ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ,ବରଂ ଦେଶ ନିର୍ମାଣରେ ସକ୍ରିୟ ଯୋଗଦାନ ଲାଗି ଏକ ସୁଯୋଗ: ପ୍ରଧାନମନ୍ତ୍ରୀ
ଆପଣମାନେ ସଫଳ ହେଲେ ଦେଶ ସଫଳ ହେବ : ପ୍ରଧାନମନ୍ତ୍ରୀ
ଆମ ସରକାର କେବଳ ରୋଜଗାର ମେଳା ମାଧ୍ୟମରେ ୧୧ ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି: ପ୍ରଧାନମନ୍ତ୍ରୀ
ଦୀପାବଳି ବିକ୍ରି ରେକର୍ଡ ଦର୍ଶାଉଛି କିପରି ଜିଏସଟି ବଚତ ଉତ୍ସବ ଚାହିଦା, ଉତ୍ପାଦନ ଓ ନିଯୁକ୍ତି କ୍ଷେତ୍ରରେ ନୂଆ ଶକ୍ତି ସଂଚାର କରିଛି : ପ୍ରଧାନମନ୍ତ୍ରୀ
ପ୍ରତିଭା ସେତୁ ପୋର୍ଟାଲ୍ ନିଶ୍ଚିତ କରେ ଯେ ୟୁପିଏସସି ପ୍ରତିଭା ହଜି ଯିବନାହିଁ - ଏହା ରାଷ୍ଟ୍ର ନିର୍ମାଣ ପାଇଁ ପୁନଃବିନିଯୋଗ ହେବ: ପ୍ରଧାନମନ୍ତ୍ରୀ
ଯୁବ କର୍ମଯୋଗୀମାନେ ଏକ ବିକଶିତ ଭାରତ ଆଡକୁ ହେଉଥିବା ଯାତ୍ରାର ନେତୃତ୍ୱ ନେବେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି । ନିଜର ଏହି ସମ୍ବୋଧନରେ ସେ କହିଥିଲେ ଯେ, ଚଳିତ ବର୍ଷର ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଛି । ପାର୍ବଣର ଆନନ୍ଦ ମଧ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ନିଯୁକ୍ତିପତ୍ର ପାଇବା ଏହି ଆନନ୍ଦକୁ ଦ୍ବିଗୁଣିତ କରିଛି – ଅର୍ଥାତ୍ ଉଭୟ ପାର୍ବଣ ଓ ନିଯୁକ୍ତି ସଫଳତାର ଆନନ୍ଦ । ଏହି ଆନନ୍ଦ ଆଜି ଦେଶର ୫୧ ହଜାର ଯୁବକଯୁବତୀଙ୍କ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କ ପରିବାର ପାଇଁ ଅପାର ଆନନ୍ଦ ଆଣିଦେଇଛି ।  ଜୀବନରେ ନୂତନ ଆରମ୍ଭ ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ନୂଆ ନିଯୁକ୍ତି ପାଇଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, କଠିନ ପରିଶ୍ରମର କ୍ଷମତା ଏବଂ ପୂରଣ ହୋଇଥିବା ସ୍ୱପ୍ନରୁ ଜନ୍ମିତ ଆତ୍ମବିଶ୍ୱାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଯେତେବେଳେ ଏହି ମନୋଭାବ ଦେଶ ସେବା କରିବାର ଆଗ୍ରହ ସହିତ ମିଶିଯାଏ, ସେତେବେଳେ ତାହା ବ୍ୟକ୍ତିଗତ ସଫଳତାକୁ ଟପି ଦେଶ ପାଇଁ ଏକ ସଫଳତା ପାଲଟିଯାଏ । ସେ କହିଥିଲେ, ଏସବୁ ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ,ବରଂ ରାଷ୍ଟ୍ରନିର୍ମାଣରେ ସକ୍ରିୟ ଯୋଗଦାନ ଲାଗି ଏକ ସୁଯୋଗ। ସେ ଆଶା ପ୍ରକାଶ କରିଥିଲେ ଯେ, ନୂଆ ନିଯୁକ୍ତି ପାଇଥିବା ଯୁବକଯୁବତୀମାନେ ନିଷ୍ଠା ଓ ସାଧୁତାର ସହ କାମ କରିବେ ଓ ଭାରତ ଭବିଷ୍ୟତ ପାଇଁ ଏକ ଉନ୍ନତ ବ୍ୟବସ୍ଥା ଗଢିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । 

 

ନୂଆ ନିଯୁକ୍ତି ପାଇଥିବା ଯୁବକଯୁବତୀ ‘ନାଗରିକ ଦେବୋ ଭବ’ର ମନ୍ତ୍ରକୁ ନ ଭୁଲି ସେବା ଓ ନିଷ୍ଠାପରତା ଭାବନା ସହ କାମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, "ଗତ ୧୧ ବର୍ଷ ଧରି, ଦେଶ ଏକ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଆଗକୁ ବଢ଼ୁଛି, ଏବଂ ଏହି ଯାତ୍ରାରେ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଯୁବ ସଶକ୍ତୀକରଣ ତାଙ୍କ ସରକାର ପାଇଁ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି।"  ଯୁବ ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ନିଯୁକ୍ତି ମେଳା ଏକ ପ୍ରଭାବୀ ମାଧ୍ୟମ ପାଲଟିଛି ଏବଂ ସାମ୍ପ୍ରତିକ ସମୟରେ, ଏହି ମେଳା ମାଧ୍ୟମରେ ୧୧ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଏହି ପ୍ରୟାସ କେବଳ ସରକାରୀ ଚାକିରି ପର୍ଯ୍ୟନ୍ତ ସୀମିତ ରହିନାହିଁ। ସରକାର ୩ କୋଟି ୫୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ "ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା" ଆରମ୍ଭ କରିଛନ୍ତି। ସ୍କିଲ୍ ଇଣ୍ଡିଆ ମିଶନ ଭଳି ପଦକ୍ଷେପ ଯୁବକମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରୁଛି । ସେହିପରି ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ଭଳି ପ୍ଲାଟଫର୍ମ ସେମାନଙ୍କୁ ନୂତନ ସୁଯୋଗ ସହିତ ଯୋଡୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ଲାଟଫର୍ମ ମାଧ୍ୟମରେ ୭ କୋଟିରୁ ଅଧିକ ଖାଲି ପଦବୀ ବିଷୟରେ ସୂଚନା ଯୁବକମାନଙ୍କୁ ପ୍ରଦାନ କରାଯାଉଛି।

 

ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ପଦକ୍ଷେପ ଘୋଷଣା କରିଛନ୍ତି - "ପ୍ରତିଭା ସେତୁ ପୋର୍ଟାଲ"। ଏହି ପୋର୍ଟାଲ ସଂଘ ଲୋକସେବା ଆୟୋଗ (ୟୁପିଏସସି)ର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା କିନ୍ତୁ ମନୋନୀତ ହୋଇନଥିବା ପ୍ରାର୍ଥୀମାନଙ୍କୁ ସୁଯୋଗ ପ୍ରଦାନ କରେ। ସେ ଜୋର ଦେଇ କହିଛନ୍ତି ଯେ ସେମାନଙ୍କର ଉଦ୍ୟମ ବ୍ୟର୍ଥ ଯିବ ନାହିଁ, କାରଣ ଘରୋଇ ଏବଂ ସରକାରୀ ପ୍ରତିଷ୍ଠାନ ଉଭୟ ଏହି ପୋର୍ଟାଲ ମାଧ୍ୟମରେ ଏହି ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ସହିତ ସଂଯୋଗ ସ୍ଥାପନ କରୁଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯୁବ ପ୍ରତିଭାର ଏହି ସର୍ବୋତ୍ତମ ଉପଯୋଗ ବିଶ୍ୱ ସମ୍ମୁଖରେ ଭାରତର ଯୁବ ସମ୍ଭାବନାକୁ ପ୍ରଦର୍ଶିତ କରିବ।

ଜିଏସଟି ସଞ୍ଚୟ ମହୋତ୍ସବ ପାର୍ବଣ ଋତୁକୁ ସମୃଦ୍ଧ କରିଛି ବୋଲି କହି ଶ୍ରୀ ମୋଦୀ ସାରା ଦେଶରେ ଜିଏସଟି ହାର ହ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍କାର କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକର ପ୍ରଭାବ ଗ୍ରାହକ ସଞ୍ଚୟଠାରୁ ଅଧିକ, କାରଣ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ମଧ୍ୟ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରୁଛି। ଦୈନନ୍ଦିନ ଜିନିଷପତ୍ର ଶସ୍ତା ହେଲେ ଚାହିଦା ବୃଦ୍ଧି ପାଏ; ବର୍ଦ୍ଧିତ ଚାହିଦା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳକୁ ତ୍ୱରାନ୍ୱିତ କରେ; ଏବଂ ବର୍ଦ୍ଧିତ ଶିଳ୍ପଉତ୍ପାଦନ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ତେଣୁ, ଜିଏସଟି ସଞ୍ଚୟ ମହୋତ୍ସବ ମଧ୍ୟ ଏକ ନିଯୁକ୍ତି ମହୋତ୍ସବରେ ପରିଣତ ହେଉଛି। ପ୍ରଧାନମନ୍ତ୍ରୀ ଧନତେରସ ଏବଂ ଦୀପାବଳି ସମୟରେ ପରିଲକ୍ଷିତ ରେକର୍ଡ ବିକ୍ରୟ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହା ପୁରୁଣା ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସ୍ଥାପନ କରିଛି । ଏହା ଦର୍ଶାଉଛି କିପରି ଜିଏସଟି ସଂସ୍କାର ଦେଶର ଅର୍ଥନୀତିକୁ ଏକ ନୂତନ ଗତି ଦେଇଛି ।

 

ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକ୍ଷେତ୍ର ଏବଂ ଖୁଚୁରା ବାଣିଜ୍ୟ ଉପରେ ଏହି ସଂସ୍କାରଗୁଡ଼ିକର ସକାରାତ୍ମକ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ। ଏହା ଏବେ ଉତ୍ପାଦନ, ଲଜିଷ୍ଟିକ୍ସ, ପ୍ୟାକେଜିଂ ଏବଂ ବଣ୍ଟନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, "ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଯୁବ ଦେଶ, ଏବଂ ଭାରତର ଯୁବପିଢ଼ିଙ୍କ ଶକ୍ତି ଏହାର ସର୍ବଶ୍ରେଷ୍ଠ ସମ୍ପତ୍ତି। ଏହି ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଦେଶର ସମସ୍ତ କ୍ଷେତ୍ରରେ ପ୍ରଗତିକୁ ମାର୍ଗଦର୍ଶନ କରେ, ଯାହା ବର୍ତ୍ତମାନ ଯୁବ ଭାରତୀୟଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗଠନ କରାଯାଉଛି।“ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର କୂଟନୈତିକ ସମ୍ପର୍କ ଏବଂ ବିଶ୍ୱସ୍ତରୀୟ ବୁଝାମଣାପତ୍ର ଯୁବ ତାଲିମ, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ବ୍ୟବସ୍ଥାକୁ ବୃଦ୍ଧି କରୁଛି। ସେ ଉଲ୍ଲେଖ କରିଥିଲେ ଯେ ନିକଟରେ ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ, ଉଭୟ ଦେଶ ଏଆଇ, ଫିନଟେକ୍ ଏବଂ ସ୍ୱଚ୍ଛ ଶକ୍ତି ଭଳି କ୍ଷେତ୍ରରେ ନିବେଶ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କିଛି ମାସ ପୂର୍ବେ ଭାରତ ଏବଂ ୟୁକେ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିବ। ସେହିପରି, ଅନେକ ୟୁରୋପୀୟ ଦେଶ ସହିତ ନିବେଶ ସହଭାଗୀତା ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବା ଆଶା କରାଯାଉଛି। ଶ୍ରୀ ମୋଦୀ କହିଥିଲେ ଯେ ବ୍ରାଜିଲ, ସିଙ୍ଗାପୁର, କୋରିଆ ଏବଂ କାନାଡା ଭଳି ଦେଶ ସହିତ ଚୁକ୍ତିନାମା ନିବେଶକୁ ବୃଦ୍ଧି କରିବ, ଷ୍ଟାର୍ଟଅପ୍ ଏବଂ ଏମଏସଏମଇକୁ ସମର୍ଥନ କରିବ, ରପ୍ତାନି ବୃଦ୍ଧି କରିବ ଏବଂ ବିଶ୍ୱସ୍ତରୀୟ ପ୍ରକଳ୍ପରେ ଯୁବକମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

 

ଆଜି ଆଲୋଚିତ ହୋଇଥିବା ସଫଳତା ଏବଂ ଦୃଷ୍ଟିକୋଣ ଭବିଷ୍ୟତରେ ନୂତନ ନିଯୁକ୍ତିପ୍ରାପ୍ତ ଯୁବକମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇବ। ସେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପରି ଯୁବ କର୍ମଯୋଗୀମାନେ ଏହି ସଂକଳ୍ପକୁ ବାସ୍ତବରେ ପରିଣତ କରିବେ। ସେ ଏହି ଯାତ୍ରାରେ "ଆଇ-ଗଟ୍ କର୍ମଯୋଗୀ ଭାରତ ପ୍ଲାଟଫର୍ମ"ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ, ଉଲ୍ଲେଖ କରିଥିଲେ ଯେ ପ୍ରାୟ ୧୫ ନିୟୁତ ସରକାରୀ କର୍ମଚାରୀ ଏହା ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେ ନବନିଯୁକ୍ତ ଲୋକମାନଙ୍କୁ ଏହି ପ୍ଲାଟଫର୍ମରେ ଯୋଗଦେବାକୁ ଉତ୍ସାହିତ କରିଥିଲେ, ଯାହା ଏକ ନୂତନ କାର୍ଯ୍ୟ ସଂସ୍କୃତି ଏବଂ ସୁଶାସନର ମନୋଭାବ ସୃଷ୍ଟି କରିବ। ଶ୍ରୀ ମୋଦୀ ଶେଷରେ କହିଥିଲେ କେବଳ ଯୁବପିଢ଼ିଙ୍କ ପ୍ରୟାସ ଦ୍ୱାରା ହିଁ ଭାରତର ଭବିଷ୍ୟତ ସୁଦୃଢ଼ ହେବ ଏବଂ ଏହା ନାଗରିକମାନଙ୍କ ସ୍ୱପ୍ନ ସାକାର ହେବ। ପରିଶେଷରେ ସେ ନିଯୁକ୍ତ ସମସ୍ତ ଲୋକଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt sets up six sector groups to fast-track ‘Make in India 2.0’ push

Media Coverage

Govt sets up six sector groups to fast-track ‘Make in India 2.0’ push
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.