ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକର ଦୁସିତ ପ୍ୟାଲେସରେ ଥାଇଲାଣ୍ଡର ରାଜା ମହା ୱଜିରାଲଙ୍ଗକର୍ଣ୍ଣ ଫ୍ରା ୱାଜିରାକଲାଓଚାଓୟୁହୁଆ ଏବଂ ରାଣୀ ସୁଥିଦା ବଜ୍ରସୁଧାବିମଲାଲକ୍ଷଣାଙ୍କ ସହିତ ଏକ ରାଜକୀୟ ସାକ୍ଷାତ କରିଥିଲେ ।
ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଭାଗିଦାରୀ ସାଂସ୍କୃତିକ ଐତିହ୍ୟ ଉପରେ ସେମାନେ ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଗତ ବର୍ଷ ଭାରତରୁ ଥାଇଲାଣ୍ଡକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ଅବଶେଷ ଏବଂ ଦୁଇ ଦେଶ ମଧ୍ୟରେ ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପର ସକରାତ୍ମକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏହାଛଡା ସେମାନେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉପାୟଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲେ ।
Called on Maha Vajiralongkorn, the King of Thailand. We talked about the robust friendship between India and Thailand and how to make it even stronger. pic.twitter.com/FJE958U1mn
— Narendra Modi (@narendramodi) April 4, 2025


