ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ,ବରଂ ଦେଶ ନିର୍ମାଣରେ ସକ୍ରିୟ ଯୋଗଦାନ ଲାଗି ଏକ ସୁଯୋଗ: ପ୍ରଧାନମନ୍ତ୍ରୀ
ଆପଣମାନେ ସଫଳ ହେଲେ ଦେଶ ସଫଳ ହେବ : ପ୍ରଧାନମନ୍ତ୍ରୀ
ଆମ ସରକାର କେବଳ ରୋଜଗାର ମେଳା ମାଧ୍ୟମରେ ୧୧ ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି: ପ୍ରଧାନମନ୍ତ୍ରୀ
ଦୀପାବଳି ବିକ୍ରି ରେକର୍ଡ ଦର୍ଶାଉଛି କିପରି ଜିଏସଟି ବଚତ ଉତ୍ସବ ଚାହିଦା, ଉତ୍ପାଦନ ଓ ନିଯୁକ୍ତି କ୍ଷେତ୍ରରେ ନୂଆ ଶକ୍ତି ସଂଚାର କରିଛି : ପ୍ରଧାନମନ୍ତ୍ରୀ
ପ୍ରତିଭା ସେତୁ ପୋର୍ଟାଲ୍ ନିଶ୍ଚିତ କରେ ଯେ ୟୁପିଏସସି ପ୍ରତିଭା ହଜି ଯିବନାହିଁ - ଏହା ରାଷ୍ଟ୍ର ନିର୍ମାଣ ପାଇଁ ପୁନଃବିନିଯୋଗ ହେବ: ପ୍ରଧାନମନ୍ତ୍ରୀ
ଯୁବ କର୍ମଯୋଗୀମାନେ ଏକ ବିକଶିତ ଭାରତ ଆଡକୁ ହେଉଥିବା ଯାତ୍ରାର ନେତୃତ୍ୱ ନେବେ: ପ୍ରଧାନମନ୍ତ୍ରୀ

ବନ୍ଧୁଗଣ, 

ଏଥର ଆଲୋକର ପର୍ବ ଦୀପାବଳି ଆପଣ ସମସ୍ତଙ୍କ ଜୀବନରେ ନୂଆ ଆଲୋକ ଆଣିଛି। ଉତ୍ସବ ମଧ୍ୟରେ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ପତ୍ର ପାଇବା, ଅର୍ଥାତ୍ ଉତ୍ସବର ଆନନ୍ଦ ଏବଂ ସଫଳତାର ଦ୍ୱିଗୁଣିତ ଖୁସି, ଏହି ଖୁସି ଆଜି ଦେଶର 51 ହଜାରରୁ ଅଧିକ ଯୁବକମାନଙ୍କୁ ମିଳିଛି। ମୁଁ ଅନୁଭବ କରିପାରୁଛି , ଆପଣ ସମସ୍ତଙ୍କ ପରିବାରରେ କେତେ ଖୁସି ଥିବ। ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୀବନର ଏହି ନୂତନ ଆରମ୍ଭ ପାଇଁ ମୁଁ ମୋର ଶୁଭକାମନା ଜଣାଉଛି।

ବନ୍ଧୁଗଣ, 

ଯେତେବେଳେ ଆପଣଙ୍କର ଉତ୍ସାହ, ଆପଣଙ୍କ କଠିନ ପରିଶ୍ରମର କ୍ଷମତା, ଆପଣଙ୍କ ସ୍ୱପ୍ନରୁ ଜନ୍ମିତ ଆପଣଙ୍କର ଆତ୍ମବିଶ୍ୱାସ, ନିଜ ଦେଶ ପାଇଁ କିଛି କରିବାର ଉତ୍ସାହ, ସବୁ ମିଶିଯିବ, ସେତେବେଳେ ଆପଣଙ୍କର ସଫଳତା କେବଳ ବ୍ୟକ୍ତିଗତ ନୁହେଁ, ବରଂ ରାଷ୍ଟ୍ରର ସଫଳତାରେ ପରିଣତ ହେବ । ଆଜି ଆପଣଙ୍କୁ କେବଳ ସରକାରୀ ନିଯୁକ୍ତି ମିଳିନାହିଁ, ଦେଶ ସେବାରେ ସକ୍ରିୟ ଯୋଗଦାନ କରିବାର ସୁଯୋଗ ମଧ୍ୟ ମିଳିଛି। ମୋର ବିଶ୍ୱାସ ଯେ ଆପଣମାନେ ଏହି ଭାବନା ସହିତ, ସଚ୍ଚୋଟତା ଏବଂ ନିଷ୍ଠାର ସହ କାର୍ଯ୍ୟ କରିବେ ଏବଂ ଭବିଷ୍ୟତର ଭାରତ ପାଇଁ ଉନ୍ନତ ବ୍ୟବସ୍ଥା ସୃଷ୍ଟି କରିବାରେ ନିଜର ଭୂମିକା ନିର୍ବାହ କରିବେ। ଏବଂ ଆପଣମାନେ ଜାଣନ୍ତି, ଆମର ମନ୍ତ୍ର ହେଉଛି 'ନାଗରିକ ଦେବୋ ଭବଃ'। ସେବା ଏବଂ ସମର୍ପଣ ଭାବନା ସହିତ, ଆମେ କଦାପି ଭୁଲିଯିବା ଉଚିତ ନୁହେଁ ଯେ ଆମେ କିପରି ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଉପଯୋଗୀ ହୋଇପାରିବୁ।

 

ବନ୍ଧୁଗଣ,

 ବିଗତ 11 ବର୍ଷ ଧରି ଦେଶ ଏକ ବିକଶିତ ଭାରତ ନିର୍ମାଣ କରିବାର ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଏଥିରେ ସବୁଠାରୁ ବଡ଼ ଭୂମିକା ହେଉଛି ଆମ ଯୁବପିଢ଼ିଙ୍କର, ଆପଣଙ୍କ ସମସ୍ତଙ୍କର। ତେଣୁ ଯୁବ ସଶକ୍ତିକରଣ ହେଉଛି ବିଜେପି-ଏନଡିଏ ସରକାରଙ୍କ ପ୍ରାଥମିକତା। ଆଜି ନିଯୁକ୍ତି ମେଳା ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାର ମାଧ୍ୟମ ପାଲଟିଛି। କେବଳ ଏହି ନିଯୁକ୍ତି ମେଳା ମାଧ୍ୟମରେ ନିକଟ ଅତୀତରେ 11 ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ଦିଆଯାଇସାରିଛି। ଏବଂ, ଏହି ପ୍ରୟାସ କେବଳ ସରକାରୀ ଚାକିରି ମଧ୍ୟରେ ସୀମିତ ନୁହେଁ। ଆମେ ଦେଶରେ ‘ପିଏମ ବିକଶିତ ଭାରତ ରୋଜଗାର ଯୋଜନା "ର ମଧ୍ୟ ଶୁଭାରମ୍ଭ କରିଛୁ। ଏହା ଅଧୀନରେ ସାଢ଼େ ତିନି କୋଟି ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।

ବନ୍ଧୁଗଣ, 

ଆଜି ଗୋଟିଏ ପଟେ 'ସ୍କିଲ୍ ଇଣ୍ଡିଆ ମିଶନ "ଭଳି ଅଭିଯାନ ଜରିଆରେ ଯୁବପିଢ଼ିଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯାଉଛି, ଅନ୍ୟ ପଟେ “ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ପ୍ଲାଟଫର୍ମ" ଭଳି ପଦକ୍ଷେପ ସେମାନଙ୍କୁ ନୂଆ ସୁଯୋଗ ସହିତ ଯୋଡ଼ି ପାରୁଛି। ମୋତେ କୁହାଯାଇଛି ଯେ ଏହା ମାଧ୍ୟମରେ ଯୁବକମାନଙ୍କୁ 7 କୋଟିରୁ ଅଧିକ ପଦବୀ, ଅର୍ଥାତ୍ 7 କୋଟିରୁ ଅଧିକ ପଦବୀ ବିଷୟରେ ସୂଚନା ଦିଆଯାଇଛି। ଏହି 7 କୋଟି ଖାଲି ପଦବୀ, ଏହା ଏକ ଛୋଟ ସଂଖ୍ୟା ନୁହେଁ।

ବନ୍ଧୁଗଣ, 

ଯୁବକମାନଙ୍କ ପାଇଁ ଆଉ ଏକ ବଡ଼ ପଦକ୍ଷେପ ହେଉଛି "ପ୍ରତିଭା ସେତୁ ପୋର୍ଟାଲ!" ଯେଉଁ ପ୍ରାର୍ଥୀମାନେ ୟୁ. ପି. ଏସ୍. ସି. ର ଚୂଡ଼ାନ୍ତ ତାଲିକାରେ ପହଞ୍ଚିଥିଲେ କିନ୍ତୁ ଚୟନ ହୋଇ ନ ଥିଲେ, ସେମାନଙ୍କର କଠିନ ପରିଶ୍ରମ ଆଉ ନଷ୍ଟ ହେବ ନାହିଁ। ତେଣୁ, ଘରୋଇ ଏବଂ ସରକାରୀ ଅନୁଷ୍ଠାନ ଏହି ପୋର୍ଟାଲ ମାଧ୍ୟମରେ ସେହି ଯୁବକମାନଙ୍କୁ ନିମନ୍ତ୍ରଣ କରିପାରିବେ, ସାକ୍ଷାତକାର ପରିଚାଳନା କରିପାରିବେ ଏବଂ ସୁଯୋଗ ମଧ୍ୟ ପ୍ରଦାନ କରିପାରିବେ। ଯୁବକମାନଙ୍କ ପ୍ରତିଭାର ଏହି ସଦୁପଯୋଗ ହିଁ ଭାରତର ଯୁବ ସାମର୍ଥ୍ୟକୁ ବିଶ୍ୱ ସମ୍ମୁଖକୁ ନେଇ ଆସିବ ।

 

ବନ୍ଧୁଗଣ, 

ଏଥର ଜିଏସଟି ସଞ୍ଚୟ ମହୋତ୍ସବ ମଧ୍ୟ ଏହି ପାର୍ବଣ ଋତୁରେ ନୂଆ ରଙ୍ଗ ଯୋଡ଼ିଛି। ଦେଶରେ ଜିଏସଟି ହାର ହ୍ରାସ କରି ଯେଉଁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି, ତାହା ଆପଣମାନେ ସମସ୍ତେ ଜାଣନ୍ତି। ଏହାର ପ୍ରଭାବ କେବଳ ଲୋକଙ୍କ ସଞ୍ଚୟ ମଧ୍ୟରେ ସୀମିତ ନୁହେଁ; ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାରଣରୁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଉଛି। ଯେତେବେଳେ ଦୈନନ୍ଦିନ ସାମଗ୍ରୀ ଶସ୍ତା ହୋଇଯାଏ, ଚାହିଦା ବଢ଼ିଥାଏ। ଯେତେବେଳେ ଚାହିଦା ବୃଦ୍ଧି ପାଇଥାଏ, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ମଧ୍ୟ ଗତିଶୀଳ ହୋଇଥାଏ। ଏବଂ ଯେତେବେଳେ କାରଖାନାଗୁଡ଼ିକ ଅଧିକ ଉତ୍ପାଦନ କରନ୍ତି, ନୂତନ ନିଯୁକ୍ତି ସୃଷ୍ଟି ହୁଏ। ସେଥିପାଇଁ, ଏହି ଜିଏସଟି ସଞ୍ଚୟ ଉତ୍ସବ ମଧ୍ୟ ଏକ ନିଯୁକ୍ତି ଉତ୍ସବରେ ପରିଣତ ହେଉଛି। ଆମେ ଏବେ ଦେଖିଛୁ ଯେ ଧନତେରସ୍ ଏବଂ ଦୀପାବଳିରେ ଯେଉଁଭଳି ଭାବେ ରେକର୍ଡ ମାତ୍ରାରେ ବିକ୍ରି ହୋଇଛି, ନୂଆ ରେକର୍ଡ ସୃଷ୍ଟି ହୋଇଛି, ପୁରୁଣା ରେକର୍ଡ ଭାଙ୍ଗିଛି, ଏହା ଦର୍ଶାଉଛି ଯେ ଜିଏସଟିରେ ସଂସ୍କାର କିପରି ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ଦେଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ର ଏବଂ ଖୁଚୁରା ବାଣିଜ୍ୟରେ ମଧ୍ୟ ଏହି ସଂସ୍କାରର ସକାରାତ୍ମକ ପ୍ରଭାବ ଆମେ ଦେଖୁଛୁ। ଏହାଦ୍ୱାରା ଉତ୍ପାଦନ, ଲଜିଷ୍ଟିକ୍ସ, ପ୍ୟାକେଜିଂ ଏବଂ ବିତରଣ ଭଳି କ୍ଷେତ୍ରରେ ଅନେକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି।

 

ବନ୍ଧୁଗଣ, 

ଆଜି ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ଥିବା ଦେଶ। ଆମେ ଭାରତର ଯୁବ ଶକ୍ତିକୁ ଭାରତର ସବୁଠାରୁ ବଡ଼ ଶକ୍ତି ବୋଲି ବିବେଚନା କରୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ଏହି ଦୂରଦୃଷ୍ଟି ଏବଂ ଆତ୍ମବିଶ୍ୱାସ ନେଇ ଆଗକୁ ବଢ଼ୁଛୁ। ଏପରିକି ଆମର ବୈଦେଶିକ ନୀତି ମଧ୍ୟ ଭାରତର ଯୁବକମାନଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛି। ଆମର କୂଟନୈତିକ ଆଲୋଚନା, ଆମର ବୈଶ୍ୱିକ ବୁଝାମଣା ପତ୍ର, ଯୁବକମାନଙ୍କ ତାଲିମ, ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟ ଏଥିରେ ସାମିଲ ହେଉଛି। ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ଗସ୍ତ ସମୟରେ ଭାରତ ଏବଂ ବ୍ରିଟେନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଫିନଟେକ ଏବଂ ସ୍ୱଚ୍ଛ ଶକ୍ତି ଭଳି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ଲାଗି ସହମତ ହୋଇଛନ୍ତି। କିଛି ମାସ ପୂର୍ବରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିବ। ସେହିଭଳି, ଅନେକ ୟୁରୋପୀୟ ଦେଶ ସହିତ ନିବେଶ ଭାଗିଦାରୀ ପ୍ରତିଷ୍ଠା କରାଯାଇଛି। ଏହାଦ୍ୱାରା ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ରାଜିଲ, ସିଙ୍ଗାପୁର, କୋରିଆ ଏବଂ କାନାଡା ଭଳି ଦେଶ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ନିବେଶ ବୃଦ୍ଧି ପାଇବ, ଷ୍ଟାର୍ଟଅପ୍ ଏବଂ ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ସହାୟତା ମିଳିବ, ରପ୍ତାନୀ ବୃଦ୍ଧି ପାଇବ ଏବଂ ଯୁବପିଢ଼ିଙ୍କୁ ବୈଶ୍ୱିକ ପ୍ରକଳ୍ପରେ କାମ କରିବାର ନୂତନ ସୁଯୋଗ ମିଳିବ। 

ବନ୍ଧୁଗଣ, 

ଆଜି ଆମେ ଦେଶର ସଫଳତା ଏବଂ ଦୂରଦୃଷ୍ଟି ବିଷୟରେ କଥା ହେଉଛୁ, ଆଗାମୀ ସମୟରେ ଏଥିରେ ଆପଣଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିବ। ଆମକୁ 'ବିକଶିତ ଭାରତ’ର ଲକ୍ଷ୍ୟ ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ପଡ଼ିବ। ଆପଣଙ୍କ ଭଳି ଯୁବ କର୍ମଯୋଗୀମାନେ ହିଁ ଏହି ସଂକଳ୍ପକୁ ସିଦ୍ଧିରେ (ଫଳପ୍ରଦ ହେବାର ସଂକଳ୍ପ) ଆଣିବେ। ଏହି ଯାତ୍ରାରେ ଆଇଜିଓଟି କର୍ମଯୋଗୀ ଭାରତ ପ୍ଲାଟଫର୍ମ ଆପଣଙ୍କୁ ବହୁତ ସାହାଯ୍ୟ କରିପାରିବ। ପ୍ରାୟ ଦେଢ଼ କୋଟି କର୍ମଚାରୀ ଏହି ପ୍ଲାଟଫର୍ମରେ ଯୋଗ ଦେଉଛନ୍ତି ଏବଂ ସେମାନଙ୍କ ଦକ୍ଷତା ଉନ୍ନତ କରୁଛନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ସହିତ ଯୋଗ ଦିଅନ୍ତି, ତେବେ ଆପଣଙ୍କ ମଧ୍ୟରେ ଏକ ନୂତନ କାର୍ଯ୍ୟ ସଂସ୍କୃତି ଏବଂ ଉତ୍ତମ ପ୍ରଶାସନର ଭାବନା ବିକଶିତ ହେବ। ଆପଣମାନଙ୍କ ପ୍ରୟାସ ଦ୍ୱାରା ହିଁ ଭାରତର ଭବିଷ୍ୟତ ରୂପ ନେବ, ଏବଂ ଦେଶବାସୀଙ୍କ ସ୍ୱପ୍ନ ସାକାର ହେବ। ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."