ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଶ୍ରୀ ରୋବର୍ଟ ଫିକୋଙ୍କ ସହିତ, ରେଳ, ପ୍ରତିରକ୍ଷା, ଅଟୋମୋଟିଭସ୍‌, ଶକ୍ତି, ଆଇଟି, ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ସ୍ଲୋଭାକିଆର ପ୍ରମୁଖ ବ୍ୟବସାୟ ଏବଂ ଶିଳ୍ପ ନେତାମାନଙ୍କ ସହିତ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବିଜନେସ୍‌-ଟୁ-ବିଜ୍‌ନେସ୍ ସମ୍ପର୍କ ବୃଦ୍ଧିକୁ ପ୍ରଶଂସା କରିଥିଲେ । ସେ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ୱଚ୍ଛ, ସ୍ଥିର ଏବଂ ନିବେଶକ ଅନୁକୂଳ ଅର୍ଥନୈତିକ ପରିବେଶ ସୃଷ୍ଟି କରିବା ପାଇଁ ଭାରତ ଦ୍ୱାରା ପ୍ରଚଳିତ ପ୍ରମୁଖ ସଂସ୍କାର ଏବଂ ନୀତିଗତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସେ ସ୍ଲୋଭାକିଆ କମ୍ପାନୀଗୁଡିକୁ ଭାରତର ବିଭିନ୍ନ କ୍ଷେତ୍ରରେ ବିଶେଷକରି ଭିତ୍ତିଭୂମି, ପ୍ରତିରକ୍ଷା, ନବୀକରଣୀୟ ଶକ୍ତି, ଡିଜିଟାଲ ନବାଚାର, ସେମିକଣ୍ଡକ୍ଟର, ଏଆଇ ଏବଂ ସ୍ୱାସ୍ଥ୍ୟସେବାରେ ବର୍ଦ୍ଧିତ ସୁଯୋଗର ଲାଭ ଉଠାଇବାକୁ ଆମନ୍ତ୍ରଣ କରିଥିଲେ ।

ଉଦ୍ୟୋଗ ମୁଖ୍ୟମାନେ ‘ବିକଶିତ ଭାରତ’ ପ୍ରତି ଭାରତର ସଂସ୍କାରକୁ ସ୍ୱାଗତ କରିଥିଲେ ଏବଂ ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆସ୍ଥା ପ୍ରକଟ କରିଥିଲେ । ସେମାନେ ଭାରତୀୟ କମ୍ପାନୀମାନଙ୍କ ସହିତ ଅଧିକ ନିବେଶ, ପ୍ରଯୁକ୍ତିବିଦ୍ୟା ସହଭାଗୀତା ଏବଂ ମିଳିତ ଚୁକ୍ତିନାମା ମାଧ୍ୟମରେ ଭାରତରେ ସେମାନଙ୍କର ସ୍ଥିତି ମଜବୁତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେମାନେ ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ସମାପ୍ତିକୁ ସ୍ୱାଗତ କରିବା ସହ ଉଲ୍ଲେଖ କରିଥିଲେ ଯେ ଏହାର କାର୍ଯ୍ୟାନ୍ୱୟନ ସେମାନଙ୍କ ପାଇଁ ନୂତନ ବ୍ୟବସାୟ ସୁଯୋଗ ଖୋଲିବ । ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ସିଇଓ / ଶିଳ୍ପ ପ୍ରମୁଖମାନେ ଯୋଗଦେଇଥିଲେ ।

. ଶ୍ରୀ ଆଲେକ୍ସେଜ ବଲ୍‌ଜାଜେୱ, ଅଧ୍ୟକ୍ଷ, ଟାଟ୍ରାଭାଗୋଙ୍କା

. ଶ୍ରୀ ପିଟର ମାଲେକ୍‌, ଉପାଧ୍ୟକ୍ଷ, ଟାଟ୍ରାଭାଗୋଙ୍କା

. ଶ୍ରୀ ରୋବର୍ଟ ସ୍ପିସାକ୍‌, ଅଧ୍ୟକ୍ଷ ଏଜେଡ୍‌ସି ଗ୍ରୁପ୍‌

. ଶ୍ରୀ ରିଚାର୍ଡ ମାର୍କୋ, ସିଇଓ, ଇଏସ୍‌ଇଟି

. ଶ୍ରୀ ପରବିନ୍ଦର ୱାଲିଆ, ଇଏସ୍‌ଇଟିର ଏସିଆ-ପାସିଫିକ୍ ରିଜିଅନ୍‌ର ଅଧ୍ୟକ୍ଷ

. ଶ୍ରୀ ଜାରୋସ୍ଲାଭ୍ କୁରାସିନା, ସିଇଓ, ଗ୍ରାଣ୍ଡ ପାୱାର ଲିମିଟେଡ୍‌

. ଶ୍ରୀ ପିଟର ଲେଡ୍‌ନିକି, ସିଇଓ, ପେଣ୍ଟା ହସ୍ପିଟାଲ୍ସ ଇଣ୍ଟରନ୍ୟାସନାଲ

. ଶ୍ରୀ ଷ୍ଟିଫାନ ରୋଜିନା, ସିଇଓ, ମାଟାଡର

. ଶ୍ରୀ ରାଜେଶ ସାବ୍‌ନେ, ପରିଚାଳନା ନିର୍ଦ୍ଦେଶ ଏବଂ ସିଇଓ, ମାଟାଡର ଟେକ୍ନୋଲୋଜିସ୍ ଇଣ୍ଡିଆ        ପ୍ରାଇଭେଟ୍ ଲିମିଟେଡ୍‌

. ଶ୍ରୀ ମାଟେଜ୍ କୋରେକ୍‌, ସାଧାରଣ ନିର୍ଦ୍ଦେଶକ, ଭିୟୁଜେଇ

. ଶ୍ରୀ ପିଟର ଡ୍ୟୁକୋଭିକ୍‌, ସିଇଓ, ଭିଆଇପିଓ

. ଶ୍ରୀ ଆଣ୍ଡ୍ରେଜ୍ ବେନ୍‌ସେଲ୍‌, ଡିଜିଟାଲ୍ କମ୍ପିଟେନ୍ସ ମୁଖ୍ୟ, ଭିଆଇପିଓ

. ଶ୍ରୀ ଜୋଜେଫ୍ ଓମେଲ୍‌କା, ପରିଚାଳନା ନିର୍ଦ୍ଦେଶକ, ମାଇକ୍ରୋଷ୍ଟେପ୍‌-ଏମ୍‌ଆଇଏସ୍‌

. ଶ୍ରୀ ରିଚାର୍ଡ ଭାର୍ଗା, ଅଧ୍ୟକ୍ଷ ଏବଂ ସିଇଓ, ଭିଆର୍‌ଏମ୍‌

. ଶ୍ରୀ ଏଡୁଆର୍ଡ କ୍ରିଷ୍ଟିଆ, ମାର୍କେଟିଂ ମ୍ୟାନେଜର, ଭିଆର୍‌ଏମ୍‌

. ଶ୍ରୀ ମିଲୋସ୍ଲାଭ କ୍ୟୁରିଲା, ବୋର୍ଡ ଅଫ୍ ଡାଇରେକ୍ଟସ୍ ସଦସ୍ୟ, ଇକୋ ଇନ୍‌ଭେଷ୍ଟମେଣ୍ଟସ୍‌

. ଶ୍ରୀ ଟାଇବର୍ ଗ୍ରେଗୋର, କ୍ଲବ୍ ୫୦୦ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

 

This afternoon in Bratislava, Prime Minister Robert Fico hosted an interaction with prominent Slovak business leaders.

Had insightful discussions on strengthening economic ties, boosting investment flows and expanding collaboration in innovation, technology, manufacturing and… pic.twitter.com/fzKdCdjFI4

— Narendra Modi (@narendramodi) June 15, 2026

 

 

Dnes popoludní v Bratislave usporiadal premiér Robert Fico stretnutie s poprednými slovenskými podnikateľskými lídrami.

Viedli sme podnetné rozhovory o posilňovaní hospodárskych vzťahov, zvyšovaní investičných tokov a rozširovaní spolupráce v oblastiach inovácií, technológií,… pic.twitter.com/Ebj036Wcl5

— Narendra Modi (@narendramodi) June 15, 2026

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Marvell to invest $250 million, double India workforce in 3 years

Media Coverage

Marvell to invest $250 million, double India workforce in 3 years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 30, 2026
July 30, 2026

Aatmanirbhar in Action: How PM Modi Turned Vision into Export Multipliers & Safer Rails