ମହାମହିମ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍,

ଉଭୟ ଦେଶର ପ୍ରତିନିଧିଗଣ,

ନେଦରଲ୍ୟାଣ୍ଡର ଉଦ୍ୟୋଗ ଜଗତର ନେତୃତ୍ଵ ମଣ୍ଡଳୀ,

ନମସ୍କାର!

ବିଶ୍ୱର କିଛି ନବସୃଜନଶୀଳ କମ୍ପାନୀର ନେତାମାନଙ୍କ ଗହଣରେ ଆଜି ଏଠାରେ ଉପସ୍ଥିତ ରହି ମୁଁ ବହୁତ ଖୁସି ଅନୁଭବ କରୁଛି। ଆଜି, ୩୦୦ ରୁ ଅଧିକ ଡଚ୍ କମ୍ପାନୀ 'ଭାରତ କାହାଣୀ' ର ଅଂଶ ପାଲଟିଛନ୍ତି । ଆପଣଙ୍କ ଦୃଷ୍ଟିକୋଣ ଏବଂ ଭାରତ ଉପରେ ଆପଣଙ୍କ ବିଶ୍ୱାସ କାରଣରୁ ଭାରତରେ ୟୁରୋପର ସବୁଠାରୁ ବଡ ନିବେଶକ ହେଉଛି ନେଦରଲ୍ୟାଣ୍ଡ ଏବଂ ଏହାର ଦ୍ୱିତୀୟ ବୃହତ ବାଣିଜ୍ୟିକ ଅଂଶୀଦାର।

ବନ୍ଧୁଗଣ,

ଆପଣଙ୍କ କମ୍ପାନୀଗୁଡ଼ିକ ଭାରତରେ କେବଳ ଜଣାଶୁଣା ବ୍ରାଣ୍ଡ ନୁହେଁ ; ସେଗୁଡିକ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ବନ୍ଧୁତା କ୍ଷେତ୍ରରେ ବ୍ରାଣ୍ଡ ଆମ୍ବାସାଡର ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ଆମେ ଆନନ୍ଦିତ ଯେ ଏନଏକ୍ସପି, ଫିଲିପ୍ସ ଏବଂ ପ୍ରୋସସ୍ ଭଳି କମ୍ପାନୀଗୁଡ଼ିକ ଭାରତୀୟ ପ୍ରତିଭାଙ୍କ ସହଯୋଗରେ ବିଶ୍ୱରେ ଅଗ୍ରଣୀ ଭାବେ ସମାଧାନ ପ୍ରସ୍ତୁତ କରୁଛନ୍ତି।

ଏପିଏମ, ଡାମେନ, ଏବଂ ରୟାଲ ଭୋପାକ ଭଳି କମ୍ପାନୀଗୁଡ଼ିକ ଭାରତର ବନ୍ଦର, ଜାହାଜ ଚଳାଚଳ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛନ୍ତି। ଏହା ସହିତ ବିଶ୍ୱର ଏକ ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଆହୁରି ଅନେକ କମ୍ପାନୀ କୃଷି ଏବଂ ନିରନ୍ତରତା କ୍ଷେତ୍ରରେ ଭାରତ ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

କିଛି ଦିନ ପୂର୍ବେ, ଏଏସଏମଏଲ୍ ଏବଂ ଟାଟା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଅନୁଯାୟୀ ଏଏସଏମଏଲ୍ ର ଉପକରଣ ବ୍ୟବହାର କରି ଏବେ ଭାରତରେ ସେମିକଣ୍ଡକ୍ଟର ଚିପ୍ ତିଆରି କରାଯିବ। ଆଜି, ଆପଣ ସମସ୍ତଙ୍କ ମନ୍ତବ୍ୟରେ ଭାରତ ସମ୍ପର୍କରେ ଏକ ଆଶାବାଦ ସ୍ପଷ୍ଟ ଭାବରେ ପ୍ରତୀୟମାନ ହୋଇଛି। ଏହି ଆଶାବାଦକୁ ବାସ୍ତବ ଫଳାଫଳରେ ପରିଣତ କରିବା ଆମର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଆଜିର ଭାରତ ହେଉଛି ପରିମାଣ ଏବଂ ନିରନ୍ତରତାର ପ୍ରତୀକ । ପରିମାଣ ବିଷୟରେ କହିବାକୁ ଗଲେ, ଆମେ କେବଳ ବିଶ୍ୱର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି ନୁହେଁ ବରଂ ବିଶ୍ୱର ସର୍ବବୃହତ ପ୍ରତିଭା ଭଣ୍ଡାର ମଧ୍ୟ। ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି, କିମ୍ବା ସଂଯୋଗୀକରଣ, ପ୍ରତ୍ୟେକ କ୍ଷେତ୍ରରେ ଭାରତର ଗତି ସହିତ ବିଶ୍ୱର କେହି ସମକକ୍ଷ ହୋଇପାରିବେ ନାହିଁ। ଏହି କାରଣରୁ ଭାରତ ବର୍ତ୍ତମାନ ବିଶ୍ୱ ଅଭିବୃଦ୍ଧିରେ ୧୭ ପ୍ରତିଶତ ଯୋଗଦାନ ଦେଉଛି।

ଯଦି ନିରନ୍ତରତା ଉପରେ କୁହାଯାଏ, ତେବେ ଆଜି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଭାବରେ ମୋର ସେବାର ୧୨ ବର୍ଷ ପୂରଣ ହେଉଛି। ଏହି ୧୨ ବର୍ଷ ମଧ୍ୟରେ, ନିରନ୍ତର ସଂସ୍କାର ମାଧ୍ୟମରେ, ଆମେ ଆମର ଅର୍ଥନୈତିକ ଡିଏନଏରେ ପରିବର୍ତ୍ତନ ଆଣିଛୁ। ଆମର ଦିଗ ସ୍ପଷ୍ଟ ରହିଛି, ଘରୋଇ କ୍ଷେତ୍ରକୁ ନୀତିଗତ ପୂର୍ବାନୁମାନ ପ୍ରଦାନ କରିବା ଏବଂ ସେମାନଙ୍କ ପାଇଁ ସୁଯୋଗ ବିସ୍ତାର କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ।

ଏହା ମହାକାଶ, ଖଣି, କିମ୍ବା ପରମାଣୁ ଶକ୍ତି ହେଉ, ଆମେ ପ୍ରତ୍ୟେକ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଖୋଲି ଦେଇଛୁ। ଆମେ ନିରନ୍ତର ଅନୁପାଳନ ବୋଝ ହ୍ରାସ କରୁଛୁ ଏବଂ 'ବ୍ୟବସାୟ କରିବାର ସହଜତା' କୁ ବୃଦ୍ଧି କରୁଛୁ। ସମ୍ପ୍ରତି, ଆମେ ଟିକସ, ଶ୍ରମ ସଂହିତା ଏବଂ ଶାସନ ଭଳି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାରକୁ କାର୍ଯ୍ୟକାରୀ କରିଛୁ। ଫଳସ୍ୱରୂପ, ଭାରତରେ ଉତ୍ପାଦନ କ୍ରମଶଃ ସୁଲଭ ହେଉଛି।

ଇଲେକ୍ଟ୍ରୋନିକ୍ସ, ଯାହା ଭାରତ ପାଇଁ ଏକ ପ୍ରମୁଖ ଆମଦାନୀ ସାମଗ୍ରୀ ଥିଲା, ଆଜି ଭାରତର ସର୍ବବୃହତ ରପ୍ତାନି ସାମଗ୍ରୀ ଭାବରେ ଉଭା ହୋଇଛି। ଏହି ଉତ୍ପାଦନ ଅଭିବୃଦ୍ଧିକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ, ଆମେ ଅନେକ ପ୍ରମୁଖ କ୍ଷେତ୍ର ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛୁ। ଏହି ପ୍ରୋତ୍ସାହନର ଲାଭ ଉଠାଇ ଆପଣ ସମଗ୍ର ବିଶ୍ୱ ପାଇଁ ଭାରତରେ ଉତ୍ପାଦନ କରିପାରିବେ।

ସେହିପରି, ସେବା କ୍ଷେତ୍ରରେ ମଧ୍ୟ, ଭାରତ ଏହାର ପ୍ରତିଭାର ଶକ୍ତି ଦ୍ୱାରା ପରିଚାଳିତ ହୋଇ ଦକ୍ଷତା ଏବଂ ନବସୃଜନର ଏକ ଇଞ୍ଜିନ ପାଲଟିଛି। ସାରା ବିଶ୍ୱର ପ୍ରଯୁକ୍ତି କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର ବିଶ୍ୱସ୍ତରୀୟ କ୍ଷମତା କେନ୍ଦ୍ର ସ୍ଥାପନ କରିଛନ୍ତି।

ଆମେ ଆପଣମାନଙ୍କୁ ମଧ୍ୟ ଭାରତରେ ଡିଜାଇନ୍ ଏବଂ ନବସୃଜନ କରିବାକୁ ଆମନ୍ତ୍ରଣ କରୁଛୁ। ଏହା କରିବା ପାଇଁ ବର୍ତ୍ତମାନ ଠାରୁ ଭଲ ସମୟ ଆଉ କିଛି ନାହିଁ।

ବନ୍ଧୁଗଣ,

୨୦୨୬ ବର୍ଷ ଭାରତ - ୟୁରୋପ ସମ୍ପର୍କରେ ଏକ ନୂତନ 'ସ୍ୱର୍ଣ୍ଣ ଯୁଗ' ର ଆରମ୍ଭ କରୁଛି। ଏହି ବର୍ଷ, ଆମେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଛୁ। ବିଶ୍ୱର ଦୁଇଟି ବୃହତ, ଗଣତାନ୍ତ୍ରିକ ଏବଂ ଦାୟିତ୍ୱବାନ ଶକ୍ତି ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ସହଭାଗୀ ସମୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ।

ଏହି ଏଫଟିଏର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ, ପ୍ରଧାନମନ୍ତ୍ରୀ ଜେଟେନ୍ ଏବଂ ମୁଁ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ। ଆମେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହି ବିଶ୍ୱସ୍ତ ସହଭାଗୀତାକୁ ଏକ ରଣନୈତିକ ସହଭାଗୀତାରେ ପରିଣତ କରୁଛୁ। ଆମେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ଏକ ମହତ୍ୱାକାଂକ୍ଷୀ ମିଳିତ ରୋଡମ୍ୟାପ୍ ଆରମ୍ଭ କରୁଛୁ। ଆମେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମର ସମ୍ପର୍କକୁ 'ଭବିଷ୍ୟତ ପାଇଁ ପ୍ରସ୍ତୁତ' କରୁଛୁ।

ଆମ ଦୁଇ ରାଷ୍ଟ୍ର ମଧ୍ୟରେ ପ୍ରତିଭା ଆଦାନପ୍ରଦାନ, ବିଶ୍ୱବିଦ୍ୟାଳୟ ସହଭାଗୀତା ଏବଂ ମିଳିତ ଗବେଷଣା ଏବଂ ବିକାଶ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ଆମେ ଲକ୍ଷ୍ୟ ରଖିଛୁ। ସଂକ୍ଷେପରେ କହିବାକୁ ଗଲେ ଭାରତ- ନେଦରଲ୍ୟାଣ୍ଡ ସହଭାଗୀତାର ଭବିଷ୍ୟତ ପୂର୍ବ ଅପେକ୍ଷା ଉଜ୍ଜ୍ୱଳ।

ବନ୍ଧୁଗଣ,

ଭାରତ ଏବଂ ୟୁରୋପ ମଧ୍ୟରେ ସୁଦୃଢ଼ ରଣନୈତିକ ସହଭାଗୀତା ଆମର ବ୍ୟବସାୟିକ ସମ୍ପର୍କରେ ନୂତନ ଶକ୍ତି ସଞ୍ଚାର କରୁଛି। ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ିବା ଏବେ ଆପଣଙ୍କ ହାତରେ। ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛି ଯେ ଆପଣମାନେ ଏବେ ଭାରତରେ ଆପଣଙ୍କର ପରିସର, ନିବେଶ ଏବଂ ମହତ୍ତ୍ୱାକାଂକ୍ଷାକୁ ବିସ୍ତାର କରିବେ। ଏବଂ ଆପଣଙ୍କ ସହିତ, ୟୁରୋପର ସମଗ୍ର ନବସୃଜନ ଇକୋସିଷ୍ଟମ ମଧ୍ୟ ଭାରତକୁ ଆସିବ।

ବନ୍ଧୁଗଣ,

ନେଦରଲ୍ୟାଣ୍ଡରେ ଏକ ପ୍ରଚଳିତ କଥା ଅଛି :

"ଜାହାଜ ବନ୍ଦରରେ ସୁରକ୍ଷିତ, କିନ୍ତୁ ଜାହାଜ ବନ୍ଦରରେ ରହିବା ପାଇଁ ନିର୍ମିତ ନୁହେଁ।"

ଡଚ୍ ବ୍ୟବସାୟ ସମ୍ପ୍ରଦାୟ ଠାରୁ ଏହାକୁ କିଏ ଭଲ ଭାବରେ ବୁଝିପାରିବ? ଶହ ଶହ ବର୍ଷ ଧରି, ଆପଣଙ୍କ ଦେଶ ନୂତନ ସୁଯୋଗ ଖୋଜିବା ସହିତ ଆଗକୁ ବଢ଼ୁଛି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ, ଭାରତରେ ଆପଣଙ୍କର ଏହି ପ୍ରୟାସ ସଫଳ ଏବଂ ଅର୍ଥପୂର୍ଣ୍ଣ ହେବ। ଏବେ, ଆପଣମାନଙ୍କୁ ଆହୁରି ସାହସର ସହିତ ଭାରତରେ ପ୍ରବେଶ କରିବାକୁ ହେବ।

ଆପଣଙ୍କୁ ବହୁତ

ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Digital India at 11: How Digital Infrastructure Transformed India

Media Coverage

Digital India at 11: How Digital Infrastructure Transformed India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets CA fraternity on Chartered Accountants' Day
July 01, 2026

The Prime Minister, Shri Narendra Modi, today extended his greetings to the Chartered Accountant fraternity on the occasion of Chartered Accountants' Day. Shri Modi said that Chartered Accountants have long been trusted partners in India's economic journey. He noted that through their commitment to transparency and professional excellence, they have strengthened the country's financial systems, supported businesses, encouraged entrepreneurship and inspired confidence among investors.

The Prime Minister posted on X:

Greetings on Chartered Accountants' Day to the entire CA fraternity. They have long been trusted partners in India's economic journey. Through their commitment to transparency and professional excellence, they strengthen our financial systems, support businesses, encourage entrepreneurship and inspire confidence among investors. Their expertise contributes significantly to economic growth and nation-building. As we move towards becoming a Viksit Bharat, their efforts help create an environment where enterprise can flourish and opportunities can expand for all.