‘‘ଆମ ସମ୍ବିଧାନ ଏକ ସ୍ୱତନ୍ତ୍ର ଭାରତର ଦୃଷ୍ଟି ରୂପରେ ଆମ ସାମ୍ନାକୁ ଆସିଛି ଯାହା ଦେଶର ଅନେକ ପିଢ଼ିଙ୍କ ସ୍ୱପ୍ନ ପୂରଣ କରିପାରିବ’’
‘‘ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ । ଏହା ଏକ ବିଚାର, ଏକ ପ୍ରତିଶ୍ରୁତି ଏବଂ ସ୍ୱାଧୀନତାରେ ଏକ ବିଶ୍ୱାସ’’
‘‘ଅଧିକାର ଓ କର୍ତ୍ତବ୍ୟଗୁଡ଼ିକର ତାଳମେଳ ହିଁ ଆମ ସମ୍ବିଧାନକୁ ଏତେ ସ୍ୱତନ୍ତ୍ର କରି ଗଢ଼ିତୋଳିଛି’’
‘‘ସ୍ୱଭାବରୁ ଭାରତ ଏକ ମୁକ୍ତ-ଚିନ୍ତନକାରୀ ରାଷ୍ଟ୍ର ହୋଇଆସିଛି । ଜଡ଼ତା ଆମ ମୂଳ ସ୍ୱଭାବର ଅଂଶବିଶେଷ ନୁହେଁ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମ ବାହାଦୁର ରାୟଙ୍କ ପୁସ୍ତକ ‘ଭାରତୀୟ ସମ୍ବିଧାନ: ଅନକହି କହାନୀ’ର ଉନ୍ମୋଚନ ଅବସରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।

ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀ ରାମ ବାହାଦୁର ରାୟଙ୍କ ଜୀବନବ୍ୟାପୀ ନୂଆ ବିଚାର ଅନୁସନ୍ଧାନ ଏବଂ ସମାଜ ସମ୍ମୁଖରେ କିଛି ନୂଆ ଉପସ୍ଥାପନ କରିବା ଆଗ୍ରହ ବାବଦରେ ଉଲ୍ଲେଖ କରିଛନ୍ତି । ସେ ଆଶାବ୍ୟକ୍ତ କରିଛନ୍ତି ଯେ ଆଜି ଉନ୍ମୋଚିତ ହୋଇଥିବା ପୁସ୍ତକ ଏକ ବ୍ୟାପକ ରୂପରେ ସମ୍ବିଧାନକୁ ଉପସ୍ଥାପନ କରିବ । ଶ୍ରୀ ମୋଦୀ କହିଛନ୍ତି ଯେ ଜୁନ ୧୮ରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସମ୍ବିଧାନର ଗଣତାନ୍ତ୍ରିକ ଗତିଶୀଳତାର ପ୍ରଥମ ଦିନକୁ ରେଖାଙ୍କିତ କରି ସମ୍ବିଧାନର ପ୍ରଥମ ସଂଶୋଧନରେ ହସ୍ତାକ୍ଷର କରିଥିଲେ, ଯାହାକୁ ଆମର ସବୁଠୁ ବଡ଼ ଶକ୍ତି ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆମ ସମ୍ବିଧାନ ଏକ ସ୍ୱତନ୍ତ୍ର ଭାରତର ଏଭଳି ଦୃଷ୍ଟି ରୂପରେ ଆମ ସାମ୍ନାକୁ ଆସିଛି ଯାହା ଦେଶର ଅନେକ ପିଢ଼ିଙ୍କ ସ୍ୱପ୍ନକୁ ପୂରଣ କରିପାରିବ । ସେ ସ୍ମରଣ କରାଇଛନ୍ତି ଯେ ସାମ୍ବିଧାନିକ ସଭାର ପ୍ରଥମ ବୈଠକ ସ୍ୱାଧୀନତାର କିଛି ମାସ ପୂର୍ବରୁ ୧୯୪୬ ଡିସେମ୍ବର ୯ରେ ଅନୁଷ୍ଠିତ ହୋଇଥିଲା, ଯାହା ଆମର ସ୍ୱତନ୍ତ୍ରତା ଓ ଗଣତନ୍ତ୍ରରେ ଆସ୍ଥା ଓ ବିଶ୍ୱାସକୁ ପ୍ରତିପାଦନ କରୁଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି ଏଥିରୁ ଜଣାପଡୁଛି ଯେ  ‘‘ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ । ଏହା ଏକ ବିଚାର, ପ୍ରତିଶ୍ରୁତି ଏବଂ ସ୍ୱାଧୀନତାରେ ବିଶ୍ୱାସକୁ ଦର୍ଶାଉଛି ।’’

ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଯେ ଶ୍ରୀ ରାୟଙ୍କ ଲିଖିତ ପୁସ୍ତକ ବିସ୍ମୃତ ବିଚାରଧାରାକୁ ମନେରଖିବା ପାଇଁ ନୂଆ ଭାରତର ଉଦ୍ୟମ ଓ ପରମ୍ପରା ହେବ, ଯାହା କି ଭବିଷ୍ୟତର ଭାରତରେ ଅତୀତର ଚେତନା ମଜଭୁତ ହୋଇ ରହିବାକୁ ସୁନିଶ୍ଚିତ କରିବ । ସେ କହିଛନ୍ତି ଯେ ଏହି ପୁସ୍ତକ ସ୍ୱାଧୀନତାର ଇତିହାସ ସମେତ ଆମ ସମ୍ବିଧାନର ଅକୁହା ଅଧ୍ୟାୟଗୁଡ଼ିକ ଦେଶର ଯୁବପିଢ଼ିଙ୍କୁ ଏକ ନୂଆ ଚିନ୍ତାଧାରା ପ୍ରଦାନ କରିବ, ସେମାନଙ୍କ ସମ୍ଭାଷଣକୁ ବ୍ୟାପକ ବନାଇବ ।

ଶ୍ରୀ ରାୟଙ୍କ ପୁସ୍ତକ ପଛରେ ଥିବା ଜରୁରି ସନ୍ଦର୍ଭ ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଅଧିକାର ଓ କର୍ତ୍ତବ୍ୟର ତାଳମେଳ ହିଁ ଆମର ସମ୍ବିଧାନକୁ ଏତେ ସ୍ୱତନ୍ତ୍ର କରି ଗଢ଼ିତୋଳିଛି । ଯଦି ଆମ ପାଖରେ ଅଧିକାର ରହିଛି, ସେହି ଅନୁସାରେ କିଛି କର୍ତ୍ତବ୍ୟ ବି ରହିଛି, ଏବଂ ଯଦି ଆମ ପାଖରେ କର୍ତ୍ତବ୍ୟ ରହିବ ଆମର ଅଧିକାର ମଧ୍ୟ ସେହି ଅନୁସାରେ ମଜଭୁତ ହୋଇପାରିବ । ତେଣୁ ସ୍ୱାଧୀନତାର ଅମୃତ କାଳରେ ଦେଶ କର୍ତ୍ତବ୍ୟର ଭାବନା ଓ କର୍ତ୍ତବ୍ୟ ଉପରେ ଏତେ ଗୁରୁତ୍ୱ ଦେବା କଥା କହୁଛି ।’’ ପ୍ରଧାନମନ୍ତ୍ରୀ ସମ୍ବିଧାନ ସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ‘‘ଗାନ୍ଧିଜୀ କିଭଳି ଆମ ସମ୍ବିଧାନର ଅବଧାରଣାକୁ ନେତୃତ୍ୱ ଦେଇଥିଲେ, ସର୍ଦ୍ଦାର ପଟେଲ ଧର୍ମ ଆଧାରରେ ପୃଥକ ନିର୍ବାଚନ ବ୍ୟବସ୍ଥାକୁ ସମାପ୍ତ କରି ଭାରତୀୟ ସମ୍ବିଧାନକୁ ସାମ୍ପ୍ରଦାୟିକତାରୁ ମୁକ୍ତ କରିଥିଲେ, ଡା. ଆମ୍ବେଦକର ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ଆକାର ଦେବା ପାଇଁ ସମ୍ବିଧାନର ପ୍ରସ୍ତାବନାରେ ଭ୍ରାତୃତ୍ୱକୁ ସାମିଲ କରିଥିଲେ, ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଭଳି ବିଦ୍ୱାନ ସମ୍ବିଧାନକୁ ଭାରତର ଆତ୍ମା ସହ ଯୋଡ଼ିବା ପାଇଁ ପ୍ରୟାସ କରିଥିଲେ, ଏହି ସବୁ ଅକୁହା ଦିଗଗୁଡ଼ିକ ସହ ଏହି ପୁସ୍ତକ ଆମକୁ ପରିଚିତ କରାଇବ ।’’

ସମ୍ବିଧାନର ଜୀବନ୍ତ ପ୍ରକୃତି ଉପରେ ଧ୍ୟାନ କେନ୍ଦ୍ରିତ କରି ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଦର୍ଶାଇଛନ୍ତି, ‘‘ସ୍ୱଭାବରୁ ଭାରତ ଏକ ମୁକ୍ତ-ଚିନ୍ତନକାରୀ ରାଷ୍ଟ୍ର ହୋଇଆସିଛି । ଜଡ଼ତା ଆମ ମୂଳ ସ୍ୱଭାବର ଅଂଶ ନୁହେଁ । ସାମ୍ବିଧାନିକ ସଭାର ଗଠନରୁ ଆରମ୍ଭ କରି ଏ ସଂକ୍ରାନ୍ତ ବିତର୍କ, ସମ୍ବିଧାନର ପ୍ରଚଳନଠାରୁ ଏହାର ବର୍ତ୍ତମାନ ପର୍ଯ୍ୟାୟ ପର୍ଯ୍ୟନ୍ତ, ଆମେ ଲଗାତର ଭାବେ ଏକ ଗତିଶୀଳ ତଥା ପ୍ରଗତିଶୀଳ ସମ୍ବିଧାନ ଦେଖିଆସିଛୁ । ଆମେ ବିତର୍କ କରିଛୁ, ପ୍ରଶ୍ନ ଉତ୍ତୋଳନ କରିଛୁ, ବିଚାରବିମର୍ଶ କରିଛୁ ଏବଂ ସଂଶୋଧନ ଆଣିଛୁ । ଆମ ଦେଶର ଜନତାଙ୍କ ମଧ୍ୟରେ ଏବଂ ଲୋକମାନଙ୍କ ମନ ମଧ୍ୟରେ ଏହି ସମାନ କଥା ବଳବତ୍ତର ରହିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ।’’

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK free trade deal to take effect on July 15, opening 99% of exports to tariff-free access

Media Coverage

India-UK free trade deal to take effect on July 15, opening 99% of exports to tariff-free access
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the virtues of truth, service, learning and action
June 18, 2026

The Prime Minister, Shri Narendra Modi said that wealth follows truthfulness, fame follows selfless service, knowledge follows constant practice and wisdom follows action. He noted that these values play a vital role in shaping individual character and contributing to collective progress.

The Prime Minister shared a Sanskrit Subhashitam-

“सत्यानुसारिणी लक्ष्मीः कीर्तिस्त्यागानुसारिणी।

अभ्याससारिणी विद्या बुद्धिः कर्मानुसारिणी।।”

The Prime Minister wrote on X;