ମହାନୁଭବଗଣ,

ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।

ଆମକୁ ଅବଶ୍ୟ ପ୍ରଯୁକ୍ତି, ଯାହାକି "ମାନବ କୈନ୍ଦ୍ରିକ' ତାହାର ପ୍ରୟୋଗକୁ ପ୍ରୋତ୍ସାହିତ କରିବାକୁ ହେବ। ଏହା କୌଣସି ଦୃଷ୍ଟିରୁ "ଅର୍ଥ କୈନ୍ଦ୍ରିକ ହେବା ଅନୁଚିତ, ଅର୍ଥାତ୍‌, ତାହା କେବଳ 'ରାଷ୍ଟ୍ରୀୟ' ନହୋଇ "ବୈଶ୍ୱିକ', ଏବଂ ତାହା ମଧ୍ୟ "ନିର୍ଦ୍ଦିଷ୍ଟ' ନହୋଇ "ମୁକ୍ତ ଉତ୍ସ' ମଡେଲକୁ ଅନୁସରଣ କରିବା ଦରକାର। ଭାରତ ଏହି ନିର୍ଦ୍ଦିଷ୍ଟ ପରିକଳ୍ପନାକୁ ନିଜର ସମସ୍ତ ପ୍ରଯୁକ୍ତି ଆଧାରିତ ପ୍ରକଳ୍ପମାନଙ୍କରେ ସମନ୍ୱିତ କରିବା ପାଇଁ ପ୍ରୟାସ କରୁଛି।

ଏହି ନିର୍ଦ୍ଦିଷ୍ଟ କାରଣ ପାଇଁ, ଭାରତ ଆଜି ସାରା ବିଶ୍ୱରେ ସର୍ବାଧିକ ସଂଖ୍ୟକ ଡିଜିଟାଲ ପେମେଣ୍ଟ୍ କାରବାରରେ ରେକର୍ଡ ସୃଷ୍ଟି କରିଛି। ମହାକାଶ ପ୍ରଯୁକ୍ତି ଠାରୁ ନେଇ କୃତ୍ରିମ ପ୍ରଜ୍ଞା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମେ ସବୁଠାରେ ସକାରାତ୍ମକତା ଏବଂ ବ୍ୟାପକ ଆଧାରିତ ଅଂଶଗ୍ରହଣ ମଧ୍ୟ ଦେଖିପାରୁଛୁ।

ବନ୍ଧୁଗଣ,

ଭାରତର କୃତ୍ରିମ ପ୍ରଜ୍ଞା ପ୍ରତି ଆଭିମୁଖ୍ୟ ମୋଟ ତିନିଗୋଟି ସ୍ତମ୍ଭ ଉପରେ ଆଧାରିତ। ସେଗୁଡ଼ିକ ହେଲା: ସମାନ ମାତ୍ରାରେ ଉପଲବ୍ଧ, ଜନସଂଖ୍ୟା- ମାପକ କୌଶଳ, ଏବଂ ଦାୟିତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମ। ଭାରତ କୃତ୍ରିମ ପ୍ରଜ୍ଞା ମିଶନ ଅଧୀନରେ, ଆମେ ସହଜଲବ୍ଧ ଉଚ୍ଚ କ୍ଷମତାସମ୍ପନ୍ନ କାର୍ଯ୍ୟଦକ୍ଷତାଯୁକ୍ତ କମ୍ପ୍ୟୁଟିର ବିକାଶ ଘଟାଉଛୁ ଯାହାକି କୃତ୍ରିମ ପ୍ରଜ୍ଞାକୁ ପ୍ରତି ଜିଲ୍ଲାରେ ଏବଂ ପ୍ରତ୍ୟେକ ଭାଷାରେ ପହଞ୍ଚିବା ସହଜସାଧ୍ୟ ହେବ। ଏହା ମାନବୀୟ ବିକାଶ ଦିଗରେ ଆମର ପ୍ରୟାସକୁ ଉଭୟ ମାତ୍ରା ଏବଂ ବେଗ ଯୋଗାଇବ ।

 

ସେହିଭଳି ଅନୁରୂପ ଭାବରେ, ଆମେ ସଭିଏଁ ଏକଥା ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ କୃତ୍ରିମ ପ୍ରଜ୍ଞା ଯେପରି ବୈଶ୍ୱିକ ହିତ ସାଧନ ନିମନ୍ତେ ବ୍ୟବହୃତ ହେବ ଏହାର ଅପବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇ ପାରିବ। ଏଥି ନିମନ୍ତେ, ଆମକୁ କୃତ୍ରିମ ପ୍ରଜ୍ଞା ଉପରେ ବୈଶ୍ୱିକ ପ୍ରଭାବ ବିସ୍ତାର କରିବାକୁ ପଡ଼ିବ ଯାହାକି ନିର୍ଦ୍ଦିଷ୍ଟ ମୌଳିକ ନୀତି ଉପରେ ଆଧାରିତ ହେବା ବିଧେୟ। ଏଥିରେ କୃତ୍ରିମ ପ୍ରଜ୍ଞାର ଡିପ୍ ଫେକ୍‌, ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାରକୁ ଫଳପ୍ରସୂ ମାନବୀୟ ନିରୀକ୍ଷଣ, ନିରାପତ୍ତାର ଡିଜାଇନ, ସ୍ୱଚ୍ଛତା ଏବଂ କଠୋର ନିଷେଧାଜ୍ଞା ମାଧ୍ୟମରେ ନିୟନ୍ତ୍ରଣ କରାଯିବା ଜରୁରୀ।

କୃତ୍ରିମ ପ୍ରଜ୍ଞା ବ୍ୟବସ୍ଥା ଯାହାକି ମାନବ ଜୀବନ, ନିରାପତ୍ତା କିମ୍ବା ଜନସାଧାରଣଙ୍କ ଆସ୍ଥାକୁ ପ୍ରଭାବିତ କରୁଥିବ ତାହାକୁ ଅଧିକ ଦାୟିତ୍ୱସମ୍ପନ୍ନ ଏବଂ ସମସ୍ତଙ୍କ ନିମନ୍ତେ ଶ୍ରାବ୍ୟ ପର୍ଯ୍ୟାୟକୁ ଅଣାଯିବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଯଦ୍ୟପି କୃତ୍ରିମ ପ୍ରଜ୍ଞା ମାନବୀୟ ଦକ୍ଷତାକୁ ବୃଦ୍ଧି କରୁଥିଲେ ସୁଦ୍ଧା, ଏହାର ସର୍ବଶେଷ ଦାୟିତ୍ୱ ନିଷ୍ପତ୍ତି ଗ୍ରହଣ ସଦାବେଳେ ମଣିଷ ଉପରେ ହିଁ ନ୍ୟସ୍ତ ରହିବା ଜରୁରୀ।

୨୦୨୬ ମସିହା ଫେବ୍ରୁଆରୀ ମାସରେ, ଭାରତ କୃତ୍ରିମ ପ୍ରଜ୍ଞା ପ୍ରଭାବ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି ଏବଂ ଏଥିରେ ଶୀର୍ଷକ ରହିଛଇ: ସର୍ବଜନ ହିତାୟ, ସର୍ବଜନ ସୁଖାୟ – ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଶାନ୍ତି। ଆମେ ସମସ୍ତ ଜି- ୨୦ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆମନ୍ତ୍ରଣ ଜଣାଉଛୁ।

ବନ୍ଧୁଗଣ,

ଆଜିର ଏହି କୃତ୍ରିମ ପ୍ରଜ୍ଞାର ଯୁଗରେ, ଆମକୁ ଦ୍ରୁତ ବେଗରେ ଆମର ଆଭିମୁଖ୍ୟକୁ "ଆଜିର କର୍ମସଂସ୍ଥାନ' ଠାରୁ "ଆସନ୍ତାକାଲିର ଦକ୍ଷତା'କୁ ପରିବର୍ତ୍ତନ କରିବାକୁ ହେବ। ପ୍ରଜ୍ଞା ଚଳନଶୀଳତାକୁ ଖୋଲିବା ଜରୁରୀ ଯାହା ଦ୍ରୁତି ନବାଚାର ପାଇଁ ଏକାନ୍ତ କାମ୍ୟ। ଆମେ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ଜି- ୨୦ ଶିଖର ସମ୍ମିଳନୀରେ ପ୍ରଗତି ହାସଲ କରିଥିଲୁ। ଆମେ ଆଶା କରୁଛୁ ଯେ ଆଗାବୀ ବର୍ଷରେ, ଜି-୨୦ ଶିଖର ସମ୍ମିଳନୀ ପ୍ରଜ୍ଞା ଚଳନଶୀଳତା ନିମନ୍ତେ ଏକ ବୈଶ୍ୱିକ ଢାଞ୍ଚା ଭାବରେ ବିକଶିତ ହେବ।

 

ବନ୍ଧୁଗଣ,

ବୈଶ୍ୱିକ ମହାମାରୀ କୋଭିଡ଼ ଯୁଗ ବୈଶ୍ୱିକ ଯୋଗାଣ ଶୃଙ୍ଖଳର ଦୁର୍ବଳତାକୁ ଆମ ଆଗରେ ଉନ୍ମୋଚିତ କରିଛି। ଏପରିକି ସଂକଟର ଘଡ଼ିରେ, ଭାରତ ବିଶ୍ୱର ପ୍ରାୟ ୧୫୦ରୁ ଅଧିକ ରାଷ୍ଟ୍ରଙ୍କୁ ପ୍ରତିଷେଧକ ଟିକା ଏବଂ ଔଷଧ ଯୋଗାଇ ପାରିଥିଲା। ଦେଶମାନଙ୍କୁ କେବଳ ବଜାର ଦୃଷ୍ଟିରେ ଦେଖିଲେ ଚଳିବ ନାହିଁ,ଆମକୁ ଏଥିପାଇଁ ଏକ ସମ୍ବେଦନୀ ତଥା ଦୀର୍ଘକାଳୀନ ଆଭିମୁଖ୍ୟ ଆପଣାଇବାକୁ ପଡ଼ିବ।

ଭାରତର ବାର୍ତ୍ତାର ଏହି ଦୃଷ୍ଟିରୁ ସମ୍ପୂର୍ଣ୍ଣ ସ୍ପଷ୍ଟ:

ସମସ୍ତ ପ୍ରକାର ବିକାଶ ପୋଷଣୀୟ ହେବା ଜରୁରୀ,

ବାଣିଜ୍ୟ କାରବାର ନିର୍ଭରଯୋଗ୍ୟ ହେବା ବାଞ୍ଛନୀୟ,

ଆର୍ଥିକ କାରବାର ମଧ୍ୟ ନୀତିଗତ ହେବା ଆବଶ୍ୟକ, ଏବଂ ପ୍ରଗତି ସର୍ବ- ସମାବେଶୀ ସମୃଦ୍ଧିକୁ ସୁନିଶ୍ଚିତ କରୁଥିବା ଦରକାର।

କେବଳ ତାହାହେଲେ ଆମେ ସମସ୍ତଙ୍କ ପାଇଁ ଏକ ଉଚିତ ତଥା ସଠିକ ଭବିଷ୍ୟତ ଗଠନ କରିପାରିବା।

ଆପଣମାନଙ୍କୁ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
States benefit from GST reform

Media Coverage

States benefit from GST reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”