ମହାମହିମ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ସମ୍ମାନନୀୟ ପ୍ରତିନିଧିଗଣ

ଆମର ଗଣମାଧ୍ୟମ ବନ୍ଧୁଗଣ

 ନମସ୍କାର !

ପ୍ରଥମେ  ମୁଁ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଓ ଭାରତକୁ ଆସିଥିବା ତାଙ୍କ ପ୍ରତିନିଧିମଣ୍ଡଳୀକୁ ହାର୍ଦ୍ଦିକ ସ୍ୱାଗତ କରୁଛି।

ପ୍ରଧାନମନ୍ତ୍ରୀଭାବେ ଭାରତକୁ ଏହା ତଙ୍କର ପ୍ରଥମ ଗସ୍ତ ହୋଇପାରେ, ମାତ୍ର ଜଣେ ପୁରୁଣା ବନ୍ଧୁଭାବେ ଭାରତକୁ ଖୁବ ଭଲଭାବେ ଜାଣନ୍ତି । ବିଗତ କେତେ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନସନ୍ ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ସମ୍ପର୍କ ମଜବୁତ କରିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ଗସ୍ତ ଏକ ଐତିହାସିକ କ୍ଷଣ । ଗତକାଲି ସମଗ୍ର ଭାରତବର୍ଷ ଆପଣ ସାବରମତୀ ଆଶ୍ରମରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତ ଗସ୍ତ ଆରମ୍ଭ କରିବା ଦେଖିଛନ୍ତି ।

ବନ୍ଧୁଗଣ

ଗତବର୍ଷ ଆମେ ଦୁଇଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ସମ୍ପର୍କ ସ୍ଥାପନ କଲୁ । ଚଳିତ ଦଶନ୍ଧିରେ ଆମର ବନ୍ଧୁତ୍ୱକୁ ଦିଗ୍‌ଦର୍ଶନ ଦେବା ନିମନ୍ତେ ଆମେ ୨୦୩୦ ପର୍ଯ୍ୟନ୍ତ ଅଭିଳଷିତ ରୋଡ ମ୍ୟାପ ମଧ୍ୟ ଜାରି କରିଛୁ । ଆଜି ଆମର ଆଲୋଚନାରେ ଆମେ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ସହ ଭବିଷ୍ୟତ ପାଇଁ ମଧ୍ୟ କେତେକ ଲକ୍ଷ୍ୟଧାର୍ଯ୍ୟ କରିଛୁ ।

ଦୁଇ ଦେଶର ବିଶେଷଜ୍ଞ ଦଳ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ କାର୍ଯ୍ୟ କରୁଛନ୍ତି । ଏହି ରାଜିନାମାରେ ଖୁବ୍ ଭଲ ଅଗ୍ରଗତି ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ଆମେ ଏହି ମୁକ୍ତ ବାଣିଜ୍ୟିକ ରାଜିନାମା (FTA) ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ ୟୁଏଇ ଓ ଅଷ୍ଟ୍ରେଲିଆ ସହ ଗତ କିଛି ମାସ ମଧ୍ୟରେ ମୁକ୍ତ ବାଣିଜ୍ୟିକ ରାଜିନାମା କାର୍ଯ୍ୟକାରୀ କରିଛି । ସେହି ଢଙ୍ଗରେ ତଥା ଅଙ୍ଗୀକାରବଦ୍ଧତା ସହ ଆମେ ଯୁକ୍ତରାଜ୍ୟ ସହ ମଧ୍ୟ FTA ନେଇ ସେଭଳି ଆଗେଇବୁ ।

ଆମେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛୁ । ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ, ପ୍ରଯୁକ୍ତି ପରିପାଟୀ ଓ ବିକାଶ ଭଳି ଆତ୍ମ ନିର୍ଭର ଭାରତର ପ୍ରତ୍ୟେକ ଦିଗରେ ଆମେ ଯୁକ୍ତରାଜ୍ୟର ସମର୍ଥନକୁ ସ୍ୱାଗତ କରୁ ।

ବନ୍ଧୁଗଣ

ଆମେ ଭାରତରେ ଚାଲିଥିବା ବିସ୍ତୃତ ସଂସ୍କାର, ଯେପରିକି ଆମର ଭିତ୍ତିଭୂମି, ଆଧୁନିକୀକରଣ ଯୋଜନା ଓ ଜାତୀୟ ଭିତ୍ତିଭୂମି ପାଇଁ ପ୍ରୋତ୍ସାହନ ସମ୍ପର୍କରେ ମଧ୍ୟ ଆଲୋନା କରିଥିଲୁ । ଆମେ ଯୁକ୍ତରାଜ୍ୟ କମ୍ପାନୀଗୁଡିକ ଦ୍ୱାରା ଭାରତରେ ଅଧିକ ପୁ୍‌ଞ୍ଜିନିବେଶକୁ ସ୍ୱାଗତ କରୁଛୁ । ଏହାର ଭଲ ଉଦାହରଣ ହେଉଛି ଆମେ ଗତକାଲି ଗୁଜରାଟର ହାଲୋଲରେ ଦେଖିଲୁ ।

୧୬ଲକ୍ଷ ଭାରତୀୟ ବଂଶୋଦ୍ଭବ ଯୁକ୍ତରାଜ୍ୟରେ ବସବାସ କରୁଛନ୍ତି ଓ ସେମାନଙ୍କ ସମାଜ ଓ ଅର୍ଥନୀତରି ପ୍ରତ୍ୟେକ କ୍ଷେତ୍ରରେ ସକାରତ୍ମକ ଅବଦାନ ରହିଛି । ସେମାନଙ୍କ ସଫଳତା ପାଇଁ ଆମେ ଗର୍ବିତ । ଆମେ ଏ ସମ୍ପର୍କର ସେତୁକୁ ଆହୁରି ମଜବୁତ କରିବାକୁ ଚାହୁଁଛୁ । ଏ ଦିଗରେ ପ୍ରଧାନମନ୍ତ୍ରୀ ଜନସନ୍‌ଙ୍କ  ମଧ୍ୟ ଢେର ଅବଦାନ ରହିଛି । ମୁଁ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଗ୍ଲାସଗୋରେ ଅନୁଷ୍ଠିତ କୋପ-26ରେ ନିଆଯାଉଥିବା ସଂକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଆମର ଅଙ୍ଗୀକାରବଦ୍ଧତା ପ୍ରକାଶ କରୁଛୁ ।        

ଆଜି ଆମେ ଆମର ଜଳବାୟୁ ଓ ଶକ୍ତି ଅଂଶୀଦାରୀତାକୁ ଆହୁରି ନିବିଡ କରିବାକୁ ସ୍ଥିର କରିଛୁ । ଭାରତୀୟ ଜାତୀୟ ଉଦ୍‌ଯାନ ଅଭିଯାନରେ ଯୋଗଦେବାକୁ ଆମେ ଯୁକ୍ତରାଜ୍ୟକୁ ନିମନ୍ତ୍ରଣ କରିଚୁ । ମୁଁ ନିଷ୍ଠାପରଭାବେ ଆମେ ଆମର ରଣନୀତିକ ପ୍ରଯୁକ୍ତିଗତ କଥାବାର୍ତ୍ତା ପାଇଁ ଚାହୁଁଛୁ ।

ବନ୍ଧୁଗଣ,

ଆଜି ଆମ ମଧ୍ୟରେ ହୋଇଥିବା ବୈଶ୍ୱିକ ଅଭିନବୀକରଣ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଆମର ଅନ୍ୟ ଦେଶ ସହ ବିକାଶମୂଳକ ଭାଗିଦାରିତାକୁ ସୁଦୃଢ କରିବ । ଏହା ଅଧୀନରେ ଭାରତ ଓ ଯୁକ୍ତରାଜ୍ୟ ମିଳିତ ଭାବେ ଶହେ ନିୟୁତ ପାଉଣ୍ଡ ମେଡ ଇନ୍ ଇଣ୍ଡିଆ ଅଭିନବୀକରଣ ସାମଗ୍ରୀ ବିନିମୟ ତୃତୀୟପକ୍ଷ ରାଷ୍ଟ୍ର ସହ କରିବେ । ଏହା ଆମକୁ ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ସହ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲାରେ ସାହାଯ୍ୟ କରିବ । ଷ୍ଟାର୍ଟଅପ୍ ଓ ଏମଏସ୍‌ଏମ୍‌ଇ କ୍ଷେତ୍ରରେ ନୂତନ ବଜାର ଅନୁସନ୍ଧାନରେ ଏହା ଆମ ପାଇଁ ବେଶ ସହାୟକ ହେବ ।

ବନ୍ଧୁଗଣ

ଆମେ ଆମର ଆଞ୍ଚଳିକ ଓ ବୈଶ୍ୱିକ କ୍ଷେତ୍ରରେ ସଂଗଠିତ ଅନେକ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା କରିଛୁ। ଆମେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ, ଅବାଧ ଓ ଆଇନଭିତ୍ତିକ ପରିବେଶ ନିମନ୍ତେ ଗୁରୁତ୍ୱ ଆରୋପ କରିଛୁ । ଭାରତ ଯୁକ୍ତରାଜ୍ୟର ଭାରତ-ପ୍ରଶାନ୍ତ ମହାସାଗରୀୟ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ ।

ୟୁକ୍ରେନ ସମସ୍ୟାର ସମାଧାନ ନିମନ୍ତେ ଆମେ ଆମ ତୁରନ୍ତ ଯୁଦ୍ଧବିରତି ଓ କୂଟନୀତିଜ୍ଞ କଥାବାର୍ତ୍ତା ଉପରେ ଗୁରୁତ୍ୱଆରୋପ କରୁଛୁ । ଆମେ ମଧ୍ୟ ପ୍ରତ୍ୟେକ ଦେଶର ଆଞ୍ଚଳିକ ସଂହତି  ଓ ସାର୍ବଭୌମତ୍ୱକୁ ସମ୍ମାନ କରିଛୁ ।

 ଆମେ ଆଫଗାନୀସ୍ଥାନରେ ଏକ ଶାନ୍ତିପ୍ରିୟ, ମଜବୁତ ଓ ପ୍ରତିନିଧିମୂଳକ ସରକାରକୁ ସମର୍ଥନ କରୁ । ଏହା ମଧ୍ୟ ଆବଶ୍ୟକ ଯେ ଆଫଗାନ ଭୂଖଣ୍ଡ ଅନ୍ୟ ଦେଶକୁ ଆତଙ୍କବାଦ ପ୍ରସାର ପାଇଁ କାର୍ଯ୍ୟ କରିବା ଅନୁଚିତ ।

ମହାମହିମ

ଆପଣ ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ସମ୍ପର୍କ ମଜବୁତ କରିବା ପାଇଁ ସବୁବେଳେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଆମେ ଆପଣଙ୍କୁ ପ୍ରଶଂସା କରୁଛୁ ।

ପୁଣି ଥରେ ଆପଣ ଓ ଆପଣଙ୍କ ଭାରତ ଆସିଥିବା ପ୍ରତିନିଧିଦଳକୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ

-ଅଶେଷ ଧନ୍ୟବାଦ-      

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"