“ବିଶ୍ୱରେ ମହାମାରୀ ନଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ବିଶ୍ୱସ୍ତରୀୟ ଥିଲା”
“ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ହେଉଛି ଭାରତର ଲକ୍ଷ୍ୟ” “ସଂସ୍କୃତି, ଜଳବାୟୁ ଏବଂ ସାମାଜିକ ଗତିଶୀଳତା କ୍ଷେତ୍ରରେ ଭାରତର ଅପାର ବିବିଧତା ରହିଛି”
“ପ୍ରକୃତ ପ୍ରଗତି ହେଉଛି ଲୋକକୈନ୍ଦ୍ରିକ । ଡାକ୍ତରୀ ବିଜ୍ଞାନରେ ଯେତେ ଅଗ୍ରଗତି ହେଉନା କାହିଁକି, ଶେଷ ସ୍ଥାନରେ ଥିବା ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ ହେବା ଆବଶ୍ୟକ”
“ଯୋଗ ଏବଂ ଧ୍ୟାନ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର ଯାହା ବର୍ତ୍ତମାନ ବିଶ୍ୱବ୍ୟାପୀ ଗତିବିଧିରେ ପରିଣତ ହୋଇଛି”
“ଭାରତର ପାରମ୍ପାରିକ ଚିକିତ୍ସା ପ୍ରଣାଳୀରେ ଚାପଗ୍ରସ୍ତ ଏବଂ ଜୀବନଶୈଳୀ ରୋଗର ଅନେକ ଉତ୍ତର ରହିଛି”
“କେବଳ ଆମର ନାଗରିକଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ ତଥା ସହଜ କରିବା ଭାରତର ଲକ୍ଷ୍ୟ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପଶ୍ଚିମ ଏସିଆ, ସାର୍କ, ଏସିଆନ୍ ଏବଂ ଆଫ୍ରିକୀୟ ଦେଶର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏକ ଭାରତୀୟ ଶାସ୍ତ୍ରର ଉଦ୍ଧୃତ ଯାହା ‘ସମସ୍ତେ ଖୁସି ହୁଅନ୍ତୁ, ସମସ୍ତେ ରୋଗରୁ ମୁକ୍ତ ହୁଅନ୍ତୁ, ସମସ୍ତଙ୍କ ସହ ଭଲ ଘଟଣା ଘଟୁ ଏବଂ କେହି ଦୁଃଖରେ ପୀଡିତ ହୁଅନ୍ତୁ ନାହିଁ' କୁ ଅନୁବାଦ କରି ପ୍ରଧାନମନ୍ତ୍ରୀ ଦେଶର ଅନ୍ତର୍ଭୂକ୍ତ ଦୃଷ୍ଟିକୋଣକୁ ଆଲୋକିତ କରିଛନ୍ତି ଏବଂ ଭାରତର ଦୃଷ୍ଟିକୋଣ ଉଲ୍ଲେଖ କରିଛନ୍ତି ଯେ ହଜାର ହଜାର ବର୍ଷ ପୂର୍ବେ କୌଣସି ବୈଶ୍ୱିକ ମହାମାରୀ ନଥିଲେ ମଧ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଥିଲା ।  ସେ ସୂଚାଇ ଦେଇଛନ୍ତି ଯେ ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ ସମାନ ବିଶ୍ୱାସର ଧାରା ଅନୁସରଣ କରେ ଏବଂ କାର୍ଯ୍ୟରେ ସମାନ ଚିନ୍ତାଧାରାର ଉଦାହରଣ ଅଟେ । ଆମର ଦୃଷ୍ଟିକୋଣ କେବଳ ମଣିଷମାନଙ୍କ ମଧ୍ୟରେ ସୀମିତ ନୁହେଁ । ଏହା ଆମର ସମଗ୍ର ଇକୋସିଷ୍ଟମକୁ ବିସ୍ତାର କରେ । ଉଦ୍ଭିଦଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ, ମାଟିଠାରୁ ନଦୀ ପର୍ଯ୍ୟନ୍ତ, ଯେତେବେଳେ ଆମ ଚାରିପାଖରେ ସବୁକିଛି ସୁସ୍ଥ, ସେତେବେଳେ ଆମେ ସୁସ୍ଥ ରହିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରୋଗ ଠାରୁ ଦୂରରେ ରହିବା ଉତ୍ତମ ସ୍ୱାସ୍ଥ୍ୟ ସହିତ ସମାନ ବୋଲି ସାଧାରଣ ଧାରଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ସ୍ୱାସ୍ଥ୍ୟସେବା ପ୍ରତି ଦୃଷ୍ଟିକୋଣ କେବଳ ରୋଗ ଠାରୁ ଦୂରେଇ ରହିବା ନୁହେଁ ବରଂ ସମସ୍ତଙ୍କ ପାଇଁ ସୁସ୍ଥତା ଏବଂ କଲ୍ୟାଣ ଉପରେ ଧ୍ୟାନ ଦେଇଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ।

"ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ବିଷୟବସ୍ତୁ ସହିତ ଜି -୨୦ ସଭାପତିତ୍ୱ ଭାବେ ଭାରତର ଯାତ୍ରାକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଲକ୍ଷ୍ୟକୁ ପୂରଣ କରିବାରେ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି । ସେ କହିଛନ୍ତି ଯେ ଏକ ସୁସ୍ଥ ଗ୍ରହ ପାଇଁ ଡାକ୍ତରୀ ଚକିତ୍ସା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଗତିଶୀଳତା ହେଉଛି ଗୁରୁତ୍ୱପୂର୍ଣ୍ଣ, କାରଣ " ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥକେୟାର ଇଣ୍ଡିଆ ୨୦୨୩” ଏହି ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଆଜିର ଉତ୍ସବ ଭାରତର ଜି -୨୦ ସଭାପତିତ୍ୱ ବିଷୟ ସହିତ ସମାନ ହୋଇଛି ଯାହା ଅନେକ ଦେଶରୁ ଅଂଶଗ୍ରହଣର ସାକ୍ଷୀ ରହିଛି । "ବସୁଧୈବ କୁଟୁମ୍ବକମ୍‌” ର ଭାରତୀୟ ଦର୍ଶନକୁ ଆଲୋକପାତ କରିବା ସହିତ ଏହାର ଅର୍ଥ ବିଶ୍ୱ ହେଉଛି ଗୋଟିଏ ପରିବାର ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସରକାରୀ ତଥା ବେସରକାରୀ କ୍ଷେତ୍ର ତଥା ବୃତ୍ତିଧାରୀ ଏବଂ ଶିକ୍ଷାବିତ୍‍ମାନଙ୍କ ଉପସ୍ଥିତିରେ ଖୁସି ବ୍ୟକ୍ତ କରିଛନ୍ତି ।

ସାମଗ୍ରିକ ସ୍ୱାସ୍ଥ୍ୟସେବା ବିଷୟରେ ଭାରତର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ପ୍ରତିଭା, ପ୍ରଯୁକ୍ତିବିଦ୍ୟା, ଟ୍ରାକ୍ ରେକର୍ଡ ଏବଂ ପରମ୍ପରାକୁ ସ୍ୱୀକାର କରିଛନ୍ତି । ସେ ଆହୁରି ବିସ୍ତାରିତ କରି କହିଛନ୍ତି ଯେ ବିଶ୍ୱ ଭାରତୀୟ ଡାକ୍ତର, ନର୍ସ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପ୍ରଭାବ ଦେଖିବାକୁ ପାଇଛି ଏବଂ ସେମାନଙ୍କର ଦକ୍ଷତା ଏବଂ ପ୍ରତିବଦ୍ଧତା ଏବଂ ପ୍ରତିଭା ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି । ସେ କହିଛନ୍ତି ଯେ ଭାରତୀୟ ବୃତ୍ତିଧାରୀଙ୍କ ପ୍ରତିଭା ଦ୍ୱାରା ସାରା ବିଶ୍ୱରେ ଅନେକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପକୃତ ହୋଇଛି । ସଂସ୍କୃତି, ଜଳବାୟୁ ଏବଂ ସାମାଜିକ ଗତିଶୀଳତା କ୍ଷେତ୍ରରେ ଭାରତର ଅପାର ବିବିଧତା ରହିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଭାରତରେ ସ୍ୱାସ୍ଥ୍ୟ ସେବା ବୃତ୍ତିଧାରୀଙ୍କ ପ୍ରଶିକ୍ଷଣ ଏବଂ ବିବିଧ ଅଭିଜ୍ଞତାକୁ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସ୍ୱାସ୍ଥ୍ୟସେବା ପ୍ରତିଭା ସେମାନଙ୍କର ଅଭୂତପୂର୍ବ କୌଶଳ ଯୋଗୁଁ ବିଶ୍ୱର ବିଶ୍ୱାସ ହାସଲ କରିଛନ୍ତି ଯାହା ବିଭିନ୍ନ ପରିସ୍ଥିତିର ଆବଶ୍ୟକତା ପୂରଣ କରିପାରିବ ।

ଶତାବ୍ଦୀର ଏକ ମହାମାରୀ ବିଶ୍ୱକୁ ଅନେକ ସତ୍ୟକୁ ସ୍ମରଣ କରାଇଥିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଭୀରଭାବେ ସଂଯୁକ୍ତ ହୋଇଥିବା ବିଶ୍ୱରେ ସ୍ୱାସ୍ଥ୍ୟ ପ୍ରତି ଥିବା ବିପଦକୁ ସୀମା  ରୋକିପାରିବ ନାହିଁ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଦକ୍ଷିଣ ବିଶ୍ୱରେ ଥିବା ଦେଶଗୁଡ଼ିକ ସମ୍ବଳ ପ୍ରତ୍ୟାଖ୍ୟାନ ସହିତ ବିଭିନ୍ନ ସମସ୍ୟା ଏବଂ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରକୃତ ପ୍ରଗତି ହେଉଛି ଲୋକକୈନ୍ଦ୍ରିକ । ଡାକ୍ତରୀ ବିଜ୍ଞାନରେ ଯେତେ ଅଗ୍ରଗତି ହେଉନା କାହିଁକି, ଶେଷ ମାଇଲରେ ଥିବା ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ ହେବା ଆବଶ୍ୟକ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିବା ସହିତ ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ ସେ ଅନେକ ଦେଶର ଆବଶ୍ୟକତା ଉପରେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟୀକା ଏବଂ ଔଷଧ ମାଧ୍ୟମରେ ଜୀବନ ରକ୍ଷା କରିବାର ମହତ୍ୱପୂର୍ଣ ମିଶନରେ ଭାରତ ଅନେକ ଦେଶ ସହ ସହଯୋଗୀ ହୋଇଥିବାରୁ ଗର୍ବିତ, ବିଶ୍ୱର ସର୍ବବୃହତ ତଥା ଦ୍ରୁତତମ କୋଭିଡ -୧୯ ଟୀକାକରଣ ଅଭିଯାନ ଏବଂ ୧୦୦ ରୁ ଅଧିକ ଦେଶକୁ ୩୦୦ ନିୟୁତ କୋଭିଡ-୧୯ ଟିକା ପରିବହନର ଉଦାହରଣ ଦେଇଛନ୍ତି । ଶ୍ରୀ ମୋଦୀ ଦୋହରାଇଛନ୍ତି ଯେ ଏହା ଭାରତର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତାର ଝଲକ ଦେଖାଇଛି ଏବଂ ନାଗରିକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଖୋଜୁଥିବା ପ୍ରତ୍ୟେକ ଦେଶ ପାଇଁ ବିଶ୍ୱସ୍ତ ବନ୍ଧୁ ହୋଇ ରହିବ ।

ହଜାର ହଜାର ବର୍ଷ ଧରି ସ୍ୱାସ୍ଥ୍ୟ ପ୍ରତି ଭାରତର ଦୃଷ୍ଟିକୋଣ ସାମଗ୍ରିକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଯୋଗ ଏବଂ ଧ୍ୟାନ ଭଳି ପ୍ରଣାଳୀ ସହିତ ଭାରତରେ ପ୍ରତିଷେଧକ ଏବଂ ପ୍ରୋତ୍ସାହନମୂଳକ ସ୍ୱାସ୍ଥ୍ୟସେବାର ଏକ ମହାନ ପରମ୍ପରା ରହିଛି ଏବଂ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର ଯାହା ବର୍ତ୍ତମାନ ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି । ସେ ଆୟୁର୍ବେଦ ଉପରେ ମଧ୍ୟ କହିଥିଲେ ଯାହାକି ସୁସ୍ଥତାର ସମ୍ପୂର୍ଣ୍ଣ ଅନୁଶାସନ ଏବଂ ଏହା ସ୍ୱାସ୍ଥ୍ୟର ଶାରୀରିକ ଏବଂ ମାନସିକ ଦିଗଗୁଡ଼ିକର ଯତ୍ନ ନିଏ ବୋଲି କହିଥିଲେ । ବିଶ୍ୱ ଚାପଗ୍ରସ୍ତ ଏବଂ ଜୀବନଶୈଳୀ ରୋଗର ସମାଧାନ ଖୋଜୁଛି । ଭାରତର ପାରମ୍ପାରିକ ସ୍ୱାସ୍ଥ୍ୟସେବାରେ ଅନେକ ଉତ୍ତର ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ମିଲେଟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଭାରତର ପାରମ୍ପାରିକ ଖାଦ୍ୟ ପାଇଁ ପ୍ରସ୍ତୁତ ଏବଂ ବିଶ୍ୱରେ ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ସମସ୍ୟାର ମୁକାବିଲା କରିବାର କ୍ଷମତା ରଖିଛି ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଉପରେ ଆଲୋକପାତ କରି କହିଛନ୍ତି ଯେ ଏହା ହେଉଛି ବିଶ୍ୱର ସର୍ବବୃହତ ସରକାରୀ ଅନୁଦାନ ପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହା ୫୦୦ ନିୟୁତରୁ ଅଧିକ ଭାରତୀୟ ନାଗରିକଙ୍କ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରେ ଯେଉଁଠାରେ ୪୦ ନିୟୁତରୁ ଅଧିକ ଲୋକ ନଗଦବିହୀନ ଏବଂ କାଗଜବିହୀନ ଢଙ୍ଗରେ ଏହି ସେବା ଲାଭ କରିସାରିଛନ୍ତି ଯାହା ଫଳରେ ନାଗରିକମାନେ ପ୍ରାୟ ୭ ବିଲିୟନ ଡଲାର ସଞ୍ଚୟ କରିଛନ୍ତି ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଆହ୍ୱାନରୁ ବିଶ୍ୱ ପୃଥକ ହୋଇପାରିବ ନାହିଁ ଏବଂ ବର୍ତ୍ତମାନ ଏକ ସମନ୍ୱିତ, ଅନ୍ତର୍ଭୂକ୍ତ ତଥା ଅନୁଷ୍ଠାନିକ ପ୍ରତିକ୍ରିୟା ପାଇଁ ସମୟ ଆସିଛି । ଆମର ଜି୨୦ ସଭାପତିତ୍ୱ ସମୟରେ ଏହା ଆମର ଏକ ଧ୍ୟାନ କ୍ଷେତ୍ର ଅଟେ । କେବଳ ଆମର ନାଗରିକଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଗମ ତଥା ସୁଲଭ କରିବା ଆମର ଲକ୍ଷ୍ୟ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରାଥମିକତା ପାର୍ଥକ୍ୟ ହ୍ରାସ କରୁଛି ଏବଂ ଅପହଞ୍ଚ ଲୋକଙ୍କ ସେବା କରିବା ଦେଶ ପାଇଁ ବିଶ୍ୱାସ ପାଲଟିଛି । ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଏହି ସମାବେଶ ଏହି ଦିଗରେ ବିଶ୍ୱ ଭାଗିଦାରୀକୁ ମଜବୁତ କରିବ ଏବଂ "ଏକ ପୃଥିବୀ-ଏକ ସ୍‌ୱାସ୍ଥ୍ୟñ ର ସାଧାରଣ ଏଜେଣ୍ଡାରେ ଅନ୍ୟ ଦେଶର ସହଭାଗିତା ଲୋଡିବ ।

ପୃଷ୍ଠଭୂମି

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହିତ ମିଳିତ ଭାବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତର ଜି -୨୦ ସଭାପତିତ୍ୱ ସହ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ ର ୬ଷ୍ଠ ସଂସ୍କରଣକୁ ବ୍ରାଣ୍ଡେଡ୍ କରିଛି ଏବଂ ଏହି କାର୍ଯ୍ୟକ୍ରମ ୨୬ ଏବଂ ୨୭ ଏପ୍ରିଲ ୨୦୨୩ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହେଉଛି ।

ଦୁଇ ଦିନିଆ କାର୍ଯ୍ୟକ୍ରମରେ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବାର ଢାଞ୍ଚା ର୍ନିମାଣ ଏବଂ ମୂଲ୍ୟ ଭିତ୍ତିକ ସ୍ୱାସ୍ଥ୍ୟସେବା ମାଧ୍ୟମରେ ସାର୍ବଜନିନ ସ୍ୱାସ୍ଥ୍ୟ ସେବା ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବିଶ୍ୱସ୍ତରୀୟ ସହଯୋଗ ଏବଂ ସହଭାଗୀତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ମେଡିକାଲ୍ ଭାଲ୍ୟୁ ଟ୍ରାଭେଲ କ୍ଷେତ୍ରରେ ଭାରତର ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି, ମୂଲ୍ୟ-ଆଧାରିତ ସ୍ୱାସ୍ଥ୍ୟସେବା ସେବା ଯୋଗାଉଥିବା ସ୍ୱାସ୍ଥ୍ୟସେବା କର୍ମଶାଳାର ରପ୍ତାନିକାରୀ ତଥା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ସୁସ୍ଥତା ସେବା ପାଇଁ ଏକ ପ୍ରମୁଖ ହବ୍ ଭାବରେ ଏହାର ଆର୍ବିଭାବ । ଏହି କାର୍ଯ୍ୟକ୍ରମ ଭାରତର ଜି୨୦ ସଭାପତିତ୍ୱ ବିଷୟବସ୍ତୁ ସହିତ "ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ସହିତ ଅନୁରୂପ ଅଟେ ଏବଂ ଉପଯୁକ୍ତ ଭାବରେ ଏହାର ନାମ ହେଉଛି " ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥକେୟାର ଇଣ୍ଡିଆ ୨୦୨୩”  ଭାରତରୁ ସେବା ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ, ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ଆଦର୍ଶ ଫୋରମ୍ ପ୍ରଦାନ କରିବ, ବିଶ୍ୱର ଏମଭିଟି ଶିଳ୍ପ ଏବଂ ଅଗ୍ରଣୀ କର୍ତ୍ତୃପକ୍ଷ, ନିଷ୍ପତ୍ତି ନେଉଥିବା ବ୍ୟକ୍ତି, ଶିଳ୍ପ ସହଭାଗୀ, ବିଶେଷଜ୍ଞଙ୍କ ମଧ୍ୟରେ ପାରଦର୍ଶିତା, ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଶିଳ୍ପ ବୃତ୍ତିଧାରୀମାନେ  ଏହାର ଅଂଶଗ୍ରହଣକାରୀମାନଙ୍କୁ ବିଶ୍ୱବ୍ୟାପୀ ସାଥୀମାନଙ୍କ ସହିତ ସଂଯୁକ୍ତ କରିବାକୁ, ଧାରଣା ଆଦାନ ପ୍ରଦାନ, ସମ୍ପର୍କ ଗଠନ ଏବଂ ଦୃଢ ବ୍ୟବସାୟ ଭାଗିଦାରୀ ସୃଷ୍ଟି କରିବାକୁ ସକ୍ଷମ କରିବ ।          

ଏହି ସମ୍ମିଳନୀରେ ୭୦ ଟି ଦେଶରୁ ୧୨୫ ପ୍ରଦର୍ଶକ ଏବଂ ପ୍ରାୟ ୫୦୦ ଆୟୋଜକ ବିଦେଶୀ ପ୍ରତିନିଧୀ ଉପସ୍ଥିତ ରହିବେ । ଆଫ୍ରିକା, ମଧ୍ୟ ପୂର୍ବ, ସ୍ୱାଧୀନ ରାଜ୍ୟଗୋଷ୍ଠି ଦେଶ, ସାର୍କ ଏବଂ ଏସିଆର ୭୦ ରୁ ଅଧିକ ର୍ନିଦ୍ଦିଷ୍ଟ ଦେଶରୁ ଆୟୋଜକ ପ୍ରତିନିଧୀଙ୍କ ସହ କ୍ରେତା ବିକ୍ରେତା ବୈଠକ ଏବଂ ର୍ନିଧାରିତ ବି୨ବି ବୈଠକ ଏକତ୍ରିତ ହେବ ଏବଂ ଭାରତୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ବିଦେଶୀ ଅଂଶଗ୍ରହଣକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ ।  ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ, ଶିଳ୍ପ, ଷ୍ଟାର୍ଟଅପ୍ ଇତ୍ୟାଦି ବିଶିଷ୍ଟ ବକ୍ତା ତଥା ବିଶେଷଜ୍ଞଙ୍କ ସହ ପ୍ୟାନେଲ୍ ଆଲୋଚନା ସହିତ ହିତାଧିକାରୀମାନଙ୍କ ସହିତ ପାରସ୍ପରିକ ଅଧିବେଶନ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FTAs boost global demand for Indian talent, expand mobility options

Media Coverage

FTAs boost global demand for Indian talent, expand mobility options
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.