ମନ୍ କୀ ବାତ୍ ସେପ୍ଟେମ୍ବର 2025

Published By : Admin | September 28, 2025 | 11:00 IST
The immortal martyr Bhagat Singh is an inspiration for every Indian, especially the youth of the country: PM Modi
Today is the birth anniversary of Lata Mangeshkar. Anyone interested in Indian culture and music will be moved by her songs: PM Modi
Among the great personalities who inspired Lata Didi, one was Veer Savarkar, whom she called Tatya: PM Modi
Bhagat Singh ji was very sensitive to the sufferings of the people and was always at the forefront in helping them: PM Modi
From business to sports, from education to science, take any field—the daughters of our country are making a mark everywhere: PM Modi
Chhath puja is not only celebrated in different parts of the country, but its splendor is seen all over the world: PM Modi
The Government of India is striving to include the Chhath Mahaparva in UNESCO's Intangible Cultural Heritage List: PM Modi
Gandhiji always emphasized on the adoption of Swadeshi, and Khadi was the most prominent among them: PM Modi
I urge all of you to buy one Khadi product or the other on the 2nd of October: PM Modi
This Vijayadashami day marks 100 years of the foundation of the Rashtriya Swayamsevak Sangh: PM Modi
Today, the RSS has been relentlessly and tirelessly engaged in national service for over a hundred years: PM Modi
Cleanliness should become our responsibility everywhere – in the streets, neighbourhoods, markets, and villages: PM Modi

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

ବନ୍ଧୁଗଣ, ଅମର ଶହୀଦ ଭଗତ ସିଂ ପ୍ରତ୍ୟେକ ଭାରତବାସୀ, ବିଶେଷକରି ଦେଶର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ନିର୍ଭୀକତା ତାଙ୍କ ସ୍ୱଭାବରେ ଭରିରହିଥିଲା । ଦେଶ ପାଇଁ ଫାଶିଖୁଣ୍ଟରେ ଝୁଲିବା ପୂର୍ବରୁ ଭଗତ ସିଂ ଇଂରେଜମାନଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଥିଲେ । ସେ କହିଥିଲେ ଯେ, ମୁଁ ଚାହୁଁଛି, ଆପଣ ମୋତେ ଏବଂ ମୋର ବନ୍ଧୁମାନଙ୍କ ସହ ଯୁଦ୍ଧବନ୍ଦୀ ଭଳି ବ୍ୟବହାର କରନ୍ତୁ । ତେଣୁ, ଆମକୁ ଫାଶୀ ନୁହେଁ, ଗୁଳି କରି ହତ୍ୟା କରାଯାଉ । ଏହା ତାଙ୍କ ଅଦମ୍ୟ ସାହସର ପ୍ରମାଣ । ଭଗତ ସିଂ ଲୋକଙ୍କ କଷ୍ଟ ପ୍ରତି ବହୁତ ସମ୍ବେଦନଶୀଳ ଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ଆଗଭର ରହୁଥିଲେ । ମୁଁ ଶହୀଦ ଭଗତ ସିଂଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ବନ୍ଧୁଗଣ, ଆଜି ମଧ୍ୟ ଲତା ମଙ୍ଗେଶକରଙ୍କ ଜୟନ୍ତୀ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଋଚି ରଖିଥିବା କେହିବି ତାଙ୍କ ଗୀତ ଶୁଣି ଅଭିଭୂତ ନ ହୋଇ ରହିପାରିବ ନାହିଁ । ତାଙ୍କ ଗୀତରେ ସେହି ସବୁକିଛି ଅଛି, ଯାହା ମାନବୀୟ ସମ୍ବେଦନଶୀଳତାକୁ ଆନ୍ଦୋଳିତ କରିଥାଏ । ସେ ଯେଉଁ ଦେଶଭକ୍ତି ଗୀତଗୁଡ଼ିକ ଗାଇଛନ୍ତି, ସେହି ଗୀତଗୁଡ଼ିକ ଲୋକମାନଙ୍କୁ ବହୁତ ପ୍ରେରଣା ଯୋଗାଇଛି । ଭାରତର ସଂସ୍କୃତି ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ମୁଁ ଲତା ଦିଦିଙ୍କ ପାଇଁ ଅନ୍ତରରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବନ୍ଧୁଗଣ, ଲତା ଦିଦି ଯେଉଁ ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବୀର ସାବରକର ମଧ୍ୟ ଜଣେ, ଯାହାଙ୍କୁ ସେ ତାତ୍ୟା ବୋଲି ଡାକୁଥିଲେ । ସେ ବୀର ସାବରକରଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ଲତା ଦିଦିଙ୍କ ସହିତ ମୋର ଯେଉଁ ସ୍ନେହର ବନ୍ଧନ ଥିଲା, ତାହା ସବୁଦିନ ପାଇଁ ଅତୁଟ ରହିଥିଲା । ସେ ପ୍ରତିବର୍ଷ ମନେକରି ମୋତେ ରାକ୍ଷୀ ପଠାଉଥିଲେ । ମୋର ମନେଅଛି, ମରାଠୀ ସୁଗମ ସଙ୍ଗୀତର ମହାନ ଶିଳ୍ପୀ ସୁଧୀର ଫଡ଼କେ ସର୍ବପ୍ରଥମେ ଲତା ଦିଦିଙ୍କ ସହିତ ମୋତେ ପରିଚିତ କରାଇଥିଲେ ଏବଂ ମୁଁ ଲତା ଦିଦିଙ୍କୁ କହିଥିଲି ଯେ, ସୁଧୀର ଜୀଙ୍କ ସ୍ୱର ସଂଯୋଜନାରେ ଆପଣ ଗାଇଥିବା ଗୀତ “ଜ୍ୟୋତି କଲଶ୍ ଛଲକେ” ମୋର ଅତି ପ୍ରିୟ ।

ବନ୍ଧୁଗଣ, ଆପଣମାନେ ମଧ୍ୟ ମୋ ସହିତ ଏହାକୁ ଉପଭୋଗ କରନ୍ତୁ ।

(audio)

ମୋର ପ୍ରିୟ ଦେଶବାସୀଗଣ, ନବରାତ୍ରିର ଏହି ସମୟରେ ଆମେ ଶକ୍ତି ଉପାସନା କରିଥାଉ । ଆମେ ନାରୀ-ଶକ୍ତିର ଉତ୍ସବ ପାଳନ କରିଥାଉ । ବ୍ୟବସାୟ ଠାରୁ ଆରମ୍ଭକରି କ୍ରୀଡ଼ା ପର୍ଯ୍ୟନ୍ତ ଏବଂ ଶିକ୍ଷାଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ, ଯେକୌଣସି କ୍ଷେତ୍ର ଆପଣ ଦେଖନ୍ତୁ, ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛନ୍ତି । ଆଜି ସେମାନେ ଏଭଳି ଆହ୍ୱାନଗୁଡ଼ିକର ମୁକାବିଲା ମଧ୍ୟ କରୁଛନ୍ତି, ଯାହାର କଳ୍ପନା କରିବା ମଧ୍ୟ କଷ୍ଟକର । ମୁଁ ଯଦି ଆପଣଙ୍କୁ ପଚାରେ ଯେ, ଆପଣ କଣ ସମୁଦ୍ରରେ କ୍ରମାଗତ ଭାବେ ୮ ମାସ ଧରି ରହିପାରିବେ ? ଆପଣ କ’ଣ ସମୁଦ୍ରରେ ଆହୁଲା ମାରିବା ଡଙ୍ଗା ଅର୍ଥାତ ପବନର ବେଗରେ ଅଗ୍ରସର ହେଉଥିବା ଡଙ୍ଗାରେ ୫୦ ହଜାର କିଲୋମିଟର ଯାତ୍ରା କରିପାରିବେ ? ତାହା ପୁଣି ଏଭଳି ପରିସ୍ଥିତିରେ ଯେଉଁଠି ସମୁଦ୍ରରେ କେବେ ବି ପାଗ ଖରାପ ହେବାର ଆଶଙ୍କା ଥାଏ! ଏଭଳି କରିବା ଆଗରୁ ଆପଣ ହଜାରେ ଥର ଚିନ୍ତା କରିବେ । କିନ୍ତୁ ଭାରତୀୟ ନୌବାହିନୀର ଦୁଇଜଣ ସାହସୀ ଅଧିକାରୀ ନାବିକା ସାଗର ପରିକ୍ରମା ସମୟରେ ଏହା କରିଦେଖାଇଛନ୍ତି । ସାହସ ଏବଂ ଦୃଢ଼ ସଂକଳ୍ପ କାହାକୁ କୁହାଯାଏ, ତାହା ସେମାନେ ଦେଖାଇ ଦେଇଛନ୍ତି । ଆଜି ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଏହି ଦୁଇ ସାହସୀ ଅଧିକାରୀମାନଙ୍କ ସହିତ ପରିଚିତ କରାଇବାକୁ ଚାହୁଁଛି । ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଅନ୍ୟ ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ଏହି ଦୁଇ ଅଧିକାରୀ ଫୋନଲାଇନରେ ଆମ ସହିତ ଯୋଡ଼ି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ :                                ହେଲୋ . . .

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ହେଲୋ ସାର୍

ପ୍ରଧାନମନ୍ତ୍ରୀ  :                               ନମସ୍କାର

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ନମସ୍କାର ସାର୍

ପ୍ରଧାନମନ୍ତ୍ରୀ   :                              ତେବେ ମୋ ସହିତ ବର୍ତ୍ତମାନ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଲେଫ୍ଟେନାଣ୍ଟ କମାଣ୍ଡର ରୁପା ଉଭୟ ଅଛନ୍ତି ।

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା ଏବଂ ରୁପା : ଆଜ୍ଞା, ଆମେ ଦୁହେଁ ଅଛୁ ।

ପ୍ରଧାନମନ୍ତ୍ରୀ          :                     ହଉ, ଆପଣ ଉଭୟଙ୍କୁ ନମସ୍କାର ଏବଂ ୱଣକ୍କମ୍

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ୱଣକ୍କମ୍ ସାର୍

ଲେଫ୍ଟନାଣ୍ଟ କମାଣ୍ଡର ରୁପା    :           ନମସ୍କାରମ୍ ସାର୍

ପ୍ରଧାନମନ୍ତ୍ରୀ  :                               ଆଚ୍ଛା, ସର୍ବପ୍ରଥମେ ତ ଦେଶବାସୀ ଶୁଣିବାକୁ ଚାହୁଁଛନ୍ତି ଆପଣ ଦୁହିଁଙ୍କ ବିଷୟରେ, ଆପଣ ଟିକିଏ କୁହନ୍ତୁ

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ସାର୍, ମୁଁ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା । ମୁଁ ଭାରତୀୟ ନୌବାହିନୀରେ ଲଜିଷ୍ଟିକ୍ କ୍ୟାର୍ଡରରୁ ଆସିଛି, ସାର୍ ମୁଁ ନୌବାହିନୀରେ ୨୦୧୪ରେ କମିଶନଡ ହୋଇଥିଲି । ମୋ ଘର କେରଳର କୋଝିକୋଡରେ । ସାର୍, ମୋ ବାପା ସେନାବାହିନୀରେ ଥିଲେ ଓ ମୋ ମା ଜଣେ ଗୃହିଣୀ । ମୋ ସ୍ୱାମୀ ମଧ୍ୟ ଭାରତୀୟ ନୌବାହିନୀର ଜଣେ ଅଧିକାରୀ ଆଉ ମୋ ଭଉଣୀ ଏନସିସିରେ ଚାକିରି କରୁଛନ୍ତି ।

ଲେଫ୍ଟନାଣ୍ଟ କମାଣ୍ଡର ରୁପା  :             ଜୟହିନ୍ଦ୍ ସାର୍, ମୁଁ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ମୁଁ ୨୦୧୭ରେ ନାଭାଲ୍ ଆର୍ମାମେଣ୍ଟ ଇନ୍ସପେକଶନ୍ କ୍ୟାର୍ଡରରେ ଯୋଗ ଦେଇଛି । ମୋ ବାପା ତାମିଲନାଡ଼ୁ ଏବଂ ମା ପଣ୍ଡିଚେରୀର । ମୋ ବାପା Air Forceରେ ଥିଲେ । ପ୍ରକୃତରେ ପ୍ରତିରକ୍ଷା ବାହିନୀରେ ଯୋଗଦେବାର ପ୍ରେରଣା ମୋତେ ତାଙ୍କଠାରୁ ହିଁ ମିଳିଥିଲା । ମୋ ମା’ ଜଣେ ଗୃହିଣୀ ।

ପ୍ରଧାନମନ୍ତ୍ରୀ        :                        ଆଚ୍ଛା, ଦିଲନା ଏବଂ ରୁପା, ସାଗର ପରିକ୍ରମାରେ ଆପଣଙ୍କ ଅନୁଭୂତି ସମ୍ପର୍କରେ ମୁଁ ଏବଂ ଦେଶବାସୀ ଶୁଣିବାକୁ ଆଗ୍ରହୀ। ମୋ ଜାଣିବାରେ ତ ଏହା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ଅନେକ ବାଧାବିଘ୍ନ ଆସିଥିବ, ଅନେକ କଷ୍ଟକର ପରିସ୍ଥିତି ଦେଇ ଆପଣଙ୍କୁ ଗତି କରିବାକୁ ପଡ଼ିଥିବ ?

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ଆଜ୍ଞା ସାର୍ । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଜୀବନରେ ଥରେ ଆମକୁ ଏଭଳି ସୁଯୋଗ ମିଳେ, ଯାହା ଆମ ଜୀବନର ଗତିପଥ ବଦଳାଇଦେଇଥାଏ । ଏହି ସର୍କମନେଭିଗେଶନ୍ ଆମ ପାଇଁ ଏଭଳି ଗୋଟିଏ ସୁଯୋଗ ଥିଲା, ଯାହା ଭାରତୀୟ ନୌବାହିନୀ ଏବଂ ଭାରତ ସରକାର ଆମକୁ ଦେଇଥିଲେ । ଏହି ଅଭିଯାନରେ ଆମେ ପ୍ରାୟଃ ୪୭,୫୦୦ କିଲୋମିଟର ଜଳଯାତ୍ରା କରିଛୁ । ଆମେ ୨୦୨୪, ଅକ୍ଟୋବର ୨ ତାରିଖ ଦିନ ଗୋଆରୁ ବାହାରିଥିଲୁ ଏବଂ ୨୦୨୫ ମେ ୨୯ ତାରିଖ ଦିନ ଫେରିଲୁ । ଏହି ଅଭିଯାନ ସମ୍ପୂର୍ଣ୍ଣ କରିବାକୁ ଆମକୁ ୨୩୮ ଦିନ ଲାଗିଲା ଏବଂ ଏହି ୨୩୮ ଦିନ ଡଙ୍ଗାରେ କେବଳ ଆମେ ଦୁହେଁ ହିଁ ଥିଲୁ ।

ପ୍ରଧାନମନ୍ତ୍ରୀ      :                          ହଁ । ହଁ ।

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ଆହୁରି ସାର୍ ଏହି expedition ପାଇଁ ଆମେ ତିନିବର୍ଷ ପ୍ରସ୍ତୁତି କରିଥିଲୁ । ନେଭିଗେଶନ୍ ଠାରୁ ଆରମ୍ଭ କରି କମ୍ୟୁନିକେଶନ୍ ଇମରଜେନ୍ସୀ ଡିଭାଇସକୁ କିପରି ଅପରେଟ କରାଯାଏ, ଡାଇଭିଂ କେମିତି କରାଯାଏ, ଡଙ୍ଗାରେ ଥିବା ସମୟରେ କୌଣସି ଏମର୍ଜେନ୍ସୀ ପରିସ୍ଥିତି ସୃଷ୍ଟି ହେଲେ ଯେମିତିକି ଗରୟସମବକ୍ଷ ମେଡିକଲ ଏମର୍ଜେନ୍ସୀ କିଭଳି ଏହାକୁ ସମାଧାନ କରିହେବ, ଏସବୁ ବିଷୟରେ ଭାରତୀୟ ନୌବାହିନୀ ଆମକୁ ତାଲିମ ଦେଇଥିଲେ । ସାର୍ ଏହି ଯାତ୍ରାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ମୁଁ କହିବାକୁ ଚାହୁଁଛି । ସାର୍, ଆମେ ପଏଣ୍ଟ ନେମୋରେ ଆମ ଜାତୀୟ ପତାକା ଉଡ଼ାଇଥିଲୁ, ପଏଣ୍ଟ ନେମୋ ବିଶ୍ୱର ସବୁଠାରୁ ଦୁର୍ଗମତମ ଅଞ୍ଚଳ । ସେଠାରୁ ନିକଟତମ ମଣିଷ ଯଦି କେଉଁଠି ଥାଆନ୍ତି, ତାହେଲେ ସେମାନେ ହେଉଛନ୍ତି ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରେ ଥିବା ଲୋକ । ସେଠାରେ ପହଞ୍ଚିବାରେ ପ୍ରଥମ ଭାରତୀୟ, ପ୍ରଥମ ଏସୀୟ ଏବଂ ବିଶ୍ୱର ପ୍ରଥମ ମଣିଷ ହେଲୁ ଆମେ । ଆମ ପାଇଁ ଏହା ଏକ ଗର୍ବର ବିଷୟ ସାର୍ ।

ପ୍ରଧାନମନ୍ତ୍ରୀ     :                           ବାଃ! ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ।

ଲେଫ୍ଟନାଣ୍ଟ କମାଣ୍ଡର ଦିଲନା :            ଥାଙ୍କ୍ ୟୁ ସାର୍ ।

ପ୍ରଧାନମନ୍ତ୍ରୀ  :                               ଆପଣଙ୍କ ସାଥୀ ମଧ୍ୟ କିଛି କହିବାକୁ ଚାହୁଁଛନ୍ତି କି ?

ଲେଫ୍ଟନାଣ୍ଟ କମାଣ୍ଡର ରୁପା   :            ସାର୍, ମୁଁ ଏକଥା କହିବାକୁ ଚାହୁଁଛି ଯେ, ସେଲ୍ ବୋଟରେ ବିଶ୍ୱ ପରିକ୍ରମା କରିଥିବା ଲୋକଙ୍କ ସଂଖ୍ୟା ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ଲୋକଙ୍କ ସଂଖ୍ୟାଠାରୁ ବହୁତ କମ । ପ୍ରକୃତରେ ସେଲ୍ ବୋଟରେ ଏକାକୀ ବିଶ୍ୱ ପରିକ୍ରମା କରିଥିବା ଲୋକଙ୍କ ସଂଖ୍ୟା ମହାକାଶ ଯାତ୍ରା କରିଥିବା ଲୋକଙ୍କ ଠାରୁ ମଧ୍ୟ କମ ।

ପ୍ରଧାନମନ୍ତ୍ରୀ   :                              ଆଚ୍ଛା, ଏତେ କଠିନ ଯାତ୍ରା ପାଇଁ ତ ଟିମ୍ ୱାର୍କର ବହୁତ ଆବଶ୍ୟକତା ହୋଇଥାଏ, ଆଉ ଟିମରେ ତ ମାତ୍ର ଆପଣ ଦୁଇଜଣ ଅଧିକାରୀ ହିଁ ଥିଲେ । ଆପଣ ଏହା କେମିତି କରିପାରିଲେ?

ଲେଫ୍ଟନାଣ୍ଟ କମାଣ୍ଡର ରୁପା  :             ହଁ ସାର୍, ଏଭଳି ଯାତ୍ରା ପାଇଁ ଆମ ଦୁହିଁଙ୍କୁ ଏକାଠି ପରିଶ୍ରମ କରିବାକୁ ପଡ଼ୁଥିଲା । ଆଉ ଯେମିତି ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା କହିଲେ, ବୋଟରେ କେବଳ ଆମେ ଦୁଇଜଣ ଥିଲୁ । ଆମେ ବୋଟ୍ ରିପେରର୍ ଥିଲୁ, ଇଞ୍ଜିନ୍ ମେକାନିକ୍ ଥିଲୁ । ସେଲ୍ ମେକର୍, ମେଡିକାଲ୍ ଆସିଷ୍ଟାଣ୍ଟ, କୁକ୍, କ୍ଲିନର୍, ଡାଇଭର୍, ନାଭିଗେଟର୍ ସବୁକିଛି ଦାୟିତ୍ୱ ବହନ କରିବାକୁ ପଡ଼ୁଥିଲା । ଆମେ ଏସବୁ achieve କରିବାରେ ଭାରତୀୟ ନୌବାହିନୀର ବଡ଼ ଅବଦାନ ଥିଲା । ଆମକୁ ସବୁପ୍ରକାର ତାଲିମ ଦିଆଯାଇଥିଲା । ପ୍ରକୃତରେ ସାର୍, ଆମେ ଚାରି ବର୍ଷରୁ ଏକାଠି ଜଳଯାତ୍ରା କରୁଥିଲୁ । ତେଣୁ ଆମେ ପରସ୍ପରର ସାହସ ଓ ଦୁର୍ବଳତା ସହ ଭଲଭାବେ ପରିଚିତ ଥିଲୁ । ତେଣୁ ଆମେ ସମସ୍ତଙ୍କୁ କହୁଁ ଯେ, ଆମ ବୋଟରେ ଗୋଟିଏ ଉପକରଣ ଥିଲା ଯାହା କେବେ ବି ବିଫଳ ହୋଇନି, ଆଉ ତାହା ହେଉଛି ଆମ ଟିମ୍ ୱାର୍କ ।

ପ୍ରଧାନମନ୍ତ୍ରୀ   :                              ଆଚ୍ଛା, ଯେତେବେଳେ ପାଗ ଖରାପ ହେଉଥିଲା, କାରଣ ସମୁଦ୍ରରେ ତ ପ୍ରାୟ ଏମିତି ହୋଇଥାଏ, ଯେଉଁଠି ପାଗର କୌଣସି ଠିକଣା ନ ଥାଏ । ଏଭଳି ପରିସ୍ଥିତିରେ ଆପଣ କ’ଣ କରୁଥିଲେ ?

ଲେଫ୍ଟନାଣ୍ଟ କମାଣ୍ଡର ରୁପା  :             ସାର୍‌, ଆମର ଯାତ୍ରାରେ ଅନେକ ପ୍ରତିକୂଳ ଆହ୍ୱାନ ଥିଲା ସାର୍‌ । ଏହି ଅଭିଯାନରେ ଆମକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଲା । ବିଶେଷ କରି ସାର୍‌, ଦକ୍ଷିଣ ମହାସାଗରରେ ସବୁବେଳେ ଖରାପ ପାଗ ରହିଥାଏ । ଆମକୁ ତିନିଟି ଝଡ଼ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଲା ଆଉ ସାର୍‌ ଆମର ନୌକା ମାତ୍ର ୧୭ ମିଟର ଲମ୍ବା ଓ ଚଉଡ଼ା ମାତ୍ର ୫ ମିଟର ଥିଲା । ତେଣୁ ବେଳେବେଳେ ଏଭଳି କିଛି ଲହଡ଼ି ଆସୁଥିଲା, ଯାହା ତିନି ମହଲା କୋଠାଠୁ ବି ବଡ଼ ଥିଲା ସାର୍‌ ଏବଂ ଆମ ଯାତ୍ରାରେ ଆମେ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା, ଦୁଇ ପ୍ରକାର ସ୍ଥିତିର ସମ୍ମୁଖୀନ ହୋଇଥିଲୁ ସାର୍‌ । ଆଣ୍ଟାର୍କଟିକାରେ ଆମେ ଯେତେବେଳେ ନୌକା ଚଳାଉଥିଲୁ, ଆମକୁ ୧ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଓ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ, ଦୁଇଟିକୁ ଏକାସାଂଗେ ସମ୍ମୁଖୀନ ହେବାକୁ ପଡ଼ିଥିଲା । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ୬ରୁ ୭ଟି ସ୍ତରରେ ପୋଷାକ ଏକାସାଂଗେ ପିନ୍ଧୁଥିଲୁ ଏବଂ ପୂରା ଦକ୍ଷିଣ ମହାସାଗରକୁ ଆମେ ଏପରି ୭ ସ୍ତର ପୋଷାକ ପିନ୍ଧି ଅତିକ୍ରମ କରିଛୁ ସାର୍‌ । କେତେବେଳେ ଆମେ ଗ୍ୟାସ୍‌ ଷ୍ଟୋଭ୍‌ ନେଇ ଆମର ହାତକୁ ଗରମ କରୁଥିଲୁ ତ ଆଉ ବେଳେବେଳେ ଏପରି ପରିସ୍ଥିତି ହେଉଥିଲା ସାର୍‌, ଯେତେବେଳେ କି ପବନ ଆଦୌ ନଥିଲା ଏବଂ ଆମେ ପାଲକୁ ପୂରା ତଳକୁ ଖସାଇ ଭାସି ରହୁଥିଲୁ । ପ୍ରକୃତରେ ଏପରି ପରିସ୍ଥିତିରେ ଆମର ଧୈର୍ଯ୍ୟର ପରୀକ୍ଷା ହେଉଥିଲା ସାର୍‌ ।

ପ୍ରଧାନମନ୍ତ୍ରୀ   :                              ଲୋକମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଦେଶର ଝିଅମାନେ ଏପରି କଷ୍ଟ ସହୁଛନ୍ତି । ଆଚ୍ଛା ଏହି ପରିକ୍ରମା ସମୟରେ ଆପଣ ବିଭିନ୍ନ ଦେଶରେ ମଧ୍ୟ ଅଟକିଥିଲେ, ସେଠାରେ କ’ଣ ଅନୁଭବ ହେଉଥିଲା, ଯେତେବେଳେ ଭାରତର ଦୁଇ ଝିଅଙ୍କୁ ଲୋକେ ଦେଖୁଥିଲେ ସେମାନଙ୍କ ମନରେ ବହୁତ କଥା ଉଙ୍କି ମାରୁଥିବ ।

ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍‌ନା  :          ଆଜ୍ଞା ସାର୍‌, ଆମକୁ ବହୁତ ଭଲ ଅଭିଜ୍ଞତା ମିଳିଲା ସାର୍‌, ଆମେ ୮ ମାସରେ ୪ ଜାଗାରେ ଅଟକିଥିଲୁ ସାର୍‌, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍‌, ପୋର୍ଟ ଷ୍ଟାନ୍‌ଲେ ଏବଂ ଦକ୍ଷିଣ ଆଫ୍ରିକା ସାର୍‌ ।

ପ୍ରଧାନମନ୍ତ୍ରୀ   :                              ପ୍ରତ୍ୟେକ ସ୍ଥାନରେ ହାରାହାରି କେତେ ସମୟ ଅଟକିବାକୁ ପଡ଼ୁଥିଲା?

ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍‌ନା  :          ସାର୍‌, ଆମେ ୧୪ ଦିନ ରହିଥିଲୁ ସାର୍‌, ଗୋଟିଏ ଜାଗାରେ।

ପ୍ରଧାନମନ୍ତ୍ରୀ   :                              ଗୋଟିଏ ଜାଗାରେ ୧୪ ଦିନ ?

ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍‌ନା :            Correct ସାର୍‌, ଆଉ ସାର୍‌ ଆମେ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଭାରତୀୟଙ୍କୁ ଦେଖିଲୁ ସାର୍ । ସେମାନେ ମଧ୍ୟ ବହୁତ ସକ୍ରିୟ ଏବଂ ଆତ୍ମବିଶ୍ୱାସର ସହ ଭାରତର ନାଁ ଉଜ୍ୱଳ କରୁଛନ୍ତି । ଆଉ ଆମକୁ ଏମିତି ଲାଗିଲା ଯେ ଆମର ସଫଳତାକୁ ସେମାନେ ନିଜର ସଫଳତା ବୋଲି ଭାବୁଥିଲେ ଏବଂ ପ୍ରତ୍ୟେକ ସ୍ଥାନରେ ଆମକୁ ଅଲଗା ଅଲଗା ଅନୁଭୂତି ମିଳିଲା, ଯେମିତିକି ଅଷ୍ଟ୍ରେଲିଆରେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆନ ପାର୍ଲାମେଣ୍ଟର ବାଚସ୍ପତି ଆମକୁ ଡାକିଥିଲେ, ସେ ଆମକୁ ବହୁତ ପ୍ରେରଣା ଦେଇଥିଲେ ସାର୍‌, ଏବଂ ସବୁବେଳେ ଏପରି ସବୁ ଘଟଣା ଘଟୁଥିଲା ସାର୍‌, ଆମକୁ ବହୁତ ଗର୍ବ ଲାଗୁଥିଲା । ଆଉ ଯେତେବେଳେ ନ୍ୟୁଜିଲ୍ୟାଣ୍ଡ୍‌ ଗଲୁ, ସେତେବେଳେ ମାଓରୀ ଲୋକେ ଆମକୁ ସ୍ୱାଗତ କରିଥିଲେ ଏବଂ ଆମର ଭାରତୀୟ ସଂସ୍କୃତିକୁ ବହୁତ ସମ୍ମାନ ଦେଖାଇଥିଲେ ସାର୍‌ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାର୍‌, ପୋର୍ଟ ଷ୍ଟାନ୍‌ଲେ ଗୋଟିଏ Remote Island ସାର୍‌, ଯାହା ଦକ୍ଷିଣ ଆମେରିକା ନିକଟରେ ଅବସ୍ଥିତ । ସେଠାକାର ମୋଟ ଜନସଂଖ୍ୟା ମାତ୍ର ତିନି ହଜାର ପାଞ୍ଚ ଶହ ସାର୍‌, କିନ୍ତୁ ସେଠାରେ ଆମେ ଗୋଟିଏ ଲଘୁ ଭାରତ ଦେଖିଲୁ ଏବଂ ସେଠାରେ ୪୫ ଜଣ ଭାରତୀୟ ଥିଲେ । ସେମାନେ ଆମକୁ ନିଜର ମନେ କରିଥିଲେ ଏବଂ ଆମକୁ ଘର ପରି ଅନୁଭବ କରାଇଥିଲେ ସାର୍‌ ।

ପ୍ରଧାନମନ୍ତ୍ରୀ    :                             ଆଚ୍ଛା ଦେଶର ସେହି ଝିଅମାନଙ୍କ ପାଇଁ ଆପଣ ଦୁହେଁ କି ବାର୍ତ୍ତା ଦେବାକୁ ଚାହିଁବେ, ଯେଉଁମାନେ ଆପଣଙ୍କ ପରି କିଛି ଭିନ୍ନ କରିବାକୁ ଚାହୁଁଛନ୍ତି ?

ଲେଫ୍ଟନାଣ୍ଟ କମାଣ୍ଡର ରୁପା  :             ସାର୍‌, ମୁଁ ଲେଫ୍‌ଟନାଣ୍ଟ କମାଣ୍ଡର ରୁପା କହୁଛି । ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଯଦି କେହି ମନଦେଇ କଠିନ ପରିଶ୍ରମ କରେ, ତେବେ ଏ ପୃଥିବୀରେ କିଛି ବି ଅସମ୍ଭବ ନୁହେଁ । ଆପଣ କେଉଁଠୁ ଆସିଛନ୍ତି, କେଉଁଠି ଜନ୍ମ ହୋଇଛନ୍ତି, ସେସବୁ କିଛି ଗୁରୁତ୍ୱ ରଖେନି । ସାର୍‌, ଆମ ଦୁହିଁଙ୍କର ଏଇ ଇଚ୍ଛା ଯେ ଭାରତର ଯୁବକଯୁବତୀ ଓ ମହିଳାମାନେ ବଡ଼ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଭବିଷ୍ୟତରେ ସବୁ ଝିଅ ଏବଂ ମହିଳାମାନେ ପ୍ରତିରକ୍ଷାରେ, କ୍ରୀଡ଼ାରେ, ଦୁଃସାହସିକ ଅଭିଯାନରେ ଯୋଗଦେଇ ଦେଶର ନାଁ ଉଜ୍ଜ୍ୱଳ କରନ୍ତୁ ।

ପ୍ରଧାନମନ୍ତ୍ରୀ    :                             ଦିଲ୍‌ନା ଏବଂ ରୁପା, ଆପଣଙ୍କ କଥା ଶୁଣି ମୁଁ ମଧ୍ୟ ବହୁତ ଆନନ୍ଦ ଅନୁଭବ କରୁଛି ଯେ ଆପଣମାନେ କେତେ ବଡ଼ ସାହସ ଦେଖାଇଛନ୍ତି । ଆପଣ ଦୁହିଁଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ । ନିଶ୍ଚିତ ଭାବେ ଆପଣଙ୍କ କଠିନ ପରିଶ୍ରମ, ଆପଣଙ୍କ ସଫଳତା, ଆପଣଙ୍କ ଉପଲବ୍ଧି ଦେଶର ଯୁବକଯୁବତୀଙ୍କୁ ବହୁତ ପ୍ରେରଣା ଯୋଗାଇବ । ଏହିପରି ତ୍ରିରଙ୍ଗାର ସମ୍ମାନ ରଖୁଥାନ୍ତୁ, ଭବିଷ୍ୟତ ପ୍ରୟାସ ପାଇଁ ଆପଣଙ୍କୁ ମୋର ଅନେକ ଶୁଭେଚ୍ଛା ।

ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍‌ନା  :          ଧନ୍ୟବାଦ ସାର୍‌ ।

ପ୍ରଧାନମନ୍ତ୍ରୀ   :                              ବହୁତ ବହୁତ ଧନ୍ୟବାଦ । ୱଣକ୍କମ୍‌ । ନମସ୍କାରମ୍‌ ।

ଲେଫ୍ଟନାଣ୍ଟ କମାଣ୍ଡର ରୁପା  :             ନମସ୍କାର ସାର୍‌ ।

ବନ୍ଧୁଗଣ, ଆମର ପର୍ବପର୍ବାଣୀ ଭାରତର ସଂସ୍କୃତିକୁ ଜୀବନ୍ତ ରଖିଥାଏ । ଛଠ୍‌ ପୂଜା ଏପରି ଏକ ପବିତ୍ର ପର୍ବ, ଯାହା ଦୀପାବଳି ପରେ ଆସିଥାଏ । ସୂର୍ଯ୍ୟଦେବଙ୍କୁ ସମର୍ପିତ ଏହି ମହାପର୍ବ ବହୁତ ସ୍ୱତନ୍ତ୍ର । ଏଥିରେ ଆମେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ମଧ୍ୟ ଅର୍ଘ୍ୟ ଅର୍ପଣ କରିଥାଉ, ତାଙ୍କର ଆରାଧନା କରୁ । ଛଠ୍‌ ପୂଜା କେବଳ ଦେଶର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଏ ନାହିଁ, ବରଂ ସମଗ୍ର ବିଶ୍ୱରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ଆଜି ଏହା ଏକ ବୈଶ୍ବିକ ପର୍ବ ଭାବେ ପାଳିତ ହେଉଛି ।

ବନ୍ଧୁଗଣ, ଆପଣମାନଙ୍କୁ ଏକଥା ଜଣାଇ ବହୁତ ଖୁସି ଲାଗୁଛି ଯେ ଭାରତ ସରକାର ମଧ୍ୟ ଛଠ୍‌ ପୂଜାକୁ ନେଇ ଏକ ବଡ଼ ପ୍ରୟାସ ଚଳାଇଛନ୍ତି । ଭାରତ ସରକାର ଛଠ୍‌ ମହାପର୍ବକୁ ୟୁନେସ୍କୋର ଇନ୍‌ଟାଜିବୁଲ୍‌ କଲ୍‌ଚରାଲ୍‌ ହେରିଟେଜ୍‌ ଲିଷ୍ଟ୍‌ ଅର୍ଥାତ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଛଠ୍‌ ପୂଜା ଯେତେବେଳେ ୟୁନେସ୍କୋ ତାଲିକାରେ ଅନ୍ତର୍ଭୁକ୍ତ ହେବ, ସେତେବେଳେ ବିଶ୍ୱର କୋଣ ଅନୁକୋଣର ଲୋକେ ଏହାର ଭବ୍ୟତା ଓ ଦିବ୍ୟତା ଅନୁଭବ କରିପାରିବେ ।

ବନ୍ଧୁଗଣ, କିଛିଦିନ ତଳେ ଭାରତ ସରକାରଙ୍କ ଏପରି ପ୍ରଚେଷ୍ଟା ଯୋଗୁଁ କୋଲକାତାର ଦୁର୍ଗାପୂଜା ମଧ୍ୟ ୟୁନେସ୍କୋର ଏହି ତାଲିକାର ଅଂଶ ହୋଇଛି । ଯଦି ଆମେ ଆମର ସାଂସ୍କୃତିକ ଆୟୋଜନଗୁଡ଼ିକୁ ଏପରି ବୈଶ୍ୱିକ ପରିଚୟ ଦେଇପାରିବା, ତେବେ ବିଶ୍ୱବାସୀ ସେଗୁଡ଼ିକ ବିଷୟରେ ଜାଣିବେ, ବୁଝିବେ ଏବଂ ସେଥିରେ ଅଂଶଗ୍ରହଣ କରିବା ପାଇଁ ଆଗେଇ ଆସିବେ ।

ବନ୍ଧୁଗଣ, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ । ଗାନ୍ଧିଜୀ ସବୁବେଳେ ସ୍ୱଦେଶୀକୁ ଗ୍ରହଣ କରିବା ଉପରେ ଜୋର୍‌ ଦେଇଥିଲେ ଏବଂ ଏଥିରେ ଖଦି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ଖଦିର ରଙ୍ଗ କିଛି ଫିକା ପଡ଼ିଯାଇଥିଲା, କିନ୍ତୁ ଗତ ୧୧ ବର୍ଷ ମଧ୍ୟରେ ଖଦି ପ୍ରତି ଦେଶବାସୀଙ୍କର ଆକର୍ଷଣ ବହୁତ ବଢ଼ିଛି । ଗତ କିଛି ବର୍ଷ ଭିତରେ ଖଦିର ବିକ୍ରି ବହୁତ ବୃଦ୍ଧି ପାଇଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅକ୍ଟୋବର ୨ରେ କୌଣସି ନା କୌଣସି ଖଦି ଉତ୍ପାଦ ଆପଣ ନିଶ୍ଚିତ ଭାବେ କିଣନ୍ତୁ । ଗର୍ବର ସହ କୁହନ୍ତୁ ଯେ ଏହା ସ୍ୱଦେଶୀ । ଏହାକୁ ସୋସିଆଲ୍‌ ମିଡିଆରେ ହ୍ୟାସ୍‌ଟ୍ୟାଗ୍‌ ଭୋକାଲ୍‌ ଫର୍‌ ଲୋକାଲ୍‌ ସହିତ ଶେୟାର୍‌ ମଧ୍ୟ କରନ୍ତୁ ।

ବନ୍ଧୁଗଣ, ଖଦି ପରି ଆମର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ଆମ ଦେଶରେ ଏପରି ଅନେକ ଉଦାହରଣ ସାମ୍ନାକୁ ଆସୁଛି ଯାହା ଦର୍ଶାଉଛି ଯେ ଯଦି ପରମ୍ପରା ଓ ନବସୃଜନକୁ ଏକାଠି ଯୋଡ଼ାଯାଏ ତେବେ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିପାରେ । ଯେପରିକି ତାମିଲନାଡୁର ୟାଜ୍‌ ନେଚୁରାଲ୍‌ସ । ସେଠାରେ ଅଶୋକ ଜଗଦୀଶନ ଜୀ ଏବଂ ପ୍ରେମ ସେଲ୍‌ୱାରାଜ୍‌ ଜୀ କର୍ପୋରେଟ୍‌ ଚାକିରି ଛାଡ଼ି ଏକ ନୂଆ ପଦକ୍ଷେପ ନେଇଥିଲେ । ସେମାନେ ଘାସ ଓ କଦଳୀଗଛର ତନ୍ତୁରୁ ଯୋଗ ମ୍ୟାଟ୍ ତିଆରି କରିଥିଲେ, ହର୍ବାଲ୍‌ ରଙ୍ଗରେ କପଡ଼ାକୁ ରଙ୍ଗ କରିଥିଲେ ଏବଂ ୨୦୦ ପରିବାରକୁ ତାଲିମ ଦେଇ ସେମାନଙ୍କୁ ରୋଜଗାର ଦେଇଥିଲେ ।

ଝାଡ଼ଖଣ୍ଡର ଆଶିଷ ସତ୍ୟବ୍ରତ ସାହୁ ଜୀ ଜୋହାର୍‌ଗ୍ରାମ ବ୍ରାଣ୍ଡ୍‌ ମାଧ୍ୟମରେ ଆଦିବାସୀ ହସ୍ତତନ୍ତ ଏବଂ ପରିଧାନକୁ Global Ramp ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ତାଙ୍କ ପ୍ରୟାସ ଦ୍ୱାରା ଆଜି ଝାଡ଼ଖଣ୍ଡର ସାଂସ୍କୃତିକ ଐତିହ୍ୟକୁ ଅନ୍ୟ ଦେଶର ଲୋକେ ମଧ୍ୟ ଜାଣିବାକୁ ଆରମ୍ଭ କରିଛନ୍ତି ।

ବିହାରର ମଧୁବନୀ ଜିଲ୍ଲାର ସୁଇଟି କୁମାରୀ ଜୀ, ସେ ମଧ୍ୟ ସଙ୍କଳ୍ପ କ୍ରିଏସନ ଆରମ୍ଭ କରିଛନ୍ତି । ମିଥିଳା Paintingକୁ ସେ ମହିଳାମାନଙ୍କ ଜୀବିକାର ମାଧ୍ୟମ କରିଦେଇଛନ୍ତି । ଆଜି ୫୦୦ରୁ ଅଧିକ ଗ୍ରାମୀଣ ମହିଳା ତାଙ୍କ ସହ ଯୋଡ଼ି ହୋଇଛନ୍ତି ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସଫଳତାର ଏସବୁ ଗାଥା ଆମକୁ ଶିଖାଉଛି ଯେ ଆମ ପରମ୍ପରାରେ ଆୟର କେତେ ମାଧ୍ୟମ ଲୁଚି ରହିଛି । ଯଦି ଦୃଢ଼ ଇଚ୍ଛଶକ୍ତି ଅଛି ତେବେ ସଫଳତା ଆମଠାରୁ ଦୂରେଇ ଯାଇପାରେ ନାହିଁ ।                                                          

ମୋର ପ୍ରିୟ ଦେଶବାସୀଗଣ, ଆଗାମୀ କିଛିଦିନ ମଧ୍ୟରେ ଆମେ ବିଜୟାଦଶମୀ ପାଳନ କରିବା । ଏଥରର ବିଜୟାଦଶମୀ ମଧ୍ୟ ଅନ୍ୟ ଏକ କାରଣ ଯୋଗୁଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ଥାପନାର ୧୦୦ ବର୍ଷ ପୂର୍ଣ୍ଣ ହେଉଛି । ଗୋଟିଏ ଶତାବ୍ଦୀର ଏ ଯାତ୍ରା ଯେତିକି ଅଦ୍ଭୁତ, ସେତିକି ଅଭୂତପୂର୍ବ ଏବଂ ସେତିକି ପ୍ରେରଣାଦାୟୀ ମଧ୍ୟ । ଆଜିଠାରୁ ୧୦୦ ବର୍ଷ ପୂର୍ବେ ଯେବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ହୋଇଥିଲା, ସେତେବେଳେ ଦେଶ ଶହ ଶହ ବର୍ଷ ଧରି ପରାଧୀନତାର ବନ୍ଧନରେ ବାନ୍ଧିହୋଇ ରହିଥିଲା । ଶହ ଶହ ବର୍ଷର ଏହି ଗୋଲାମୀ ଆମର ସ୍ୱାଭିମାନ ଏବଂ ଆତ୍ମବିଶ୍ୱାସକୁ ଗଭୀର ଆଘାତ ଦେଇଥିଲା । ବିଶ୍ୱର ସବୁଠାରୁ ପ୍ରାଚୀନ ସଭ୍ୟତା ସମ୍ମୁଖରେ ପରିଚୟର ସଙ୍କଟ ଠିଆ କରାଯାଇଥିଲା । ଦେଶବାସୀ ହୀନମନ୍ୟତାର ଶୀକାର ହେଉଥିଲେ । ସେଥିପାଇଁ ଦେଶର ସ୍ୱାଧୀନତା ସଙ୍ଗେ ସଙ୍ଗେ ବୈଚାରିକ ଗୋଲାମୀରୁ ସ୍ୱାଧୀନତା ପାଇବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହି ସମୟରେ ପରମପୂଜ୍ୟ ଡକ୍ଟର ହେଡଗେୱାର ଜୀ ଏହି ବିଷୟରେ ଗଭୀର ଚିନ୍ତା କରିଥିଲେ ଏବଂ ଏହି ଭଗୀରଥ ପ୍ରୟାସ ପାଇଁ ସେ ୧୯୨୫ ମସିହା ପବିତ୍ର ବିଜୟାଦଶମୀ ଅବସରରେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ର ସ୍ଥାପନା କଲେ । ଡକ୍ଟର ସାହେବ ବିଦାୟ ନେବାପରେ ପରମପୂଜ୍ୟ ଗୁରୁଜୀ ରାଷ୍ଟ୍ରସେବାର ଏହି ମହାଯଜ୍ଞକୁ ଆଗକୁ ବଢ଼ାଇଥିଲେ । ପରମପୂଜ୍ୟ ଗୁରଜୀ କହୁଥିଲେ - “ରାଷ୍ଟ୍ରାୟ ସ୍ୱାହା, ଇଦଂ ରାଷ୍ଟ୍ରାୟ ଇଦଂ ନ ମମ” ଅର୍ଥାତ୍, ଏହା ମୋର ନୁହେଁ, ଏହା ରାଷ୍ଟ୍ରର । ଏଥିରେ ସ୍ୱାର୍ଥର ଉପରକୁ ଉଠି ରାଷ୍ଟ୍ର ପାଇଁ ସମର୍ପଣ ଭାବ ରଖିବାର ପ୍ରେରଣା ନିହିତ ଅଛି । ଗୁରୁଜୀ ଗୋଲୱରକର ଜୀଙ୍କ ଏହି ବାକ୍ୟ ଲକ୍ଷ ଲକ୍ଷ ସ୍ୱୟଂସେବକଙ୍କୁ ତ୍ୟାଗ ଏବଂ ସେବାର ପଥ ଦେଖାଇଥିଲା । ତ୍ୟାଗ ଓ ସେବାର ଭାବନା ଏବଂ ଅନୁଶାସନର ଶିକ୍ଷା, ଏହାହିଁ ସଂଘର ପ୍ରକୃତ ଶକ୍ତି ଅଟେ । ଆଜି ଆରଏସ୍ଏସ୍ ଶହେ ବର୍ଷ ଧରି ଅବିଶ୍ରାନ୍ତ ଭାବରେ ବିନା ବାଧାରେ ରାଷ୍ଟ୍ରସେବାର କର୍ତ୍ତବ୍ୟରେ ଲାଗିରହିଛି । ଏଥିପାଇଁ ଆମେ ଦେଖୁଛୁ, ଦେଶର ଯେକୌଣସି ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆରଏସ୍ଏସର ସ୍ୱୟଂସେବକମାନେ ସର୍ବପ୍ରଥମେ ସେଠାରେ ପହଞ୍ଚିଯାଉଛନ୍ତି । ଲକ୍ଷ ଲକ୍ଷ ସ୍ୱୟଂସେବକମାନଙ୍କର ଜୀବନର ପ୍ରତ୍ୟେକ କର୍ମ, ପ୍ରତ୍ୟେକ ପ୍ରଚେଷ୍ଟାରେ “ଦେଶ ପ୍ରଥମ”ର ଭାବନା ସର୍ବଦା ସର୍ବୋପରି ଦେଖାଯାଏ । ମୁଁ ରାଷ୍ଟ୍ରସେବାର ମହାଯଜ୍ଞରେ ନିଜକୁ ସମର୍ପିତ କରିଥିବା ପ୍ରତ୍ୟେକ ସ୍ୱୟଂସେବକଙ୍କୁ ନିଜର ଶୁଭକାମନା ଅର୍ପଣ କରୁଛି।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ମହର୍ଷି ବାଲ୍ମିକୀ ଜୟନ୍ତୀ ପଡ଼ୁଛି । ଆମେ ସମସ୍ତେ ଜାଣୁ, ମହର୍ଷି ବାଲ୍ମିକୀ ଭାରତୀୟ ସଂସ୍କୃତିର କେତେ ବଡ଼ ଆଧାର ସ୍ତମ୍ଭ । ସେ ମହର୍ଷି ବାଲ୍ମିକୀ ହିଁ ଥିଲେ, ଯେ ଆମମାନଙ୍କୁ ଭଗବାନ ରାମଙ୍କର ଅବତାର କଥା ବିଷୟରେ ଏତେ ବିସ୍ତୃତ ଭାବରେ ପରିଚିତ କରାଇଥିଲେ । ସେ ମାନବ ଜୀବନକୁ ରାମାୟଣ ଭଳି ଅଦ୍ଭୁତ ଗ୍ରନ୍ଥ ପ୍ରଦାନ କରିଥିଲେ ।

ବନ୍ଧୁଗଣ, ରାମାୟଣରେ ନିହିତ ଭଗବାନ ରାମଙ୍କ ଆଦର୍ଶ ଏବଂ ମୂଲ୍ୟ ଯୋଗୁଁ ଆମ ଉପରେ ରାମାୟଣର ଏଭଳି ପ୍ରଭାବ ରହିଛି । ଭଗବାନ ରାମ ସେବା, ସମରସତ୍ତା ଏବଂ କରୁଣାର ସହିତ ସମସ୍ତଙ୍କୁ ହୃଦୟରେ ଲଗାଇଥିଲେ । ସେଥିପାଇଁ ଆମେ ଦେଖୁ, ମହର୍ଷି ବାଲ୍ମିକୀଙ୍କ ରାମାୟଣର ରାମ, ମାତା ଶବରୀ ଏବଂ ନିଷାଦରାଜଙ୍କ ସହିତ ସାକ୍ଷାତରେ ପୂର୍ଣ୍ଣତା ପାଆନ୍ତି । ବନ୍ଧୁଗଣ, ଏଥିପାଇଁ ଅଯୋଧ୍ୟାରେ ଯେବେ ରାମମନ୍ଦିର ନିର୍ମାଣ ହେଲା ସେତେବେଳେ ସାଥିରେ ନିଷାଦରାଜ ଏବଂ ମହର୍ଷି ବାଲ୍ମିକୀଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଗଲା । ମୋର ଆପଣମାନଙ୍କୁ ଅନୁରୋଧ, ଆପଣ ଯେତେବେଳେ ଅଯୋଧ୍ୟାର ରାମଲଲାଙ୍କର ଦର୍ଶନ କରିବାକୁ ଯାଉଛନ୍ତି, ସେତେବେଳେ ମହର୍ଷି ବାଲ୍ମିକୀ ଏବଂ ନିଷାଦରାଜଙ୍କ ମନ୍ଦିର ନିଶ୍ଚିତ ଭାବରେ ଦର୍ଶନ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, କଳା, ସାହିତ୍ୟ ଏବଂ ସଂସ୍କୃତିର ସବୁଠାରୁ ମୁଖ୍ୟ କଥାଟି ହେଲା ଯେ ଏହା କୌଣସି ସୀମାରେଖା ବା ବନ୍ଧନରେ ଜଡ଼ିତ ନୁହେଁ । ଏଗୁଡ଼ିକର ସୁଗନ୍ଧ ସମସ୍ତ ସୀମାରେଖା ଅତିକ୍ରମ କରି ଲୋକମାନଙ୍କର ହୃଦୟକୁ ଛୁଇଁଯାଏ । ଏହି ନିକଟ ଅତୀତରେ ପ୍ୟାରିସର ଗୋଟିଏ ସାଂସ୍କୃତିକ ଅନୁଷ୍ଠାନ “ସୌନ୍ତଖ ମଣ୍ଡପା” ତା’ର ୫୦ ବର୍ଷ ପୂରଣ କଲା । ଏହି କେନ୍ଦ୍ରଟି ଭାରତୀୟ ନୃତ୍ୟକୁ ଲୋକପ୍ରିୟ କରିବାରେ ନିଜର ବ୍ୟାପକ ଯୋଗଦାନ ଦେଇଥିଲା । ଏହାର ପ୍ରତିଷ୍ଠା ମିଲେନା ସାଲୱିନୀଙ୍କ ଦ୍ୱାରା ହୋଇଥିଲା । ତାଙ୍କୁ କିଛିବର୍ଷ ପୂର୍ବେ ପଦ୍ମଶ୍ରୀ ଦ୍ୱାରା ସମ୍ମାନିତ କରାଯାଇଥିଲା । ମୁଁ “ସୌନ୍ତଖ ମଣ୍ଡପା” ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ ବହୁତ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତର ପ୍ରୟାସ ପାଇଁ ସେମାନଙ୍କୁ ଶୁଭକାମନା ଦେଉଛି ।

ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ ଦୁଇଟି ଛୋଟ audio clip ଶୁଣାଉଛି, ଏଥିପ୍ରତି ଧ୍ୟାନ ଦିଅନ୍ତୁ –

#Audio Clip 1

ଏବେ ଦ୍ୱିତୀୟ ମକ୍ଷସକ୍ଟ୍ର ମଧ୍ୟ ଶୁଣନ୍ତୁ –

#Audio Clip 2

ବନ୍ଧୁଗଣ, ଏହି ସ୍ୱର ସେହି କଥାର ସାକ୍ଷୀ ଯେ ଭୂପେନ ହଜାରିକାଙ୍କ ଗୀତ ସହିତ କେମିତି ସାରା ଦୁନିଆର ଭିନ୍ନ ଭିନ୍ନ ଦେଶ ନିଜ ନିଜ ଭିତରେ ଯୋଡ଼ିହୁଅନ୍ତି । ଶ୍ରୀଲଙ୍କାରେ ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା ହେଲା । ଏଥିରେ ଭୂପେନ୍ ଦା’ଙ୍କ ପ୍ରତିଷ୍ଠିତ ଗୀତ ‘ମନୁହେ-ମନୁହାର ବାବେ’କୁ ଶ୍ରୀଲଙ୍କାର କଳାକାରମାନେ ସିଂହଳୀ ଓ ତାମିଲ ଭାଷାରେ ଅନୁବାଦ କଲେ । ମୁଁ ଆପଣମାନଙ୍କୁ ସେହି ଅଡିଓଟି ଶୁଣାଇଲି । କିଛିଦିନ ପୂର୍ବେ ଆସାମରେ ମୋତେ ତାଙ୍କର ଜନ୍ମଶତାବ୍ଦୀ ସମାରୋହରେ ସମ୍ମିଳିତ ହେବାର ସୌଭାଗ୍ୟ ମିଳିଥିଲା । ଏହା ବାସ୍ତବରେ ଏକ ବହୁତ ସ୍ମରଣୀୟ କାର୍ଯ୍ୟକ୍ରମ ଥିଲା ।

ବନ୍ଧୁଗଣ, ଏକପକ୍ଷରେ ଆସାମ ଆଜି ଭୂପେନ୍ ହଜାରିକାଙ୍କର ଜନ୍ମଶତାବ୍ଦୀ ପାଳନ କରୁଥିବାବେଳେ ତା’ର କିଛିଦିନ ପୂର୍ବରୁ ଗୋଟିଏ ଦୁଃଖଦ ସମୟ ମଧ୍ୟ ଆସିଲା । ଜୁବିନ୍ ଗର୍ଗଙ୍କ ଅସାମୟିକ ମୃତ୍ୟୁ ଦ୍ୱାରା ଲୋକମାନେ ଶୋକ ପାଳନ କରୁଛନ୍ତି ।

ଜୁବିନ୍ ଗର୍ଗ ଏକ ପ୍ରସିଦ୍ଧ ଗାୟକ ଥିଲେ, ଯିଏକି ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆସାମର ସଂସ୍କୃତି ସହିତ ତାଙ୍କର ବହୁତ ନିବିଡ଼ ସମ୍ପର୍କ ଥିଲା । ଜୁବିନ୍ ଗର୍ଗ ଆମ ସ୍ମୃତିରେ ସଦାସର୍ବଦା ଜୀବିତ ରହିବେ ଏବଂ ତାଙ୍କର ସଙ୍ଗୀତ ଆଗାମୀ ପିଢ଼ୀକୁ ମନ୍ତ୍ରମୁଗ୍ଧ କରିଚାଲିଥିବ ।

ଜୁବିନ୍ ଗର୍ଗ, ଆସିଲ

ଅହୋମାର୍ ହମୋସକୃତିର, ଉଜ୍ଜ୍ୱାଳ ରତ୍ନୋ ....

ଜନୋତାର ହୃଦୟାତ, ତେୟୋ ହଦାୟ ଜିୟାୟ, ଥାକିବୋ ।

ଅନୁବାଦ :

ଜୁବିନ୍ ଆସାମ ସଂସ୍କୃତିର ଏକ ଉଜ୍ଜ୍ୱଳ ରତ୍ନ ଥିଲେ । ଯଦିଓ ତାଙ୍କର ଶରୀର ବିଦାୟ ନେଇଛି, ସେ ସର୍ବଦା ଆମ ହୃଦୟରେ ବଞ୍ଚି ରହିଥିବେ ।

ବନ୍ଧୁଗଣ, କିଛିଦିନ ପୂର୍ବେ ଆମ ଦେଶ ଜଣେ ମହାନ ବିଚାରକ ଏବଂ ଚିନ୍ତାନାୟକ ଏସ୍.ଏଲ୍. ଭୈରପ୍ପା ଜୀଙ୍କୁ ହରାଇଛି । ମୋର ଭୈରପ୍ପା ଜୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଥିଲା ଏବଂ ଆମ ଭିତରେ ଅନେକ ସମୟରେ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ତାଙ୍କର ରଚନା ଯୁବବର୍ଗଙ୍କ ବିଚାରକୁ ଦିଗଦର୍ଶନ ଦେଉଥିବ । କନ୍ନଡ଼ ଭାଷାରେ ଲିଖିତ ତାଙ୍କର ଅନେକଗୁଡ଼ିଏ ରଚନାର ଅନୁବାଦ ମଧ୍ୟ ଉପଲବ୍ଧ ଅଛି । ନିଜର ମୂଳଦୁଆ ଏବଂ ସଂସ୍କୃତି ଉପରେ ଗର୍ବ କରିବା ଆମ ପାଇଁ କେତେ ଜରୁରୀ ସେ ତାହା କହିଯାଇଛନ୍ତି । ମୁଁ ଏସ୍.ଏଲ୍. ଭୈରପ୍ପା ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଯୁବପିଢ଼ୀକୁ ତାଙ୍କର ଲେଖାଗୁଡ଼ିକ ପଢ଼ିବା ପାଇଁ ଅନୁରୋଧ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନରେ ଗୋଟିଏ ପରେ ଗୋଟିଏ ପର୍ବ ଏବଂ ଆନନ୍ଦର ଦିନ ଆସୁଛି । ପ୍ରତ୍ୟେକ ପର୍ବରେ ଆମେମାନେ ଖୁବ୍ କିଣାକିଣି କରନ୍ତି । ଆଉ ଏ ବର୍ଷ ତ ‘ଜିଏସଟି ସଞ୍ଚୟ ଉତ୍ସବ’ ଚାଲିଛି ।

ବନ୍ଧୁଗଣ, ଗୋଟିଏ ସଂକଳ୍ପ ନେଇ ଆପଣ ନିଜର ଉତ୍ସବଗୁଡ଼ିକୁ ଆହୁରି ବିଶେଷ କରିପାରିବେ । ଯଦି ଆମେମାନେ ଧରିନେବା ଯେ ଏଥରର ଉତ୍ସବ ଆମେ ଖାଲି ସ୍ୱଦେଶୀ ଜିନିଷଗୁଡ଼ିକ ନେଇ ପାଳନ କରିବା, ତାହେଲେ ଦେଖିବେ ଆମ ଉତ୍ସବର ଆନନ୍ଦ ଅନେକ ଗୁଣ ବଢ଼ିଯିବ । ‘ଭୋକାଲ ଫର୍ ଲୋକାଲ୍’କୁ କିଣାକିଣିର ମନ୍ତ୍ର ବୋଲି ଧରିନିଅନ୍ତୁ । ସଂକଳ୍ପ କରିନିଅନ୍ତୁ ସର୍ବଦା ପାଇଁ ଯାହା ଦେଶରେ ତିଆରି ହୋଇଛି ଆମେ ତାହାହିଁ କିଣିବା । ଯାହାକୁ ଦେଶର ଲୋକମାନେ ତିଆରି କରିଛନ୍ତି ତାହାହିଁ ଘରକୁ ନେଇଯିବା । ଯେଉଁଥିରେ କୌଣସି ଦେଶବାସୀଙ୍କ ଶ୍ରମ ରହିଛି, ସେହି ଦ୍ରବ୍ୟକୁ ବ୍ୟବହାର କରିବା । ଯେତେବେଳେ ଆମେ ଏହିଭଳି କରିବା ସେତେବେଳେ ଆମେ ଖାଲି ଜିନିଷ କିଣୁନେ, କୌଣସି ପରିବାରର ଆଶାକୁ ଘରକୁ ଆଣନ୍ତି, କୌଣସି କାରିଗରର ପରିଶ୍ରମକୁ ସମ୍ମାନ ଦିଅନ୍ତି ଏବଂ କୌଣସି ଯୁବ ଉଦ୍ୟମୀର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରନ୍ତି ।

ବନ୍ଧୁଗଣ, ଉତ୍ସବ ସମୟରେ ଆମେ ସମସ୍ତେ ନିଜ ଘର ସଫା କରିବାରେ ଲାଗିଥାଉ, କିନ୍ତୁ ସ୍ୱଚ୍ଛତା ଖାଲି ଘରର ଚାରିକାନ୍ଥ ଭିତରେ ସୀମିତ ନ ରହୁ । ଗଳି, ବସ୍ତି, ବଜାର, ଗାଁ ସବୁ ଜାଗାକୁ ସଫା ରଖିବା ଆମମାନଙ୍କର ଦାୟିତ୍ୱ ହେବା ଉଚିତ ।

ବନ୍ଧୁଗଣ, ଆମ ଦେଶରେ ଏହି ସମୟ ଉତ୍ସବର ସମୟ ହୋଇଥାଏ ଏବଂ ଦୀପାବଳୀ ଏକ ପ୍ରକାର ମହାଉତ୍ସବ ଭାବରେ ପାଳିତ ହୁଏ । ମୁଁ ଆପଣ ସମସ୍ତଙ୍କୁ ଆଗାମୀ ଦୀପାବଳୀର ବହୁତ ବହୁତ ଶୁଭକାମନା ଜଣାଉଛି କିନ୍ତୁ ତା’ସଙ୍ଗେ ସଙ୍ଗେ ମୁଁ ପୁଣିଥରେ କହିବାକୁ ଚାହେଁ ଯେ ଆମେ ଆତ୍ମନିର୍ଭରଶୀଳ ହେବା, ଦେଶକୁ ଆତ୍ମନିର୍ଭରଶୀଳ କରି ହିଁ ବିଶ୍ରାମ ନେବା ଏବଂ ଏଥିପାଇଁ ଏହାର ବାଟ ହେଲା ସ୍ୱଦେଶୀକୁ ଆପଣାଇବା ।

ବନ୍ଧୁଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । ଆସନ୍ତା ମାସରେ ନୂଆ କଥା ଏବଂ ପ୍ରେରଣା ସହିତ ପୁଣି ଦେଖାହେବା । ଆପଣ ସମସ୍ତଙ୍କୁ ଶୁଭକାମନା । ବହୁତ ବହୁତ ଧନ୍ୟବାଦ।

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pharma exports rose 2% to over $31 billion in FY26 despite sharp decline in March

Media Coverage

Pharma exports rose 2% to over $31 billion in FY26 despite sharp decline in March
NM on the go

Nm on the go

Always be the first to hear from the PM. Get the App Now!
...
Joint Strategic Vision for India-ROK Special Strategic Partnership
April 20, 2026

At the invitation of Prime Minister Shri Narendra Modi, President of the Republic of Korea (ROK) H.E. Lee Jae Myung paid a State Visit to India from 19 – 21 April, 2026, marking the earliest visit to India by a Korean President after assuming office. President Lee Jae Myung was accompanied by a high level delegation including Ministers, Senior Officials and leading CEOs of Korean Companies.

2. The two leaders held a friendly, fruitful and forward-looking bilateral meeting on 20th April 2026 in New Delhi. They underscored their respective Governments’ commitment to work together in concrete ways in multiple domains to bring lasting prosperity, peace and progress to their peoples and to foster meaningful cooperation among them in a turbulent and fast-changing world. They announced the following Joint Strategic Vision for implementingand adding further content to the India-ROK Special Strategic Partnership in the next five years (2026-2030).

3. India and the ROK, two vibrant and resilient democracies of Asia and leading world economies, are connected by deep historical ties and mutual goodwill between their peoples. The two nations share democratic and civilizational values and have similar interests in regional and global issues. India views the ROK as an indispensable partner in its "Act East” Policy. Similarly, the ROK views India as a central pillar of the ROK’s pragmatic diplomacy and inheriting and evolving the achievements of the New Southern Policy. India and the ROK also acknowledge the significant role of their partnership in fostering peace, stability, and security in the Indo-Pacific region.

Reinforcing political foundations through high-level exchanges

4. Recalling the positive spirit of their two previous meetings on the sidelines of the G7 Summit in Kananaskis in June 2025 and the G20 Summit in Johannesburg in November 2025, the two leaders agreed to have leader-level meetings annually, in either country or on the margins of international events, to realize the full potential of the India-ROK Special Strategic Partnership and to provide continuous guidance to the engagement, going forward.

5. Expressing satisfaction at the frequency of high level exchanges, which have imparted renewed momentum to the bilateral engagement, the two leaders agreed to further intensify bilateral political exchanges and ministerial dialogues. Towards this end, the leaders decided that the meetings of the India-ROK Joint Commission led by the Foreign Ministers, Finance Ministers’ Meeting, and Joint Committee of the S&T Ministers will be held this year. Further, it was agreed that the Defence Minister of India will visit the ROK in May, 2026 for the joint inauguration of the War Memorial being built to commemorate India’s participation in the Korean War. They also agreed that an India-ROK Industrial Cooperation Committee, a new dialogue mechanism of the Ministers responsible for Industries in the two countries, will be launched and will hold its first meeting this year.

6. Taking note of the visit of the ROK Deputy Speaker to India in January 2026, the two leaders supported regular exchanges of Speakers and Members of the Parliament of India and the National Assembly of the ROK. They expressed satisfaction over the establishment of India-ROK Parliamentary Friendship Groups in both countries.

7. To bring the next generation of thought leaders of India and the ROK closer, the two leaders welcomed the launch of respective programmes and initiatives by the two Foreign Ministries, starting this year, that will enable young legislators, diplomats, eminent personalities, media and officials to exchange visits, deepen mutual understanding and collaborate on common challenges and opportunities.

8. The two leaders encouraged greater exchanges between states and provinces of their nations to promote balanced regional growth, dynamism and resurgence. The two leaders also noted the sister-city and friendship-city relationships, including Busan-Mumbai, Incheon-Kolkata, and Ulsan-Chennai.

Build Deeper Understanding through Greater Strategic Trust

9. The two leaders acknowledged the similarity of their nations’ visions of a free, open, peaceful and prosperous Indo-Pacific region based on the rule of law. In this context, Prime Minister Modi welcomed the ROK joining the Indo-Pacific Oceans initiative (IPOI).

10. They underlined the importance of regular consultations on emerging strategic and security-related developments among senior officials. Following the India-ROK Foreign Policy and Security Dialogue between the two Foreign Ministries in February 2026, the two sides will aim to hold the Joint Committee Meeting on Defence Industry Cooperation and the inaugural Defence and Foreign Affairs 2+2 Dialogue at Vice Minister levels at a mutually convenient time.

11. The two leaders welcomed the launch of an India-ROK Economic Security Dialogue that aims at enhancing resilience in supply chains, promoting market diversification and advancing cooperation in cutting-edge technologies on the basis of mutual strategic trust.

12. The two leaders unequivocally and strongly condemned terrorism and violent extremism in all its forms and manifestations, including cross-border terrorism. They agreed to enhance cooperation to root out terrorists’ safe havens, eliminate terrorist financing channels and their nexus with transnational crime, and halt cross-border movement of terrorists. Both sides strongly condemned the terrorist attack in Pahalgam, Jammu and Kashmir on 22 April 2025 and called for perpetrators, organisers, and financiers to be brought to justice without any further delay. Prime Minister Modi also explained to President Lee that The Resistance Front had claimed responsibility for the attack. President Lee noted this with serious concern.

Creating Mutual Wins through Industrial Dynamism

13.The two leaders welcomed the conclusion of the MOU on India-ROK Industrial Cooperation Committee to bolster bilateral economic ties, expand trade and investment, and unlock new opportunities for collaboration across industry, with focus on bilateral cooperation in sectors such as automobile, shipbuilding, chemicals, semiconductors, telecom equipment, display, secondary batteries; and for cooperating to strengthen supply chains for strategic resources, critical minerals and rare earths; trade of green hydrogen and its derivatives, nuclear power plant projects; and overseas resource development projects.

14. India’s Maritime Amrit Kaal vision has unleashed new opportunities for long-term and strategic bilateral collaboration with the ROK, a leading shipbuilding and maritime nation. The two sides adopted a Comprehensive Framework for Partnership on Shipbuilding, Shipping and Maritime Logistics and looked forward to its early implementation. The two leaders welcomed and expressed support for a range of B2B collaborations concluded and planned between Indian and Korean businesses for shipyard development, critical infrastructure required for shipyard establishment, port operations, and shipping & maritime logistics in India. They welcomed the opening of office of Korea Marine Equipment Association (KOMEA) in Mumbai, the first such office that will contribute to the development of ancillary ecosystem to support the maritime industry.

15. The leaders also took note of the successful hosting of the India-ROK Business Forum on 20 April 2026. In order to nurture continuous business engagements, the two sides agreed to hold regular interactions among leading industry associations on the sidelines of the Industrial Cooperation Committee and its Working Groups’ meetings.The two leaders welcomed the announcements made by Indian and Korean businesses for investment and B2B collaboration.

16. The leaders agreed to foster a more conducive business environment to encourage further investment by Korean and Indian companies in each other’s markets.

17. The two leaders welcomed the conclusion of an MOU on Cooperation in the field of Small and Medium sized Enterprises (SME). They directed concerned Departments/Ministries to explore ways to extend India-ROK cooperation to the SMEs of the two countries, including activities under the ambit of MOU to connect small and medium businesses to help SMEs to smoothly explore and benefit from the respective markets.

18. Collaboration between India, a major economy enjoying robust growth in steel industry and the ROK, a technology leader in green steel-making, is of critical importance. They agreed to the establishment of an India-ROK Annual Steel Dialogue,which would focus on boosting trade opportunities, solidifying economic ties and promoting cleaner energy in the steel sector. They also welcomed the signing of an MOU between POSCO and JSW for establishing a 6 MMT Integrated Steel Plant in Odisha.

Catalysing Partnerships focussing on Trade, Finance and Development

19. Emphasizing the importance of realizing the full potential of India-ROK bilateral trade and to promote mutually beneficial exchanges in new avenues of trade including digital trade, supply chain collaboration and green economy, the two leaders welcomed the decision to resume and expedite the CEPA upgrade negotiations for early conclusion.

20. India’s fintech revolution, illustrated by the Unified Payments Interface and regulatory innovations, has created many opportunities for trans-border collaboration. The two leaders welcomed the signing of an MOU between National Payment Corporation of India Limited (NPCIL) and Korea Financial Telecommunications and Clearings Institute (KFTC) for phased integration of the digital payment systems of the two countries to enhance inter-operability and strengthen economic and people-to-people ties. They also welcomed the MOU between International Financial Services Centres Authority (IFSCA) of India and the Financial Services Commission (FSC) / Financial Supervisory Service (FSS) of the ROK for cooperation and consultation for development and supervision of cross-border financial products.

21. The two leaders expressed satisfaction with the successful holding of the ‘ROK-India Financial Cooperation Forum’ with the participation of financial authorities and institutions from both countries to strengthen cooperation in the financial sector, including banking, capital markets and fin-tech.

22. The ROK’s financial entities are important players in India’s economic development, focusing their investments on infrastructure, manufacturing, and the growing financial market. In this context, the two leaders noted the successful operation in India by the Korea Investment Corporation, and welcomed the interest of Korea Development Bank to open an office in India. Prime Minister Modi also invited the National Pension Service of the ROK to explore opening of its office in India.

23. Recognizing the potential for development partnership between India and ROK, the two leaders agreed to continue to work together to advance development cooperation for capacity-building of skilled industrial human resources in India, including ongoing projects implemented by KOICA. The two sides agreed to work together to ensure effective development cooperation between the two countries.

Future-proofing growth through partnerships in emerging industries

24.India and the ROK, two nations with strong and complementary digital capabilities, can contribute to industries and technologies defining the world’s future. The two leaders welcomed the launch of a Framework for India-Korea Digital Bridge focusing on AI, data governance and digital businesses, while also recognizing the role of enabling technologies, including semiconductors, in supporting digital innovation and cooperation. Prime Minister Modi briefed President Lee about the growth of semiconductor industry in India and welcomed Korean businesses to take advantage of government incentives and the growing market. The two leaders appreciated respective visions for AI development, inspired by the principles of "AI for All” and "MANAV” that promote innovation alongside accessibility and inclusivity. They expressed a desire to deepen India-Korea partnership across AI verticals, including for research and talent nurturing.

25.The two leaders underscored the strategic importance of India-ROK cooperation in defence industries, by reinvigorating the 2020 MOU on ‘Roadmap to Defence Industry Cooperation’. They expressed satisfaction over the successful joint venture of K9-Vajra howitzers with the second batch of production in progress. They welcomed ongoing efforts to replicate the model in other futuristic defence technologies/platforms like Self-Propelled Air Defence Gun-Missile Systems and other areas of mutual interest.

26.Recognizing the innovations in defence industry taking place in both countries, the two leaders decided to launch a ‘Korea-India Defence Accelerator’ (KIND-X) innovation platform to connect businesses, incubators, investors, defence start-ups and universities from both sides.

27. Space being a promising frontier of national development in both countries, the two leaders welcomed the initiatives to form a Joint Working Group between Indian Space Research Organisation (ISRO) and Korea Aero Space Administration (KASA), to explore opportunities for cooperation at the National Space Agency level, and the holding of an India-ROK "Space Day” in collaboration with IN-SPACe in Bengaluru on 20 April 2026, to promote collaboration among the space startups, industries and research institutes. The two leaders encouraged their sides to explore opportunities for mutual support for each other's satellite navigation systems.

Uniting for Mother Earth

28. The two leaders recognized that in the face of present turmoil in global energy and resources market, India and the ROK, as major importers of hydrocarbons and key minerals, need to work towards efficient energy use, mineral extraction, processing and recycling, and co-development of alternative energies and materials in an environmentally sustainable manner.The leaders also underlined the importance of building secure, resilient, and innovation-driven supply chains across critical minerals and advanced technologies. To this end, the two leaders agreed to cooperate across the critical minerals value chain including strengthening linkages between the geological survey organizations of the two countries for mapping and exploration of critical minerals through the use of artificial intelligence. They supported collaboration in recovery of critical minerals from unconventional sources such as e-waste and mine tailings, as part of circularity initiatives.

29. Furthermore, while President Lee welcomed India’s joining the Pax Silica initiative, Prime Minister Modi expressed appreciation for the Republic of Korea’s leadership as Chair of the Forum on Resource Geostrategic Engagement (FORGE). They also agreed to explore strengthening cooperation on securing critical materials, such as naphtha, in times of supply disruption or market instability, in accordance with market conditions and commercial considerations. The two sides will explore opportunities to expand the bilateral trade of critical materials.

30. India and the ROK are partners in combating global challenges of climate change through a positive and proactive agenda that also promotes their economic well-being. In this context, the two leaders welcomed the conclusion of an MOC under Article 6.2 of the Paris Agreement, which establishes a cooperative approach for investment-driven mitigation projects, advances the achievement of their respective Nationally Determined Contributions, and further strengthens their strategic partnership in the area of climate action.

31. As environmentally responsible nations, India and the ROK decided to pursue institutional cooperation through an MOU on Cooperation in the Field of Climate and the Environment. The two leaders welcomed the ROK joining as a member of the International Solar Alliance (ISA) and India joining as a member of the Global Green Growth Institute (GGGI). Prime Minister Modi also invited the ROK to join the Global Biofuels Alliance and the International Big Cat Alliance and Coalition for Disaster Resilient Infrastructure (CDRI).

32. In recognition of the extensive interests in India-ROK to address global challenges affecting the future of humanity, the two leaders welcomed the adoption of a Joint Statement on Cooperation in the field of Sustainability along with the launch of a dialogue between the two Foreign Ministries on Global Themes, including Climate Change, Arctic, and Maritime Cooperation.

Amplifying the soft power quotient

33. Building on the rich and shared cultural heritage of India and the ROK, thetwo leaders supported further strengthening cultural linkages between institutions in the two countries. They welcomed the extension of the Cultural Exchange Programme (CEP) for the period 2026-2030 and encouraged their concerned agencies to develop suitable plans to implement this in a befitting manner. They also decided to commemorate the year 2028-29 as the Year of India-ROK Friendship through a series of cultural activities.

34. The two leaders welcomed the signing of an MOU on Cultural and Creative Industries (CCIs). Furthermore, the two sides also agreed to promote collaboration in the film sector, including co-productions, training exchanges, and technology sharing in areas such as animation and visual effects (VFX).

35. The two leaders agreed to support activities to promote awareness about each other’s rich cultural heritage and soft power projection, including celebration of India Day in the ROK and Korea Day in India.

36. Recalling the shared Buddhist heritage of the two countries and in line with their objective of deepening the historical and civilizational connect between India and the ROK, the two leaders welcomed India’s donation of 200 artefacts to the ROK and welcomed Gimhae’s efforts to promote cultural exchanges between the two countries.

37. The two leaders welcomed the signing of an MOU on Cooperation in the field of Sports to encourage and facilitate engagements such as exchange of experts and personnel, exchange of programmes and knowledge related to coaching, talent development and sports science, and cooperation between sports authorities and other sports bodies between India and the ROK.

People to People relations

38. The two leaders reaffirmed their commitment to strengthening educational cooperation as a cornerstone of the bilateral partnership. They welcomed collaboration between universities and secondary schools through expanded information sharing, as well as faculty and student exchange programmes and joint academic initiatives—particularly in the fields of Artificial Intelligence and STEM.

39. Recognizing the importance of linguistic and cultural understanding, the two leaders supported the teaching and learning of the Korean language in India and Indian languages, especially Hindi, in the ROK, through academic curriculum, digital tools, teacher training and relevant institutional frameworks. They welcomed the launch of the first Korea Education Centre in India in January 2026.

40. The two sides also agreed to enhance university-level academic cooperation through joint research, credit transfer and exchange of students between the twenty-three Indian Institute of Technology (IITs) and the ten Korean National Universities participating in the KNU10 Consortium in the ROK.

41. The two leaders welcomed the provision of the Global Korea Scholarship (GKS) for Indian recipients, and reciprocal offer of scholarships to Korean recipients through the Indian Council for Cultural Relations (ICCR) Atal Bihari Vajpayee General Scholarship and ICCR Lata Mangeshkar Scholarship Scheme for Art and Culture, and the AYUSH Scholarship Scheme for holistic wellness. To deepen bilateral educational ties, the two leaders aimed to expand these programs by increasing scholarship slots for each other’s nationals under their respective schemes.

42. India and the ROK share strong complementarities in the field of human resources. The two leaders reaffirmed their commitment to leverage each other’s scientific and technological prowess, and to strengthen linkages between their scientific institutions and human capital. In this regard, they welcomed the decision to promote joint R&D through the next Joint Committee on Science and Technology.

43. The two sides concurred on seeking ways to make visa and immigration related processes more efficient, with a view to encouraging more active people-to-people exchanges. The leaders also supported the strengthening of air connectivity between India and the ROK to promote more active exchanges of people and goods.

44. Celebrating the contributions of the Korean and India communities residing in each other’s country, the two leaders reaffirmed their commitment to support their well-being and active participation in their respective societies for the betterment of both countries.

Partnership for Global Good

45. Recognizing both countries’ contribution and commitment towards global non-proliferation efforts, the two sides committed to continue working together for India’s membership of the Nuclear Suppliers Group, with the aim of further strengthening the international non-proliferation regime.

46. Both sides reaffirmed their strong commitment to a rules-based, open, fair, equitable, transparent, inclusive, and non-discriminatory multilateral trading system, with the World Trade Organization at its core. They underscored the importance of engaging constructively to strengthen the multilateral trading system and the functioning of the WTO. India and the ROK agreed to enhance the collaboration in the multilateral fora, including the G20, in view of the ROK’s Presidency of the Group in 2028.

47. The two Leaders reiterated their commitment to respect freedom of navigation and overflight, and unimpeded lawful commerce, based on the principles of international law, as reflected notably in the United Nations Convention on the Law of the Sea (UNCLOS). The two leaders urged all parties to resolve disputes through peaceful means in accordance with the universally recognised principles of international law, including UNCLOS.

48. Both leaders expressed deep concern over the current situationinthe West Asia. They called on all parties to uphold the fundamental principles of international peace and security, including respect for sovereignty and territorial integrity, prioritise protection of civilians and freedom of navigation.They emphasized that dialogue and diplomacy should be pursued to de-escalate tensions and address underlying issues.

49. The two leaders reaffirmed their commitment to the complete denuclearization and permanent peace on the Korean Peninsula. India supports the ROK’s efforts to resume inter-Korean dialogue through proactive de-escalation and confidence-building measures, aiming to achieve peaceful coexistence and shared growth on the Korean Peninsula by expanding inter-Korean exchanges, normalization of relations, and achieving denuclearization in a phased manner. They also pledged to prevent proliferation of weapons of mass destruction and delivery systems, particularly to terrorists and non-state actors.

50. The two leaders expressed support for a just and lasting peace in Ukraine in accordance with international law, including the UN Charter. They stressed the importance of cessation of hostilities in Ukraine through dialogue and diplomacy.

51. Both sides resolved to work together for comprehensive UN reforms including Security Council expansion to make it more democratic, accountable, participative and representative of today’s world. Additionally, both leaders agreed to work towards UN Security Council reforms to reflect contemporary global realities.

52. The leaders expressed satisfaction at the comprehensive review of the India–Republic of Korea Special Strategic Partnership during their bilateral talks. Noting the completion of 10 years of the Partnership in 2025, marking a decade of deepened cooperation, they reaffirmed their commitment to further strengthen the Partnership in the years ahead.