ପ୍ରଧାନମନ୍ତ୍ରୀ ସ୍ମାରକୀରେ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିଛନ୍ତି
ନିରୀହ ପୁଅ ଓ ଝିଅମାନଙ୍କର ସ୍ୱପ୍ନ ଏବେ ମଧ୍ୟ ଜଲିଆନାୱାଲା ବାଗ କାନ୍ଥରେ ବୁଲେଟ୍ ଚିହ୍ନ ଭାବେ ଦେଖାଯାଉଛି: ପ୍ରଧାନମନ୍ତ୍ରୀ
ଏପ୍ରିଲ୍ ୧୩, ୧୯୧୯ ର ସେହି ୧୦ ମିନିଟ୍‌, ଆମର ସ୍ୱାଧୀନତା ସଂଗ୍ରାମର ଅମର କାହାଣୀ ହୋଇଗଲା, ଯେଉଁଥିପାଇଁ ଆମେ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ସମର୍ଥ: ପ୍ରଧାନମନ୍ତ୍ରୀ
କୌଣସି ଦେଶ ଏହାର ଅତୀତର ଭୟାବହତାକୁ ଅଣଦେଖା କରିବା ଠିକ୍ ନୁହେଁ । ତେଣୁ ଭାରତ ପ୍ରତିବର୍ଷ ୧୪ ଅଗଷ୍ଟକୁ ‘ବିଭାଜନ ଭୟାବହ ସ୍ମୃତି ଦିବସ' ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି
ଆମର ଆଦିବାସୀ ସମ୍ପ୍ରଦାୟ ସ୍ୱାଧୀନତା ପାଇଁ ବହୁ ଅବଦାନ କରିଥିଲେ ଏବଂ ବହୁତ ବଳିଦାନ ଦେଇଥିଲେ, ସେମାନଙ୍କର ଅବଦାନ ଇତିହାସ ପୁସ୍ତକଗୁଡ଼ିକରେ ଯେତିକି ସ୍ଥାନ ପାଇବାକଥା ସେତିକି ସ୍ଥାନ ପାଇଲା ନାହିଁ: ପ୍ରଧାନମନ୍ତ୍ରୀ
କରୋନାରେ ହେଉ କିମ୍ବା ଆଫଗାନିସ୍ତାନ ଭାରତୀୟଙ୍କ ପାଇଁ ଭାରତ ସର୍ବଦା ଛିଡା ହୋଇଛି: ପ୍ରଧାନମନ୍ତ୍ରୀ
ଅମୃତ ମହୋତ୍ସବ ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦେଶର ପ୍ରତ୍ୟେକ ଗ୍ରାମ ତଥା କୋଣ ଅନୁକୋଣରେ ସ୍ମରଣ କରାଯାଉଛି: ପ୍ରଧାନମନ୍ତ୍ରୀ
ସ୍ୱାଧୀନତା ସଂଗ୍ରାମର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସହିତ ଜଡିତ ସ୍ଥାନଗୁଡିକୁ ସଂରକ୍ଷଣ କରିବା ପାଇଁ ଉଦ୍ୟମ କରାଯାଉଛି ଏବଂ ଜାତୀୟ ବୀରମାନଙ୍କ ସହିତ ସେମାନଙ

ପଞ୍ଜାବର ରାଜ୍ୟପାଳ ଶ୍ରୀ ପି.ବି ସିଂହ ବଦନୋର ମହାଶୟ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ମହାଶୟ, ଶ୍ରୀ ଅର୍ଜୁନ ରାମ ମେଘୱାଲ ମହାଶୟ, ଶ୍ରୀ ସୋମ ପ୍ରକାଶ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ଶ୍ୱେତ ମଲିକ ମହାଶୟ, କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀଗଣ, ଜନପ୍ରତିନିଧିଗଣ, ଶହୀଦମାନଙ୍କ ପରିବାରର ଲୋକ, ଭାଇ ଓ ଭଉଣୀମାନେ!

ପଞ୍ଜାବର ବୀରଭୂମିକୁ, ଜାଲିଆନାୱାଲା ବାଗର ପବିତ୍ର ମାଟିକୁ, ମୋର ଅନେକ ଅନେକ ପ୍ରଣାମ! ମା ଭାରତୀର ସେହି ସନ୍ତାନମାନଙ୍କୁ ମଧ୍ୟ ପ୍ରଣାମ, ଯେଉଁମାନଙ୍କ ମଧ୍ୟରେ ପ୍ରଜ୍ଜ୍ୱଳିତ ସ୍ୱାଧୀନତାର ବହ୍ନିକୁ ନିର୍ବାପିତ କରିବା ପାଇଁ ଅମାନବୀୟତାର ସମସ୍ତ ପରିସୀମା ଅତିକ୍ରମ କରି ଦିଆଯାଇଥିଲା। ସେହି ଛୋଟ-ଛୋଟ ବାଳକ- ବାଳିକା, ସେହି ଭଉଣୀମାନେ, ସେହି ଭାଇ, ଯେଉଁମାନଙ୍କର ସ୍ୱପ୍ନ ଆଜି ମଧ୍ୟ ଜାଲିଆନାୱାଲାବାଗର ପ୍ରାଚୀରରେ ଥିବା ଗୁଳିର ଚିହ୍ନ ଦେଖିବାକୁ ମିଳୁଛି। ସେହି ଶହୀଦ କୂପ, ଯେଉଁଠାରେ ଅଗଣିତ ମାଆ-ଭଉଣୀଙ୍କ ମମତାକୁ ଛଡ଼ାଇ ନିଆଗଲା, ସେମାନଙ୍କ ଜୀବନକୁ ଛଡ଼ାଇ ନିଆଗଲା। ସେମାନଙ୍କର ସ୍ୱପ୍ନକୁ ଚୂରମାର କରି ଦିଆଗଲା। ସେ ସମସ୍ତଙ୍କୁ ଆଜି ଆମେ ସ୍ମରଣ କରୁଛୁ।

ଭାଇ  ଭଉଣୀମାନେ,

ଜାଲିଆନାୱାଲା ବାଗ ହେଉଛି ସେହି ସ୍ଥାନ, ଯାହା ସର୍ଦ୍ଦାର ଉଧମ ସିଂହ, ସର୍ଦ୍ଦାର ଭଗତ ସିଂହଙ୍କ ଭଳି ଅଗଣିତ କ୍ରାନ୍ତିବୀରଙ୍କ ବଳିଦାନ, ସ୍ୱାଧୀନତା ସଂଗ୍ରାମୀ ହିନ୍ଦୁସ୍ତାନର ସ୍ୱାଧୀନତା ପାଇଁ ପ୍ରାଣବଳି ଦେବାକୁ ଉତ୍ସାହିତ କଲା। 13 ଅପ୍ରେଲ 1919ର ସେହି 10 ମିନିଟ, ଆମ ସ୍ୱାଧୀନତା ସଂଗ୍ରାମର ସେହି ସତ୍ୟଗାଥା, ଚୀରଗାଥା ପାଲଟିଗଲା, ଯେଉଁଥିପାଇଁ ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିପାରୁଛୁ । ଏମିତିରେ ସ୍ୱାଧୀନତାର 75 ବର୍ଷରେ ଜାଲିଆନାୱାଲା ବାଗ ସ୍ମାରକର ଆଧୁନିକ ରୂପ ଦେଶକୁ ମିଳିବା, ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ବଡ଼ ପ୍ରେରଣାର ଅବସର। ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଜାଲିଆନାୱାଲା ବାଗର ଏହି ପବିତ୍ର ମାଟିକୁ ଆସିବାର, ଏଠାକାର ପବିତ୍ର ମାଟିକୁ ନିଜ ମୁଣ୍ଡରେ ଲଗାଇବାର ସୌଭାଗ୍ୟ ମିଳିଛି। ଆଜି ଯେଉଁ ପୁନଃନିର୍ମାଣର କାର୍ଯ୍ୟ ହୋଇଛି, ତାହା ବଳିଦାନର ଅମର ଗାଥାକୁ ଆହୁରି ଜୀବନ୍ତ କରି ଦେଇଛି । ଏଠାରେ ଯେଉଁ ଭିନ୍ନ-ଭିନ୍ନ ଗ୍ୟାଲେରୀ ନିର୍ମାଣ କରାଯାଇଛି, କାନ୍ଥରେ ଯେଉଁ ଶହୀଦମାନଙ୍କର ଫଟୋ ଲଗାଯାଇଛି, ଶହୀଦ ଉଧମ ସିଂହଙ୍କର ଯେଉଁ ପ୍ରତୀମା ଅଛି, ତାହା ସବୁ ଆମକୁ ସେହି ସମୟକୁ ନେଇଯାଉଛି । ଜାଲିଆନାୱାଲା ବାଗ ନରସଂହାର ପୂର୍ବରୁ ଏହି ସ୍ଥାନରେ ପବିତ୍ର ବୈଶାଖୀର ମେଳା ଅନୁଷ୍ଠିତ ହେଉଥିଲା। ସେହିଦିନ ଗୁରୁ ଗୋବିନ୍ଦ ସିଂହ ଯେଉଁ  ସରବତ ଦା ଭଲା ବା ‘ସମସ୍ତଙ୍କର ଭଲ’ଭାବନା ସହିତ ଖାଲସା ପନ୍ଥ ସ୍ଥାପନା କରିଥିଲେ। ସ୍ୱାଧୀନତାର 75 ବର୍ଷରେ ଜାଲିଆନାୱାଲା ବାଗର ଏହି ନୂତନ ସ୍ୱରୂପ ଦେଶବାସୀଙ୍କୁ ଏହି ପବିତ୍ର ସ୍ଥାନର ଇତିହାସ ବିଷୟରେ, ଏହାର ଅତୀତ ବିଷୟରେ ବହୁତ କିଛି ଜାଣିବା ପାଇଁ ପ୍ରେରଣା ଯୋଗାଇବ । ଏହି ସ୍ଥାନ ନୂତନ ପିଢ଼ୀକୁ ସଦା ସର୍ବଦା ସ୍ମରଣ କରାଇବ ଯେ ଆମର ସ୍ୱାଧୀନତାର ଯାତ୍ରା କିଭଳି ଥିଲା, ଏ ପର୍ଯ୍ୟନ୍ତ ପହଂଚିବା ପାଇଁ ଆମର ପୂର୍ବପୁରୁଷ ମାନେ କଣ  କଣ କରିଥିଲେ, କେତେ ତ୍ୟାଗ, କେତେ ବଳିଦାନ, ଅଗଣିତ ସଂଘର୍ଷ । ରାଷ୍ଟ୍ର ପ୍ରତି ଆମର କର୍ତବ୍ୟ କଣ ହେବା ଉଚିତ, କିଭଳି ଆମକୁ ନିଜର ପ୍ରତ୍ୟେକ କାର୍ଯ୍ୟରେ ଦେଶକୁ ସର୍ବୋପରି ରଖିବା ଉଚିତ, ଏହାର ମଧ୍ୟ ପ୍ରେରଣା ନୂତନ ଉର୍ଜ୍ଜାର ସହିତ ଏ ସ୍ଥାନରୁ ମିଳିବ।

 

ସାଥୀଗଣ,

ପ୍ରତ୍ୟେକ ରାଷ୍ଟ୍ରର ଏହା ହେଉଛି ଦାୟିତ୍ୱ ଯେ ସେ ନିଜ ଇତିହାସକୁ ସଂଯୋଜିତ କରି ରଖିବା ଉଚିତ। ଇତିହାସରେ ଘଟିଥିବା ଘଟଣାଗୁଡ଼ିକ, ଆମକୁ ଶିଖାଇଥାଏ ମଧ୍ୟ ଏବଂ ଆଗକୁ ବଢ଼ିବାର ପଥ ମଧ୍ୟ ଦେଖାଇଥାଏ। ଜାଲିଆନାୱାଲା ବାଗ ଭଳି ଆଉ ଏକ ବିଭୀଷିକା ଆମେ ଭାରତ ବିଭାଜନ ସମୟରେ ମଧ୍ୟ ଦେଖିଛେ। ପଞ୍ଜାବର ପରିଶ୍ରମୀ ଏବଂ ହସଖୁସିକୁ ଭଲ ପାଉଥିବା ଲୋକମାନେ ବିଭାଜନର ହେଉଛନ୍ତି ବହୁତ ବଡ଼ ଭୁକ୍ତଭୋଗୀ । ବିଭାଜନ ସମୟରେ ଯାହାକିଛି ହେଲା, ତାହାର କଷ୍ଟ ଆଜି ମଧ୍ୟ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ-ଅନୁକୋଣରେ ଏବଂ ବିଶେଷ କରି ପଞ୍ଜବାର ପରିବାରରେ ଆମେ ଅନୁଭବ କରି ପାରୁଛେ । କୌଣସି ମଧ୍ୟ ଦେଶ ପାଇଁ ନିଜର ଅତୀତର ଏଭଳି ବିଭୀଷିକାକୁ ଅନୁମାନ କରିବା ଠିକ୍ ନୁହେଁ। ଏଥିପାଇଁ, ଭାରତ ପ୍ରତିବର୍ଷ 14 ଅଗଷ୍ଟକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ଭବିଷ୍ୟତର ପିଢ଼ୀ ମନେ ରଖୁ, ଏଥିପାଇଁ ଏହାକୁ ପାଳନ କରିବାକୁ ନିଷ୍ପତି ନିଆଯାଇଛି। ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ଆଗାମୀ ପିଢ଼ୀକୁ ମଧ୍ୟ ସ୍ମରଣ କରାଇବ ଯେ କେତେ ବଡ଼ ମୂଲ୍ୟ ଦେଇ ଆମକୁ ସ୍ୱାଧୀନତା ମିଳିଛି । ସେମାନେ ସେହି କଷ୍ଟ, ସେହି ସମସ୍ୟାକୁ ବୁଝିପାରିବେ, ଯାହା ବିଭାଜନ ସମୟରେ କୋଟି- କୋଟି ଭାରତୀୟମାନେ ସହିଥିଲେ।

ସାଥୀଗଣ,

ଗୁରୁବାଣୀ ଆମକୁ ଶିଖାଇଥାଏ – ସୁଖୁ ହୋୱେ ସେବ କମାଣୀଆ

ଅର୍ଥାତ, ସୁଖ ଅନ୍ୟମାନଙ୍କର ସେବାକରିବା ଦ୍ୱାରା ହିଁ ଆସିଥାଏ। ଆମେ ସେତେବେଳେ ଖୁସି ହୋଇଥାଉ, ଯେତେବେଳେ ଆମେ ନିଜ ସହିତ ନିଜର ଲୋକଙ୍କ କଷ୍ଟକୁ ଅନୁଭବ କରିଥାଉ। ଏଥିପାଇଁ, ଆଜି ସାରା ଦୁନିଆରେ ଯେଉଁଠାରେ ମଧ୍ୟ, କୌଣସି ମଧ୍ୟ ଭାରତୀୟ ଯଦି ସଙ୍କଟରେ ପଡ଼ିଥାଆନ୍ତି, ସେତେବେଳେ ଭାରତ ସମ୍ପୂର୍ଣ୍ଣ ସାମର୍ଥ୍ୟ ସହିତ ତାଙ୍କର ସହାୟତା ପାଇଁ ଠିଆ ହୋଇ ଯାଇଥାଏ। କରୋନାର ସଙ୍କଟ ସମୟ ହେଉ ଅବା ପୁଣି ଆଫଗାନିସ୍ଥାନର ବର୍ତମାନର ସଙ୍କଟ, ସାରା ବିଶ୍ୱ ଏହା ନିରନ୍ତର ଅନୁଭବ କରିଛି। ଅପରେସନ୍ ଦେବୀଶକ୍ତି ଅଧୀନରେ ଅଫଗାନିସ୍ଥାନରୁ ଶହ-ଶହ ସାଥୀଙ୍କୁ ଭାରତ ଅଣାଯାଉଛି। ଅଧିକ ଆହ୍ୱାନ ରହିଛି, ପରିସ୍ଥିତି ଗମ୍ଭୀର ରହିଛି, କିନ୍ତୁ ଗୁରୁକୃପା ମଧ୍ୟ ଏହି ସମୟରେ ଆମ ସହିତ ରହିଛି। ଆମ୍ଭମାନଙ୍କ ସହିତ ପବିତ୍ର ଗୁରୁଗ୍ରନ୍ଥ ସାହେବର ସ୍ୱରୂପକୁ ମଧ୍ୟ ମୁଣ୍ଡରେ ଧରି ଭାରତ ଅଣାଯାଇଛି।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଦେଶ ନିଜର ଏହି ଦାୟିତ୍ୱକୁ ତୁଲାଇବା ପାଇଁ ମନ-ପ୍ରାଣ ଦେଇ ପ୍ରୟାସ କରିଛି। ମାନବତାର ଯେଉଁ ଶିକ୍ଷା ଆମକୁ ଗୁରୁମାନେ ଦେଇଥିଲେ, ତାହାକୁ ଦୃଷ୍ଟିରେ ରଖି ଦେଶ ଏଭଳି ପରିସ୍ଥିତିରେ କଷ୍ଟ ପାଉଥିବା ନିଜର ଲୋକଙ୍କ ପାଇଁ ନୂତନ ଆଇନ ମଧ୍ୟ ପ୍ରଣୟନ କରିଛି।

ସାଥୀଗଣ,

ଆଜି ଯେଉଁ ପ୍ରକାରର ବୈଶ୍ୱିକ ପରିସ୍ଥିତି ସୃଷ୍ଟି ହେଉଛି, ତାହା ଫଳରେ ଆମକୁ ଏହା ଅନୁଭବ ହେଉଛି ଯେ ଏକ ଭାରତଶ୍ରେଷ୍ଠ ଭାରତ କି  ଗୁରୁତ୍ୱ ରଖୁଛି । ଏହି ଘଟଣାଗୁଡ଼ିକ ଆମକୁ ସ୍ମରଣ କରାଇ ଦେଉଛି ଯେ ଗୋଟିଏ ରାଷ୍ଟ୍ର ଭାବେ, ପ୍ରତ୍ୟେକ ସ୍ତରରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମବିଶ୍ୱାସର କଣ ଆବଶ୍ୟକତା ରହିଛି, ଏହା ହେଉଛି କେତେ ଜରୁରୀ । ଏଥିପାଇଁ, ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରୁଛେ, ସେତେବେଳେ ଏହାର ଆବଶ୍ୟକତା ରହିଛି ଯେ ଆମେ ନିଜ ରାଷ୍ଟ୍ରର ମୌଳିକ ଢ଼ାଂଚାକୁ କିଭଳି ସୁଦୃଢ଼ କରିବା, ତାକୁ ନେଇ ଗର୍ବ କରିବା । ଆଜାଦୀ କା ଅମୃତ ମହୋତ୍ସବ ଆଜି ଏହି ସଂକଳ୍ପକୁ ନେଇ ଆଗକୁ ଅଗ୍ରସର ହେଉଛି । ଅମୃତ ମହୋତ୍ସବରେ ଆଜି ଗାଁ-ଗାଁରେ ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଉଛି, ସେମାନଙ୍କୁ ସମ୍ମାନିତ କରାଯାଉଛି। ଦେଶରେ ଯେଉଁଠାରେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି, ତାକୁ ସାମ୍ନାକୁ ଆଣିବା ପାଇଁ ଏକ ସମର୍ପିତ ଚିନ୍ତାଧାରା ସହିତ ପ୍ରୟାସ କରାଯାଉଛି । ଦେଶର ରାଷ୍ଟ୍ରନାୟକମାନଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକୁ ଆଜି ସଂରକ୍ଷିତ କରିବା ସହିତ ସେଠାରେ ଅନେକ ନୂତନ ପଦକ୍ଷେପକୁ ଯୋଡ଼ି ଦିଆଯାଉଛି । ଜାଲିଆନାୱାଲା ବାଗ ଭଳି ସ୍ୱାଧୀନତା ସହିତ ଜଡ଼ିତ ଅନ୍ୟାନ୍ୟ ରାଷ୍ଟ୍ରୀୟ ସ୍ମାରକଗୁଡ଼ିକର ମଧ୍ୟ ନବୀକରଣ କରାଯାଉଛି। ଆହ୍ଲାବାଦ ସଂଗ୍ରାହଳୟରେ 1857 ରୁ ନେଇ 1947 ର ପ୍ରତ୍ୟେକ କ୍ରାନ୍ତୀକୁ ପ୍ରଦର୍ଶିତ କରିବା ଭଳି ଦେଶର ପ୍ରଥମ ଇଂଟର-ଆକ୍ଟିଭ (ଭାବ ଆଦାନ ପ୍ରଦାନକାରୀ) ଗ୍ୟାଲେରୀର ନିର୍ମାଣ ଖୁବ୍ ଶୀଘ୍ର ଶେଷ ହେବ। କ୍ରାନ୍ତିବୀର ଚନ୍ଦ୍ରଶେଖର ଆଜାଦଙ୍କୁ ସମର୍ପିତ ଏହି ଆଜାଦ୍ ଗ୍ୟାଲେରୀ ସଶସ୍ତ୍ର ସଂଗ୍ରାମ ସହିତ ଜଡ଼ିତ ସେହି ସମୟର ଦସ୍ତାବେଜ, ଅନେକ କିଛି କଥା ତାହାର ମଧ୍ୟ ଏକ ଡିଜିଟାଲ ଅନୁଭବ ଦେବ । ସେହିଭଳି କୋଲକାତାରେ ବିପ୍ଳବୀ ଭାରତ ଗ୍ୟାଲେରୀରେ ମଧ୍ୟ କ୍ରାନ୍ତିର ଚିହ୍ନଗୁଡ଼ିକୁ ଭବିଷ୍ୟତ ପିଢ଼ୀ ପାଇଁ ଆଧୁନିକ କୌଶଳ ମାଧ୍ୟମରେ ଆକର୍ଷକ କରାଯାଉଛି। ଏହା ପୂର୍ବରୁ ସରକାରଙ୍କ ଦ୍ୱାରା ଆଜାଦ ହିନ୍ଦ୍ ଫୌଜର ଯୋଗଦାନକୁ ମଧ୍ୟ ଇତିହାସର ପୂର୍ବ ପୃଷ୍ଠାଗୁଡ଼ିକରୁ ଉନ୍ମୋଚନ କରି ସାମ୍ନାକୁ ଆଣିବାର ପ୍ରୟାସ କରାଯାଇଛି। ଆଣ୍ଡାମାନରେ ଯେଉଁଠାରେ ନେତାଜୀ ପ୍ରଥମ ଥର ପାଇଁ ତିରଙ୍ଗା ଉଡ଼ାଇଥିଲେ, ସେହି ସ୍ଥାନକୁ ମଧ୍ୟ ନୂତନ ପରିଚୟ ଦିଆଯାଇଛି। ଏହା ସହିତ ଆଣ୍ଡାମନର ଦ୍ୱୀପଗୁଡ଼ିକୁ ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସମର୍ପିତ କରାଯାଇଛି।

ଭାଇ  ଭଉଣୀମାନେ,

ସ୍ୱାଧୀନତାର ମହାଯଜ୍ଞରେ ଆମର ଆଦିବାସୀ ସମାଜର ବହୁତ ବଡ଼ ଯୋଗଦାନ ରହିଛି। ଜନଜାତୀୟ ସମୁଦାୟ ତ୍ୟାଗ ଏବଂ ବଳିଦାନର ଅମର ଗାଥା ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି। ଇତିହାସ ପୁସ୍ତକରେ ଏହାକୁ ମଧ୍ୟ ସେତେ ଅଧିକ ସ୍ଥାନ ମିଳିନାହିଁ ଯାହା ମିଳିବା କଥା, ଯେଉଁଥିପାଇଁ ଏମାନେ ମଧ୍ୟ ହକଦାର୍ ଥିଲେ। ଦେଶର 9ଟି ରାଜ୍ୟରେ ବର୍ତମାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ସଂଘର୍ଷକୁ ପ୍ରଦର୍ଶିତ କରିବା ଭଳି ସଂଗ୍ରହାଳୟ ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି।

ସାଥୀଗଣ,

ଦେଶର ଏହା ମଧ୍ୟ ଆକାଂକ୍ଷା ଥିଲା, ଯେ ସର୍ବୋଚ୍ଚ ବଳିଦାନ ଦେଇଥିବା ଆମର ସୈନିକମାନଙ୍କ ପାଇଁ ରାଷ୍ଟ୍ରୀୟ ସ୍ମାରକ ରହିବା ଆବଶ୍ୟକ। ମୁଁ ଖୁସି ଯେ ଜାତୀୟ ଯୁଦ୍ଧ ସ୍ମାରକୀ ଆଜିର ଯୁବକମାନଙ୍କ ମଧ୍ୟରେ ରାଷ୍ଟ୍ରରକ୍ଷା ଏବଂ ଦେଶ ପାଇଁ ନିଜର ସବୁକିଛି ସମର୍ପିତ କରିଦେବା ପାଇଁ ଭାବନା ଜାଗ୍ରତ କରୁଛି। ଦେଶକୁ ସୁରକ୍ଷିତ ରଖିବା ପାଇଁ ପଞ୍ଜାବ ସହିତ ଦେଶର କୋଣ-ଅନୁକୋଣରେ ଆମର ଯେଉଁ ବୀର ସୈନିକ ଶହୀଦ ହୋଇଛନ୍ତି, ଆଜି ସେମାନଙ୍କୁ ଉଚିତ ସ୍ଥାନ ଏବଂ ଉଚିତ ସମ୍ମାନ ମିଳିଛି । ଏହିଭଳି ଭାବେ, ଆମର ଯେଉଁ ପୁଲିସ ଯବାନ ଅଛନ୍ତି, ଆମର ଯେଉଁ ଅର୍ଦ୍ଧସୈନିକ ବଳ ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସ୍ୱାଧୀନତାର ଏତେ ଦଶକ ପର୍ଯ୍ୟନ୍ତ ଦେଶରେ କୌଣସି ରାଷ୍ଟ୍ରୀୟ ସ୍ମାରକ ନ ଥିଲା। ଆଜି ପୁଲିସ ଏବଂ ଅର୍ଦ୍ଧସୈନିକ ବଳଙ୍କୁ ସମର୍ପିତ ରାଷ୍ଟ୍ରୀୟ ସ୍ମାରକ ମଧ୍ୟ ଦେଶର ନୂତନ ପିଢ଼ୀକୁ ପ୍ରେରଣା ପ୍ରଦାନ କରୁଛି।

ସାଥୀଗଣ,

ପଞ୍ଜାବରେ ବୋଧହୁଏ ଏଭଳି କୌଣସି ଗାଁ ନଥିବ, ଏଭଳି କୌଣସି ଗଳି ନଥିବ, ଯେଉଁଠାରେ ସୌର୍ଯ୍ୟ ଏବଂ ଶୂରବୀରଙ୍କ ଗାଥା ନଥିବ । ଗୁରୁଙ୍କର ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହୋଇ ପଞ୍ଜାବର ପୁଅ-ଝିଅମାନେ, ମାଆ ଭାରତୀକୁ ଆଡ଼ଆଖିରେ ଦେଖୁଥିବା ଲୋକଙ୍କ ଆଗରେ ପ୍ରାଚୀର ଭଳି ଛିଡ଼ା ହୋଇ ଯାଆନ୍ତି । ଆମର ଏହି ଐତିହ୍ୟ ଆହୁରି ଅଧିକ ସମୃଦ୍ଧ ହେଉ, ଏଥିପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଗୁରୁ ନାନକ ଦେବଜୀଙ୍କ 550ତମ ପ୍ରକାଶୋତ୍ସବ ହେଉ, ଗୁରୁ ଗୋବିନ୍ଦ ସିଂହଜୀ ଙ୍କର 350ତମ ପ୍ରକାଶୋତ୍ସବ ହେଉ, ଅବା ପୁଣି ଗୁରୁ ତେଗବାହାଦୂର ଜୀଙ୍କର 400ତମ ପ୍ରକାଶୋତ୍ସବ ହେଉ, ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସୌଭାଗ୍ୟ ବିଗତ 7 ବର୍ଷ ଧରି ଆସିଛି। କେନ୍ଦ୍ର ସରକାର ଏହି ପ୍ରୟାସ କରିଛନ୍ତି ଯେ ନା କେବଳ ଦେଶ ବରଂ ସମଗ୍ର ବିଶ୍ୱରେ ଏହି ପବିତ୍ର ପର୍ବ ମାଧ୍ୟମରେ ଆମର ଗୁରୁମାନଙ୍କର ଶିକ୍ଷାର ସମ୍ପ୍ରସାରଣ ହେଉ । ଆମର ଏହି ସମୃଦ୍ଧ ପରମ୍ପରାକୁ ଭବିଷ୍ୟତ ପିଢ଼ୀ ପାଖରେ ପହଂଚାଇବା ପାଇଁ କ୍ରମାଗତ ଭାବେ କାର୍ଯ୍ୟ ଜରି ରହିଛି। ସୁଲତାନପୁର ଲୋଧୀକୁ ଐତିହ୍ୟ ସହର କରିବାର କାର୍ଯ୍ୟ ହେଉ, କରତାରପୁର କରିଡରର ନିର୍ମାଣ ହେଉ, ହେଉଛି ଏହି ସମସ୍ତ ପ୍ରୟାସର ଅଂଶ । ପଞ୍ଜାବକୁ ବିଶ୍ୱର ଭିନ୍ନ-ଭିନ୍ନ ଦେଶ ସହିତ ବିମାନ ସଂଯୋଗ ହେଉ, ଅବା ପୁଣି ସାରା ଦେଶରେ ଆମର ଯେଉଁ ଗୁରୁସ୍ଥାନ ଅଛି, ସେଗୁଡ଼ିକ ସହ ଯୋଗାଯୋଗ ହେଉ, ତାହାକୁ ସଶକ୍ତ କରାଯାଇଛି। ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ଆନନ୍ଦପୁର ସାହୀବ- ଫତେଗଡ଼ ସାହୀବ-ଫିରୋଜପୁର-ଅମୃତସର-ଖଟକଡ଼ କଲାଁ-କଲାନୌର-ପଟିୟାଲା ଐତିହ୍ୟ ସର୍କିଟକୁ ବିକଶିତ କରାଯାଉଛି। ପ୍ରୟାସ ଏହା ରହିଛି ଯେ ଆମର ଏହି ସମୃଦ୍ଧ ଐତିହ୍ୟ ଭବିଷ୍ୟତର ପିଢ଼ୀକୁ ମଧ୍ୟ ପ୍ରେରଣା ଦେଉଥାଉ ଏବଂ ପର୍ଯ୍ୟଟନ ସ୍ଥଳ ଭାବେ ରୋଜଗାରର ସାଧନ ମଧ୍ୟ ହେଉ।

ସାଥୀଗଣ,

ସ୍ୱାଧୀନତାର ଏହି ଅମୃତକାଳ ସାରା ଦେଶ ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଅମୃତକାଳରେ ଆମକୁ ଐତିହ୍ୟ ଏବଂ ବିକାଶକୁ ଏକା ସାଙ୍ଗରେ ନେଇ ଚାଲିବାକୁ ହେବ, ଆଉ ପଞ୍ଜାବର ମାଟି ଆମକୁ ସଦା ସର୍ବଦା ଏହାର ପ୍ରେରଣା ଦେଉଛି । ଆଜି ଏହା ଜରୁରୀ ଯେ ପଞ୍ଜାବ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରୁ, ଆମ ଦେଶ ଚତୁର୍ଦ୍ଦିଗରେ ପ୍ରଗତି କରୁ। ଏଥିପାଇଁ ଆମକୁ ମିଳିମିଶି କାର୍ଯ୍ୟ କରିବାକୁ ହେବ, ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ଔର୍ ସବକା ପ୍ରୟାସ’ ଅର୍ଥାତ ସମସ୍ତଙ୍କର ସହିତ ‘ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଏବଂ ସମସ୍ତଙ୍କର ପ୍ରୟାସ’ଏହି ଭାବନା ସହିତ ଆମକୁ କାର୍ଯ୍ୟ କରି ଚାଲିବାକୁ ପଡ଼ିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଜାଲିଆନାୱାଲା ବାଗର ଏହି ମାଟି ଆମକୁ ଆମର ସଂକଳ୍ପ ପାଇଁ ଶତତ ଉର୍ଜ୍ଜା ଦେଉଥିବ, ଆଉ ଦେଶ ନିଜର ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବ। ଏହି କାମନା ସହିତ ପୁଣିଥରେ ଏହି ଆଧୁନିକ ସ୍ମାରକ ପାଇଁ ବହୁତ-ବହୁତ ଶୁଭକାମନା।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi