ବ୍ୟକ୍ତିଗତ ସ୍ତରକୁ ନିଅ: କିପରି ବ୍ୟବହାରରେ ପରିବର୍ତ୍ତନ ବଳରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିହେବ
ଆମ ଗ୍ରହ ନିମନ୍ତେ ଠିକ୍ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଗଣ ହିଁ ଆମ ଗ୍ରହକୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ତୁଲାଇ ପାରିବେ । ଏହା ହିଁ ଲାଇଫ ଅଭିଯାନର ମୁଖ୍ୟ ଅଂଶ”
“ଜଳବାୟୁ ପରିବର୍ତ୍ତନ ସମସ୍ୟା କେବଳ ସମ୍ମିଳନୀ ଟେବୁଲରୁ ମୁକାବିଲା କରାଯାଇପାରିବ ନାହିଁ । ପ୍ରତ୍ୟେକ ଘର ରାତ୍ରି ଭୋଜନ ଟେବୁଲରୁ ମୁକାବିଲା କରିବାକୁ ହେବ”
“ମିଶନ ଲାଇଫ ହେଉଛି ଗଣତାନ୍ତ୍ରିକ ଉପାୟରେ ଜଳବାୟୁ ପରିବର୍ତ୍ତନ ମୁକାବିଲାର ମାଧ୍ୟମ”
“ଭାରତରେ ଜନସାଧାରଣ ଗତ କିଛିବର୍ଷ ମଧ୍ୟରେ ଜନଆଂଦୋଳନ ଓ ବ୍ୟାବହାରିକ ଅବସ୍ଥାନ୍ତର ଜରିଆରେ ଏ ଦିଗରେ ବହୁତ କିଛି କରିଛନ୍ତି”“ବ୍ୟାବହାରିକ ପଦକ୍ଷେପ ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ପଦ୍ଧତି ମଧ୍ୟ ଅନୁସୃତ ହେବା ଆବଶ୍ୟକ । ମିଶନ ଲାଇଫ ଭଳି ବ୍ୟାବହାରିକ ପଦକ୍ଷେପ ଦିଗରେ ବିଶ୍ୱବ୍ୟାଙ୍କର ସମର୍ଥନର ବହୁମୁଖୀ ପ୍ରଭାବ ପଡ଼ିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୫-୦୪-୨୦୨୩) ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଉଦବୋଧନ ଦେଇଛନ୍ତି । କାର୍ଯ୍ୟକ୍ରମର ବିଷୟ ହେଉଛି ଏହାକୁ ନିଜର କରିନିଅ: ବ୍ୟାବହାରିକ ପରିବର୍ତ୍ତନ କିପରି ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିପାରିବ । ପ୍ରଧାନମନ୍ତ୍ରୀ ବିଷୟବସ୍ତୁ ନେଇ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଥିବା ସ୍ୱୀକାର କରିବା ସହ ଏହା ଏକ ବୈଶ୍ୱିକ ଅଭିଯାନ ହୋଇ ଉଠିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଚାଣକ୍ୟଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଛୋଟିଆ ଛୋଟିଆ କାମ ପୃଥିବୀ ନିମନ୍ତେ ମାମୁଲି ମନେ ହୋଇପାରେ । ମାତ୍ର ବିଶ୍ୱର କୋଟି କୋଟି ଲୋକ ଯେତେବେଳେ ସେ କାର୍ଯ୍ୟ କରନ୍ତି ତାହାର ପ୍ରଭାବ ବ୍ୟାପକ ହୋଇଥାଏ । ଆମର ବିଶ୍ୱାସ ଆମର ଗ୍ରହ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି କରୁଥିବା କାର୍ଯ୍ୟ ଆମର ଗ୍ରହ ପାଇଁ ଖୁବ୍ ଗୁୁରୁତ୍ୱପୂର୍ଣ୍ଣ । ଏହା ହିଁ ମିଶନ ଲାଇଫର ମୂଳମନ୍ତ୍ର ।”

ମିଶନ ଲାଇଫ ଆଂଦୋଳନର ଉତ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ମନେପଡୁଛି ୨୦୧୫ ଜାତିସଂଘ ସାଧାରଣ ଅଧିବେଶନ କାଳରେ ସେ ବ୍ୟାବହାରିକ ପରିବର୍ତ୍ତନ ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିଲେ ଓ ଅକ୍ଟୋବର ୨୦୨୨ରେ ଜାତିସଂଘ ମହାସଚିବ ଓ ସେ ମିଶନ ଲାଇଫ ଆରମ୍ଭ କରିଥିଲେ । ସିଓପି-୨୭ ଦସ୍ତାବିଜ ପ୍ରସ୍ତାବନାରେ ମଧ୍ୟ ସ୍ଥାୟୀ ଓ ନିରନ୍ତର ଜୀବନଧାରଣ ପ୍ରକ୍ରିୟା ଓ ଖାଦ୍ୟପେୟ ଉପରେ କୁହାଯାଇଛି । ଯଦି ଜନସାଧାରଣ ହୃଦୟଙ୍ଗମ କରନ୍ତି ଯେ କେବଳ ସରକାର ନୁହନ୍ତି, ସେମାନେ ମଧ୍ୟ ଏ ଦିଗରେ ଅବଦାନ ଦେଇପାରିବେ, “ସେମାନଙ୍କ ଉଦବେଗ କାର୍ଯ୍ୟରେ ପରିଣତ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜଳବାୟୁ ପରିବର୍ତ୍ତନ ସମସ୍ୟା କେବଳ ସମ୍ମିଳନୀର ବୈଠକଖାନାରୁ ମୁକାବିଲା କରାଯାଇ ପାରିବ ନାହିଁ । ଏହା ପ୍ରତ୍ୟେକ ଘରର ଭୋଜନ ଟେବୁଲରୁ ମୁକାବିଲା ହେବା ଦରକାର । ଯେତେବେଳେ ଗୋଟିଏ ଚିନ୍ତାଧାରା ଆଲୋଚନା ଟେବୁଲରୁ ରାତ୍ରି ଭୋଜନ ଟେବୁଲ ପର୍ଯ୍ୟନ୍ତ ଯାଏ ତାହା ଏକ ଗଣ ଆଂଦୋଳନରେ ପରିଣତ ହୁଏ । ଏହା ପ୍ରତ୍ୟେକ ପରିବାର ଓ ବ୍ୟକ୍ତିକୁ ସଚେତନ କରେ ଯେ ସେମାନଙ୍କ ମତ ଗ୍ରହକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିପାରିବ । ମିଶନ ଲାଇଫ ହେଉଛି ଗଣତାନ୍ତ୍ରିକ ଉପାୟରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା । ଜନସାଧାରଣଙ୍କ ଯେତେବେଳେ ହୃଦବୋଧ ହେବ ଯେ ସେମାନଙ୍କ ଦୈନନ୍ଦୀନ ଜୀବନରେ ଛୋଟ ଛୋଟ ଘଟଣା ମଧ୍ୟ ଶକ୍ତିଶାଳୀ ସେତେବେଳେ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ।

ଭାରତର ଉଦାହରଣ ଦେଇ ତାଙ୍କ ଚିନ୍ତନର ଚିତ୍ରଣ କରି ଶ୍ରୀ ମୋଦୀ କହିଥିଲେ ଯେ “ଏପରି ଜନ ଆଂଦୋଳନ ଓ ବ୍ୟାବହାରିକ ଅବସ୍ଥାନ୍ତରରେ ଭାରତର ଜନସାଧାରଣ ଗତ କିଛି ବର୍ଷ ମଧ୍ୟରେ ଅନେକ କିଛି କରିଛନ୍ତି । ସେ ଲିଙ୍ଗଗତ ଅନୁପାତର ଉନ୍ନତି, ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଏଲଇଡି ବଲ୍ୱର ଗ୍ରହଣୀୟତା ଯାହା ପ୍ରତିବର୍ଷ ୩୯ ନିୟୁତ ଟନ ଅଙ୍ଗାରକାମ୍ଳ ଉତ୍ସରଣ ରୋକିପାରିଛି ଇତ୍ୟାଦି ଅନ୍ତର୍ଭୁକ୍ତ । ଅଣୁ ଜଳସେଚନ ଦ୍ୱାରା ପାଖାପାଖି ସାତ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରି ଜଳ ମଧ୍ୟ ବଞ୍ଚାଯାଇ ପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଶନ ଲାଇଫ ଅଧିନରେ ସରକାରଙ୍କ ଉଦ୍ୟମ ବିଭିନ୍ନ କ୍ଷେତ୍ରକୁ ବ୍ୟାପିଛି । ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା ପରିବେଶ ଅନୁକୂଳ ହେବା ସହ ଜଳ ଓ ଶକ୍ତି ସଞ୍ଚୟ, ବର୍ଜ୍ୟବସ୍ତୁ ଓ ଇ-ବର୍ଜ୍ୟର ହ୍ରାସ, ସୁସ୍ଥ ଜୀବନଧାରଣ ପ୍ରକ୍ରିୟା, ପ୍ରାକୃତିକ କୃଷିର ଆଦର ଓ ବଗଡ଼ା ଶସ୍ୟ ପ୍ରତି ପ୍ରୋତ୍ସାହନ ଇତ୍ୟାଦି ବୃଦ୍ଧି ପାଇଛି ।

ଏହିସବୁ ଉଦ୍ୟମ ଦ୍ୱାରା ୨୨ ବିଲିଅନ ୟୁନିଟ ଶକ୍ତି ସଞ୍ଚୟ ହୋଇପାରିବ, ନଅ ଟ୍ରିଲିଅନ ଲିଟର ଜଳ ସଞ୍ଚୟ ହେବ, ୩୭୫ ନିୟୁତ ଟନ ବର୍ଜ୍ୟ ହ୍ରାସ ପାଇବ ଓ ୨୦୩୦ ସୁଦ୍ଧ ଇ-ବର୍ଜ୍ୟରୁ ପ୍ରକ୍ରିୟାକରଣ ହୋଇ ୧୭୫ ନିୟୁତ ଡଲାର ଅତିରିକ୍ତ ଖର୍ଚ୍ଚ ସଞ୍ଚୟ ହେଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ । “ଆହୁରି ଏହା ଆମକୁ ୧୫ ବିଲିଅନ ଟନ ଖାଦ୍ୟ ସାମଗ୍ରୀ ହ୍ରାସରେ ମଧ୍ୟ ସହାୟକ ହେବ । ଆପଣଙ୍କୁ ମୁଁ ଏହା କିପରି ବିଶାଳ ତା’ର ଏକ ତୁଳନାତ୍ମକ ବିବରଣୀ ଦେଉଛି । ବୈଶ୍ୱିକ ପ୍ରାଥମିକ ଶସ୍ୟ ଉତ୍ପାଦନ ୨୦୨୦ରେ ଏଫଏଓର ଆକଳନ ଅନୁସାରେ ୯ ବିଲିଅନ ଟନ ଥିଲା ବୋଲି ସେ ପ୍ରକାଶ କରିଥିଲେ ।

ବିଶ୍ୱବ୍ୟାପୀ ବିଭିନ୍ନ ଦେଶକୁ ଉତ୍ସାହିତ କରିବା ନେଇ ବୈଶ୍ୱିକ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ । ବିଶ୍ୱବ୍ୟାଙ୍କ ଗ୍ରୁପର ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ପ୍ରସ୍ତାବିତ ଆର୍ଥିକ ସହାୟତା ଶତକଡ଼ା ୨୬ରୁ ୩୫ ଭାଗକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ତାହା ପାରମ୍ପରିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । “ବ୍ୟାବହାରିକ ପଦକ୍ଷେପ ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ପଦ୍ଧତି ଠିକ କରାଯିବା ଦରକାର । ମିଶନ ଲାଇଫ ଭଳି ବ୍ୟାବହାରିକ ପଦକ୍ଷେପ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦର୍ଶନ କରିଥିବା ସମର୍ଥନର ବହୁମୁଖୀ ପ୍ରଭାବ ପରିଲକ୍ଷିତ ହେବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
PM’s Departure Statement ahead of visit to Uzbekistan and Kyrgyz Republic
August 29, 2026

I am embarking on a visit to the Republic of Uzbekistan and the Kyrgyz Republic from 29 August-1 September 2026.

At the invitation of President Shavkat Mirziyoyev, I will visit Tashkent on 29-30 August for a State Visit. In recent years, India-Uzbekistan Strategic Partnership has seen significant advancement. I look forward to my discussions with President Mirziyoyev on further deepening our cooperation in trade and investment, digital connectivity, defence, energy, and on advancing our shared visions of Viksit Bharat and Yangi Uzbekistan. I will also visit the Shastri Memorial and the Mahatma Gandhi Centre at the Tashkent State University of Oriental Studies, a tribute to the close cultural and people-to-people ties that bind our two countries.

From Tashkent, at the invitation of the President of the Kyrgyz Republic, H.E. Mr. Sadyr Zhaparov, I will travel to Bishkek to participate in the 26th SCO Summit, marking 25 years of this important organisation. India has been an active and constructive member of the SCO since 2017. I look forward to advancing India’s vision for the region, anchored in Security, Connectivity and Opportunity, and to working with fellow members for a region free from the scourge of terrorism, separatism and extremism, which continue to threaten peace and stability in our neighbourhood and beyond.

I also look forward to meeting President Zhaparov and other SCO leaders, and to attend the Opening Ceremony of the 6th World Nomad Games, a celebration of the rich living heritage of Central Asia that India holds in deep respect.

I am confident that this visit will strengthen India’s strategic partnerships in Central Asia, deepen our civilisational connect with the region, and advance our shared pursuit of peace, stability and prosperity, values that lie at the heart of India’s engagement with the world.