ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ସମୟର ପରୀକ୍ଷାରେ ଛିଡା ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ଏହି ମହାମାରୀ ଆମର ଦ୍ୱିପାକ୍ଷିକ ସହଯୋଗରେ ସ୍ୱାସ୍ଥ୍ୟ ଏବଂ ଫାର୍ମା କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଛି: ଭ୍ଲାଡିଭୋଷ୍ଟକରେ ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀ
ଭାରତ -ରୁଷ ଶକ୍ତି ଭାଗିଦାରୀ ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ଆଣିବାରେ ସାହାଯ୍ୟ କରିପାରିବ: ପ୍ରଧାନମନ୍ତ୍ରୀ ମୋଦୀ

ରୁଷ ଫେଡେରେସନ୍‌ର ପ୍ରେସିଡେଣ୍ଟ

 ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ପୁଟିନ

ଉପସ୍ଥିତ ମହାମହିମଗଣ,

ଇଷ୍ଟର୍ଣ୍ଣ ଇକନମିକ୍ ଫୋରମର ସମସ୍ତ ଅଂଶଗ୍ରହଣକାରୀ

ସମସ୍ତଙ୍କୁ ନମସ୍କାର

ମୁଁ ଇଷ୍ଟର୍ଣ୍ଣ ଇକ୍‌ନମିକ୍ ଫୋରମ୍‌ରେ ଉଦ୍‌ବୋଧନ ଦେଇ ଅତ୍ୟନ୍ତ ଆନନ୍ଦିତ । ମୋତେ ଏହି ସୌଭାଗ୍ୟ ଦେଇଥିବାରୁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

 ଭାରତର ଇତିହାସ ସଭ୍ୟତାରେ ‘ସଂଗମ’ ଶବ୍ଦର ଏକ ସ୍ୱତନ୍ତ୍ର ଅର୍ଥ ରହିଛି ।  ଏହାର ଅର୍ଥ ଏକାଧିକ ନଦୀ, ଜନସାଧାରଣ ଓ ବିଚାରର ମିଳନ । ମୋ ବିଚାରରେ ଭ୍ଲାଡିଭଷ୍ଟକ ବାସ୍ତବରେ ୟୁରେସିଆ ଓ ପାସିଫିକର ଏକ ସଂଗମ ସ୍ଥଳ । ରୁଷୀୟ ଦୂରପ୍ରାଚ୍ୟର ବିକାଶ ପାଇଁ ରାଷ୍ଟ୍ରପତି ପୁଟିନ ଯେଉଁ ଲକ୍ଷ୍ୟ ଓ ଦୂରଦୃଷ୍ଟି ରଖି କାମ କରୁଛନ୍ତି ତାହାକୁ ମୁଁ ପ୍ରଶଂସା କରୁଛି । ଏହି ଲକ୍ଷ୍ୟପୂରଣ କରିବାରେ ଭାରତ ରୁଷିଆର ବିଶ୍ୱସ୍ତ ଅଂଶୀଦାର ହେବ। ୨୦୧୯ରେ ଆୟୋଜିତ ଫୋରମ୍‌ର ବୈଠକରେ ମୁଁ ଭ୍ଲାଡିଭଷ୍ଟକ ଯାଇଥିଲି । ସେଠାରେ ମୁଁ ଭାରତର ‘ଆକ୍ଟ ଫାର ଇଷ୍ଟ’ ନୀତି ଘୋଷଣା କରିଥିଲି । ଏହି ନୀତି ରୁଷିଆ ସହିତ ଏକ ରଣକୌଶଳାତ୍ମକ ଅଂଶୀଦାରୀ ଗଢି ତୋଳିବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱତନ୍ତ୍ର ଅଙ୍ଗ ।

ମହାମହିମ୍‌!

ପ୍ରେସିଡେଣ୍ଟ ପୁଟିନ, ଆମେ ଯେତେବେଳେ ୨୦୧୯ରେ ମିଳିତଭାବେ ଭ୍ଲାଡିଭସଟକ୍‌ରୁ ସ୍ପେଜ୍‌ଡା ନୌଯାତ୍ରାରେ ଗଲେ ସେତେବେଳେ ଆମ ଦୁହିଁଙ୍କ ଭିତରେ ହୋଇଥିବା ସବିଶେଷ କଥାବାର୍ତ୍ତା ମୋର ମନେ ଅଛି । ସ୍ପେଜଡାର ଆଧୁନିକ ଜାହାଜ ନିର୍ମାଣ କାରଖାନା ମୋତେ ଆପଣ ଦେଖାଇଥିଲେ । ସେତେବେଳେ ଆପଣ ଆଶାପୋଷଣ କହିଥିଲେ ଯେ ଭାରତ ଏହି ବିରାଟ ଔଦ୍ୟୋଗିକ ପ୍ରୟାସରେ ସାମିଲ ହେବେ ।

ଆଜି ମୁଁ ଆନନ୍ଦିତ ଯେ ସ୍ପେଜ୍‌ଡା ପ୍ରକଳ୍ପରେ ଭାରତର ଅନ୍ୟତମ ବୃହତ୍ ଜାହାଜ ନିର୍ମାଣକାରୀ ସଂସ୍ଥା ମାଜଗାଓଁ ଡକ୍ସ ଲିମିଟେଡ ଏଥିରେ ସାମିଲ ହୋଇଛି । ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟାବସାୟିକ ଜାହାଜ ନିର୍ମାଣରେ ମାଜଗାଁଓ ଡକ୍ସ ଲିମିଟେଡ ସ୍ପେଜ୍‌ଡା ସହ ଅଂଶୀଦାର ହେବ । ଗଗନଯାନ କାର୍ଯ୍ୟକ୍ରମରେ ଭାରତ ଓ ରୁଷିଆ ଅଂଶୀଦାର ହୋଇ ମହାକାଶ ଗବେଷଣା କ୍ଷେତ୍ରରେ କାମ କରୁଛନ୍ତି । ରୁଷିଆ ଓ ଭାରତ ମଧ୍ୟ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟ ପାଇଁ ଉତ୍ତର ସାଗର ଜଳପଥ ମିଳିତଭାବେ ଖୋଲିବେ ।

ବନ୍ଧୁଗଣ !

            ଭାରତ-ରୁଷିଆ ମୈତ୍ରୀ ସମୟର କଷଟି ପଥରରେ ପରୀକ୍ଷିତ । ନିକଟରେ କରୋନା ମହାମାରୀ ସମୟରେ ଟିକାପ୍ରସ୍ତୁତି କାମରେ ଦୁଇପକ୍ଷ ମଧ୍ୟରେ ଏକ ବଡ ସହଯୋଗ ପ୍ରୟାସ ଆରମ୍ଭ ହୋଇଛି । ଆମ ଦ୍ୱିପାକ୍ଷିକ ସହଯୋଗ ବ୍ୟବସ୍ଥା ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ରର ଯେ ଏକ ବଡ ଭୂମିକା ରହିଛି ସେକଥା ମହାମାରୀ ଆମକୁ ଦେଖାଇଦେଇଛି । ଉର୍ଜା ମଧ୍ୟ ଆମ ରଣକୌଶଳାତ୍ମକ ଅଂଶୀଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ରୁଷ-ଭାରତ ଊର୍ଜା ସହଭାଗିତା ବିଶ୍ୱ ଊର୍ଜା ବଜାରରେ ସ୍ଥିରତା ଆଣିବ । ମୋ ସରକାରର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଭ୍ଲାଡିଭଷ୍ଟକରେ ଅଛନ୍ତି । ସେ ଏହି ଫୋରମ୍‌ରେ ଭାରତର ପ୍ରତିନିଧିତ୍ୱ କରିବେ । ଭାରତୀୟ ଶ୍ରମିକମାନେ ଅମୁର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ ପ୍ରକଳ୍ପରେ କାମ କରୁଛନ୍ତି । ୟମଲରୁ ଭ୍ଲାଡିଭସ୍‌ଟକ୍ ଓ ସେଠାରୁ ଚେନ୍ନାଇ ପର୍ଯ୍ୟନ୍ତ ଗ୍ୟାସ ପାଇପ ସଂଯୋଗ କରିବାର ଲକ୍ଷ୍ୟ ରହିଛି । ଆମେ ଏକ ଊର୍ଜ୍ଜା ଓ ବାଣିଜ୍ୟ ସେତୁ ସ୍ଥାପନ ଲକ୍ଷ୍ୟରେ କାମ କରୁଛୁ । ଚେନ୍ନାଇ-ଭ୍ଲାଡିଭସ୍‌ଟକ୍ ମାରିଟାଇମ୍ କରିଡର ଅଗ୍ରଗତି ଦେଖି ମୁଁ ଆନନ୍ଦିତ । ଏହି ସଂଯୋଗ ପ୍ରକଳ୍ପ ସହିତ ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ କରିଡର ଦ୍ୱାରା ଭାରତ ଓ ରୁଷିଆ ପରସ୍ପରର ଆହୁରି ନିକଟତର ହେବେ । ମହାମାରୀ ଜନିତ ପ୍ରତିବନ୍ଧକ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ଆମ ବ୍ୟାବସାୟିକ ସମ୍ପର୍କ ଅଧିକ ନିବିଡ ହୋଇଛି । ଏଥିରେ ଭାରତୀୟ ଇସ୍ପାତ ଉଦ୍ୟୋଗକୁ ଦୀର୍ଘମିଆଦି ଭିତ୍ତିରେ କୋକିଂ କୋଇଲା ଯୋଗାଣ ଅନ୍ତର୍ଭୁକ୍ତ । କୃଷିଶିଳ୍ପ ଓ ସେରାମିକ୍ସ, ଖଣିଜ, ହୀରା, ବିରଳ ମୃତ୍ତିକା ଓ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବ୍ୟବସାୟ ସହଯୋଗ କିପରି ଅଧିକ ବଢିବ ସେ ଦିଗରେ ମଧ୍ୟ ଉଦ୍ୟମ ଜାରି ରହିଛି । ଏହି ଫୋରମ୍‌ରେ ହୀରା ଉପରେ ଆଲୋଚନା କରିବାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ସେଥିରେ ଗୁଜରାଟ ଓ ସାଖା-ୟାକୁଟିଆ ପ୍ରତିନିଧିମାନେ ଯୋଗ ଦେଉଥିବା ଜାଣି ଖୁସି ହେଲି । ଏକ ବିଲିୟନ ଡଲାର ମୂଲ୍ୟର କୋହଳ ହାର ସୁଧରେ ଯେଉଁ ଋଣ ୨୦୧୯ରେ ଘୋଷଣା କରାଯାଇଥିଲା ତାହା ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ମୋର ବିଶ୍ୱାସ ।

ଭାରତର ବିଭିନ୍ନ ରାଜ୍ୟ ଏବଂ ରୁଷ ଦୂରପ୍ରାଚ୍ୟର ବିଭିନ୍ନ ସମ୍ପୃକ୍ତପକ୍ଷଙ୍କୁ ଏହି ଫୋରମ୍ ଏକାଠି କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ମିଳିତଭାବେ ଆଗକୁ ବଢିବାକୁ ଉଭୟ ଦେଶକୁ ସାହାଯ୍ୟ କରିବ । ୨୦୧୯ରେ ମୋ ସହିତ ଭ୍ଲାଡିଭସ୍‌ଟକ୍ ଯାଇଥିବା ଭାରତର କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଯେଉଁସବୁ ପ୍ରସଙ୍ଗରେ ଆଲୋଚନା କରିଥିଲେ ସେଥିରେ ପ୍ରଗତି ଘଟିଛି ବୋଲି ମୋର ଆଶା ଓ ବିଶ୍ୱାସ । ଏହି ଅବସରରେ ମୁଁ ରୁଷର ଦୂରପ୍ରାଚ୍ୟ (ଫାର୍‌ଇଷ୍ଟ)ର ୧୧ଟି ଅଞ୍ଚଳର ଗଭର୍ଣ୍ଣରମାନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଜଣାଉଛି ।

ବନ୍ଧୁଗଣ !

            ୨୦୧୯ରେ ମୁଁ ଏହି ମଞ୍ଚରେ କହିଥିଲି ଯେ ଭାରତୀୟ ପ୍ରତିଭାଧାରମାନେ ବିଶ୍ୱର ଅନେକ ସମୂଳ ସମୃଦ୍ଧି ଅଞ୍ଚଳର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ଭାରତରେ ଏକ ପ୍ରତିଭା ସମ୍ପନ୍ନ ଓ ଉତ୍ସର୍ଗୀକୃତ ଶ୍ରମଶକ୍ତି ରହିଛି । ରୁଷର ଦୂର-ପ୍ରାଚ୍ୟ ସମ୍ବଳ ସମୃଦ୍ଧ ହୋଇଥିବାରୁ ଭାରତୀୟ ପ୍ରତିଭାବାନ ଯୁବକଙ୍କର ଏହାର ବିକାଶରେ ବିଶେଷ ଭୂମିକା ରହିଛି । ଏହି ଫୋରମ୍‌ର ବୈଠକ ଆୟୋଜିତ  ହେଉଥିବା ଫାର ଇଷ୍ଟର୍ଣ୍ଣ ଫେଡେରାଲ ୟୁନିଭରସିଟିରୁ ଅନେକ ଭାରତୀୟ ଶିକ୍ଷାଲାକ କରିଛନ୍ତି ।

ମହାମହିମ୍ ରାଷ୍ଟ୍ରପତି ପୁଟିନ, ମୋତେ  ଏହି ମଞ୍ଚରେ ଉଦ୍‌ବୋଧନ ଦେବାକୁ ସୁଯୋଗ ଦେଇଥିବାରୁ ମୁଁ ପୁନର୍ବାର ଆପଣଙ୍କୁ ଧନ୍ୟବାଦ ଜଣାଉଛି ।  ଆପଣ ସବୁବେଳେ ଭାରତରେ ଜଣେ ମହାନ୍ ବନ୍ଧୁ ହୋଇ ରହିଆସିଛନ୍ତି । ଆପଣଙ୍କ ଦିଗ୍‌ଦର୍ଶନରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ନିବିଡ ଓ ବ୍ୟାପକ ହୋଇ ଆଗକୁ ଚାଲିଛି । ମୁଁ ଏହି ଫୋରମରେ ଭାଗ ନେଇଥିବା ସମସ୍ତଙ୍କର ସଫଳତା କାମନା କରୁଛି ।

ସ୍ପାସିବା !

 ଧନ୍ୟବାଦ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
PM Modi offers prayers at Arulmigu Subramaniyaswamy Temple, Thirupparankundram in Madurai
March 01, 2026

The Prime Minister, Shri Narendra Modi, visited and offered prayers at the Arulmigu Subramaniyaswamy Temple in Thirupparankundram, Madurai today.

During his visit to the sacred temple, the Prime Minister sought blessings for the peace, prosperity, and well-being of all citizens. The Prime Minister expressed his hope that Lord Murugan would continue to guide us with strength, courage, and wisdom.

The Prime Minister shared his sentiments with the invocation, "Vetrivel Muruganukku Arogara!"

The Prime Minister Shared on X:

"Vetrivel Muruganukku Arogara!

Prayed at the Arulmigu Subramaniyaswamy Temple, Thirupparankundram, Madurai.

Sought blessings for peace, prosperity and the well-being of all. May Lord Murugan always guide us with strength, courage and wisdom."