ସେୟାର
 
Comments
Hunar Haat has given wings to the aspirations of artisans: PM Modi
Our biodiversity is a unique treasure, must preserve it: PM Modi
Good to see that many more youngsters are developing keen interest in science and technology: PM Modi
New India does not want to follow the old approach, says PM Modi
Women are leading from the front and driving change in society: PM Modi
Our country's geography is such that it offers varied landscape for adventure sports: PM Modi

ମୋର ପ୍ରିୟ ଦେଶବାସୀଗଣ, ଏହା ମୋର ସୌଭାଗ୍ୟ ଯେ ‘ମନ୍ କି ବାତ୍‌’ ମାଧ୍ୟମରେ ମୋତେ କଚ୍ଛରୁ କୋହିମା, କଶ୍ମୀରରୁ କନ୍ୟାକୁମାରୀ ଯାଏ ସାରା ଦେଶର ସମସ୍ତ ନାଗରିକଙ୍କୁ ପୁଣିଥରେ ନମସ୍କାର କରିବାର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କୁ ନମସ୍କାର । ଆମ ଦେଶର ବିଶାଳତା ଏବଂ ବିବିଧତାକୁ ସ୍ମରଣ କରିବା, ଏହାକୁ ପ୍ରଣାମ କରିବା – ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ । ଆଉ ଏହି ବିବିଧତାର ଅନୁଭବ ତ ସର୍ବଦା ଅଭିଭୂତ କରିଦେଲାଭଳି, ଆନନ୍ଦରେ ଭରିଦେଲାଭଳି, ଏକ ପ୍ରକାର ପ୍ରେରଣାର ଉତ୍ସ ପାଲଟିଥାଏ । କିଛିଦିନ ପୂର୍ବେ ମୁଁ ଦିଲ୍ଲୀର “ହୁନର୍ ହାଟ”ରେ ଗୋଟିଏ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାଗୁଡ଼ିକର ଦର୍ଶନ କଲି । ପାରମ୍ପାରିକ ବସ୍ତ୍ର, ହସ୍ତଶିଳ୍ପ, ଗାଲିଚା, ବାସନ, ବାଉଁଶ ଆଉ ପିତଳର ସାମଗ୍ରୀ, ପଞ୍ଜାବର ଫୁଲ୍‌କାରୀ, ଆନ୍ଧ୍ରପ୍ରଦେଶର ସୁନ୍ଦର ଚମଡ଼ା କାମ, ତାମିଲନାଡ଼ୁର ଆକର୍ଷଣୀୟ ଚିତ୍ରକଳା, ଉତ୍ତରପ୍ରଦେଶର ପିତଳ ବସ୍ତୁ, ଭଦୋହିର ଗାଲିଚା, କଚ୍ଛର ତମ୍ବା ତିଆରି ଜିନିଷ, ଅନେକ ପ୍ରକାର ବାଦ୍ୟଯନ୍ତ୍ର, ଆହୁରି ଅନେକ କିଛି; ସମଗ୍ର ଭାରତର କଳା ଓ ସଂସ୍କୃତିର ଝଲକ୍ ବାସ୍ତବରେ ସ୍ୱତନ୍ତ୍ର ଥିଲା । ଆଉ ଏସବୁ ପଛରେ ଶିଳ୍ପୀମାନଙ୍କ ସାଧନା, ନିଷ୍ଠା ଏବଂ ନିଜ କଳାକୁ ଭଲପାଇବାର କାହାଣୀ ମଧ୍ୟ ଖୁବ ପ୍ରେରଣାଦାୟକ । ହୁନର୍ ହାଟରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ କଥାଶୁଣି ଖୁବ ସନ୍ତୋଷ ଅନୁଭବ ହେଲା । ସେ ମୋତେ କହିଲେ ଯେ, ଆଗରୁ ସେ ଫୁଟ୍‌ପାଥରେ ନିଜର କଳାକୃତି ବିକ୍ରି କରୁଥିଲେ । କିନ୍ତୁ ହୁନର୍ ହାଟ ସହ ଯୋଡ଼ି ହେବାପରେ ତାଙ୍କର ଜୀବନ ବଦଳିଗଲା । ଆଜି ସେ କେବଳ ଆତ୍ମନିର୍ଭରଶୀଳ ହୋଇପାରିନାହାନ୍ତି ବରଂ ନିଜର ଗୋଟିଏ ଘର ମଧ୍ୟ କିଣିପାରିଛନ୍ତି । ହୁନର୍ ହାଟରେ ମୋତେ ଆହୁରି କେତେକ କାରିଗରଙ୍କ ସହ ଭେଟିବା ଏବଂ ସେମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା । ମୋତେ ସୂଚନା ଦିଆଯାଇଛି ଯେ, ହୁନର୍ ହାଟରେ ଅଂଶଗ୍ରହଣ କରିଥିବା କାରିଗରମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତରୁ ଅଧିକ ମହିଳା ଏବଂ ବିଗତ ତିନିବର୍ଷ ଧରି ହୁନର୍ ହାଟ ମାଧ୍ୟମରେ ପାଖାପାଖି ତିନିଲକ୍ଷ କାରିଗରଙ୍କୁ ରୋଜଗାରର ଅନେକ ସୁଯୋଗ ମିଳିଛି । ହୁନର୍ ହାଟ କଳାର ପ୍ରଦର୍ଶନ ପାଇଁ ତ ଗୋଟିଏ ମଂଚ, ତା’ସହ ଏହା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ବାସ୍ତବିକତାରେ ପରିଣତ କରୁଛି । ଏହା ଏପରି ଏକ ଜାଗା ଯେଉଁଠି ଏ ଦେଶର ବିବିଧତାକୁ ଅଣଦେଖା କରିବା ଅସମ୍ଭବ । ଶିଳ୍ପକଳା ତ ରହିଛି, ତା’ ସଙ୍ଗେ ସଙ୍ଗେ ରହିଛି ଆମମାନଙ୍କ ଖାଦ୍ୟପେୟର ବିବିଧତା । ସେଠାରେ ଗୋଟିଏ ଧାଡ଼ିରେ ଇଡଲି-ଦୋସା, ଛୋଲେ-ଭଟୁରେ, ଦାଲ୍‌-ବାଟି, ଖମଣ୍‌-ଖାଣ୍ଡୱି କେଜାଣି କେତେ କ’ଣ ଥିଲା । ମୁଁ ନିଜେ ସେଠାରେ ବିହାରର ସୁସ୍ୱାଦୁ ଲିଟି-ଚୋଖା ଖାଇବାର ଭରପୂର ମଜା ନେଲି । ଭାରତର ପ୍ରତ୍ୟେକ ଅଂଚଳରେ ଏଭଳି ମେଳା ତଥା ପ୍ରଦର୍ଶନୀଗୁଡ଼ିକର ଆୟୋଜନ ଚାଲିଥାଏ । ଭାରତକୁ ଜାଣିବା ପାଇଁ, ଭାରତକୁ ଅନୁଭବ କରିବା ପାଇଁ ଯେତେବେଳେ ବି ସୁଯୋଗ ମିଳେ ଏହାର ସଦୁପଯୋଗ କରିବା ଉଚିତ । ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ଅନ୍ତରଙ୍ଗ ଭାବେ ଅନୁଭବ କରିବାର ସୁଯୋଗ ପାଲଟିଯାଏ । ଆପଣ ଯେ କେବଳ ଦେଶର କଳା ଓ ସଂସ୍କୃତି ସହ ଯୋଡ଼ିହେବେ ସେ କଥା ନୁହେଁ, ବରଂ ଆପଣ ଦେଶର ପରିଶ୍ରମୀ କାରିଗରମାନଙ୍କର, ବିଶେଷକରି ମହିଳାମାନଙ୍କ ସମୃଦ୍ଧିରେ ମଧ୍ୟ ନିଜର ଯୋଗଦାନ କରିପାରିବେ । ନିଶ୍ଚୟ ଯାଆନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହାନ ପରମ୍ପରାମାନ ରହିଛି । ଆମର ପୂର୍ବପୁରୁଷମାନେ ଆମକୁ ଯାହା ଉତ୍ତରାଧିକାର ସୂତ୍ରରେ ଦେଇଯାଇଛନ୍ତି, ଯେଉଁ ଶିକ୍ଷା-ଦୀକ୍ଷା ଆମେ ପାଇଛୁ, ସେଥିରେ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ, ପ୍ରକୃତି ପ୍ରତି ଅସୀମ ଭଲପାଇବା ଭଳି କଥାସବୁ ଆମର ସାଂସ୍କୃତିକ ପରମ୍ପରା । ତେଣୁ, ଭାରତର ଏହି ପରିବେଶର ଆତିଥ୍ୟ ଗ୍ରହଣ କରିବାକୁ ଦେଶ-ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ପ୍ରତିବର୍ଷ ଭାରତ ଆସିଥାନ୍ତି । ଭାରତ ବର୍ଷସାରା ଅନେକ ବିଦେଶାଗତ ପକ୍ଷୀ-ପ୍ରଜାତିମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ । ପାଞ୍ଚଶହରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ ଅଂଚଳରୁ ଆସିଥାନ୍ତି । ବିଗତ ଦିନରେ ଗାନ୍ଧୀନଗରରେ COP-13 ସମ୍ମିଳନୀରେ ଏହି ବିଷୟରେ ବହୁତ ଆଲୋଚନା ହେଲା, ଚିନ୍ତା କରାଗଲା, ଚର୍ଚ୍ଚା ମଧ୍ୟ ହେଲା ଏବଂ ଭାରତର ପ୍ରୟାସଗୁଡ଼ିକର ବହୁତ ପ୍ରଶଂସା ମଧ୍ୟ କରାଗଲା । ବନ୍ଧୁଗଣ, ଏହା ଆମ ପାଇଁ ଗର୍ବର କଥା ଯେ, ଆଗାମୀ ତିନିବର୍ଷ ପାଇଁ ଭାରତ ଭ୍ରମଣଶୀଳ ପ୍ରଜାତିମାନଙ୍କ ଉପରେ ଆୟୋଜିତ ହେବାକୁ ଥିବା COP – ସମ୍ମିଳନୀର ସଭାପତିତ୍ୱ କରିବ । ଏହି ସୁଯୋଗର ସଦୁପଯୋଗ କିପରି କରାଯାଇପାରେ ସେ ସମ୍ପର୍କରେ ନିଜର ମତାମତ ନିଶ୍ଚୟ ପଠାନ୍ତୁ ।

COP-ସମ୍ମିଳନୀରେ ଚାଲିଥିବା ଏହି ଆଲୋଚନା ମଧ୍ୟରେ ମୋ ଦୃଷ୍ଟି ମେଘାଳୟ ସହ ସମ୍ପୃକ୍ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଡ଼କୁ ଗଲା । ନିକଟ ଅତୀତରେ ପ୍ରାଣୀବିଜ୍ଞାନୀମାନେ ମାଛର ଗୋଟିଏ ନୂତନ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା କେବଳ ମେଘାଳୟର ଗୁମ୍ଫାଗୁଡ଼ିକରେ ଦେଖାଯାଇଥାନ୍ତି । ଏହି ମାଛ ଗୁମ୍ଫାମାନଙ୍କର ଭୂମି ତଳେ ରହୁଥିବା ଜଳଚର ପ୍ରାଣୀମାନଙ୍କ ପ୍ରଜାତି ମଧ୍ୟରେ ସବୁଠାରୁ ବଡ଼ ବୋଲି ବିଶ୍ୱାସ କରାଯାଏ । ଏହି ମାଛ ଏଭଳି ଗଭୀର ଏବଂ ଅନ୍ଧାରୁଆ ଗୁମ୍ଫାଗୁଡ଼ିକରେ ବାସ କରେ ଯେଉଁଠାରେ ହୁଏତ ଆଲୋକ ମଧ୍ୟ ପହଂଚିପାରୁନଥିବ । ଏତେ ବଡ଼ ମାଛ ଏଭଳି ଗଭୀର ଗୁମ୍ଫାଗୁଡ଼ିକରେ କିଭଳି ବଂଚିପାରୁଛି ଏକଥାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆମ ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ଏକ ସୁଖକର ବିଷୟ । ଏହା ଭାରତର ଜୈବ ବିବିଧତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ଆମ ଆଖପାଖରେ ଏତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା, ଏବେ ମଧ୍ୟ ଆମ ପାଇଁ ଅଜଣା । ଏହିସବୁ ଆଶ୍ଚର୍ଯ୍ୟକୁ ଖୋଜି ବାହାର କରିବା ପାଇଁ ଦୃଢ଼ ଅନୁସନ୍ଧିତ୍ସୁ ମନୋଭାବ ଆବଶ୍ୟକ ।

ମହାନ ତାମିଲ କବୟିତ୍ରୀ ଅବୈୟାର୍ ଲେଖିଛନ୍ତି, “କଟରଦୁ କୈମଣ ଅଲୱେ ଆନାଲୁମ୍‌, କଲ୍ଲାଦଦୁ ଉଲଗଲବୁ ।”

ଏହାର ଅର୍ଥ ହେଲା – ଆମେ ଯାହା ଜାଣିଛୁ, ତାହା ମାତ୍ର ମୁଠାଏ ବାଲି ସଦୃଶ । କିନ୍ତୁ ଯାହା ଆମେ ଜାଣିନୁ, ତାହା ସ୍ୱୟଂ ଏକ ବ୍ରହ୍ମାଣ୍ଡ ସଦୃଶ । ଏହି ଦେଶର ବିବିଧତା ମଧ୍ୟ ଏହିଭଳି ଯେତେ ଜାଣିଲେ ବି ତାହା କମ୍ । ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ।

ମୋର ପ୍ରିୟ ଯୁବ ବନ୍ଧୁଗଣ, ଆଜିକାଲି ଆମ ଦେଶର ପିଲାମାନଙ୍କ ମଧ୍ୟରେ, ଯୁବବର୍ଗଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ନିରନ୍ତର ଭାବେ ବଢ଼ିଚାଲିଛି । ମହାକାଶରେ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପ୍ରେରଣ, ନୂଆ ନୂଆ ରେକର୍ଡ଼, ନୂଆ ନୂଆ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ମନ ଗର୍ବରେ ଭରିଦିଏ । ଚନ୍ଦ୍ରଯାନ-2 ସମୟରେ ଯେତେବେଳେ ମୁଁ ବେଙ୍ଗାଲୁରୁରେ ଥିଲି, ସେତେବେଳେ ପିଲାମାନଙ୍କ ଉତ୍ସାହ ଦେଖିଲା ଭଳି ଥିଲା । ସେମାନଙ୍କ ଆଖିରେ ନିଦ ନ ଥିଲା । ସେମାନେ ସାରା ରାତି ଉଜାଗର ରହିଥିଲେ । ସେଥିରେ ବିଜ୍ଞାନ କାରିଗରୀବିଦ୍ୟା ଓ ନବୋନ୍ମେଷକୁ ନେଇ ଯେଉଁ ଉତ୍ସୁକତା ଥିଲା ତାହା ଆମେ କେବେହେଲେ ଭୁଲିପାରିବା ନାହିଁ । ପିଲା ଏବଂ ଯୁବବର୍ଗଙ୍କ ଏହି ଉତ୍ସାହକୁ ବୃଦ୍ଧି କରିବା ପାଇଁ, ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ପାଇଁ ଆଉ ଗୋଟିଏ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏବେ ଆପଣମାନେ ଶ୍ରୀହରିକୋଟାରୁ ହେଉଥିବା ରକେଟ୍ ଲଂଚିଙ୍ଗକୁ ସାମ୍ନାରେ ବସି ଦେଖିପାରିବେ । ନିକଟ ଅତୀତରେ ଏହାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଛି । ଦର୍ଶନକାରୀଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯାଇଛି, ଯେଉଁଥିରେ 10 ହଜାର ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଇସ୍ରୋର ୱେବ୍‌ସାଇଟରେ ଦିଆଯାଇଥିବା ଲିଙ୍କ୍ ଜରିଆରେ ଅନ୍‌ଲାଇନ୍ ବୁକିଂ ମଧ୍ୟ କରିପାରିବେ । ମୋତେ ସୂଚନା ଦିଆଯାଇଛି ଯେ, ଅନେକ ସ୍କୁଲ ନିଜ ଛାତ୍ରଛାତ୍ରୀଙ୍କୁ ରକେଟ୍ ଲଂଚିଙ୍ଗ୍ ଦେଖାଇବା ପାଇଁ ଏବଂ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ପରିଭ୍ରମଣରେ ମଧ୍ୟ ସେଠାକୁ ନେଇଯାଉଛନ୍ତି । ଆଗାମୀ ଦିନମାନଙ୍କରେ ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ମୁଁ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍ ଏବଂ ଶିକ୍ଷକମାନଙ୍କୁ ନିବେଦନ କରୁଛି ।

ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଉ ଗୋଟିଏ ରୋମାଂଚକର ସୂଚନା ଦେବାକୁ ଚାହୁଁଛି । ମୁଁ ନମୋ ଆପ୍‌ରେ ଝାଡ଼ଖଣ୍ଡର ଧାନବାଦ ବାସିନ୍ଦା ପାରସଙ୍କ ପ୍ରତିକ୍ରିୟା ପଢ଼ିଲି । ଯୁବବନ୍ଧୁଙ୍କୁ ଇସ୍ରୋର ୟୁବିକା (Yuvika) କାର୍ଯ୍ୟକ୍ରମ ସମ୍ପର୍କରେ ମୁଁ ଜଣାଇବା ପାଇଁ ସେ ଚାହୁଁଛନ୍ତି । ଯୁବବର୍ଗଙ୍କୁ ବିଜ୍ଞାନ ସହ ଯୋଡ଼ିବା ପାଇଁ ୟୁବିକା ଇସ୍ରୋର ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା । 2019ରେ ଏହି କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା । ୟୁବିକାର ଅର୍ଥ ହେଲା – ଯୁବା ବିଜ୍ଞାନୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆମର ଭିଜନ୍ – ଜୟ ଯବାନ୍‌, ଜୟ କିଷାନ୍‌, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର ଅନୁରୂପ । ଏହି କାର୍ଯ୍ୟକ୍ରମରେ ନିଜ ପରୀକ୍ଷା ପରେ ଛୁଟିରେ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ଯାଇ ସ୍ପେସ୍ ଟେକ୍ନୋଲୋଜି, ସ୍ପେସ୍ ସାଇନ୍ସ ଏବଂ ସ୍ପେସ୍ ଆପ୍ଲିକେଶନ୍ ବିଷୟରେ ଶିକ୍ଷାଲାଭ କରନ୍ତି । ଆପଣ ଯଦି ଏକଥା ଜାଣିବାକୁ ଚାହୁଁଛନ୍ତି ଯେ, ଏହି ତାଲିମ କିଭଳି, କେଉଁ ପ୍ରକାରର ଏବଂ କେତେ ରୋମାଂଚକର(?) ତେବେ ଯେଉଁମାନେ ଗତଥର ଏଥିରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ଅନୁଭୂତି ନିଶ୍ଚୟ ପଢ଼ନ୍ତୁ । ଯଦି ଆପଣ ନିଜେ ଏଥିରେ ଭାଗନେବାକୁ ଚାହୁଁଛନ୍ତି, ତାହେଲେ ଇସ୍ରୋ ସହ ସଂଲଗ୍ନ ୟୁବିକାର ୱେବସାଇଟକୁ ଯାଇ ନିଜ ନାମ ମଧ୍ୟ ପଞ୍ଜିକୃତ କରାଇପାରନ୍ତି । ମୋର ଯୁବ ବନ୍ଧୁଗଣ, ଆପଣମାନଙ୍କ ପାଇଁ ମୁଁ କହିଦେଉଛି, ୱେବସାଇଟର ନାଁ ଆପଣ ଟିପି ରଖନ୍ତୁ ଆଉ ଆଜି ହିଁ ଏହି ସାଇଟକୁ ଭିଜିଟ୍ କରନ୍ତୁ । ୱେବସାଇଟର ନାଁଟି ହେଉଛି – www.yuvika.isro.gov.in – ଲେଖିନେଲେ ତ?

ମୋର ପ୍ରିୟ ଦେଶବାସୀଗଣ, ଜାନୁଆରୀ 31, 2020 ଦିନ ଲଦ୍ଦାଖର ସୁନ୍ଦର ପାହାଡ଼ିଆ ଅଂଚଳ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇଗଲା । ଲେହର କୁଶୋକ୍ ବାକୁଲା ରିମ୍ପୋଚି ଏୟାରପୋର୍ଟରୁ ଭାରତୀୟ ବାୟୁସେନାର ଇଘ-32 ବିମାନ ଯେତେବେଳେ ଉଡ଼ାଣ ଆରମ୍ଭ କଲା, ସେତେବେଳେ ଗୋଟିଏ ନୂତନ ଇତିହାସ ସୃଷ୍ଟି ହେଲା । ଏହି ଉଡ଼ାଣରେ 10 ପ୍ରତିଶତ ଭାରତୀୟ ବାୟୋ-ଜେଟ୍ ଇନ୍ଧନର ମିଶ୍ରଣ କରାଯାଇଥିଲା । ଦୁଇଟିଯାକ ଇଞ୍ଜିନରେ ଏହି ମିଶ୍ରିତ ଇନ୍ଧନ ବ୍ୟବହାର କରାଯିବାର ଏହା ପ୍ରଥମ ଘଟଣା । କେବଳ ସେତିକି ନୁହେଁ, ଲେହର ଯେଉଁ ବିମାନ ବନ୍ଦର ଉପରେ ଏହି ବିମାନ ଉଡ଼ିଲା ତାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତାରେ ରହିଥିବା ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଅନ୍ୟତମ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, Bio-jet fuel non-edible tree borne oilରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଭାରତର ବିଭିନ୍ନ ଆଦିବାସୀ ଅଂଚଳରୁ କ୍ରୟ କରାଯାଇଥାଏ । ଏହି ପ୍ରଚେଷ୍ଟା ଫଳରେ କେବଳ ଯେ କାର୍ବନ ନିର୍ଗମନ ହ୍ରାସ ପାଇବ ତାହା ନୁହେଁ, ବରଂ ଅଶୋଧିତ ତୈଳର ଆମଦାନୀ ଉପରେ ମଧ୍ୟ ଭାରତର ନିର୍ଭରତା ହ୍ରାସ ପାଇବ । ଏହି ବିରାଟ କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଶେଷକରି CSIR, Indian Institute of Petroleum, Dehradunର ବୈଜ୍ଞାନିକମାନଙ୍କୁ, ଯେଉଁମାନେ Bio-Fuel ସାହାଯ୍ୟରେ ବିମାନ ଉଡ଼ାଇବାର କୌଶଳକୁ ସମ୍ଭବ କରିଦେଲେ । ତାଙ୍କର ଏହି ପ୍ରଚେଷ୍ଟା Make in India ଗବଳର ସଦ୍ଭ ଓଦ୍ଭୟସବକୁ ମଧ୍ୟ ସଶକ୍ତ କରୁଛି ।

ମୋର ଦେଶବାସୀଗଣ, ଆମର ନୂଆ ଭାରତ ଆଉ ପୁରୁଣା ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ନୁହେଁ । ବିଶେଷକରି New Indiaର ଆମର ମା’ ଓ ଭଉଣୀମାନେ ଆଗକୁ ଆସି ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି, ଯାହାଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିହାର ପୂର୍ଣ୍ଣିୟାର କଥା ସାରା ଦେଶର ଲୋକଙ୍କ ମନରେ ପ୍ରେରଣା ସୃଷ୍ଟି କଲାଭଳି । ଏହା ଏପରି ଏକ ଅଂଚଳ ଯାହା ଦଶନ୍ଧି-ଦଶନ୍ଧି ଧରି ଭୟଙ୍କର ବନ୍ୟା ପ୍ରପୀଡ଼ିତ ହୋଇଆସିଛି । ଏପରିସ୍ଥଳେ ଏଠାରେ କୃଷି କରିବା କିମ୍ବା ଆୟର ଅନ୍ୟ ପନ୍ଥା ଯୋଗାଡ଼ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପୂର୍ଣ୍ଣିୟାର କେତେକ ମହିଳା ଏକ ଭିନ୍ନ ରାସ୍ତା ବାଛିନେଲେ । ବନ୍ଧୁଗଣ, ପୂର୍ବରୁ ଏହି ଅଂଚଳର ମହିଳାମାନେ ତୁତ ଗଛ ବା ମଲବରୀ ଗଛରେ ରେଶମ ପୋକ ପାଳନ କରି ଖୋସା ସଂଗ୍ରହ କରୁଥିଲେ ଯୋଉଥିରୁ ସେମାନଙ୍କୁ ମାମୁଲି କିଛି ପଇସା ମିଳୁଥିଲା । କିନ୍ତୁ ସେଇ ଖୋସାକୁ ତାଙ୍କଠାରୁ କିଣୁଥିବା ଲୋକମାନେ ସେଥିରୁ ରେଶମ ସୂତା ତିଆରି କରି ପ୍ରଚୁର ଲାଭ ପାଉଥିଲେ । ଏବେ କିନ୍ତୁ ପୂର୍ଣ୍ଣିୟାର ମହିଳାମାନେ ଏକ ନୂତନ ପ୍ରୟୋଗ ଦ୍ୱାରା ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛନ୍ତି । ଏହି ମହିଳାମାନେ ସରକାରଙ୍କ ସହଯୋଗରେ ମଲବରୀ ଉତ୍ପାଦନ ସମିତି ଗଠନ କଲେ । ତା’ପରେ ସେମାନେ ଖୋସାରୁ ରେଶମ ସୂତା ତିଆରି କରିବା ସଙ୍ଗେ ସଙ୍ଗେ ସେହି ସୂତାରୁ ଶାଢ଼ୀ ବୁଣିବା ଆରମ୍ଭ କରିଦେଲେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମେ ଯେଉଁ ଖୋସାକୁ ବିକ୍ରୟ କରି ଖୁବ୍ କମ୍ ପଇସା ମିଳୁଥିଲା ଆଜି ସେଥିରୁ ତିଆରି ଶାଢ଼ୀ ବିକ୍ରିକରି ସେମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । “ଆଦର୍ଶ ଜୀବିକା ମହିଳା ମଲବରୀ ଉତ୍ପାଦନ ସମୂହ”ର ଦିଦିମାନେ ଯେଉଁ କମାଲ କରି ଦେଖାଇଲେ ତା’ର ପ୍ରଭାବ ଏବେ ଆଖପାଖ ଗ୍ରାମମାନଙ୍କରେ ମଧ୍ୟ ଦେଖାଗଲାଣି । ପୂର୍ଣ୍ଣିୟାର ଅନେକ ଗ୍ରାମର କୃଷିଜୀବି ମହିଳାମାନେ ଆଜି ଖାଲି ଶାଢ଼ି ଉତ୍ପାଦନ କରୁନାହାଁନ୍ତି ବରଂ ବିଭିନ୍ନ ମେଳାମାନଙ୍କରେ ଷ୍ଟଲ୍ ଖୋଲି ସେଗୁଡ଼ିକୁ ବିକ୍ରୟ ମଧ୍ୟ କରୁଛନ୍ତି । ଆଜିର ମହିଳା କେମିତି ନୂତନ ଶକ୍ତି ଓ ନୂଆ ଚିନ୍ତାଧାରା ସହିତ ସଫଳତା ପାଇପାରୁଛନ୍ତି ଏହା ତା’ର ଏକ ଉଦାହରଣ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହିଳା ଆଉ ଝିଅମାନଙ୍କର ଉଦ୍ୟମ, ସେମାନଙ୍କର ସାହସ ଆମ ସମସ୍ତଙ୍କ ପାଇଁ ଗର୍ବର କଥା । ଆମ ଆଖପାଖରେ ଆମକୁ ଏମିତି ଅନେକ ଉଦାହରଣ ମିଳେ । ଆମର ଝିଅମାନେ ପୁରୁଣା ବନ୍ଧନକୁ ଛିନ୍ନକରି କେମିତି ନୂତନ ଶିଖରକୁ ଛୁଇଁପାରୁଛନ୍ତି ଏହାହିଁ ତା’ର ପ୍ରମାଣ । ଗୋଟିଏ ବାରବର୍ଷର ଝିଅ କାମ୍ୟା କାର୍ତିକେୟନଙ୍କ ଉପଲବ୍ଧି ବିଷୟରେ ମୁଁ ଆପଣମାନଙ୍କ ସହିତ ନିଶ୍ଚୟ ଚର୍ଚ୍ଚା କରିବାକୁ ଚାହିଁବି । ମାତ୍ର ବାରବର୍ଷ ବୟସରେ କାମ୍ୟା Mount Aconcagua ଆରୋହଣ କରିବାର ଅସାଧ୍ୟ ସାଧନ କରିପାରିଛନ୍ତି । ଏହାହେଉଛି ଦକ୍ଷିଣ ଆମେରିକାସ୍ଥିତ Andes ପର୍ବତର ଉଚ୍ଚତମ ଶୃଙ୍ଗ ଯାହାର ଉଚ୍ଚତା ହେଉଛି ସାତହଜାର ମିଟର । ଏକଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ଯେ ଏଇ ମାସର ଆରମ୍ଭରେ କାମ୍ୟା ଏହି ଶୃଙ୍ଗ ଆରୋହଣ କରି ସର୍ବପ୍ରଥମେ ସେଠାରେ ଆମର ତ୍ରିରଙ୍ଗା ପତାକା ଉଡ଼ାଇଲେ । ମୋତେ ସୂଚନା ମିଳିଛି ଯେ ଦେଶପାଇଁ ଗୌରବ ଆଣିଥିବା କାମ୍ୟା ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ହେଲା “ମିଶନ ସାହସ” । ଏହି ମିଶନ ମାଧ୍ୟମରେ ସେ ପୃଥିବୀର ସମସ୍ତ ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ସେ ଉତ୍ତର ଓ ଦକ୍ଷିଣ ମେରୁରେ Ski ମଧ୍ୟ କରିବେ । ମୁଁ “ମିଶନ ସାହସ” ପାଇଁ କାମ୍ୟାଙ୍କୁ ମୋର ଶୁଭକାମନା ଜଣାଉଛି । କାମ୍ୟାଙ୍କର ଏଇ ସଫଳତା ସମସ୍ତଙ୍କୁ ଫିଟ୍ ରହିବାର ପ୍ରେରଣା ବି ଦିଏ । ଏତେ କମ୍ ବୟସରେ କାମ୍ୟା ଯେଉଁ ସଫଳତାର ଶିଖରକୁ ଛୁଇଁପାରିଛନ୍ତି ସେଥିରେ Fitnessର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ‘A Nation that is fit, will be a nation that is hit’. ଅର୍ଥାତ୍ ଯେଉଁ ଦେଶ Fit ଅଛି ସେ ସବୁବେଳେ hit ବି ରହିବ । ଦେଖିବାକୁ ଗଲେ ଆଗାମୀ ମାସଗୁଡ଼ିକ ତ (Adventure Sports) ଦୁଃସାହସିକ କ୍ରୀଡ଼ା ପାଇଁ ବେଶ୍ ଉପଯୁକ୍ତ । ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ, ଏଠି ଦୁଃସାହସିକ କ୍ରୀଡ଼ା ପାଇଁ ଅନେକ ସୁଯୋଗ ରହିଛି । ଗୋଟିଏ ଦିଗରେ ଉଚ୍ଚ ଉଚ୍ଚ ପର୍ବତ ଥିବାବେଳେ ଅନ୍ୟପାଖରେ ସୁଦୂର ବିସ୍ତୃତ ମରୁଭୂମି । ଗୋଟିଏ ପାଖ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ତ ଅନ୍ୟ ପାଖରେ ଦିଗନ୍ତ ବିସ୍ତାରୀ ସମୁଦ୍ର । ତେଣୁ ମୁଁ ଆପଣମାନଙ୍କଠାରୁ ଆଶା କରେ ଯେ ଆପଣ ମଧ୍ୟ ନିଜ ପସନ୍ଦର ସ୍ଥାନ ଏବଂ ନିଜ ରୁଚି ଅନୁସାରେ କାର୍ଯ୍ୟ  ସ୍ଥିର କରନ୍ତୁ ଆଉ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହିତ ନିଶ୍ଚୟ ଯୋଡ଼ନ୍ତୁ । ଜୀବନରେ ଦୁଃସାହସ ରହିବା ବି ଦରକାର ନା! ବନ୍ଧୁଗଣ ବାରବର୍ଷ ବୟସ୍କା କାମ୍ୟାର ସଫଳତା ପରେ ଆପଣ ଯେତେବେଳେ ଶହେ ପାଞ୍ଚ ବର୍ଷ ବୟସ୍କା ଭାଗିରଥି ଆମ୍ମାଙ୍କ ସଫଳତାର କାହାଣୀ ଶୁଣିବେ – ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆମେ ଯଦି ଜୀବନରେ ପ୍ରଗତି କରିବାକୁ ଚାହିଁବା, ବିକାଶ କରିବାକୁ ଚାହିଁବା, କିଛି କରିବାକୁ ଚାହିଁବା ତେବେ ତା’ର ପ୍ରଥମ ସର୍ତ ହେଲା ଆମ ଭିତରର ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବାନାହିଁ । ଶହେପାଞ୍ଚ ବର୍ଷ ବୟସ୍କା ଭାଗୀରଥି ଆମ୍ମା ଆମକୁ ଏହି ପ୍ରେରଣା ଦିଅନ୍ତି । ଏବେ ଆପଣମାନେ ଭାବୁଥିବେ ଯେ ଏହି ଭାଗୀରଥି ଆମ୍ମା କିଏ? ଭାଗୀରଥି ଆମ୍ମା କେରଳର କୋଲ୍ଲମରେ ରହନ୍ତି । ଖୁବ ପିଲାଦିନେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ବହୁତ କମ୍ ବୟସରେ ବିବାହ କରି ସ୍ୱାମୀଙ୍କୁ ମଧ୍ୟ ହରାଇଦେଲେ । କିନ୍ତୁ ଭାଗୀରଥି ଆମ୍ମା ତାଙ୍କର ଧୈର୍ଯ୍ୟ ଓ ସାହସ ହରାଇନଥିଲେ । 10 ବର୍ଷରୁ କମ୍ ବୟସରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ 105 ବର୍ଷ ବୟସରେ ସେ ପୁଣି ସ୍କୁଲରେ ପଢ଼ିବା ଆରମ୍ଭ କଲେ । ଏତେ ଅଧିକ ବୟସ ହୋଇଥିବା ସତ୍ୱେ ଭାଗୀରଥି ଆମ୍ମା Level-4 ପରୀକ୍ଷା ଦେଲେ ଏବଂ ଅତି ଉତ୍ସୁକତାର ସହିତ ପରୀକ୍ଷାଫଳକୁ ଅପେକ୍ଷା କଲେ । ଏଇ ପରୀକ୍ଷାରେ ସେ 75 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେଲେ । ଖାଲି ସେତିକି ନୁହେଁ, ଗଣିତରେ ତ ସେ 100ରୁ 100 ନମ୍ବର ରଖିଲେ । ଆମ୍ମା ଏବେ ଆହୁରି ଆଗକୁ ପଢ଼ିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ପରୀକ୍ଷାଗୁଡ଼ିକ ଦେବାକୁ ଚାହୁଁଛନ୍ତି । ଏଥିରୁ ପ୍ରମାଣିତ ଯେ ଭାଗିରଥି ଆମ୍ମାଙ୍କ ଭଳି ଲୋକମାନେ ହେଲେ ଏ ଦେଶର ଶକ୍ତି, ଏକ ବହୁତ ବଡ଼ ପ୍ରେରଣାର ଉତ୍ସ । ମୁଁ ଆଜି ଭାଗୀରଥି ଆମ୍ମାଙ୍କୁ ବିଶେଷ ଭାବେ ପ୍ରଣାମ କରୁଛି ।

ବନ୍ଧୁଗଣ, ଜୀବନର ବିପରୀତ ପରିସ୍ଥିତିରେ ଆମର ଧୈର୍ଯ୍ୟ ଆଉ ଆମର ଇଚ୍ଛାଶକ୍ତି ଯେକୌଣସି ସ୍ଥିତିକୁ ବଦଳାଇ ଦେଇଥାଏ । ଏଇ କିଛିଦିନ ତଳେ ମୁଁ ଗଣମାଧ୍ୟମରେ ଏଭଳି ଏକ କଥା ପଢ଼ିଲି ଯାହା ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହେଁ । ଇଏ ହେଲା ମୁରାଦାବାଦର ହମୀରପୁରରେ ରହୁଥିବା ସଲମାନଙ୍କ କଥା । ସଲମାନ ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ଅଚଳ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେ ହାରିଲେନି, ବରଂ ନିଜେ ନିଜର କାମ ଆରମ୍ଭ କରିବାର ସିଦ୍ଧାନ୍ତ ନେଲେ । ତା’ସଙ୍ଗେ ସଙ୍ଗେ ସେ ନିଜଭଳି ଅନ୍ୟ ଦିବ୍ୟାଙ୍ଗ ସାଥିମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସ୍ଥିର କଲେ । ସଲମାନ ନିଜ ଗାଁରେ ଚପଲ ଆଉ ଡିଟରଜେଂଟ ତିଆରି କରିବାର କାମ ଆରମ୍ଭ କଲେ । ଦେଖୁ ଦେଖୁ ତାଙ୍କସହିତ ଆଉ ତିରିଶଜଣ ଦିବ୍ୟାଙ୍ଗ ସାଥି ଯୋଗଦେଲେ । ଆପଣମାନେ ଲକ୍ଷ୍ୟ କରନ୍ତୁ ତ! ସଲମାନ ନିଜେ ଚାଲିବା ପାଇଁ ଅକ୍ଷମ ଥିଲେ କିନ୍ତୁ ସେ ଅନ୍ୟମାନଙ୍କ ଚାଲିବାକୁ ସୁଗମ କରିବା ପାଇଁ ଚପଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ । ବଡ଼କଥା ହେଲା ସଲମାନ ନିଜେ ସାଥୀ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେଲେ । ଏବେ ସେମାନେ ସମସ୍ତେ ମିଶି ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ମାର୍କେଟିଂ ବି କରୁଛନ୍ତି । ନିଜର ପରିଶ୍ରମ ବଳରେ ଏହି ଲୋକମାନେ ନିଜ ରୋଜଗାର ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ତାଙ୍କ କମ୍ପାନୀକୁ ମଧ୍ୟ ଲାଭଜନକ ସ୍ଥିତିରେ ପହଂଚାଇପାରିଛନ୍ତି । ଏବେ ସେମାନେ ମିଳିମିଶି ଦିନକୁ ଶହେପଚାଶ ହଳ ଚପଲ ତିଆରି କରିପାରୁଛନ୍ତି । ଖାଲି ସେତିକି ନୁହେଁ, ସଲମାନ ଏ ବର୍ଷ ଆହୁରି ଶହେ ଦିବ୍ୟାଙ୍ଗଙ୍କୁ ରୋଜଗାର ଯୋଗାଇଦେବାର ସଂକଳ୍ପ ନେଇଛନ୍ତି । ମୁଁ ସେମାନଙ୍କର ଧୈର୍ଯ୍ୟ ଓ ଉଦ୍ୟମକୁ ସାଲ୍ୟୁଟ୍ କରୁଛି । ଗୁଜରାଟ କଚ୍ଛ ଅଂଚଳର ଅଜରକ୍ ଗାଁର ଲୋକମାନେ ମଧ୍ୟ ଠିକ୍ ଏହିଭଳି ସଂକଳ୍ପ ଶକ୍ତି ପ୍ରଦର୍ଶନ କରିଛନ୍ତି । 2001 ମସିହାରେ ଘଟିଥିବା ବିନାଶକାରୀ ଭୂମିକମ୍ପ ପରେ ସବୁ ଲୋକ ଗାଁ ଛାଡୁଥିଲେ, ସେତିକିବେଳେ ଇସ୍‌ମାଇଲ ଖତ୍ରୀ ନାମକ ଜଣେ ବ୍ୟକ୍ତି ଗାଁରେ ରହି ‘ଅଜରକ୍ ପ୍ରିଣ୍ଟ’ ନାମକ ନିଜର ପାରମ୍ପରିକ କଳାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ନେଲେ । ତା’ପରେ ଦେଖୁ ଦେଖୁ ପ୍ରାକୃତିକ ରଙ୍ଗରେ ତିଆରି ‘ଅଜରକ କଳା’ ପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଲା ଆଉ ପୁରା ଗାଁଟି ନିଜ ପାରମ୍ପରିକ ଶିଳ୍ପକଳାରେ ଲାଗିପଡ଼ିଲା । ଗ୍ରାମବାସୀମାନେ ଖାଲି ଏହି ଶହ ଶହ ବର୍ଷ ପୁରୁଣା କଳାକୁ ବଂଚେଇଲେ ତା’ନୁହେଁ – ବରଂ ତାକୁ ଆଧୁନିକ ଫାସନ ସହିତ ମଧ୍ୟ ସଂଯୁକ୍ତ କରିଦେଲେ । ଏବେ ବଡ଼ ବଡ଼ ଡିଜାଇନର, ବଡ଼ ବଡ଼ ଡିଜାଇନ ସଂସ୍ଥା ‘ଅଜରକ୍ ପ୍ରିଣ୍ଟ’ର ବ୍ୟବହାର କରିବାକୁ ଲାଗିଲେଣି । ଗାଁର ପରିଶ୍ରମୀ ଲୋକଙ୍କ ଯୋଗୁଁ ଆଜି ‘ଅଜରକ୍ ପ୍ରିଣ୍ଟ’ ଏକ ବଡ଼ ବ୍ରାଣ୍ଡରେ ପରିଣତ ହେବାରେ ଲାଗିଛି । ଦୁନିଆର ବଡ଼ ବଡ଼ ବ୍ୟବସାୟୀ ଏହି ପ୍ରିଣ୍ଟ ପ୍ରତି ଆକର୍ଷିତ ହେଉଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଏଇ ନିକଟରେ ସାରା ଦେଶରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଛି । ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କର ଆଶୀର୍ବାଦ ଦେଶର ଚେତନାକୁ ଜାଗୃତ କରିଛି । ଭୋଳାନାଥ ଶିବଙ୍କର ଆଶୀର୍ବାଦ ଆପଣମାନଙ୍କ ପ୍ରତି ରହିଥାଉ । ଭଗବାନ ଶିବ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ, ଆପଣମାନେ ଉର୍ଜାବାନ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖୀ ହୁଅନ୍ତୁ ଆଉ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରୁଥାଆନ୍ତୁ ।

ସାଥୀଗଣ, ମହାଶିବରାତ୍ରୀ ସହ ବି ଏବେ ବସନ୍ତ ଋତୁର ଶୋଭା ଦିନକୁ ଦିନ ବଢ଼ିଚାଲିବ । ଆଗାମୀ ଦିନରେ ହୋଲି ଉତ୍ସବ ଆଉ ତା’ପରେ ପରେ ‘ଗୁଡ଼ି ପଡ଼ୱା’ ମଧ୍ୟ ଆସିବ । ନବରାତ୍ରୀ ଉତ୍ସବ ମଧ୍ୟ ଏଗୁଡ଼ିକ ସହ ଯୋଡ଼ି ହୋଇଯିବ । ରାମନବମୀ ଉତ୍ସବ ମଧ୍ୟ ଆସିବ । ପର୍ବପର୍ବାଣୀଗୁଡ଼ିକ ଆମ ଦେଶର ସାମାଜିକ ଜୀବନର ଅଭିନ୍ନ ଅଙ୍ଗ । ପ୍ରତ୍ୟେକ ପର୍ବ ଭିତରେ ଏଭଳି କିଛି ନା କିଛି ସାମାଜିକ ସନ୍ଦେଶ ଲୁଚିରହିଥାଏ ଯାହା ଖାଲି ସମାଜକୁ ନୁହେଁ, ପୁରା ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିଥାଏ । ହୋଲି ପରେ ପରେ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ଭାରତୀୟ ବିକ୍ରମାଦ୍ଦ ଅନୁସାରେ ନୂତନ ବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ସେଥିପାଇଁ ମଧ୍ୟ ଭାରତୀୟ ନବବର୍ଷ ଉପଲକ୍ଷେ ବି ମୁଁ ଆପଣମାନଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ମୋତେ ଲାଗୁଛି ଆଗାମୀ ‘ମନ କି ବାତ୍‌’ ପର୍ଯ୍ୟନ୍ତ ବୋଧହୁଏ ବିଦ୍ୟାର୍ଥୀମାନେ ପରୀକ୍ଷାରେ ବ୍ୟସ୍ତ ରହିବେ । ଯେଉଁମାନଙ୍କର ପରୀକ୍ଷା ସରିଯାଇଥିବ ସେ ଖୁସି ଥିବେ । ଯେଉଁମାନେ ବ୍ୟସ୍ତ ଅଛନ୍ତି ତାଙ୍କୁ ଓ ଯେଉଁମାନେ ମସ୍ତ ଅଛନ୍ତି ତାଙ୍କୁ ବି ଅନେକ ଅନେକ ଶୁଭକାମନା ଜଣାଇ ଆସନ୍ତୁ ଅନେକ ଅନେକ କଥାକୁ ନେଇ ଆଗାମୀ ‘ମନ କୀ ବାତ୍‌’ରେ ପୁଣି ଭେଟିବା ।

ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

 

 

 

 

 

 

 

 

 

 

 

 

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India's defence exports in last 7 years estimated at Rs 38,500 crore

Media Coverage

India's defence exports in last 7 years estimated at Rs 38,500 crore
...

Nm on the go

Always be the first to hear from the PM. Get the App Now!
...
PM congratulates Indian Men’s Hockey Team for winning Bronze Medal at Tokyo Olympics 2020
August 05, 2021
ସେୟାର
 
Comments

The Prime Minister, Shri Narendra Modi has congratulated the Indian Men's Hockey Team for winning the Bronze Medal at Tokyo Olympics 2020. The Prime Minister also said that with this feat, they have captured the imagination of the entire nation, especially our youth.

In a tweet, the Prime Minister said;

"Historic! A day that will be etched in the memory of every Indian.

Congratulations to our Men’s Hockey Team for bringing home the Bronze. With this feat, they have captured the imagination of the entire nation, especially our youth. India is proud of our Hockey team. 🏑"