“ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ହିଁ ଶ୍ରେଷ୍ଠ ସ୍ଥାନ”
“ଭାରତରେ ଡିଜିଟାଲ ଅବସ୍ଥାନ୍ତର ଏହାର ନବୋନ୍ମେଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତାର ଅଙ୍ଗୀକାରବଦ୍ଧତା ଦ୍ୱାରା ପରିଚାଳିତ”
“ଦେଶ ପ୍ରଯୁକ୍ତି ବିଦ୍ୟାକୁ ଯଥା ସମ୍ଭବ ଉପଯୋଗ କରି ପ୍ରଶାସନିକ ଅବସ୍ଥାନ୍ତର ଆଣିବା ସହ ଏହାକୁ ଅଧିକ ଦକ୍ଷ, ସମାବେଶୀ, ଦୃଢ଼ ଓ ସ୍ୱଚ୍ଛ କରିଛି”
“ଭାରତରେ ଡିଜିଟାଲ ସାଧାରଣ ଭିତ୍ତିଭୂମି ବୈଶ୍ବିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରୁଛି”
“ଏପରି ବିବିଧତା ନିମନ୍ତେ ଭାରତ ସମାଧାନର ଏକ ଆଦର୍ଶ ପରୀକ୍ଷାଗାର । ଯେଉଁ ସମାଧାନ ସୂତ୍ର ଭାରତରେ ସଫଳତା ଲାଭ କରେ, ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରେ”
“ଜି-୨୦ ଉଚ୍ଚସ୍ତରୀୟ ନୀତିକୁ ଆଧାର କରି ଏକ ଦୃଢ, ଆସ୍ଥାମୂଳକ ଏବଂ ନମନୀୟ ଡିଜିଟାଲ ଅର୍ଥନୀତି ପାଇଁ ସହମତି ଗୁରୁତ୍ୱପୂର୍ଣ୍ଣ”
“ପ୍ରଯୁକ୍ତି ଭିତ୍ତିକ ସମାଧାନ ମାନବ ସମାଜ ସମ୍ମୁଖୀନ ହେଉଥିବା ଆହ୍ୱାନ ଦିଗରେ ପ୍ରୟୋଗ କରାଯିବା ଉଚିତ । ଆମଠାରୁ ଏହା ‘ଚାରୋଟି ସି’ ଆବଶ୍ୟକ କରେ । ତାହା ହେଉଛି କନଭିକସନ(ଦୃଢ଼ତା), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା  ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି ।

ସମ୍ମିଳିତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ ବେଙ୍ଗାଲୁରୁ ନଗରୀକୁ ସ୍ୱାଗତ ଜଣାଇବା ସହ  ଡିଜିଟାଲ ଅର୍ଥ ନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ଠାରୁ ଆଉ ଉନ୍ନତ ନଗରୀ ନାହିଁ ବୋଲି କହିଥିଲେ ।

ଗତ ନଅବର୍ଷ ମଧ୍ୟରେ ଦେଖିଲେ ଦେଶରେ ଡିଜିଟାଲ ଅବସ୍ଥାନ୍ତର ଶ୍ରେୟ ପ୍ରଧାନମନ୍ତ୍ରୀ ୨୦୧୫ରେ ଅନୁଷ୍ଠିତ ଡିଜିଯାଲ ଭାରତ ପଦକ୍ଷେପକୁ ଦେଇଥିଲେ । ସେ କହିଥିଲେ ଯେ ଭାରତର ଡିଜିଟାଲ ଅବସ୍ଥାନ୍ତର ଏହାର ନବନ୍ମୋଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତା ଓ ଅଙ୍ଗୀକାରବଦ୍ଧତା ଦ୍ୱାରା ଏପରି ପରିଚାଳିତ ହୋଇଛି ଯେଉଁଥିରେ କେହି  ମଧ୍ୟ ପଛରେ ପଡିନାହାଁନ୍ତି ।

 ଅବସ୍ଥାନ୍ତରର ଗତି, ମାପକ୍ରମ ଓ ପରିସର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ  ବିଶ୍ୱର ସବୁଠାରୁ  ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଦେଶ ପ୍ରଯୁକ୍ତି ବିଦ୍ୟାରେର ଯଥା ସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତର ପରିବର୍ତ୍ତନ ଆଣିବା ସହ ଏହାକୁା ଅଧିକ ଦକ୍ଷ, ଦୃଢ , ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତୀକରଣ କରିଛି । ଏହି ପରିପ୍ରେକ୍ଷୀରେ ସେ ଭାରତର ଆଧାର ଉଦାହରଣ ଦେଇଥିଲେ । ଭାରତର ଅନନ୍ୟ ଡିଜିଟାଲ ପରିଚୟ ମଞ୍ଚ ୧.୩ ବିଲିୟନରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରିଛି । ସେ ଜେଏଏମ୍ ତ୍ରିମୂର୍ତ୍ତି -ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ କଥା କହିଥିଲେ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇ ଦେୟ ପଦ୍ଧତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରତି ମାସରେ ୧୦ବିଲିୟନ ଦେଣନେଣ ସଂଗଠିତ ହେଉଥିବା ବେଳେ ବିଶ୍ୱର ଶତକଡା ୪୫ଭାଗ ବାସ୍ତବିକ ଦେୟ ପଇଠ  କାର୍ଯ୍ୟ ଭାରତରେ ହିଁ ହୋଇଥାଏ । ବାଟମାରଣକୁ ରୋକି ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ବଚାଂଯାଇ ପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ।  ଭାରତରେ ଟିକାକରଣ ଅଭିଯାନକୁ ସହାୟତା କରିଥିବା କୋୱିନ ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୁଇ ବିଲିୟନରୁ ଅଧିକ ଟୀକା ମାତ୍ରା ଦେବା ସହ ଡିଜିଟାଲ ମାଧ୍ୟମରେ ସତ୍ୟପିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛି । ଶ୍ରୀମୋଦୀ ମଧ୍ୟ ଗତି ଶକ୍ତି ପ୍ଲାଟଫର୍ମର କଥା  କହି ପ୍ରଯୁକ୍ତି ବିଦ୍ୟା ଓ ସ୍ଥାନ ସମ୍ପର୍କୀୟ ଯୋଜନାରୁ ମାନଚିତ୍ର ଭିତ୍ତିଭୂମି ଓ ରଣନୀତି ଦ୍ୱାରା ଯୋଜନାରେ ସହାୟତ  କରିବା ସହ ଖର୍ଚ୍ଚ ହ୍ରାସ ଓ ଦ୍ରୁତଗତିରେ କାର୍ଯ୍ୟ ସମ୍ପନ୍ନ କରିବା ସାହାଯ୍ୟ କରିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ସରକାରୀ ଇ-ବଜାର ଏକ ଅନଲାଇନ ମଞ୍ଚ ଯାହା ସ୍ୱଚ୍ଛତା ଓ ପ୍ରକ୍ରିୟାରେ ସାଧୁତା ଅଣାଯାଇପାରିଛି ଓ ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱାର୍କ ଯୋଗୁଁ ଇ-ବାଣିଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା କାଏମ ହୋଇପାରିଛି ବୋଲି କହିଥିଲେ । ଟିକସ୍ ପଦ୍ଧତିର ସମ୍ପୂର୍ଣ୍ଣ ଡିଜିଟାଇଜେସନ ଓ ସ୍ୱଚ୍ଛତା ଓ ଇ-ପ୍ରଶାସନ ପ୍ରତିଷ୍ଠା ହୋଇଥିବା ସେ ପ୍ରକାଶ କରିଥିଲେ । କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ଏକ ଭାଷା ଅନୁବାଦ ମଞ୍ଚ ଭାସିନୀ ଭାରତର ବିବିଧ ଭାଷାର ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ସହାୟକ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଭାରତର ଡିଜିଟାଲ ଜନ ଭିତ୍ତିଭୂମି ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଅବିଶ୍ୱସନୀୟ ବିବିଧତାକୁ ନେଇ ପ୍ରଧାନମନ୍ତ୍ରୀ ଦେଶରେ ଡର୍ଜନେ ଭାଷା ଓ ଶତାଧିକ ଉପଭାଷା ରହିଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ପ୍ରତ୍ୟେକ ଧର୍ମକୁ ଆଶ୍ରୟଦେଇଛି ଓ ବିଶ୍ୱର ଅନେକ ସାଂସ୍କୃତିକ ଚଳଣି ମଧ୍ୟ ଏଠାରେ ଦେଖିବାକୁ ମିଳେ । “ପ୍ରାଚୀନ ପ୍ରଥା ଠାରୁ ସର୍ବାଧୁନିକ  ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଭାରତରେ ପ୍ରତ୍ୟେକଙ୍କ ନିମନ୍ତେ କିଛି ନା କିଛି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରି ବିବିଧତା ସତ୍ତ୍ୱେ ଭାରତ ସମାଧାନର ପନ୍ଥା ବାହାର କରିବା ପାଇଁ ଏକ ପରୀକ୍ଷାଗାର. ଯେଉଁ ପରୀକ୍ଷା ନିରୀକ୍ଷା ଭାରତରେ ସଫଳ ହୁଏ  ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରିବ । ପ୍ରଧାନମନ୍ତ୍ରୀ  ସ୍ପଷ୍ଟଭାବେ କହିଥିଲେ ଯେ ଭାରତ ନିଜ ପରୀକ୍ଷାନିରୀକ୍ଷାର ସୁଫଳ ବିଶ୍ୱକୁ ଜଣାଇବାକୁ ପ୍ରସ୍ତୁତ ଓ ଏହି ପରିପ୍ରେକ୍ଷୀରେ ସେ କୋୱିନ ପ୍ଲାଟଫର୍ମର ଉଦାହରଣ ଦେଇଥିଲେ ଯାହାକି ବୈଶ୍ୱିକ ମହାମାରୀ କାଳରେ  ବିଶ୍ୱର ହିତ ଲାଗି ପ୍ରୟୋଗ କରାଯାଇଥିଲା । ଭାରତ ଏକ ଅନ୍‌ଲାଇନ ବୈଶ୍ୱିକ ଜନ ଡିଜିଟାଲ ସାମଗ୍ରୀ ଗନ୍ତାଘର ସୃଷ୍ଟି କରିଥିଲା ।  ଯାହାକି ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧ ଦେଶର କୌଣସି ବ୍ୟକ୍ତି ଯେପରି ବାଦ୍ ନ ପଡନ୍ତି ବୋଲି କହିଥିଲେ ।

କାର୍ଯ୍ୟକାରୀ ଗୋଷ୍ଠୀ ଏକ  ଜି-୨୦ ଆଭାସୀ ବୈଶ୍ୱିକ ଡିଜିଟାଲ ଜନ ଭିତ୍ତିଭୂମି ଭଣ୍ଡାର ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । ଏକ ଜନ ସାଧାରଣର ଡିଜିଟାଲ ଭିତ୍ତିଭୂମି ସୃଷ୍ଟି ଦ୍ୱାରା ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ଉତ୍ତମ ଡିଜିଟାଲ ବାତାବରଣ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ସେ ମଧ୍ୟ ଡିଜିଟାଲ କୌଶଳ ଓ ଆଭାସୀ ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଦେଶ ଦେଶ ମଧ୍ୟରେ ଏକ ରୋଡ ମ୍ୟାପ ତିଆରିର ମଧ୍ୟ ସ୍ୱାଗତ କରିଥିଲେ । ଭବିଷ୍ୟତ ପାଇଁ ସୃଷ୍ଟି ହେଉଥିବା ମାନବ ସମ୍ବଳ ନିମନ୍ତେ ଏପରି ଉଦ୍ୟମ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ ଅର୍ଥ ବ୍ୟବସ୍ଥା ବୈଶ୍ୱିକ ହେବା ସହ ଏହା ପ୍ରତି ସୁରକ୍ଷାଗତ ଆତଙ୍କ ମଧ୍ୟ ରହିଛି । ସେ ଦୃଷ୍ଟିରୁ ଜି-୨୦ଉଚ୍ଚସ୍ତରୀୟ ଓ ନୀତିଗତ ସହମତି ଦ୍ୱାରା ଏକ ସୁରକ୍ଷିତ, ଆସ୍ଥାଭାଜନକାରୀ ଓ ନମନୀୟ ଡିଜିଟାଲ ଅର୍ଥ ବ୍ୟବସ୍ଥା କାଏମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ପ୍ରଯୁକ୍ତି ଆଜି ଆମକୁ  ଚମତ୍କାର ଭାବେ ଏକାଠି କରୁଛି । ଏହା ଆଗରୁ କେବେ ଦେଖା ନ ଥିଲା ।ଏହା ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ଓ ସ୍ଥାୟୀ ବିକାଶର ଶପଥକୁ ରକ୍ଷା କରୁଛି” ବୋଲ ପ୍ରଧାନମନ୍ତ୍ରୀ ି କହିବା ସହ ଜି-୨୦ଦେଶମାନଙ୍କର ଏକ ସମୃଦ୍ଧ ଓ ନିରାପଦ ବୈଶ୍ୱିକ ଡିଜିଟାଲ ଭବିଷ୍ୟତ ଗଠନ ପାଇଁ ଅପୂର୍ବ ସୁଯୋଗ ରହିଛି ବୋଲି କହିଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉତ୍ପାଦକତାକୁ ଡିଜିଟାଲ ଜନ ଭିତ୍ତିଭୂମି  ଦ୍ୱାରା ଆଗେଇ ନେଇ ହେବ । କୃଷକ, ଛୋଟ ବ୍ୟବସାୟୀ ଡିଜିଟାଲ  ପ୍ରଯୁକ୍ତି ବିଦ୍ୟଶ ଆପଣାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ଏଥି ସହ ଏକ ନିରାପଦ ଓ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତାର ଉପଯୋଗ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ମାନବ ସମାଜ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନକୁ ପ୍ରଯୁକ୍ତିଜ୍ଞାନ ଦ୍ୱାରା ସମାଧାନ କରି ହେବ । ଆମ ପାଇଁ ଏହା ସାକାର କରିବାକୁ ଚାରିଟି ସି’ ଆବଶ୍ୟକ । ତାହାହେଲା, ଏ କନଭିକସନ(ଦୋଷସିଦ୍ଧି), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିନେସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା)  ବୋଲି କହି  ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ଏ ଦିଗରେ  କାର୍ଯ୍ୟକାରୀ ଗୋଷ୍ଠୀ ଆମକୁ ଆଗକୁ ଆଗକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi