On the 21st of June, crores of people across the country and the world participated in the ‘International Yoga Day’: PM Modi
Three lakh people performed yoga together on the beach of Visakhapatnam and more than two thousand adivasi students performed 108 Surya Namaskars for 108 minutes: PM Modi
According to a report by International Labour Organisation, more than 64% of the population of India is now availing of some social protection benefit or the other: PM Modi
Those who imposed Emergency not only murdered our constitution but also had the intention to keep the judiciary as their slave: PM Modi
We should always remember all those people who fought the Emergency with fortitude. This inspires us to remain constantly vigilant to keep our Constitution strong and enduring: PM Modi
Bodoland today stands out in the country with a new face, a new identity. Bodoland is now increasingly casting its glow on the sports map of the country: PM Modi
The women of Meghalaya are now taking this Eri Silk heritage forward on a larger scale through Self Help Groups: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।

ମୋର ପ୍ରିୟ ଦେଶବାସୀଗଣ, ଯେବେ କେହି ତୀର୍ଥଯାତ୍ରା ପାଇଁ ବାହାରେ, ସେତେବେଳେ ପ୍ରଥମେ ଗୋଟିଏ ହିଁ ଭାବନା ମନକୁ ଆସିଥାଏ, “ଚଲୋ ବୁଲାୱା ଆୟା ହେ” । ଏହି ଭାବନା ଆମର ଧାର୍ମିକ ଯାତ୍ରା ଗୁଡ଼ିକର ଆତ୍ମା । ଏହି ଯାତ୍ରାଗୁଡ଼ିକ ଶରୀରର ଅନୁଶାସନର, ମନର ପବିତ୍ରତାର, ପାରସ୍ପରିକ ପ୍ରେମ ଏବଂ ଭାଇଚାରାର, ଭଗବାନଙ୍କ ସହିତ ଯୋଡ଼ି ହେବାର ମାଧ୍ୟମ ଅଟେ । ଏମାନଙ୍କ ବ୍ୟତୀତ, ଏହି ଯାତ୍ରାଗୁଡ଼ିକର ଆଉ ଗୋଟିଏ ବଡ଼ ବିଶେଷତ୍ୱ ରହିଛି । ଏହି ଧାର୍ମିକ ଯାତ୍ରାଗୁଡ଼ିକ ସେବା କରିବାର ସୁଯୋଗର ଏକ ମହାଅନୁଷ୍ଠାନ ମଧ୍ୟ ହୋଇଥାଏ । ଯେକୌଣସି ଯାତ୍ରା ଅନୁଷ୍ଠିତ ହେବା ସମୟରେ ଯେତେ ଲୋକ ଏହି ଯାତ୍ରାରେ ସାମିଲ ହୁଅନ୍ତି ତା’ଠାରୁ ଅଧିକ ଲୋକ ତୀର୍ଥଯାତ୍ରୀମାନଙ୍କ ସେବା କାର୍ଯ୍ୟରେ ଲାଗିଥାନ୍ତି । ଅନେକ ସ୍ଥାନରେ ଅନ୍ନଛତ୍ର ଖୋଲା ଯାଇଥାଏ । ଲୋକେ ରାସ୍ତାକଡ଼ରେ ଜଳଛତ୍ର ମଧ୍ୟ ଖୋଲିଥାନ୍ତି । ସେବା ଭାବନା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଶିବିର ଏବଂ ସୁବିଧାଗୁଡ଼ିକର ବ୍ୟବସ୍ଥା କରାଯାଇଥାଏ । ଅନେକ ଲୋକ ନିଜ ଖର୍ଚ୍ଚରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ଏବଂ ରହିବା ପାଇଁ ବ୍ୟବସ୍ଥା କରିଥାନ୍ତି ।

ବନ୍ଧୁଗଣ, ଦୀର୍ଘ ସମୟ ପରେ କୈଳାସ ମାନସରୋବର ଯାତ୍ରାର ପୁଣିଥରେ ଶୁଭାରମ୍ଭ ହୋଇଛି । କୈଳାସ ମାନସରୋବର ଅର୍ଥାତ୍ ଭଗବାନ ଶିବଙ୍କ ଧାମ । ହିନ୍ଦୁ, ବୌଦ୍ଧ, ଜୈନ, ପ୍ରତ୍ୟେକ ପରମ୍ପରାରେ କୈଳାସକୁ ଶ୍ରଦ୍ଧା ଏବଂ ଭକ୍ତିଭାବର କେନ୍ଦ୍ର ରୂପେ ଗ୍ରହଣ କରାଯାଇଛି । ବନ୍ଧୁଗଣ, ଜୁଲାଇ ୩ ତାରିଖଠାରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି ଏବଂ ପବିତ୍ର ଶ୍ରାବଣ ମାସ ମଧ୍ୟ ପାଖେଇ ଆସିଲାଣି । ଏଇ ଦିନେ ପୂର୍ବରୁ ଆମେ ଭଗବାନ ଜଗନ୍ନାଥଙ୍କର ରଥଯାତ୍ରାର ମଧ୍ୟ ଅବଲୋକନ କଲୁ । ଓଡ଼ିଶା ହେଉ, ଗୁଜରାଟ ହେଉ କିମ୍ବା ଦେଶର କୌଣସି ଅନ୍ୟ ଭାଗ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଏହି ଯାତ୍ରାଗୁଡ଼ିକ ‘ଏକ ଭାରତ - ଶ୍ରେଷ୍ଠ ଭାରତ’ର ଭାବନାର ପ୍ରତିବିମ୍ବ ଅଟେ । ଆମେ ଯେତେବେଳେ ଶ୍ରଦ୍ଧାଭାବ ସହ, ପୂର୍ଣ୍ଣ ସମର୍ପଣ ଏବଂ ପୂର୍ଣ୍ଣ ଶୃଙ୍ଖଳା ସହିତ ଆମର ଧାର୍ମିକ ଯାତ୍ରା ଶେଷ କରିଥାଉ ସେତେବେଳେ ଏହାର ଫଳପ୍ରାପ୍ତି ମଧ୍ୟ ହୋଇଥାଏ । ମୁଁ ଯାତ୍ରାଗୁଡ଼ିକରେ ଅଂଶଗ୍ରହଣ କରୁଥିବା ସମସ୍ତ ଭାଗ୍ୟବାନ ଶ୍ରଦ୍ଧାଳୁମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଯେଉଁମାନେ ସେବାଭାବନା ସହ ଏହି ଯାତ୍ରାଗୁଡ଼ିକୁ ସଫଳ ଏବଂ ସୁରକ୍ଷିତ କରିବାରେ ଲାଗିଛନ୍ତି ସେମାନଙ୍କୁ ମଧ୍ୟ ମୁଁ ସାଧୁବାଦ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଏବେ ମୁଁ ଆପଣମାନଙ୍କୁ ଦେଶର ଦୁଇଟି ଏଭଳି ଉପଲବଧି ବିଷୟରେ ଜଣାଇବାକୁ ଚାହୁଁଛି, ଯାହା ଆପଣଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେବ । ଏହି ଉପଲବଧିଗୁଡ଼ିକ ବିଷୟରେ ବୈଶ୍ୱିକ ସଂସ୍ଥାମାନେ ଆଲୋଚନା କରୁଛନ୍ତି । WHO ଅର୍ଥାତ୍ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଏବଂ ILO ଅର୍ଥାତ୍ ‘International Labour Organisation’ ଦେଶର ଏହି ଉପଲବଧିଗୁଡ଼ିକୁ ଭରପୂର ପ୍ରଶଂସା କରିଛନ୍ତି । ପ୍ରଥମ ଉପଲବଧି ତ ଆମ ସ୍ୱାସ୍ଥ୍ୟ ସହ ଜଡ଼ିତ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକେ ଆଖିର ଗୋଟିଏ ବିଶେଷ ରୋଗ ବିଷୟରେ ଶୁଣିଥିବେ । ଯାହା ହେଉଛି – Trachoma । ଏହି ରୋଗ ବ୍ୟାକଟେରିଆ ଦ୍ୱାରା ବ୍ୟାପିଥାଏ । ଦିନ ଥିଲା ଯେବେ ଏହି ରୋଗ ଦେଶର ଅନେକ ଅଂଶରେ ଗୋଟିଏ ସାଧାରଣ କଥା ଥିଲା । ଯତ୍ନ ନ ନେଲେ, ଏହି ରୋଗରେ ଧିରେ ଧିରେ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥାଏ । Trachomaର ମୂଳୋତ୍ପାଟନ କରିବା ପାଇଁ ଆମେ ସଂକଳ୍ପ ଗ୍ରହଣ କଲୁ ଏବଂ ମୁଁ ଆନନ୍ଦର ସହ ଆପଣମାନଙ୍କୁ ଜଣାଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥାତ୍ WHO ଭାରତକୁ Trachoma ମୁକ୍ତ ଘୋଷିତ କରିଛି । ଭାରତ ଏବେ Trachoma ମୁକ୍ତ ଦେଶ ହୋଇଯାଇଛି । ଏହା ସେହି ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମର ଫଳ, ଯେଉଁମାନେ କ୍ଲାନ୍ତ ନ ହୋଇ, ଅଟକି ନ ଯାଇ ଏହି ରୋଗ ସହ ସଂଗ୍ରାମ କଲେ । ଏହି ସଫଳତାର ଶ୍ରେୟ ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଯାଉଛି । ‘ସ୍ୱଚ୍ଛଭାରତ ଅଭିଯାନ’ ଦ୍ୱାରା ମଧ୍ୟ ଏହାର ଦୂରୀକରଣରେ ସହାୟତା ମିଳିଲା । ‘ଜଳ ଜୀବନ ମିଶନ’ର ମଧ୍ୟ ଏହି ସଫଳତାରେ ବଡ଼ ଅବଦାନ ରହିଛି । ଆଜି ଯେତେବେଳେ ଘରେ ଘରେ ନଳ ଯୋଗେ ବିଶୁଦ୍ଧ ଜଳ ପହଞ୍ଚୁଛି ସେତେବେଳେ ଏଭଳି ରୋଗର ବିପଦ ହ୍ରାସ ପାଇଛି । ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ WHO ମଧ୍ୟ ଏହାକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ଏହି ରୋଗ ବିରୁଦ୍ଧରେ ସଂଗ୍ରାମ କରିବା ସହ ଏହାର ମୂଳ କାରଣଗୁଡ଼ିକୁ ମଧ୍ୟ ଦୂର କରିପାରିଛି ।

ବନ୍ଧୁଗଣ, ଆଜି ଭାରତରେ ଅଧିକାଂଶ ଲୋକେ କୌଣସି ନା କୌଣସି Social Protection Benefitର ଲାଭ ଉଠାଉଛନ୍ତି ଏବଂ ନିକଟ ଅତୀତରେ ‘International Labour Organisation’ର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ୬୪ ପ୍ରତିଶତରୁ ଅଧିକ ଲୋକଙ୍କୁ ଏବେ କୌଣସି ନା କୌଣସି Social Protection Benefit ନିଶ୍ଚିତ ଭାବେ ମିଳୁଛି । ସାମାଜିକ ସୁରକ୍ଷା – ଏହା ବିଶ୍ୱର ସବୁଠାରୁ ବଡ଼ କଭରେଜ୍ ମଧ୍ୟରୁ ଅନ୍ୟତମ । ଆଜି ଦେଶର ପ୍ରାୟ ୯୫ କୋଟି ଲୋକ କୌଣସି ନା କୌଣସି ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଉଛନ୍ତି, କିନ୍ତୁ, ୨୦୧୫ ପର୍ଯ୍ୟନ୍ତ ୨୫ କୋଟିରୁ ବି କମ୍ ଲୋକଙ୍କ ଯାଏଁ ସରକାରୀ ଯୋଜନାଗୁଡ଼ିକ ପହଂଚିପାରୁଥିଲା ।

ବନ୍ଧୁଗଣ, ଭାରତରେ ସ୍ୱାସ୍ଥ୍ୟଠାରୁ ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଦେଶ saturationର ଭାବନା ସହ ଆଗକୁ ବଢ଼ିଚାଲିଛି । ଏହା ସାମାଜିକ ନ୍ୟାୟର ମଧ୍ୟ ଏକ ଉତ୍ତମ ଛବି । ଏହି ସଫଳତାଗୁଡ଼ିକ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛନ୍ତି ଯେ ଆଗାମୀ ସମୟ ଆହୁରି ଉତ୍ତମ ହେବ, ପ୍ରତ୍ୟେକ ପଦକ୍ଷେପରେ ଭାରତ ଆହୁରି ସଶକ୍ତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଜନ-ଭାଗିଦାରୀର ଶକ୍ତି ଦ୍ୱାରା, ବଡ଼-ବଡ଼ ବିପଦର ମୁକାବିଲା କରାଯାଇପାରେ । ମୁଁ ଆପଣମାନଙ୍କୁ ଗୋଟିଏ ଅଡିଓ ଶୁଣାଉଛି, ଏହି ଅଡିଓରେ ଆପଣମାନେ ସେହି ବିପଦର ଭୟାବହତାର କଳ୍ପନା କରିପାରିବେ । ସେହି ବିପଦ କେତେ ବଡ଼ ଥିଲା, ତାହା ପ୍ରଥମେ ଶୁଣନ୍ତୁ, ବୁଝନ୍ତୁ ।

ଅଡିଓ – ମୋରାରଜୀ ଭାଇ ଦେଶାଇ

(ଦୁଇବର୍ଷ ପର୍ଯ୍ୟନ୍ତ ଇଏ ଯେଉଁ ଅତ୍ୟାଚାର ହେଲା, ଅତ୍ୟାଚାର ତ ୫-୭ ବର୍ଷ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହା ଚରମ ପରିସ୍ଥିତିରେ ପହଂଚିଯାଇଛି ଦୁଇବର୍ଷ ମଧ୍ୟରେ, ଯେତେବେଳେ ଏମରଜେନ୍ସି ଲୋକମାନଙ୍କ ଉପରେ ଲଦି ଦିଆଗଲା ଏବଂ ଲୋକଙ୍କ ସହ ଅମାନବୀୟ ବ୍ୟବହାର କରାଗଲା । ଲୋକଙ୍କ ସ୍ୱାଧୀନତାର ଅଧିକାର ଛଡ଼ାଇ ନିଆଗଲା । ସମ୍ବାଦପତ୍ରର ମଧ୍ୟ କୌଣସି ସ୍ୱାଧୀନତା ରହିଲା ନାହିଁ । ନ୍ୟାୟାଳୟଗୁଡ଼ିକୁ ଦୁର୍ବଳ କରିଦିଆଗଲା ଏବଂ ଯେଉଁଭଳି ଢଙ୍ଗରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ କାରାଗାରରେ ବନ୍ଦୀ କରିଦିଆଗଲା ଏବଂ ପ୍ରଶାସନ ତରଫରୁ ମନମୁଖୀ କାର୍ଯ୍ୟ ଚାଲିଥିଲା, ଏହାର ଉଦାହରଣ ବିଶ୍ୱର ଇତିହାସରେ ମଧ୍ୟ ମିଳିବା କଠିନ ।)

ବନ୍ଧୁଗଣ, ଏହା ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମାନ ମୋରାରଜୀ ଭାଇ ଦେଶାଇଙ୍କ ସ୍ୱର। ସେ ସଂକ୍ଷେପରେ, କିନ୍ତୁ ବହୁତ ସ୍ପଷ୍ଟ ଭାବେ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଥିଲେ । ଆପଣମାନେ କଳ୍ପନା କରନ୍ତୁ, ସେହି ସମୟଟି କେମିତି ଥିଲା! ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ଲୋକେ କେବଳ ଆମ ସମ୍ବିଧାନର ହତ୍ୟା କରିନଥିଲେ ବରଂ ନ୍ୟାୟପାଳିକାକୁ ମଧ୍ୟ ନିଜର ଦାସ କରି ରଖିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେତେବେଳେ ଲୋକଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା । ଏହାର ଏପରି ଅନେକ ଉଦାହରଣ ଅଛି, ଯାହାକୁ କେବେ ମଧ୍ୟ ଭୁଲିହେବନାହିଁ । ଜର୍ଜ ଫର୍ଣ୍ଣାଣ୍ଡେଜ୍‌ ସାହେବଙ୍କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା । ଅନେକ ଲୋକଙ୍କୁ କଠୋର ନିର୍ଯାତନା ଦିଆଯାଇଥିଲା । ‘ମିସା’ ଅଧୀନରେ ଯେ କୌଣସି ବ୍ୟକ୍ତିକୁ ଏପରି ଗିରଫ କରାଯାଉଥିଲା । ଛାତ୍ରମାନଙ୍କୁ ମଧ୍ୟ ହଇରାଣ କରାଯାଇଥିଲା । ଅଭିବ୍ୟକ୍ତିର ସ୍ୱାଧୀନତାର ମଧ୍ୟ କଣ୍ଠରୋଧ କରାଯାଇଥିଲା ।

ବନ୍ଧୁଗଣ, ସେହି ସମୟରେ ଯେଉଁ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କ ଉପରେ ଏପରି ଅମାନବୀୟ ଅତ୍ୟାଚାର କରାଯାଇଥିଲା; କିନ୍ତୁ ଏହା ଭାରତର ଜନତାର ଶକ୍ତି, ସେମାନେ ନଇଁଲେ ନାହିଁ କି ଭାଙ୍ଗିପଡ଼ିଲେ ନାହିଁ ଏବଂ ଗଣତନ୍ତ୍ର ସହିତ କୌଣସି ସାଲିସକୁ ଗ୍ରହଣ କରିଲେ ନାହିଁ । ଶେଷରେ ଜନତା-ଜନାର୍ଦ୍ଦନଙ୍କ ଜୟ ହେଲା- ଜରୁରୀକାଳୀନ ପରିସ୍ଥିତି ହଟାଇ ଦିଆଗଲା ଓ ଜରୁରୀକାଳୀନ ପରିସ୍ଥିତି ଲଗାଇଥିବା ଲୋକେ ହାରିଗଲେ । ବାବୁ ଜଗଜୀବନ ରାମ ଜୀ ଏ ବିଷୟରେ ଅତ୍ୟନ୍ତ ଦୃଢ଼ ଭାବେ ନିଜର ମତ ରଖିଥିଲେ ।

----ଅଡିଓ----

(ଭାଇ ଓ ଭଉଣୀମାନେ, ପୂର୍ବ ନିର୍ବାଚନ, ଏକ ନିର୍ବାଚନ ନ ଥିଲା । ଏହା ଭାରତର ଜନତାଙ୍କର ଏକ ମହାନ ଅଭିଯାନ ଥଲା । ସେହି ସମୟର ପରିସ୍ଥିତିକୁ ବଦଳାଇଦେବା, ଏକଛତ୍ରବାଦର ଧାରାକୁ ମୋଡ଼ିଦେବା ଏବଂ ଭାରତରେ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବାର ଏକ ଅଭିଯାନ ଥିଲା ।)

ଅଟଳ ଜୀ ମଧ୍ୟ ସେହି ସମୟରେ ନିଜର ନିଆରା ଶୈଳୀରେ ଯାହା କହିଥିଲେ, ତାହା ଆମେ ନିଶ୍ଚିତ ଭାବେ ଶୁଣିବା ଉଚିତ-

----ଅଡିଓ----

(ଭାଇ ଓ ଭଉଣୀମନେ ଦେଶରେ ଯାହା ଘଟିଥିଲା, ତାହାକୁ କେବଳ ନିର୍ବାଚନ କହିହେବ ନାହିଁ । ଏକ ଶାନ୍ତିପୂର୍ଣ୍ଣ ବିପ୍ଳବ ଘଟିଥିଲା । ଲୋକଶକ୍ତିର ଲହରୀ ଗଣତନ୍ତ୍ରର ହତ୍ୟାକାରୀମାନଙ୍କୁ ଇତିହାସର ଆବର୍ଜନା କୁଣ୍ଡରେ ଫୋପାଡ଼ି ଦେଇଛି)

ବନ୍ଧୁଗଣ, କିଛିଦିନ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହୋଇଛି । ଆମେ ଦେଶବାସୀ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛୁ । ଆମେ ସର୍ବଦା ସେହି ସମସ୍ତ ଲୋକଙ୍କୁ ସ୍ମରଣ କରିବା ଉଚିତ, ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ଭାବେ ମୁକାବିଲା କରିଥିଲେ । ଏହା ଆମକୁ ଆମ ସମ୍ବିଧାନକୁ ସଶକ୍ତ ରଖିବା ପାଇଁ ନିରନ୍ତର ସଜାଗ ରହିବାକୁ ପ୍ରେରଣା ଦେଇଥିାଏ ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଗୋଟିଏ ଚିତ୍ରର କଳ୍ପନା କରନ୍ତୁ । ସକାଳର ସୂର୍ଯ୍ୟକିରଣ ପାହାଡ଼ଗୁଡ଼ିକୁ ଛୁଇଁ ଯାଉଛି, ଧୀରେଧୀରେ ଆଲୋକ ସମତଳ ଅଞ୍ଚଳ ଆଡ଼କୁ ବଢ଼ୁଛି ଏବଂ ସେହି ଆଲୋକ ସହ ବଢ଼ୁଛି ଫୁଟବଲପ୍ରେମୀଙ୍କ ଦଳ । ସିଟି ବାଜୁଛି ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ପଡ଼ିଆ ତାଳି ଓ ସ୍ଲୋଗାନରେ ଗୁଞ୍ଜରିତ ହେଉଛି । ପ୍ରତ୍ୟେକ ପାସ୍‌, ପ୍ରତ୍ୟେକ ଗୋଲ୍‌ ସହିତ ଲୋକଙ୍କ ଉତ୍ସାହ ବଢ଼ୁଛି । ଆପଣ ଭାବୁଥିବେ ଯେ ଏହା କୋଉ ସୁନ୍ଦର ଦୁନିଆ ? ବନ୍ଧୁଗଣ, ଏହି ଚିତ୍ର ହେଉଛି ଆସାମର ଏକ ପ୍ରମୁଖ ଅଞ୍ଚଳ ବୋଡ଼ୋଲାଣ୍ଡ୍‌ର ବାସ୍ତବତା । ବୋଡ଼ୋଲାଣ୍ଡ୍‌ ଆଜି ନିଜର ଏକ ନୂଆ ରୂପ ସହିତ ଦେଶ ଆଗରେ ଛିଡ଼ା ହୋଇଛି । ଏଠାରେ ଯୁବକଯୁବତୀଙ୍କର ଯେଉଁ ଶକ୍ତି ଓ ଆତ୍ମବିଶ୍ୱାସ ଅଛି ତାହା ଫୁଟବଲ ପଡ଼ିଆରେ ସବୁଠୁ ଅଧିକ ଦେଖାଯାଏ । ବୋଡ଼ୋ ଟେରିଟୋରିଆଲ୍‌ ଏରିଆରେ ବୋଡ଼ୋଲାଣ୍ଡ୍‌ ସିଇଏମ୍‌ କପ୍‌ର ଆୟୋଜନ ହେଉଛି । ଏହା କେବଳ ଏକ ଟୁର୍ଣ୍ଣାମେଣ୍ଟ୍‌ ନୁହେଁ, ଏହା ଏକତା ଓ ଆଶାର ଉତ୍ସବ ହୋଇସାରିଛି । ୩ ହଜାର ୭ ଶହରୁ ଅଧିକ ଦଳ, ପ୍ରାୟ ୭୦ ହଜାର ଖେଳାଳି ଏବଂ ସେମାନଙ୍କ ମଧ୍ୟରେ ଆମ ଝିଅମାନଙ୍କର ବଡ଼ ସଂଖ୍ୟାରେ ଅଂଶଗ୍ରହଣ । ଏହି ତଥ୍ୟସବୁ ବୋଡ଼ୋଲାଣ୍ଡ୍‌ରେ ବଡ଼ ପରିବର୍ତ୍ତନର କାହାଣୀ କହୁଛି । ବୋଡ଼ୋଲାଣ୍ଡ୍‌ ଏବେ ଦେଶର ଖେଳ ମାନଚିତ୍ରରେ, ଖେଳ ମ୍ୟାପ୍‌ରେ ନିଜର ଚମକକୁ ଆହୁରି ବଢ଼ାଉଛି ।

ବନ୍ଧୁଗଣ, ଗୋଟଏ ସମୟ ଥିଲା ଯେତେବେଳେ ସଂଘର୍ଷ ହିଁ ସେଠାକାର ପରିଚୟ ଥିଲା । ସେତେବେଳେ ସେଠାରେ ଯୁବକଯୁବତୀଙ୍କ ପାଇଁ ରାସ୍ତା ସୀମିତ ଥିଲା; କିନ୍ତୁ ଆଜି ସେମାନଙ୍କ ଆଖିରେ ନୂଆ ସ୍ୱପ୍ନ ଅଛି ଏବଂ ହୃଦୟରେ ଆତ୍ମନିର୍ଭରଶୀଳ ହେବାର ସାହସ ଅଛି । ସେଠାରୁ ବାହାରିଥିବା ଫୁଟବଲ ଖେଳାଳିମାନେ ଏବେ ବଡ଼ ସ୍ତରରେ ନିଜର ପରିଚୟ ତିଆରି କରୁଛନ୍ତି । ହାଲିଚରଣ ନାରଜାରୀ, ଦୁର୍ଗା ବୋରୋ, ଅପୂର୍ଣ୍ଣା ନାରଜାରୀ, ମନବୀର ବସୁମତାରୀ- ଏସବୁ କେବଳ ଫୁଟବଲ ଖେଳାଳିଙ୍କ ନାଁ ନୁହେଁ- ଏମାନେ ସେହି ନୂଆ ପିଢ଼ିର ପରିଚୟ, ଯେଉଁମାନେ ବୋଡ଼ୋଲାଣ୍ଡ୍‌କୁ ପଡ଼ିଆରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ ସୀମିତ ସମ୍ବଳରେ ଅଭ୍ୟାସ କରିଛନ୍ତି, ଅନେକେ କଠିନ ପରିସ୍ଥିତି ମଧ୍ୟରେ ନିଜର ରାସ୍ତା ତିଆରି କରିଛନ୍ତି, ଏବଂ ଆଜି ଏମାନଙ୍କ ନାଁ ନେଇ ଦେଶର ଅନେକ ଛୋଟ ପିଲା ନିଜ ସ୍ୱପ୍ନ ଦେଖିବା ଆରମ୍ଭ କରୁଛନ୍ତି ।

ବନ୍ଧୁଗଣ, ଯଦି ଆମେ ଆମର ସାମର୍ଥ୍ୟ ବଢ଼ାଇବାକୁ ଚାହୁଁ, ତେବେ ପ୍ରଥମେ ଆମକୁ ଆମର ଫିଟନେସ୍‌ ଓ ସୁସ୍ଥତା ଉପରେ ଧ୍ୟାନ ଅଧିକ ଦେବାକୁ ହେବ । ବନ୍ଧୁଗଣ, ଫିଟନେସ୍‌ ପାଇଁ, ମୋଟାପଣ କମାଇବା ପାଇଁ ମୋର ଏକ ପରାମର୍ଶ ଆପଣଙ୍କର ମନେଅଛି ନା ! ଖାଦ୍ୟରେ ୧୦% ତେଲ କମ୍‌ କରନ୍ତୁ, ମୋଟାପଣ ହ୍ରାସ କରନ୍ତୁ । ଯେତେବେଳେ ଆପଣ ଫିଟ୍‌ ରହିବେ, ସେତେବେଳେ ଜୀବନରେ ଆହୁରି ଅଧିକ ସୁପର୍‌ହିଟ୍‌ ହେବେ ।

ମୋର ପ୍ରିୟ ଦେଶବାସୀଗଣ, ଆମର ଭାରତ ଯେପରି ନିଜର ଆଞ୍ଚଳିକ, ଭାଷାଗତ ଓ ସାଂସ୍କୃତିକ ବିବିଧତା ପାଇଁ ଜଣାଶୁଣା, ସେହିପରି କଳା, ଶିଳ୍ପ ଓ କୌଶଳର ବିବିଧତା ମଧ୍ୟ ଆମ ଦେଶର ଏକ ବଡ଼ ବୈଶିଷ୍ଟ୍ୟ । ଆପଣ ଯେଉଁ ଅଞ୍ଚଳକୁ ଯିବେ, ସେଇଠି କିଛି ନା କିଛି ସ୍ୱତନ୍ତ୍ର ଓ ସ୍ଥାନୀୟ ଜିନିଷ ବିଷୟରେ ଜାଣିବାକୁ ପାଇବେ । ଆମେ ପ୍ରାୟତଃ ‘ମନ୍‌ କି ବାତ୍‌’ରେ ଦେଶର ଏପରି ଅନନ୍ୟ ଉତ୍ପାଦ ବିଷୟରେ କଥା ହେଇଥାଉ । ଏପରି ଏକ ଉତ୍ପାଦ ହେଉଛି ମେଘାଳୟର ଏରି ସିଲ୍କ । ଏହାକୁ କିଛି ଦିନ ପୂର୍ବେ ଜିଆଇ ଟ୍ୟାଗ୍‌ ମିଳିଛି । ଏରି ସିଲ୍କ ମେଘାଳୟ ପାଇଁ ଏକ ଐତିହ୍ୟ ଭଳି । ଏଠାରେ ଜନଜାତି, ବିଶେଷ କରି ଖାସି ସମାଜର ଲୋକେ ପିଢ଼ି ପରେ ପିଢ଼ି ଏହାର ସଂରକ୍ଷଣ କରିଛନ୍ତି ଏବଂ ନିଜର କୌଶଳ ଦ୍ୱାରା ଏହାକୁ ସମୃଦ୍ଧ ମଧ୍ୟ କରିଛନ୍ତି । ଏହି ସିଲ୍କର ଏପରି ବୈଶିଷ୍ଟ୍ୟ ଅଛି, ଯାହା ଏହାକୁ ଅନ୍ୟ କପଡ଼ାଠାରୁ ଭିନ୍ନ କରିଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ତିଆରି ପଦ୍ଧତି, ଏହି ସିଲ୍କକୁ ଯେଉଁ ରେଶମ କୀଟସବୁ ତିଆରି କରନ୍ତି, ତାହା ପାଇବା ପାଇଁ କୀଟମାନଙ୍କୁ ମରାଯାଏ ନାହିଁ, ତେଣୁ ଏହାକୁ ଅହିଂସା ସିଲ୍କ ମଧ୍ୟ କୁହାଯାଏ । ଆଜି ବିଶ୍ୱରେ ଏପରି ଉତ୍ପାଦଗୁଡ଼ିକର ଚାହିଦା ଦ୍ରୁତ ଗତିରେ ବଢ଼ୁଛି, ଯେଉଁଥିରେ ହିଂସା ନାହିଁ ଏବଂ ପ୍ରକୃତି ଉପରେ ଏହାର କୌଣସି କୁପ୍ରଭାବ ପଡ଼େ ନାହିଁ; ତେଣୁ ମେଘାଳୟର ଏରି ସିଲ୍କ ବିଶ୍ୱ ବଜାର ପାଇଁ ଏକ ଉପଯୁକ୍ତ ଉତ୍ପାଦ । ଏହାର ଆଉ ଏକ ନିଆରା କଥା ହେଲା ଏହି ସିଲ୍କ ଶୀତଦିନେ ଗରମ ରଖେ ଏବଂ ଗରମ ଦିନେ ଥଣ୍ଡା ଦେଇଥାଏ । ଏହି ବିଶେଷତ୍ୱ ଏହାକୁ ଅଧିକାଂଶ ସ୍ଥାନ ପାଇଁ ଉପଯୋଗୀ କରିଥାଏ । ମେଘାଳୟର ମହିଳାମାନେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ପରମ୍ପରାକୁ ଆହୁରି ବଡ଼ ସ୍ତରରେ ଆଗେଇ ନେଉଛନ୍ତି । ଏରି ସିଲ୍କକୁ ଜିଆଇ ଟ୍ୟାଗ୍‌ ମିଳିଥିବାରୁ ମୁଁ ମେଘାଳୟର ଲୋକଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ମଧ୍ୟ ଏରି ସିଲ୍କରେ ତିଆରି ପୋଷାକଗୁଡ଼ିକୁ ନିଶ୍ଚିତ ଭାବେ ପିନ୍ଧିଦେଖନ୍ତୁ, ଆଉ ହଁ- ଖଦି, ହସ୍ତତନ୍ତ, ହସ୍ତଶିଳ୍ପ, ଭୋକାଲ୍‌ ଫର୍‌ ଲୋକାଲ୍‌, ଏଗୁଡ଼ିକୁ ମଧ୍ୟ ଆପଣଙ୍କୁ ସର୍ବଦା ମନେ ରଖିବାକୁ ହେବ । ଗ୍ରାହକ ଭାରତରେ ତିଆରି ଉତ୍ପାଦ ହିଁ କିଣନ୍ତୁ, ଏବଂ ବ୍ୟବସାୟୀ ଭାରତରେ ତିଆରି ଉତ୍ପାଦ ହିଁ ବିକ୍ରି କରନ୍ତୁ, ତେବେଯାଇ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ନୂଆ ଶକ୍ତି ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, Women Led Developmentର ମନ୍ତ୍ର ଭାରତର ନୂଆ ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ଅଛି । ଆମର ମାଆ, ଭଉଣୀ, ଝିଅମାନେ ଆଜି କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ସମାଜକୁ ନୂଆ ଦିଗ ଦେଖାଉଛନ୍ତି । ଆପଣ ତେଲଙ୍ଗାନା ଭଦ୍ରାଚଳମର ମହିଳାମାନଙ୍କ ସଫଳତା ବିଷୟରେ ଜାଣିଲେ ଆପଣଙ୍କୁ ମଧ୍ୟ ଭଲ ଲାଗିବ । ଏହି ମହିଳାମାନେ ଏକଦା କ୍ଷେତରେ ମୂଲ ଲାଗୁଥିଲେ । ରୋଜଗାର ପାଇଁ ଦିନସାରା ପରିଶ୍ରମ କରୁଥିଲେ । ଆଜି ସେହି ମହିଳାମାନେ ଶ୍ରୀଅନ୍ନ, ମିଲେଟରୁ ବିସ୍କୁଟ ତିଆରି କରୁଛନ୍ତି । ‘ଭଦ୍ରାଦ୍ରୀ ମିଲେଟ ମ୍ୟାଜିକ୍‌’ ନାମରେ ଏହି ବିସ୍କୁଟ ହାଇଦ୍ରାବାଦରୁ ଲଣ୍ଡନ ପର୍ଯ୍ୟନ୍ତ ପହଞ୍ଚୁଛି । ଭଦ୍ରାଚଳମର ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇ ତାଲିମ ନେଇଛନ୍ତି ।

ବନ୍ଧୁଗଣ, ଏହି ମହିଳାମାନେ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେମାନେ ‘ଗିରି ସାନିଟାରୀ ପ୍ୟାଡ଼୍‌’ ତିଆରି ଆରମ୍ଭ କରିଛନ୍ତି । ମାତ୍ର ତିନି ମାସରେ ୪୦,୦୦୦ ପ୍ୟାଡ଼ ତିଆରି କରି ସେମାନେ ସ୍କୁଲ୍‌ ଓ ଆଖପାଖର ଅଫିସ୍‌ଗୁଡ଼ିକରେ ପହଞ୍ଚାଇଛନ୍ତି- ତା’ ବି ଖୁବ୍‌ ସୁଲଭ ମୂଲ୍ୟରେ ।

ବନ୍ଧୁଗଣ, କର୍ଣ୍ଣାଟକ କଲବୁର୍ଗୀର ମହିଳାମାନଙ୍କର ଉପଲବ୍ଧି ମଧ୍ୟ ଚମତ୍କାର । ସେମାନେ ବାଜରାରେ ତିଆରି ରୁଟିକୁ ଏକ ବ୍ରାଣ୍ଡ୍‌ରେ ପରିଣତ କରିଛନ୍ତି । ସେମାନେ ଯେଉଁ ସମବାୟ ସଂସ୍ଥା ଗଠନ କରିଛନ୍ତି, ସେଥିରେ ପ୍ରତିଦିନ ତିନି ହଜାରରୁ ଅଧିକ ରୁଟି ତିଆରି ହେଉଛି । ଏହି ରୁଟିର ବାସ୍ନା ଏବେ କେବଳ ଗାଁ ଭିତରେ ସୀମିତ ନାହିଁ । ବେଙ୍ଗାଲୁରୁରେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ସାରିଛି । ଅନ୍‌ଲାଇନ ଫୁଡ଼ ପ୍ଲାଟଫର୍ମରେ ଅର୍ଡର ଆସୁଛି । କଲବୁର୍ଗୀର ରୁଟି ଏବେ ବଡ଼ ସହରର ରୋଷେଇ ଘରେ ପହଞ୍ଚୁଛି । ଏହାର ଅତ୍ୟନ୍ତ ଚମତ୍କାର ପ୍ରଭାବ ଏହି ମହିଳାମାନଙ୍କ ଉପରେ ପଡ଼ିଛି, ସେମାନଙ୍କ ଆୟ ବଢ଼ୁଛି ।

ବନ୍ଧୁଗଣ, ଭିନ୍ନ ଭିନ୍ନ ରାଜ୍ୟର ଏହି କଥାଗୁଡ଼ିକ ମଧ୍ୟରେ ଭିନ୍ନ ଭିନ୍ନ ଚେହେରା ମଧ୍ୟ ଅଛି । କିନ୍ତୁ ସେଗୁଡ଼ିକର ତେଜ ଗୋଟିଏ ପ୍ରକାର । ଏହି ତେଜ ଆତ୍ମବିଶ୍ୱାସର, ଆତ୍ମନିର୍ଭରଶୀଳତାର । ଏପରି ଏକ ଚେହେରା ହେଉଛନ୍ତି, ମଧ୍ୟପ୍ରଦେଶର ସୁମା ଉଇକେ, ସୁମା ଜୀଙ୍କର ପ୍ରୟାସ ଖୁବ୍ ପ୍ରଶଂସନୀୟ । ସେ ବାଲାଘାଟ ଜିଲ୍ଲାର କଟଙ୍ଗୀ ବ୍ଲକରେ, ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦେଇ ଛତୁଚାଷ ଏବଂ ପଶୁପାଳନ ପାଇଁ ପ୍ରଶିକ୍ଷଣ ନେଲେ । ଏହିଥିରୁ ତାଙ୍କୁ ଆତ୍ମନିର୍ଭରଶୀଳତାର ରାସ୍ତା ମିଳିଗଲା । ସୁମା ଉଇକେଙ୍କର ଆୟ ବଢ଼ିବା ସଙ୍ଗେ ସଙ୍ଗେ ସେ ତାଙ୍କର କାର୍ଯ୍ୟର ବିସ୍ତାର ମଧ୍ୟ କଲେ । ଛୋଟ ଛୋଟ ପ୍ରୟାସରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ‘ଦିଦି କ୍ୟାଣ୍ଟିନ୍’ ଏବଂ ‘Thermal Therapy Centre’ ପର୍ଯ୍ୟନ୍ତ ପହଂଚିଲାଣି । ଦେଶର କୋଣ ଅନୁକୋଣରେ ଏଭଳି ଅଗଣିତ ମହିଳା ନିଜର ଏବଂ ଦେଶର ଭାଗ୍ୟ ପରିବର୍ତ୍ତନ କରୁଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଗତ କିଛିଦିନ ତଳେ ଭିଏତନାମର ଅନେକ ଲୋକ ମୋତେ ବିଭିନ୍ନ ମାଧ୍ୟମରେ ନିଜ ନିଜର ବାର୍ତ୍ତା ପ୍ରେରଣ କରିଥିଲେ । ଏହି ବାର୍ତ୍ତାର ପ୍ରତ୍ୟେକ ଧାଡ଼ିରେ ଶ୍ରଦ୍ଧା ଥିଲା, ଆତ୍ମୀୟତା ଥିଲା । ସେମାନଙ୍କର ଭାବନା ମନକୁ ଛୁଇଁଲା ଭଳି ଥିଲା । ସେହି ଲୋକମାନେ ତାଙ୍କୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ବା ‘Relics’ର ଦର୍ଶନ କରାଇଥିବାରୁ ଭାରତକୁ ନିଜର କୃତଜ୍ଞତା ପ୍ରକାଶ କରୁଥିଲେ । ସେମାନଙ୍କ ଶବ୍ଦରେ ଯେଉଁ ଭାବ ଥିଲା, ତାହା କୌଣସି ଔପଚାରିକ ଧନ୍ୟବାଦରୁ ଅଧିକ ଥିଲା ।

ବନ୍ଧୁଗଣ, ମୂଳତଃ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଅନୁସନ୍ଧାନ ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ଅନ୍ତର୍ଗତ ନାଗାର୍ଜୁନକୋଣ୍ଡାରେ ହୋଇଥିଲା । ଏହି ସ୍ଥାନର ବୌଦ୍ଧଧର୍ମ ସହିତ ଗଭୀର ସମ୍ପର୍କ ରହିଛି । କୁହାଯାଏ, ସମୟ ଥିଲା ଏହି ସ୍ଥାନରେ ଶ୍ରୀଲଙ୍କା ଏବଂ ଚୀନ ସହିତ ଦୂରଦୂରାନ୍ତରୁ ଲୋକମାନେ ରୁଣ୍ଡ ହେଉଥିଲେ ।

ବନ୍ଧୁଗଣ, ଗତ ମାସରେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷକୁ ଭାରତରୁ ଭିଏତନାମ ନିଆଯାଇଥିଲା । ସେଠାକାର ଭିନ୍ନ ଭିନ୍ନ ୯ଟି ଜାଗାରେ ଏହାକୁ ଜନସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ଭାରତର ଏହି ପଦକ୍ଷେପ ଭିଏତନାମ ପାଇଁ ଏକ ପ୍ରକାର ରାଷ୍ଟ୍ରୀୟ ପର୍ବରେ ପରିଣତ ହୋଇଗଲା । ଆପଣମାନେ କଳ୍ପନା କରିପାରିବେ ପ୍ରାୟ ୧୦ କୋଟି ଜନସଂଖ୍ୟାର ଦେଶ ଭିଏତନାମରେ ଦେଢ଼କୋଟିରୁ ଅଧିକ ଲୋକ ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷର ଦର୍ଶନ କଲେ । ସାମାଜିକ ଗଣମାଧ୍ୟମରେ ଯେଉଁ ଚିତ୍ର ଓ ଭିଡ଼ିଓ ମୁଁ ଦେଖିଲି, ସେଥିରୁ ମୋର ଅନୁଭବ ହେଲା କି ଶ୍ରଦ୍ଧାର କୌଣସି ସୀମା ନ ଥାଏ । ବର୍ଷା ହେଉ, ପ୍ରଚଣ୍ଡ ଖରା ହେଉ ଲୋକମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ାହୋଇ ରହିଲେ । ବାଳକ, ବୃଦ୍ଧ, ଦିବ୍ୟାଙ୍ଗମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଭାବବିଭୋର ଥିଲେ । ଭିଏତନାମର ରାଷ୍ଟ୍ରପତି, ଉପପ୍ରଧାନମନ୍ତ୍ରୀ, ବରିଷ୍ଠ ମନ୍ତ୍ରୀଗଣ, ପ୍ରତ୍ୟେକ ନତମସ୍ତକ ଥିଲେ । ଏହି ଯାତ୍ରା ପ୍ରତି ସେଠାକାର ଲୋକମାନଙ୍କର ସମ୍ମାନ ଭାବ ଏତେ ଗଭୀର ଥିଲା ଯେ ଭିଏତନାମ ସରକାର ଏହି କାର୍ଯ୍ୟକ୍ରମକୁ ଆଉ ୧୨ ଦିନ ପାଇଁ ବଢ଼ାଇବାର ଅନୁରୋଧ କରିଥିଲେ ଏବଂ ଭାରତ ଏହାକୁ ଆନନ୍ଦର ସହିତ ସ୍ୱୀକାର କଲା ।

ବନ୍ଧୁଗଣ, ଭଗବାନ ବୁଦ୍ଧଙ୍କ ବିଚାରରେ ଏଭଳି ଶକ୍ତି ଅଛି ଯାହା ଦେଶ, ବିଭିନ୍ନ ସଂସ୍କୃତି ଏବଂ ଲୋକମାନଙ୍କୁ ଏକସୂତ୍ରରେ ବାନ୍ଧିପାରେ । ଏହା ପୂର୍ବରୁ ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷକୁ ଥାଇଲାଣ୍ଡ ଓ ମଙ୍ଗୋଲିଆ ନିଆଯାଇଥିଲା ଏବଂ ସେଠି ମଧ୍ୟ ଏହିଭଳି ଶ୍ରଦ୍ଧାର ଭାବ ଦେଖାଯାଇଥିଲା। ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ନିଜ ରାଜ୍ୟର ବୌଦ୍ଧସ୍ଥଳୀଗୁଡ଼ିକୁ ଅବଶ୍ୟ ଯାତ୍ରା କରନ୍ତୁ । ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ହେବା ସଙ୍ଗେସଙ୍ଗେ ଆମର ସାଂସ୍କୃତିକ ଐତିହ୍ୟ ସହିତ ଓତଃପ୍ରୋତ ହେବାର ଏକ ସୁନ୍ଦର ଅବସର ମଧ୍ୟ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଆମେ ସମସ୍ତେ ‘ବିଶ୍ୱ ପରିବେଶ ଦିବସ’ ପାଳନ କଲେ । ମୋତେ ଆପଣମାନଙ୍କର ହଜାର ହଜାର ବାର୍ତ୍ତା ମିଳିଲା । ଅନେକ ଲୋକ ତାଙ୍କ ଆଖପାଖର ସେହି ସାଥିମାନଙ୍କ ବିଷୟରେ ଜଣାଇଲେ ଯେଉଁମାନେ ଏକା ଏକା ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିଲେ ଏବଂ ପରେ ତାଙ୍କ ସହିତ ସାରା ସମାଜ ଯୋଗଦେଇଥିଲା । ସମସ୍ତଙ୍କର ଏହି ଯୋଗଦାନ ଆମ ପୃଥିବୀ ପାଇଁ ଏକ ବଡ଼ ଶକ୍ତିରେ ପରିଣତ ହୋଇଛି । ପୁନେର ଶ୍ରୀ ରମେଶ ଖରମାଲେଙ୍କର କାମକୁ ଜାଣି ଆମକୁ ବହୁତ ପ୍ରେରଣା ମିଳିବ । ସପ୍ତାହର ଶେଷରେ ଯେତେବେଳେ ଲୋକମାନେ ଆରାମ କରନ୍ତି ରମେଶ ଜୀ ଏବଂ ତାଙ୍କ ପରିବାର କୋଦାଳ ଏବଂ ଫାଉଡ଼ା ନେଇ ବାହାରିପଡ଼ନ୍ତି । ଜାଣିଛନ୍ତି କୁଆଡ଼େ ? ଜୁନ୍ନର୍ ପାହାଡ ଆଡକୁ । ଖରା ହେଉ ବା ଯେତେ ଉଚ୍ଚ ଚଢ଼ିବାକୁ ପଡୁ, ସେମାନଙ୍କର ପାଦ ଅଟକେ ନାହିଁ । ସେମାନେ ଲଟାବୁଦା ସଫା କରନ୍ତି, ପାଣି ଅଟକାଇବା ପାଇଁ ଟ୍ରେଞ୍ଚ ଖୋଳନ୍ତି ଏବଂ ମଞ୍ଜି ପୋତନ୍ତି । ମାତ୍ର ୨ ମାସରେ ସେମାନେ ୭୦ ଟ୍ରେଞ୍ଚ ଖୋଳିଦେଲେ । ରମେଶ ଜୀ କେତେଗୁଡ଼ିଏ ଛୋଟ ଛୋଟ ପୋଖରୀ ଖୋଳିଛନ୍ତି, ଶହଶହ ଗଛ ଲଗାଇଛନ୍ତି, ସେ ଏକ Oxygen Park ମଧ୍ୟ କରୁଛନ୍ତି । ଫଳ ଏମିତି ହେଲା ଯେ ଏଠାକୁ ଏବେ ଚଢ଼େଇମାନେ ଫେରିବାକୁ ଲାଗିଲେଣି, ବନ୍ୟଜୀବମାନେ ନୂଆକରି ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ।

ବନ୍ଧୁଗଣ, ପରିବେଶ ପାଇଁ ଗୁଜୁରାଟର ଅହମ୍ମଦାବାଦ ସହରରେ ଆଉ ଗୋଟିଏ ନୂଆ ଉଦ୍ୟମ ଦେଖିବାକୁ ମିଳିଛି । ନଗର ନିଗମ ଏଠାରେ ‘Mission for Million Trees’ ଅଭିଯାନ ଆରମ୍ଭ କରିଛି । ଉଦ୍ଦେଶ୍ୟ ହେଉଛି – ଲକ୍ଷ ଲକ୍ଷ ଗଛ ଲଗାଇବା । ଏହି ଅଭିଯାନର ଗୋଟିଏ ବିଶେଷ କଥା ହେଲା ‘ସିନ୍ଦୁର ବନ’ । ଏହି ବନ Operation Sindoorର ବୀରମାନଙ୍କ ପ୍ରତି ସମର୍ପିତ । ସିନ୍ଦୁରର ଚାରା ସେହି ବାହାଦୂରମାନଙ୍କ ସ୍ମୃତିରେ ଲଗାଯାଉଛି, ଯେଉଁମାନେ ଦେଶ ପାଇଁ ନିଜର ସବୁକିଛି ସମର୍ପି ଦେଇଛନ୍ତି । ଏଠାରେ ଆଉ ଏକ ଅଭିଯାନକୁ ନୂତନ ଗତି ପ୍ରଦାନ କରାଯାଉଛି । ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନରେ ଦେଶରେ କୋଟି କୋଟି ଗଛ ଲଗାଯାଇ ସାରିଲାଣି । ଆପଣମାନେ ମଧ୍ୟ ନିଜ ନିଜ ଗାଁ ବା ସହରରେ ଏହି ଅଭିଯାନରେ ନିଶ୍ଚୟ ଭାଗ ନିଅନ୍ତୁ। ଗଛ ଲଗାନ୍ତୁ, ପାଣି ବଞ୍ଚାନ୍ତୁ, ପୃଥିବୀର ସେବା କରନ୍ତୁ, କାହିଁକି ନା ଆମେ ପ୍ରକୃତିକୁ ବଞ୍ଚାଇବା ତ ବାସ୍ତବରେ ଆମେ ନିଜର ଭବିଷ୍ୟତ ବଂଶଧରମାନଙ୍କୁ ସୁରକ୍ଷିତ କରିପାରିବା ।

ବନ୍ଧୁଗଣ, ମହାରାଷ୍ଟ୍ରର ଗୋଟିଏ ଗାଁ ମଧ୍ୟ ସୁନ୍ଦର ଉଦାହରଣଟିଏ ସୃଷ୍ଟି କରିଛି । ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଏକ ଗ୍ରାମପଞ୍ଚାୟତ ହେଉଛି ‘ପାଟୋଦା’ । ଏହା Carbon Neutral ଗ୍ରାମପଞ୍ଚାୟତ ଅଟେ । ଏହି ଗାଁରେ କେହି ନିଜ ଘର ବାହାରେ ଅଳିଆ ପକାନ୍ତି ନାହିଁ । ପ୍ରତ୍ୟେକ ଘରୁ ଅଳିଆ ଏକତ୍ର କରିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏହି ଗାଁରେ ଖରାପ ପାଣିକୁ ଶୁଦ୍ଧ କରିବାର ବ୍ୟବସ୍ଥା ମଧ୍ୟ ଅଛି । ପରିଷ୍କାର ନ ହୋଇ କୌଣସି ପାଣି ନଦୀକୁ ଛଡ଼ାଯାଉନାହିଁ । ଏଠାରେ ଘଷି ଜାଳି ଅନ୍ତିମ ସଂସ୍କାର କରାଯାଏ ଏବଂ ସେହି ପାଉଁଶ ନେଇ ସ୍ୱର୍ଗତ ଲୋକର ନାମରେ ଗଛଟିଏ ଲଗାଯାଏ । ଏହି ଗାଁରେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଦେଖିଲା ଭଳି । ଛୋଟ ଛୋଟ ଅଭ୍ୟାସ ଯେତେବେଳେ ସାମୂହିକ ସଂକଳ୍ପରେ ପରିଣତ ହୁଏ, ସେତେବେଳେ ବଡ଼ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଯାଏ ।

ମୋର ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ସମସ୍ତଙ୍କର ଧ୍ୟାନ International Space Centre ଉପରେ ରହିଛି । ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । କାଲି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହିତ ମୋର କଥାବାର୍ତ୍ତା ହୋଇଥିଲା । ଆପଣମାନେ ଏହା ନିଶ୍ଚିତ ଶୁଣିଥିବେ । ଶୁଭାଂଶୁକୁ ଏବେ ଆଉ କିଛିଦିନ International Space Centreରେ ରହିବାକୁ ପଡ଼ିବ । ଏହି ଅଭିଯାନ ବିଷୟରେ ଆମେ ଅଧିକା କଥାବାର୍ତ୍ତା ହେବା, କିନ୍ତୁ, ‘ମନ୍ କି ବାତ୍’ର ପରବର୍ତ୍ତୀ ଅଧ୍ୟାୟରେ ।

ଏବେ ଏହି ଅଧ୍ୟାୟରୁ ଆପଣମାନଙ୍କଠାରୁ ବିଦାୟ ନେବାର ସମୟ ହେଉଛି । କିନ୍ତୁ ବନ୍ଧୁଗଣ, ଯାଉ ଯାଉ ମୁଁ ଆପଣମାନଙ୍କୁ ଗୋଟିଏ ବିଶିଷ୍ଟ ଦିନକୁ ମନେ ପକାଇଦେବାକୁ ଚାହେଁ । ୧ ଜୁଲାଇ, ମାନେ ପହରଦିନ ଆମେ ଦୁଇଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୃତ୍ତିକୁ ସମ୍ମାନ ଜଣାଇବା, ସେମାନେ ହେଲେ ଆମର ଡାକ୍ତର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଏମାନେ ସମାଜର ଏପରି ଦୁଇଟି ସ୍ତମ୍ଭ ଅଟନ୍ତି ଯେଉଁମାନେ ଆମ ଜୀବନକୁ ଉନ୍ନତ କରି ଗଢ଼ିତୋଳନ୍ତି । ଡାକ୍ତର ହେଉଛନ୍ତି ଆମର ସ୍ୱାସ୍ଥ୍ୟର ରକ୍ଷକ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଉଛନ୍ତି ଆମ ଆର୍ଥିକ ଜୀବନର ମାର୍ଗଦର୍ଶକ । ସମସ୍ତ ଡାକ୍ତର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ମୋର ଅନେକ ଅନେକ ଶୁଭକାମନା ।

ବନ୍ଧୁଗଣ, ଆପଣମାନଙ୍କ ପରାମର୍ଶକୁ ମୁଁ ସଦାସର୍ବଦା ଅପେକ୍ଷା କରିଥାଏ । ‘ମନ୍ କି ବାତ୍’ର ଆଗାମୀ ଅଧ୍ୟାୟ ଆପଣମାନଙ୍କର ଏହି ପରାମର୍ଶ ଦ୍ୱାରା ଆହୁରି ସମୃଦ୍ଧ ହେବ । ପୁଣି ସାକ୍ଷାତ ହେବ, ନୂଆ କଥା, ନୂତନ ପ୍ରେରଣା ଏବଂ ଦେଶବାସୀମାନଙ୍କର ନୂତନ ଉପଲବଧି ସହିତ । ବହୁତ ବହୁତ ଧନ୍ୟବାଦ, ନମସ୍କାର ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Booth strength, people’s trust and grassroots outreach - PM Modi’s interaction with BJP Karyakartas from West Bengal
April 14, 2026
The citizens across West Bengal have described the BJP’s Sankalp Patra (manifesto) as practical, implementable and focused on holistic development and welfare: PM Modi
PM Modi constantly reiterated to the BJP karyakartas of West Bengal that booth-level strength is the foundation of electoral success
The scale of victory in West Bengal will directly translate into relief and better governance for its people: PM Modi to BJP karyakartas

PM Modi interacted with BJP karyakartas from across West Bengal under the ‘Mera Booth, Sabse Mazboot’ initiative, extending his best wishes for the Bengali New Year to all citizens of the state.


During the interaction, the PM reflected on his recent visits across various parts of West Bengal, highlighting the remarkable enthusiasm, energy and growing support for the BJP among the people. He credited this momentum to the tireless efforts and dedication of booth-level karyakartas.

The PM appreciated the positive response to the BJP’s Sankalp Patra (manifesto), stating that citizens across the state have described it as practical, implementable, and focused on holistic development and welfare.

During the interaction, several karyakartas shared their on-the-ground experiences, highlighting key concerns among the people, including safety, employment, corruption, political violence, and governance challenges. Women karyakartas spoke about concerns over security and dignity, while youth-related issues such as migration due to lack of opportunities were also raised.

PM Modi acknowledged these concerns and emphasised the need for continuous engagement with citizens at the grassroots level. He urged karyakartas to strengthen booth-level organisation through regular outreach and small group meetings, actively connect with women, youth, farmers and first-time voters , clearly communicate the benefits and vision outlined by the BJP, ensure transparency, development and safety, use social media and digital tools effectively to amplify facts and counter misinformation.
He also stressed the importance of documenting and communicating local issues, ensuring that the voices of the people are consistently heard and represented.

The PM constantly reiterated that booth-level strength is the foundation of electoral success, stating that “Booth jeeta, toh chunav jeeta.” He expressed confidence that the growing trust of the people in BJP presents a significant opportunity to bring transformation in West Bengal.

Concluding the interaction, PM Modi said that the scale of victory in West Bengal will directly translate into relief and better governance for its people. He encouraged all karyakartas to work with renewed energy, expand outreach, and ensure that every household becomes a partner in this journey of development.