । ବୈଶ୍ୱିକ ମହାମାରୀ କାଳରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ବୃଦ୍ଧି ପାଇଥିବା ସହଯୋଗ ଉପରେ ସେ ଆଲୋକପାତ କରିଥିଲେ । ଏହାଛଡା ସେ ହୀରା, ରନ୍ଧନ କୋଇଲା, ଇସ୍ପାତ, କାଠ ଭଳି କେତେକ କ୍ଷେତ୍ରରେ ଆର୍ଥିକ ସହଯୋଗ ଉପରେ ମଧ୍ୟ କହିଥିଲେ । ଇଇଏଫ-୨୦୧୯ରେ ଭାରତୀୟ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ଅଂଶଗ୍ରହଣର ସ୍ମରଣ କରି ଦୂରପ୍ରାଚ୍ୟ ରୁଷର ୧୧ଟି ଅଞ୍ଚଳର ଗଭର୍ଣ୍ଣରମାନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ।

            କୋଭିଡ ମହାମାରୀ ସତ୍ତ୍ୱେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ନେତୃତ୍ୱରେ କେତେକ ଅଗ୍ରଣୀ ତେଲ ଓ ଗ୍ୟାସ କମ୍ପାନୀଙ୍କ ପ୍ରତିନିଧିଦଳ ଇଇଏଫ ଅଧୀନରେ ଭାରତ-ରୁଷ ବ୍ୟାବସାୟିକ କଥାବାର୍ତ୍ତାରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ଓ ରୁଷର ସାଖା-ୟାକୁଟିଆ ପ୍ରଦେଶ ଗଭର୍ଣ୍ଣରଙ୍କ ମଧ୍ୟରେ ଗତ ଦୁଇତାରିଖ ଦିନ ଏକ ଅନଲାଇନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ୫୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ କମ୍ପାନୀଙ୍କ ପ୍ରତିନିଧି ମଧ୍ୟ ଏହି ଅନଲାଇନ କଥାବର୍ତ୍ତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep