ବଜେଟରେ ଯେଉଁ ନୂଆ ସୁଧାର ଘୋଷଣା କରାଯାଇଛି, ତାହା ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରାଇବ : ପ୍ରଧାନମନ୍ତ୍ରୀ ମୋଦୀ
ବଜେଟର ଉଦେଶ୍ୟ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା : ପ୍ରଧାନମନ୍ତ୍ରୀ ମୋଦୀ
ବଜେଟରେ କୃଷି କ୍ଷେତ୍ର ପାଇଁ ଇଣ୍ଟେଗ୍ରାଲ ଅପ୍ରୋଚ ଆପଣା ଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଦଶକର ପ୍ରଥମ ବଜେଟକୁ ସଂକଳ୍ପ ଓ ପଦକ୍ଷେପ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି ।

ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବା ପରେ ନିଜର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ଯେଉଁ ନୂଆ ସୁଧାର ଘୋଷଣା କରାଯାଇଛି ତାହା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ସହ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ ।

ଏହି ବଜେଟ ନୂଆ ଦଶକରେ ଅର୍ଥବ୍ୟବସ୍ଥାର ମୂଳଦୁଆକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି ।

ରୋଜଗାର ସୃଷ୍ଟି ଉପରେ ଗୁରୁତ୍ଵ:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରୋଜଗାରର ପ୍ରମୁଖ କ୍ଷେତ୍ର – କୃଷି, ଭିତ୍ତିଭୂମି, ବୟନ ଓ ପ୍ରଯୁକ୍ତି ଉପରେ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ଚାଷୀର ଆୟ ଦୁଇଗୁଣ କରିବା ଲାଗି 16ଟି ଆକ୍ସନ ପଏଣ୍ଟ ପ୍ରସ୍ତୁତ ହୋଇଛି । ଯାହା ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବୃଦ୍ଧି କରିବ ବୋଲି ସେ କହିଛନ୍ତି ।

ବଜେଟରେ କୃଷି କ୍ଷେତ୍ର ପାଇଁ ସମନ୍ଵିତ ଆଭିମୁଖ୍ୟ ଆପଣା ଯାଇଛି, ଯାହାଦ୍ୱାରା ପରମ୍ପରାଗତ କୃଷି ପଦ୍ଧତି ସହିତ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ଆଦିରେ ମୂଲ୍ୟ ସମ୍ବର୍ଦ୍ଧନ ହେବ ଓ ସେଥିରୁ ରୋଜଗାର ମଧ୍ୟ ବଢ଼ିବ । ବ୍ଲୁ ଇକୋନମି ଅନ୍ତର୍ଗତ ମତ୍ସ୍ୟ ଚାଷ ଓ ପଶୁପାଳନ କ୍ଷେତ୍ରରେ ନିଯୁକ୍ତି ବଢିବ ବୋଲି ସେ କହିଛନ୍ତି ।

ବୟନ କ୍ଷେତ୍ର:

ପ୍ରଧାନମନ୍ତ୍ରୀ କହିଛନ୍ତି ଟେକ୍ନିକାଲ ଟେକ୍ସଟାଇଲ ପାଇଁ ନୂଆ ମିଶନ ଘୋଷଣା ହୋଇଛି ।

ମାନବକୃତ ଫାଇବରକୁ ଭାରତରେ ଉତ୍ପାଦନ କରିବା ପାଇଁ କଞ୍ଚାମାଲର ଟିକସ ଢାଞ୍ଚାରେ ସୁଧାର ଅଣାଯାଇଛି । ଗତ ତିନି ଦଶକ ହେଲା ଏହି ସୁଧାରର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ କ୍ଷେତ୍ର:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରିଛି । ଏହି କ୍ଷେତ୍ରରେ ମାନବ ସମ୍ବଳ – ଡାକ୍ତର, ନର୍ସ, ଅଟେଣ୍ଡାଣ୍ଟଙ୍କ ସହିତ ମେଡିକାଲ ଉପକରଣ ନିର୍ମାଣର ଅନେକ ସୁଯୋଗ ସୃଷ୍ଟି ହୋଇଛି । ଏହା ବଢାଇବା ପାଇଁ ସରକାରଙ୍କ ଦ୍ୱାରା ବହୁ ନୂଆ ନିଷ୍ପତ୍ତି ନିଆଯାଇଛି ।

ପ୍ରଯୁକ୍ତି କ୍ଷେତ୍ର:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଯୁକ୍ତି କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ବିଶେଷ ପ୍ରୟାସ କରିଛୁ । ନୂଆ ସ୍ମାର୍ଟ ସିଟି, ଇଲେକ୍ଟ୍ରୋନିକ ମାନୁଫାକ୍ଚରିଂ, ଡାଟା ସେଣ୍ଟର ପାର୍କସ, ବାୟୋ ଟେକ୍ନୋଲଜି ଓ କ୍ୱାଣ୍ଟମ ଟେକ୍ନୋଲଜି ଭଳି କ୍ଷେତ୍ର ପାଇଁ ଆମେ ଅନେକ ନୀତିଗତ ନିଷ୍ପତ୍ତି ନେଇଛୁ । ଏହାଦ୍ୱାରା ଭାରତ, ବୈଶ୍ଵିକ ମୂଲ୍ୟ ଶ୍ରୁଙ୍ଖଳାର ଏକ ଅଭିନ୍ନ ଅଙ୍ଗ ପାଲଟିବ ।

ବଜେଟରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ନୂଆ ଓ ଅଭିନବ ଯୋଜନା ଘୋଷଣା କରାଯାଇଛି । ଯେପରିକି ଡିଗ୍ରୀ କୋର୍ସରେ ଆପ୍ରେଣ୍ଟିସସିପ, ସ୍ୱାୟତ୍ତ ସଂସ୍ଥାଗଡ଼ିକରେ ଇଣ୍ଟର୍ଣ୍ଣସିପ ଓ ଅନଲାଇନ ଡିଗ୍ରୀ କୋର୍ସର ବ୍ୟବସ୍ଥା କରାଯାଇ ବୋଲି ସେ କହିଥିଲେ ।

ରପ୍ତାନୀ ଓ ଏମଏସଏମଇ କ୍ଷେତ୍ର ରୋଜଗାର ଅବସର ବଢ଼ାଏ ବୋଲି କହି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବଜେଟରେ ରପ୍ତାନୀ ବଢାଇବା ପାଇଁ ନୂଆ ଯୋଜନା ଘୋଷଣା ହୋଇଛି । ଛୋଟ ଉଦ୍ୟୋଗକୁ ପାଣ୍ଠି ଯୋଗାଣ ପାଇଁ ମଧ୍ୟ କିଛି ନୂଆ ଉଦ୍ୟମ ହୋଇଛି ।

ଭିତ୍ତିଭୂମି:

ଆଧୁନିକ ଭାରତ ପାଇଁ ଆଧୁନିକ ଭିତ୍ତିଭୂମିର ଅନେକ ମହତ୍ୱ ରହିଛି । ଭିତ୍ତିଭୂମି କ୍ଷେତ୍ର ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ବୋଲି ସେ କହିଥିଲେ ।

100 ଲକ୍ଷ କୋଟି ଟଙ୍କା ବିନିମୟରେ 65 ଶହ ପ୍ରକଳ୍ପ ନିର୍ମାଣ ଯୋଗୁଁ ରୋଜଗାର ସୁଯୋଗ ବେଶ ବଢ଼ିବ । ନ୍ୟାସନାଲ ଲଜିଷ୍ଟିକ୍ସ ପଲିସି ଯୋଗୁଁ ବାଣିଜ୍ୟ, କାରବାର ଓ ରୋଜଗାର, ତିନିଟି କ୍ଷେତ୍ର ଲାଭାନ୍ୱିତ ହେବ ବୋଲି ସେ କହିଥିଲେ ।

ଦେଶରେ 100 ବିମାନ ବନ୍ଦର ବିକଶିତ କରିବା ଲକ୍ଷ୍ୟ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରିବ ଏବଂ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ ।  

ନିବେଶ:

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିବେଶକୁ ପ୍ରୋତ୍ସାହନ ଲାଗି ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି ଯାହା ନିଯୁକ୍ତିର ପ୍ରମୁଖ ବାହାକ ସାଜିବ ।

ବଣ୍ଡ ମାର୍କେଟକୁ ମଜବୁତ କରିବା ପାଇଁ ଓ ଭିତ୍ତିଭୂମିକୁ ଦୀର୍ଘମିଆଦି ପୁଞ୍ଜି ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି । ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁସନ ଟିକସ ହଟାଇବା ଯୋଗୁଁ, କମ୍ପାନୀଗୁଡ଼ିକ ପାଖକୁ ଅଧିକ ନିବେଶ ପାଇଁ ପାଖାପାଖି 25 ହଜାର କୋଟି ଟଙ୍କା ଆସିବ ।

ବିଦେଶୀ ନିବେଶ ଭାରତକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଟିକସ ରିହାତି ଦିଆଯାଇଛି ବୋଲି ସେ କହିଥିଲେ ।

ସେହିପରି ଷ୍ଟାର୍ଟ ଅପ୍ ଓ ରିୟଲ ଇଷ୍ଟେଟ ପାଇଁ ମଧ୍ୟ ଟିକସ ସୁବିଧା ଦିଆଯାଇଛି ବୋଲି ସେ କହିଥିଲେ ।

ଟିକସ ବ୍ୟବସ୍ଥା ପ୍ରତି ବିଶ୍ଵାସ ଉପରେ ଗୁରୁତ୍ଵ:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏବେ ଆମେ ଆୟକର ବ୍ୟବସ୍ଥାରେ ବିବାଦକୁ ପଛରେ ପକାଇ ବିଶ୍ୱାସର ପରିବେଶ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛୁ ।

ଆମ କମ୍ପାନୀ ଆଇନରେ ଯାହା ଅପରାଧିକ ଭୁଲ ଭାବେ ଧରାଯାଏ, ସେସବୁକୁ ଏବେ ଦେୱାନୀ ମାମଲାରେ ପରିଣତ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଟିକସଦାତା ଚାର୍ଟର ଦ୍ୱାରା ଟିକସଦାତାଙ୍କ ଅଧିକାର ସ୍ପଷ୍ଟ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵାସ ବୃଦ୍ଧି କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଏମଏସଏମଇ ସହ ଜଡିତ ଛୋଟ ଉଦ୍ୟୋଗୀଙ୍କ ପାଇଁ 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାରର ଅଡିଟ ଆବଶ୍ୟକତା ଏବେ ବାଧ୍ୟତାମୂଳକ ହେବ ନାହିଁ । ପୂର୍ବରୁ ଏହି ସୀମା 1 କୋଟି ଟଙ୍କା ଥିଲା କିନ୍ତୁ ଏହାକୁ ଏବେ ବୃଦ୍ଧି କରାଯାଇ 5 କୋଟି ଟଙ୍କା କରି ଦିଆଯାଇଛି ।

ସରକାରୀ ଚାକିରି ପାଇଁ ଏକକ ପରୀକ୍ଷା:

ଏବେ ସରକାରୀ ଚାକିରି ପାଇଁ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ଅଲଗା ଅଲଗା ପରୀକ୍ଷା ଦେବାକୁ ପଡୁଛି । ଏହି ବ୍ୟବସ୍ଥାକୁ ବଦଳାଇ ଏବେ ବ୍ୟାଙ୍କ, ରେଳବାଇ ଓ ଅନ୍ୟ ଯେକୌଣସି ସରକାରୀ ଚାକିରୀ ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି ଦ୍ୱାରା ଆରମ୍ଭ ହୋଇଥିବା ଅନଲାଇନ କମନ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନର ଲକ୍ଷ୍ୟକୁ ସାକାର କରିବା ଲାଗି ଫେସଲେସ ଅପିଲର ବ୍ୟବସ୍ଥା, ପ୍ରତ୍ୟକ୍ଷ ଟିକସର ସରଳ ବ୍ୟବସ୍ଥା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାରକୁ ଗୁରୁତ୍ଵ, ସ୍ୱୟଂ ପଞ୍ଜିକରଣ ଆଦି ପଦକ୍ଷେପ ନିଆଯାଇଛି ।

ସହଜ କାର୍ଯ୍ୟ ଓ ସହଜ ଜୀବନ:

ଆହୁରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଲକ୍ଷ ଗ୍ରାମ ପଞ୍ଚାୟତରେ ଅଙ୍ଗନୱାଡି, ସ୍କୁଲ, କଲ୍ୟାଣ କେନ୍ଦ୍ର ଏବଂ ଥାନାକୁ ବ୍ରଡବ୍ୟାଣ୍ଡରେ ଯୋଡ଼ିବାର ଐତିହାସିକ ପଦକ୍ଷେପ ବଜେଟରେ ଘୋଷଣା କରାଯାଇଛି ।

ଏହା ସହଜ କାର୍ଯ୍ୟ ଓ ସହଜ ଜୀବନକୁ ସୁନିଶ୍ଚିତ କରିବା ବୋଲି ସେ କହିଛନ୍ତି ।

ଏହା ବହୁ ଉପାନ୍ତ ଗ୍ରାମକୁ ମଧ୍ୟ ବ୍ରଡବ୍ୟାଣ୍ଡ ଜରିଆରେ ଯୋଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, କେନ୍ଦ୍ର ବଜେଟ 2020 ଦେଶରେ ଆୟ ଓ ନିବେଶ, ଚାହିଦା ଓ ଉପଯୋଗକୁ ସୁଦୃଢ କରିବା ସହିତ ଆର୍ଥିକ ବ୍ୟବସ୍ଥା ଓ ପୁଞ୍ଜି ପ୍ରବାହକୁ ତ୍ଵରାନ୍ଵିତ କରିବ ।  

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to become second nation with commercial fast breeder reactor: Singh

Media Coverage

India to become second nation with commercial fast breeder reactor: Singh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting fundamental causes of progress
April 28, 2026

Prime Minister Shri Narendra Modi shared a Sanskrit Subhashitam today highlighting that effort, self-control, skill, vigilance, patience, memory, and initiating any task with thoughtful consideration are the fundamental causes of progress.

The Prime Minister remarked that hard work performed with patience and dedication can yield remarkable success, further pointing out that it also infuses the nation's prosperity and strength with fresh vigor.

The Prime Minister wrote on X:

"संयम और समर्पण के साथ किया गया परिश्रम अद्भुत सफलता दे सकता है। इससे राष्ट्र की समृद्धि और सामर्थ्य को भी एक नई ऊर्जा मिलती है।

उत्थानं संयमो दाक्ष्यमप्रमादो धृतिः स्मृतिः।

समीक्ष्य च समारम्भो विद्धिमूलं भवस्य तु॥"

Effort, self-control, skill, vigilance, patience, memory and initiating any task with thoughtful consideration, these are all the fundamental causes of progress.