“ବିଶ୍ୱରେ ମହାମାରୀ ନଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ବିଶ୍ୱସ୍ତରୀୟ ଥିଲା”
“ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ହେଉଛି ଭାରତର ଲକ୍ଷ୍ୟ” “ସଂସ୍କୃତି, ଜଳବାୟୁ ଏବଂ ସାମାଜିକ ଗତିଶୀଳତା କ୍ଷେତ୍ରରେ ଭାରତର ଅପାର ବିବିଧତା ରହିଛି”
“ପ୍ରକୃତ ପ୍ରଗତି ହେଉଛି ଲୋକକୈନ୍ଦ୍ରିକ । ଡାକ୍ତରୀ ବିଜ୍ଞାନରେ ଯେତେ ଅଗ୍ରଗତି ହେଉନା କାହିଁକି, ଶେଷ ସ୍ଥାନରେ ଥିବା ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ ହେବା ଆବଶ୍ୟକ”
“ଯୋଗ ଏବଂ ଧ୍ୟାନ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର ଯାହା ବର୍ତ୍ତମାନ ବିଶ୍ୱବ୍ୟାପୀ ଗତିବିଧିରେ ପରିଣତ ହୋଇଛି”
“ଭାରତର ପାରମ୍ପାରିକ ଚିକିତ୍ସା ପ୍ରଣାଳୀରେ ଚାପଗ୍ରସ୍ତ ଏବଂ ଜୀବନଶୈଳୀ ରୋଗର ଅନେକ ଉତ୍ତର ରହିଛି”
“କେବଳ ଆମର ନାଗରିକଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ ତଥା ସହଜ କରିବା ଭାରତର ଲକ୍ଷ୍ୟ”

ମାନ୍ୟଗଣ୍ୟ ବ୍ୟକ୍ତି, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ, ପଶ୍ଚିମ ଏସିଆ, ସାର୍କ, ଏସିଆନ୍ ଏବଂ ଆଫ୍ରିକୀୟ ଦେଶର ବିଶିଷ୍ଟ ପ୍ରତିନିଧୀ, ମୁଁ ଭାରତକୁ ସ୍ୱାଗତ କରୁଛି । ମୋର କ୍ୟାବିନେଟ ସହକର୍ମୀ, ଏବଂ ଭାରତୀୟ ସ୍ୱାସ୍ଥ୍ୟସେବା ଶିଳ୍ପର ପ୍ରତିନିଧୀ, ନମସ୍କାର!

ବନ୍ଧୁଗଣ,

ଭାରତୀୟ ଶାସ୍ତ୍ର କହେ:

ସର୍ବେ ଭବନ୍ତୁ ସୁଖୀନଃ । ସର୍ବେ ସନ୍ତୁ ନିରାମୟାଃ ।

ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ । ମା କଶ୍ଚିତ୍‍ ଦୁଃଖ ଭାଭବେତ୍‍ ।

 

ଏହାର ଅର୍ଥ: ସମସ୍ତେ ଖୁସି ହୁଅନ୍ତୁ, ସମସ୍ତେ ରୋଗରୁ ମୁକ୍ତ ହୁଅନ୍ତୁ, ସମସ୍ତଙ୍କ ପାଇଁ ଭଲ ହେଉ, ଏବଂ କେହି ଦୁଃଖରେ ପୀଡିତ ହୁଅନ୍ତୁ ନାହିଁ । ଏହା ଏକ ଅନ୍ତର୍ଭୂକ୍ତ ଦର୍ଶନ । ହଜାର ହଜାର ବର୍ଷ ପୂର୍ବେ, ଯେତେବେଳେ କୌଣସି ବୈଶ୍ୱିକ ମହାମାରୀ ନଥିଲା, ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ବିଶ୍ୱସ୍ତରୀୟ ଥିଲା । ଆଜି, ଯେତେବେଳେ ଆମେ ୱାନ ଆର୍ଥ ୱାନ୍ ହେଲଥ୍ କହିବା, କାର୍ଯ୍ୟରେ ସମାନ ଚିନ୍ତା ହେବା ଆବଶ୍ୟକ । ଅଧିକନ୍ତୁ, ଆମର ଦୃଷ୍ଟିକୋଣ କେବଳ ମଣିଷମାନଙ୍କ ମଧ୍ୟରେ ସୀମିତ ନୁହେଁ । ଏହା ଆମର ସମଗ୍ର ଇକୋସିଷ୍ଟମକୁ ବିସ୍ତାର କରେ । ଉଦ୍ଭିଦଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ, ମାଟିଠାରୁ ନଦୀ ପର୍ଯ୍ୟନ୍ତ, ଯେତେବେଳେ ଆମ ଚାରିପାଖରେ ସବୁକିଛି ସୁସ୍ଥ ରହିବ, ଆମେ ସୁସ୍ଥ ହୋଇପାରିବା ।

ବନ୍ଧୁଗଣ,

 

ଏହା ଏକ ଲୋକପ୍ରିୟ ଧାରଣା ଯେ ରୋଗର ଅଭାବ ଭଲ ସ୍ୱାସ୍ଥ୍ୟ ସହିତ ସମାନ । ତେବେ ଅସୁସ୍ଥତା ଅଭାବରୁ ଭାରତର ସ୍ୱାସ୍ଥ୍ୟ ଦୃଷ୍ଟିକୋଣ ବନ୍ଦ ହୁଏ ନାହିଁ । ରୋଗମୁକ୍ତ ହେବା ସୁସ୍ଥତାର ପଥରେ କେବଳ ଏକ ପର୍ଯ୍ୟାୟ । ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ସୁସ୍ଥତା ଏବଂ କଲ୍ୟାଣ । ଆମର ଲକ୍ଷ୍ୟ ହେଉଛି ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ।

ବନ୍ଧୁଗଣ,

"ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ବିଷୟବସ୍ତୁ ସହିତ ଭାରତ ଏହାର ଜି୨୦ ସଭାପତିତ୍ୱ ଯାତ୍ରା ଆରମ୍ଭ କରିଥିଲା । ଏହି ଲକ୍ଷ୍ୟକୁ ପୂରଣ କରିବାରେ ଆମେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଣାଳୀର ମହତ୍ତ୍ୱକୁ ଅନୁଭବ କରୁ । ଭାରତ ଏକ ସୁସ୍ଥ ଗ୍ରହ ପାଇଁ ଡାକ୍ତରୀ ମୂଲ୍ୟଯୁକ୍ତ ଭ୍ରମଣ ଏବଂ ସ୍ୱାସ୍ଥ୍ୟ ମାନସମ୍ବଳର ଗତିଶୀଳତାକୁ ଗୁରୁତ୍ୱପୂର୍ଣ୍ଣ ମନେ କରେ । ୱାନ ଆର୍ଥ ୱାନ୍ ହେଲ୍ଥ ଆଡଭାନଟେଜ୍ ହେଲଥ କେୟାର ଇଣ୍ଡିଆ ୨୦୨୩ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଏହି ସମାବେଶ ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ସହିତ ପୁନଃ ପ୍ରକାଶିତ । ଅନେକ ଦେଶରୁ ଶତାଧିକ ଅଂଶଗ୍ରହଣକାରୀ ଏଠାରେ ଅଛନ୍ତି  ସରକାରୀ ଏବଂ ବେସରକାରୀ କ୍ଷେତ୍ରରୁ, ବୃତ୍ତିଗତ ଏବଂ ଶିକ୍ଷା ଡୋମେନରୁ ହିତାଧିକାରୀ ରହିବା ବହୁତ ଭଲ ।  ଏହା ‘ବସୁଧୈବ କୁଟୁମ୍ବକମ୍‌' ର ଭାରତୀୟ ଦର୍ଶନର ପ୍ରତୀକାତ୍ମକ, ଯାହାର ଅର୍ଥ ହେଉଛି ବିଶ୍ୱ ଗୋଟିଏ ପରିବାର ।

ବନ୍ଧୁଗଣ,

ଯେତେବେଳେ ସାମଗ୍ରିକ ସ୍ୱାସ୍ଥ୍ୟସେବା କଥା, ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଅଛି । ଆମର ପ୍ରତିଭା ଅଛି ।   ଆମର ଜ୍ଞାନକୌଶଳ ଅଛି । ଆମର ଟ୍ରାକ୍ ରେକର୍ଡ ଅଛି । ଆମର ପରମ୍ପରା ଅଛି । ବନ୍ଧୁଗଣ, ଯେତେବେଳେ ପ୍ରତିଭା କଥା ଆସେ, ବିଶ୍ୱରେ ଭାରତୀୟ ଡାକ୍ତରଙ୍କ ପ୍ରଭାବ ଦେଖିବାକୁ ମିଳିଛି । ଉଭୟ ଭାରତ ତଥା ବାହାରେ ଆମର ଦକ୍ଷତା ଏବଂ ପ୍ରତିବଦ୍ଧତା ପାଇଁ ଆମର ଡାକ୍ତରମାନେ ବହୁ ସମ୍ମାନିତ । ସେହିଭଳି ଭାରତର ନର୍ସ ଏବଂ ଅନ୍ୟ ଯତ୍ନ ନେଉଥିବା ବ୍ୟକ୍ତିମାନେ ମଧ୍ୟ ଜଣାଶୁଣା । ସମଗ୍ର ବିଶ୍ୱରେ ଅନେକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଛି ଯାହାକି ଭାରତୀୟ ବୃତ୍ତିଧାରୀଙ୍କ ପ୍ରତିଭା ଦ୍ୱାରା ଉପକୃତ ହୁଏ । ସଂସ୍କୃତି, ଜଳବାୟୁ ଏବଂ ସାମାଜିକ ଗତିଶୀଳତା କ୍ଷେତ୍ରରେ ଭାରତର ଅପାର ବିବିଧତା ରହିଛି । ଭାରତରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ବିଭିନ୍ନ ଅଭିଜ୍ଞତାର ସମ୍ମୁଖୀନ ହୁଅନ୍ତି । ଏହା ସେମାନଙ୍କୁ ଦକ୍ଷତା ବିକାଶରେ ସାହାଯ୍ୟ କରେ ଯାହା ବିଭିନ୍ନ ପରିସ୍ଥିତିର ଆବଶ୍ୟକତା ପୂରଣ କରିପାରିବ । ଏହି କାରଣରୁ ଭାରତୀୟ ସ୍ୱାସ୍ଥ୍ୟସେବା ପ୍ରତିଭା ବିଶ୍ୱର ବିଶ୍ୱାସ ହାସଲ କରିଛି ।

ବନ୍ଧୁଗଣ,

ଶତାବ୍ଦୀରେ ଥରେ ମହାମାରୀ ବିଶ୍ୱକୁ ଅନେକ ସତ୍ୟକୁ ମନେ ପକାଇଲା । ଏହା ଆମକୁ ଦେଖାଇଲା ଯେ  ଗଭୀର ଭାବେ ସଂଯୁକ୍ତ ଏକ ବିଶ୍ୱରେ ସୀମା ସ୍ୱାସ୍ଥ୍ୟ ପ୍ରତି ବିପଦକୁ ବନ୍ଦ କରିପାରିବ ନାହିଁ । ସଙ୍କଟ ସମୟରେ ଦକ୍ଷିଣ ବିଶ୍ୱରେ ଥିବା ଦେଶମାନଙ୍କୁ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ଏବଂ ସମ୍ବଳକୁ ମଧ୍ୟ ଅସ୍ୱୀୀକାର କରିବାକୁ ପଡିଲା । ପ୍ରକୃତ ପ୍ରଗତି ହେଉଛି ଲୋକକୈନ୍ଦ୍ରିକ । ଡାକ୍ତରୀ ବିଜ୍ଞାନରେ ଯେତେ ଅଗ୍ରଗତି ହେଉନା କାହିଁକି, ଶେଷ ମାଇଲରେ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ ହେବା ଆବଶ୍ୟକ । ଏଭଳି ସମୟରେ ଅନେକ ଦେଶ ସ୍ୱାସ୍ଥ୍ୟସେବା ପରିସରରେ ଜଣେ ବିଶ୍ୱସ୍ତ ସହଭାଗୀର ମହତ୍ତ୍ୱ ବୁଝିଲେ । ଟିକା ଏବଂ ଔଷଧ ମାଧ୍ୟମରେ ଜୀବନ ରକ୍ଷା କରିବାର ଉତ୍ତମ ମିଶନରେ ଅନେକ ଦେଶ ସହ ଅଂଶୀଦାର ହୋଇଥିବାରୁ ଭାରତ ଗର୍ବିତ । ମେଡ୍‌-ଇନ୍‌-ଇଣ୍ଡିଆ ଟିକା ଆମର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦ୍ୱାରା ବିକଶିତ ହୋଇଥିଲା । ଆମେ ଦୁନିଅ ।ର ସବୁଠୁ ବଡ ଏବଂ ଦ୍ରୁତତମ କୋଭିଡ -୧୯ ଟୀକାକରଣ ଅଭିଯାନର ଜନକ ହୋଇଗଲୁ । ଆମେ ୧୦୦ ରୁ ଅଧିକ ଦେଶକୁ ୩୦୦ ମିଲିୟନ୍ ଡୋଜ୍ କୋଭିଡ-୧୯ ଟିକା ମଧ୍ୟ ପଠାଇଛୁ । ଏହା ଆମର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତାକୁ ଦର୍ଶାଇଲା । ଆମେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏକ ବିଶ୍ୱସ୍ତ ବନ୍ଧୁ ହେବା ଜାରି ରଖିବୁ, ଯାହା ଏହାର ନାଗରିକମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଖୋଜୁଛି ।

ବନ୍ଧୁଗଣ,

ହଜାରେ ବର୍ଷ ଧରି ସ୍ୱାସ୍ଥ୍ୟସେବା ପ୍ରତି ଭାରତର ଦୃଷ୍ଟିକୋଣ ସାମଗ୍ରିକ ଥିଲା । ପ୍ରତିଷେଧକ ଏବଂ ପ୍ରୋତ୍ସାହନମୂଳକ ସ୍ୱାସ୍ଥ୍ୟର ଆମର ଏକ ମହାନ ପରମ୍ପରା ଅଛି । ଯୋଗ ଏବଂ ଧ୍ୟାନ ଭଳି ବ୍ୟବସ୍ଥାଗୁଡ଼ିକ ବର୍ତ୍ତମାନ ବିଶ୍ୱବ୍ୟାପୀ ଗତିବିଧିରେ ପରିଣତ ହୋଇଛି । ସେଗୁଡ଼ିକ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର । ସେହିଭଳି, ଆମର ଆୟୁର୍ବେଦ ବ୍ୟବସ୍ଥା ହେଉଛି ସୁସ୍ଥତାର ସମ୍ପୂର୍ଣ୍ଣ ଅନୁଶାସନ । ଏହା ସ୍ୱାସ୍ଥ୍ୟର ଶାରୀରିକ ଏବଂ ମାନସିକ ଦିଗଗୁଡ଼ିକର ଯତ୍ନ ନିଏ । ଚାପଗ୍ରସ୍ତ ଏବଂ ଜୀବନଶୈଳୀ ରୋଗର ସମାଧାନ ପାଇଁ ବିଶ୍ୱ ଖୋଜୁଛି ।  ଭାରତର ପାରମ୍ପାରିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ଉତ୍ତର ରହିଛି । ଆମର ପାରମ୍ପାରିକ ଖାଦ୍ୟ ଯାହାକି ମିଲେଟକୁ ନେଇ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟରେ ମଧ୍ୟ ସାହାଯ୍ୟ କରିଥାଏ ।

ବନ୍ଧୁଗଣ,

ପ୍ରତିଭା, ପ୍ରଯୁକ୍ତିବିଦ୍ୟା, ଟ୍ରାକ୍ ରେକର୍ଡ ଏବଂ ପରମ୍ପରା ବ୍ୟତୀତ ଭାରତରେ ଏକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଛି ଯାହା ସୁଲଭ ଏବଂ ସହଜ ଅଟେ । ଘରେ ଆମର ପ୍ରୟାସରେ ଏହା ଦେଖିବାକୁ ମିଳେ । ଭାରତରେ ବିଶ୍ୱର ସର୍ବବୃହତ ସରକାରୀ ଅନୁଦାନ ପ୍ରାପ୍ତ ସ୍ୱାସ୍ଥ୍ୟ ବୀମା କଭରେଜ୍ ଯୋଜନା ରହିଛି । ଆୟୁଷ୍ମାନ ଭାରତ ପଦକ୍ଷେପ ୫୦୦ ମିଲିୟନରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସହିତ ଅନ୍ତର୍ଭୁକ୍ତ କରେ । ୪୦ ନିୟୁତରୁ ଅଧିକ ଲୋକ ନଗଦବିହୀନ ଏବଂ କାଗଜବିହୀନ ଢଙ୍ଗରେ ସେବା ପାଇ ସାରିଛନ୍ତି । ଏହା ଆମ ନାଗରିକଙ୍କ ପାଇଁ ପ୍ରାୟ ୭ ବିଲିୟନ ଡଲାର ସଞ୍ଚୟ କରିସାରିଛି ।

ବନ୍ଧୁଗଣ,

ସ୍ୱାସ୍ଥ୍ୟସେବା ଆହ୍ୱାନ ଗୁଡିକରୁ ବିଶ୍ୱସ୍ତରୀୟ ପ୍ରତିକ୍ରିୟା ଅଲଗା ହୋଇପାରିବ ନାହିଁ । ଏକ ସମନ୍ୱିତ, ଅନ୍ତର୍ଭୂକ୍ତ ଏବଂ ଅନୁଷ୍ଠାନିକ ପ୍ରତିକ୍ରିୟା ପାଇଁ ସମୟ ଆସିଛି । ଆମର ଜି୨୦ ଅଧ୍ୟକ୍ଷତା ସମୟରେ ଏହା ଆମର ଏକ ଧ୍ୟାନ କ୍ଷେତ୍ର । କେବଳ ଆମର ନାଗରିକଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଗମ ତଥା ସୁଲଭ କରିବା ଆମର ଲକ୍ଷ୍ୟ । ଅସମାନତା ହ୍ରାସ କରିବା ହେଉଛି ଭାରତର ପ୍ରାଥମିକତା । ଅପହଞ୍ଚ ଲୋକଙ୍କ ସେବା କରିବା ଆମ ପାଇଁ ବିଶ୍ୱାସର ଏକ ମାଇଲଖୁଣ୍ଟ ।  ମୁଁ ସକାରାତ୍ମକ ଯେ ଏହି ସମାବେଶ ଏହି ଦିଗରେ ବିଶ୍ୱ ଭାଗିଦାରୀକୁ ମଜବୁତ କରିବ । “ଏକ ପୃଥିବୀ-ଏକ ସ୍ୱାସ୍ଥ୍ୟ” ର ଆମର ସାଧାରଣ ଏଜେଣ୍ଡା ଉପରେ ଆମେ ତୁମର ସହଭାଗୀତା ଖୋଜୁ । ଏହି ଶବ୍ଦଗୁଡ଼ିକ ସହିତ, ମୁଁ ଆପଣମାନଙ୍କୁ ସ୍ୱାଗତ କରିବାକୁ ଚାହେଁ ଏବଂ ବଡ଼ ବିଚାରବିମର୍ଶକୁ ଅପେକ୍ଷା କରିବି । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FTAs boost global demand for Indian talent, expand mobility options

Media Coverage

FTAs boost global demand for Indian talent, expand mobility options
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.