Close relations between India and Finland based on shared values of democracy, rule of law, equality, freedom of speech, and respect for human rights: PM
PM Modi invites Finland to join the International Solar Alliance (ISA) and the Coalition for Disaster Resilient Infrastructure (CDRI)

ମହାମହିମ,

ନମସ୍କାର!

ଆପଣଙ୍କ ମତାମତ ପାଇଁ ବହୁତ-ବହୁତ ଧନ୍ୟବାଦ ।

ମହାମହିମ,

କୋଭିଡ଼-19ରେ ଫିନଲ୍ୟାଣ୍ଡରେ ହୋଇଥିବା ଜୀବନହାନୀ ପାଇଁ ସମଗ୍ର ଭାରତ ପକ୍ଷରୁ ମୋର ହାର୍ଦ୍ଦିକ ସମବେଦନା। ଆପଣଙ୍କ ନେତୃତ୍ୱରେ ଫିନଲ୍ୟାଣ୍ଡ ଏହି ମହାମାରୀକୁ କୁଶଳତାର ସହିତ ପରିଚାଳନା କରିଛନ୍ତି। ଏଥିପାଇଁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି।

ଏହି ମହାମାରୀର ସମୟ ମଧ୍ୟରେ ଭାରତ ନିଜର ଘରୋଇ ଳଢେଇ ସହିତ ବିଶ୍ୱର ଆବଶ୍ୟକତାଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖିଛି। ଗତ ବର୍ଷ ଆମେ 150ରୁ ଅଧିକ ଦେଶକୁ ଔଷଧ ଏବଂ ଅନ୍ୟ ଆବଶ୍ୟକ ସାମଗ୍ରୀ ପଠାଇଥିଲୁ। ଆଉ ନିକଟରେ ପ୍ରାୟ 70 ଦେଶରେ ଭାରତରେ ନିର୍ମିତ ଟିକାର 5 କୋଟି 80 ଲକ୍ଷରୁ ଅଧିକ ଡୋଜ୍‍ ପହଞ୍ଚିଛି । ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ନିଜର କ୍ଷମତା ଅନୁସାରେ ସମଗ୍ର ମାନବତାକୁ ଆଗକୁ ଯାଇ ମଧ୍ୟ ସହାୟତା କରିବୁ।

ମହାମହିମ,

ଫିନଲ୍ୟାଣ୍ଡ ଏବଂ ଭାରତ ଦୁହେଁ ହିଁ ଏକ ଆଇନ-ସମ୍ମତ, ପାରଦର୍ଶୀ, ମାନବତାବାଦୀ ଏବଂ ଗଣତାନ୍ତ୍ରିକ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ବିଶ୍ୱାସ ରଖିଥାଆନ୍ତି। ବୈଷୟିକ ଜ୍ଞାନ, ନବସୃଜନ, ସ୍ୱଚ୍ଛ ଶକ୍ତି, ପରିବେଶ, ଶିକ୍ଷା ଏଭଳି ଅନେକ କ୍ଷେତ୍ରରେ ଆମ ମଧ୍ୟରେ ସୁଦୃଢ଼ ସହଯୋଗ ରହିଛି। କୋଭିଡ଼ ପରର ସମୟରେ ବିଶ୍ୱସ୍ତରୀୟ ଆର୍ôଥକ ପୁନରୁଦ୍ଧାର ପାଇଁ ମଧ୍ୟ ସମସ୍ତ କ୍ଷେତ୍ର ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ହେବେ। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଫିନଲ୍ୟାଣ୍ଡ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି, ଏବଂ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆଉ ଆପଣ ଯେତେବେଳେ ପରିବେଶର ଚିନ୍ତା କଲେ, ତେବେ ମୁଁ କେବେ-କେବେ ଆମର ମିତ୍ରମାନଙ୍କୁ ଥଟ୍ଟାରେ କହୁଛି ଯେ ଆମେ ପ୍ରକୃତି ସହିତ ଏତେ ପରିମାଣରେ ଅନ୍ୟାୟ କରିଛେ ଆଉ ପ୍ରକୃତି ଏତେ କ୍ରୋଧରେ ରହିଛି ଯେ ଆଜି ଆମ ସମସ୍ତ ମାନବ ଜାତିକୁ, ଆମକୁ ମୁହଁ ଦେଖାଇବା ଭଳି ଯୋଗ୍ୟ ରଖିନାହିଁ ଆଉ ଏଥିପାଇଁ ଆମ ସମସ୍ତଙ୍କୁ ମୁହଁରେ ମାସ୍କ ବାନ୍ଧି କରି, ମୁହଁ ଲୁଚାଇ ବୁଲିବାକୁ ପଡୁଛି, କାରଣ ଆମେ ପ୍ରକୃତି ସହିତ ଏତେ ଅନ୍ୟାୟ କରିଛୁ, ଏହା ମୁଁ ମୋର ବନ୍ଧୁମାନଙ୍କୁ କେବେ-କେବେ ଥଟ୍ଟାରେ କହି ଦେଉଛିି ଯେ ଭାରତରେ ଆମେ ଜଳବାୟୁ ସମ୍ବନ୍ଧିତ ଉଦ୍ଦେଶ୍ୟର ପ୍ରାପ୍ତି ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ କରିଛୁ। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆମେ 2030 ପର୍ଯ୍ୟନ୍ତ 450 ଗିଗାୱାଟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛୁ। ଅନ୍ତରାଷ୍ଟ୍ରୀୟ ସହଯୋଗ ବୃଦ୍ଧି ପାଇଁ ଆମେ ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ସ୍ଥିରତା ଭିତିଭୁମି ସହଯୋଗ ଭଳି ପଦକ୍ଷେପ ମଧ୍ୟ ନେଇଛୁ। ମୁଁ ଫିନଲ୍ୟାଣ୍ଡକୁ ଆଇଏସଏ ଏବଂ ସିଡିଆରଆଇ ସହିତ ସାମିଲ ହେବା ପାଇଁ ଅନୁରୋଧ କରୁଛି। ଫିନଲ୍ୟାଣ୍ଡର ଶକ୍ତି ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଏହି ଅନ୍ତରାଷ୍ଟ୍ରୀୟ ସଂସ୍ଥାକୁ ଆପଣଙ୍କର ଯେଉଁ ଦକ୍ଷତା ରହିଛି ତାହାର ଲାଭ ମିଳିବ।

ମହାମହିମ,

ଫିନଲ୍ୟାଣ୍ଡ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ଭିତିଭୂମି, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ସ୍ଥାନରେ ରହିଛି। ଏହି ସମସ୍ତ କ୍ଷେତ୍ରରେ ଆମ ମଧ୍ୟରେ ସହଯୋଗର ସମ୍ଭାବନା ରହିଛି। ମୁଁ ଆନନ୍ଦିତ ଯେ ଆଜି ଆମେ ଆସିଟି, ମୋବାଇଲ ଟେକ୍ନୋଲୋଜି ଏବଂ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ନୂତନ ସହଭାଗୀ ଘୋଷଣା କରୁଛେ। ଆମର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚ ସ୍ତରୀୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି। ମୋର ଆଶା ଯେ ଆଜିର ଆମର ଏହି ବୈଠକ ଦ୍ୱାରା ଭାରତ-ଫିନଲ୍ୟାଣ୍ଡ ସମ୍ବନ୍ଧର ବିକାଶରେ ଆହୁରି ଗତି ଆସିବ।

ମହାମହିମ,

ଆଜି ଏହା ହେଉଛି ଆମର ପ୍ରଥମ ସାକ୍ଷାତ। ଭଲ ହେବ ଯଦି ଆମେ ସାମ୍ନାସାମ୍ନି ସାକ୍ଷାତ କରି ପାରନ୍ତେ। କିନ୍ତୁ ବିଗତ ଏକ ବର୍ଷରେ ଆମ ସମସ୍ତଙ୍କୁ ଟେକ୍ନୋଲୋଜିର ସହାୟତାରେ ସାକ୍ଷାତ କରିବାର ଅଭ୍ୟାସ ପାଲଟି ଯାଇଛି। କିନ୍ତୁ ମୁଁ ଆନନ୍ଦିତ ଯେ ଆମକୁ ଶୀଘ୍ର ହିଁ ପର୍ତୁଗାଲରେ ଭାରତ-ଇୟୁ ସମ୍ମେଳନ, ଏବଂ ଡେନମାର୍କରେ ଭାରତ-ନାର୍ଡିକ ବୈଠକ ସମୟରେ ସାକ୍ଷାତ ହେବାର ସୁଯୋଗ ମିଳିବ। ମୁଁ ଆପଣଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରୁଛି। ଯେତେବେଳେ ମଧ୍ୟ ସୁବିଧା ହେବ, ଆପଣ ଅବଶ୍ୟ ଭାରତ ଆସନ୍ତୁ। ମୁଁ ପ୍ରାରମ୍ଭିକ ଆଲୋଚନାକୁ ଏଠାରେ ସମାପ୍ତ କରୁଛି। ଏବେ ପୁଣି ପରବର୍ତି ଅଧିବେଶନରେ ଆମେ ଆଗକୁ ଆଲୋଚନା କରିବା।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA